ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏମକେସିଜି ମେଡିକାଲରୁ ଆଜି ଡିସଚାର୍ଜ କରାଯାଇଛି। ବିକ୍ରମଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲେ ମଧ୍ୟ ତାଙ୍କୁ ଜୋର ଜବରଦସ୍ତି ଡିସଚାର୍ଜ କରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମକେସିଜିରୁ ବାହାରିବା ପରେ ତାଙ୍କୁ ପୁଣି ଥରେ ବ୍ରହ୍ମପୁର ମଣ୍ଡଳ କାରଗାରକୁ ପଠାଇ ଦିଆଯାଇଛି ।ମ୍ପୁର୍ଣ୍ଣ ସୁସ୍ଥ ନାହାନ୍ତି ବିକ୍ରମ । ଏମକେସିଜି କର୍ତ୍ତୃପକ୍ଷ ଚାପରେ ଡିସଚାର୍ଜ କରିଛନ୍ତି । ବିକ୍ରମଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି, ଏନେଇ ଆଇନର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ପରିବାର ଲୋକେ । ଜେଲରେ ଥିବା ସମୟରେ ବିକ୍ରମ ପଣ୍ଡାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ସେ କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିକ୍ରମଙ୍କ ଚିକିତ୍ସା ପାଇଁ ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ତାଙ୍କ…
Author: sanitelevision
ଖୁବ୍ ଶୀଘ୍ର JEE-2026 ରେଜଲ୍ଟ ପ୍ରକାଶ ହେବ । ଯାହାର ଫାଇଦା ନେବାକୁ ଅନେଇ ବସିଛନ୍ତି ସାଇବର ଠକ । ସରଳ ଏବଂ କମ୍ ବୟସର ଶିଶୁଙ୍କୁ ସେମାନେ ଟାର୍ଗେଟ୍ କରିବାକୁ ପ୍ରସ୍ତୁତ କରିଛନ୍ତି ଫେକ୍ ଓ୍ୱେବସାଇଟ୍ । ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ସତର୍କତା ଜାରି କରିଛି । ଅନେକ ଫର୍ଜି ଓ୍ୱେବସାଇଟରେ nic.in ଜାଗାରେ .com କିମ୍ବା .in ବ୍ୟବହାର କରାଯାଏ । କିଛି ନାଁ ମଝିରେ ଅତିରିକ୍ତ ଅକ୍ଷର ଯୋଡାଯାଏ । ଅର୍ଥାତ ବନାନ ବା ସ୍ପେଲିଂରେ ସାମାନ୍ୟ ପରିବର୍ତ୍ତନ କରିଦିଅନ୍ତି ହ୍ୟାକରମାନେ । ଯାହା ଆଖିକୁ ସାଧାରଣ ଭାବେ ସମାନ ଦେଖାଯାଏ । କିନ୍ତୁ ଭଲ ଭାବେ ଦେଖିଲେ ନକଲି ଓ୍ୱେବସାଇଟ୍ ଚିହ୍ନି ହେବ ।ଏନଟିଏ ଛାତ୍ରଙ୍କୁ ସ୍ପଷ୍ଟ କରିଛି ଯେ, ଜେଇଇ ପରୀକ୍ଷାର ଫଳ କେବଳ ଅଫିସିଆଲ ଓ୍ୱେବସାଇଟରେ ଉପଲବ୍ଧ ହେବ । ଏହାବ୍ୟତୀତ ଅନ୍ୟ କୌଣସି ଓ୍ୱେବସାଇଟରେ ରେଜଲ୍ଟ ଜାଣିହେବ ନାହିଁ ।…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି- ମଣତି ଆରମ୍ଭ ହେବ। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି । ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।ଆହୁରି ମଧ୍ୟ ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ…
ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସ୍ନାୟୁ ଜନିତ ରୋଗରେ ପୀଡିତ ଅଛନ୍ତି ଡ଼ ରାସେଶ୍ୱରୀ l ତାଙ୍କ ବାସଭବନରେ ଡାକ୍ତର କାଞ୍ଚନ ରାୟ ଓ ଅନ୍ୟ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି । ସୂଚନା ଅନୁସାରେ, ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବୟସ ୭୯ । ଶାନ୍ତିନଗର ସ୍ଥିତ ତାଙ୍କ ନିଜ ଘରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ପ୍ରାୟ ଏକବର୍ଷ ହେଲା ସେ ସ୍ନାୟୁଜନିତ ସମସ୍ୟାରେ ପୀଡିତ ରହିଥିବା ବେଳେ ବିଶେଷ ଚଲାବୁଲା କରିପାରୁନଥିଲେ । ଘରେ ରହି ସେ ଚିକିତ୍ସିତ ହେଉଥିଲେ।ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।ନିକଟରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ରାଜନୀତିରୁ…
ସୁଭଦ୍ରା’ର ଚତୁର୍ଥ କିସ୍ତି ଆସିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ ମହିଳାଙ୍କ ଖାତାକୁ ଏକାଥରେ ୫ ହଜାର ଲେଖାଏଁ ଟଙ୍କା ପଠାଇବେ ରାଜ୍ୟ ସରକାର।ସମସ୍ତଙ୍କ ଖାତାକୁ ଗତ ମାସ ୨୨ ତାରିଖରେ ସୁଭଦ୍ରା ଟଙ୍କା ଆସିଛି ।୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ। ଏହା ସହିତ ଗତ ୨୨ ତାରିଖରେ ନୂଆ କରି ଆବେଦନ କରିଥିବା ଏବଂ ପୂର୍ବ କିସ୍ତି ପାଇନଥିବା ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର
ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି ।କୋର୍ଟ କହିଥିଲେ ଯେ ଯଦି ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ। ଯଦି ସେ ଏପରି କରିବାରେ ବିଫଳ ହୁଅନ୍ତି, ତେବେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ଫେବୃଆରୀ ୧୭ ତାରିଖରେ ଘୋଷଣା କରାଯିବ। ତଥାପି, ଅଭିନେତା ଏବେ ଡିଡି ଦାଖଲ କରିଛନ୍ତି, ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖରେ ଧାର୍ଯ୍ୟ କରାଯାଇଛି। ରାଜପାଲଙ୍କ ଜାମିନ ଆବେଦନ ତାଙ୍କ ଭଣଜାଙ୍କ ବିବାହରେ ଯୋଗଦେବା ପାଇଁ ଦାଖଲ କରାଯାଇଥିଲା, ଯାହା ଫେବୃଆରୀ ୧୯ ତାରିଖରେ ହେବାକୁ ଯାଉଛି।ବାର…
ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ ।। ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ ଲାଗୁ ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି । ପସେରା ଆକ୍ଟ ଆଧାରରେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ ହେବେ। ବା ଗତ ୧୪ ଫେବୃଆରୀ ଭାଲେଣ୍ଟାଇନ ଡେ’ରେ ରାତି ତମାମ ଖୋଲାଥିଲା ବାର। ନିଶା ଖାଇ ଭୋର ପର୍ଯ୍ୟନ୍ତ ନାଚିଲେ ଯୁବପୀଢ଼ି । ନିୟମ କାନୁନର ଉଡିଲା ଧଜ୍ଜିଆ । ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ଏହି ଘଟଣା ଘଟିଛି ଖାରବେଳନଗର ଅଞ୍ଚଳରେ ଥିବା ବାର ଓ ପବ୍ ଉପରେ । ଡିଜେ ବଜାଇ ଛାତି ଥରାଇ ଦେଉଥିଲେ ବାର କର୍ତ୍ତୃପକ୍ଷ। ଭୋର…
ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ହେବ । ଏହି ଗ୍ରହଣ ଫାଲଗୁନ ମାସର ଅମାବାସ୍ୟା ଦିନ ଅପରାହ୍ନ ୩:୨୬ ରୁ ସନ୍ଧ୍ୟା ୭:୫୭ ପର୍ଯ୍ୟନ୍ତରହିବ। ଏହା ଏକ ବଳୟକାର ସୂର୍ଯ୍ୟ ପରାଗ ହେବ । ଏହି ପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରେ ନାହିଁ; ବରଂ, ସୂର୍ଯ୍ୟର ଧାର ଏକ ବଳୟ ପରି ଦେଖାଯାଏ । ଏହି ଦିନଟି ଫାଲଗୁନ ମାସର ଅମାବାସ୍ୟା ମଧ୍ୟ ପଡ଼ିବ ।ବିଶ୍ୱାସ କରାଯାଏ ଯେ ରାହୁ ଏବଂ କେତୁ, ଛାୟା ଗ୍ରହ, ଏକ ଗ୍ରହଣ ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଗ୍ରାସ କରନ୍ତି। ଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନୀୟ ଘଟଣା ଯେଉଁଥିରେ କୁହାଯାଏ ଯେ ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଗତି କରେ, ସୂର୍ଯ୍ୟଙ୍କ ପ୍ରତିଛବି ଅସ୍ଥାୟୀ ଭାବରେ ଚନ୍ଦ୍ର ପଛରେ ଲୁଚି ରହିଥାଏ। ଶାସ୍ତ୍ରରେ ସୂର୍ଯ୍ୟଗ୍ରହଣ ସମ୍ପର୍କରେ ଅନେକ ନିୟମ କୁହାଯାଇଛି। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୧୭ ଫେବୃଆରୀ…
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକ ପରେ ସ୍ପଷ୍ଟତା ଆସିବା ନେଇ ଆଇନ ମନ୍ତ୍ରୀ କହିଛନ୍ତି, ନୂଆ ଏସଓପି ବାବଦରେ ମ୍ୟାନେଜିଂ କମିଟି ଆପ୍ରୁଭ କରିବା ପରେ ସରକାରଙ୍କ ନିକଟକୁ ପଠା ସରିଛି । ବର୍ତ୍ତମାନ ଏ ବିଷୟରେ ଏକ ବିଶେଷ ବିବରଣୀ ଆଲୋଚନା କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ସମୀକ୍ଷା ବୈଠକ ପରେ ତାରିଖ ବାବଦରେ ସ୍ପଷ୍ଟତା ଆସିଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ତେବେ ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିବା ରତ୍ନଭଣ୍ଡାରର ଗଣତି, ମଣତିଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ସ୍ପଷ୍ଟ ନୀତି ଆସିବ ।
ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ। ଏହି ସମ୍ମିଳନୀ ଯୁବକଙ୍କ ସାମର୍ଥ୍ୟକୁ ଦର୍ଶାଉଛି। ଏହି ଏଆଇ ଇମ୍ପାକ୍ଟ ସମ୍ମିଳନୀ ପାଇଁ ସମଗ୍ର ବିଶ୍ବରୁ ଲୋକ ଭାରତକୁ ଆସୁଛନ୍ତି। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ପ୍ରଭାବ ଏକ୍ସପୋ ୨୦୨୬ ଉଦଘାଟନ କରିବେ। ଅନ୍ୟ ଏକ ପୋଷ୍ଟରେ ମୋଦୀ ଲେଖିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ସର୍ବଜନ ହିତାୟ, ସର୍ବଜନ ସୁଖାୟ। ସମସ୍ତଙ୍କ କଲ୍ୟାଣ ଓ ସମସ୍ତଙ୍କ ଖୁସି ପରି ମାନବ-କୈନ୍ଦ୍ରିକ ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଆଇ ପ୍ରଭାବ ସମ୍ମିଳନୀ ଏଆଇର ବିବିଧ ଦିଗ, ଯେପରିକି ନବସୃଜନ, ସହଯୋଗ, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ବିଶ୍ୱସ୍ତରୀୟ…









