Author: sanitelevision

ଓଡିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷାର ।ବିଧାନସଭାରେ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ୨୦୨୫ରେ ୨୨ଟି କମ୍ପାନୀର ୮୮ ସାମ୍ପଲ ଯାଞ୍ଚ କରାଯାଇଥିଲା । ସେଥିରୁ ୮୦ଟି ସାମ୍ପଲ ଠିକ, ୮ଟି ନମୁନା ନିମ୍ନମାନର ବୋଲି ଜଣାପଡିଛି । ୧୦ଟି ଓଡିଶାର କମ୍ପାନୀ , ୧୨ଟି ରାଜ୍ୟ ରାହାର କମ୍ପାନୀ ରହିଛି ।

Read More

ଜେଲ ଅବ୍ୟବସ୍ଥା ନେଇ ପ୍ରେସମିଟ୍‌ ବେଳେ ମିଡିଆକୁ ଟାର୍ଗେଟ କଲେ ଜେଲ ଡିଜି ସୁଶାନ୍ତ ନାଥ ।କହିଲେ ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ । ଚୌଦ୍ବାର ଜେଲ୍‌ରୁ କଏଦୀ ଚମ୍ପଟ୍‌ ୫ ମାସ ହେଲା କାହିଁକି ଚଲାଉଛନ୍ତି । ଏହାର କୌଣସି ପବ୍ଲିକ ଇଣ୍ଟରେଷ୍ଟ ନାହିଁ ବୋଲି ମୋର ବ୍ୟକ୍ତିଗତ ମତ ।ଏହା ସହ କ’ଣ ଖବର ପ୍ରସାରଣ କରାଯିବ ଓ କେଉଁ ଖବର ପ୍ରସାରଣ କରାନଯିବ ସେନେଇ ସମ୍ବାଦିକଙ୍କୁ ପାଠ ପଢ଼ାଇବାକୁ ବି ପଛାଇଲେନି । ଚୌଦ୍ବାର ଜେଲରେ ମହିଳା କଏଦୀଙ୍କୁ ସୁନା ବଦଳରେ ଟଙ୍କା ଫେରାଇବା ଅଭିଯୋଗ ପ୍ରସଙ୍ଗରେ ପ୍ରଶ୍ନ ବେଳେ ଉତକ୍ଷିପ୍ତ ହୋଇଥିଲେ ଜେଲ ଡିଜି । ତେବେ ପ୍ରେସମିଟରେ ମଡେଲ୍ ଜେଲ୍‌ ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ଜେଲ୍‌ ଭିତରେ ଓ ବାହାରେ AI କ୍ୟାମେରା ଲାଗିବ। ଜେଲ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଯେଉଁମାନେ ବିଭିନ୍ନ ଅବହେଳା…

Read More

ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି , ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ କହିଲେ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ ଚର୍ଚ୍ଚା ଆଲୋଚନା କରାଯିବ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ କହିଲେ ମନମୋହନ । ସୂଚନାମୁତାବକ ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି । ମମତା ମହାନ୍ତ, ମୁନା ଖାଁ, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି ।

Read More

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୨୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୩୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୨୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୧,୩୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୫,୦୦୦ ଟଙ୍କା ହୋଇଛି ।

Read More

ପୋକ୍ସୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପାଇଜାମାର ନାଡା ଖୋଲିବା ଏବଂ ଛାତିକୁ ଛୁଇଁବା ହେଉଛି ଦୁଷ୍କର୍ମ ଉଦ୍ୟମ। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟକୁ ଭତ୍ସନା କଲେ ସର୍ବୋଚ୍ଚ ଅଦାଲତ। । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମହିଳାଙ୍କ ପାଇଜାମା ଡୋର ଖୋଲିବା କେବଳ ଏକ ଅଶ୍ଳୀଳ କାର୍ଯ୍ୟ କିମ୍ବା ଦୁଷ୍କର୍ମ ନୁହେଁ, ବରଂ ଏକ ଦୁଷ୍କର୍ମର ପ୍ରୟାସ ।ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୫ରେ ଆଲ୍ଲାହାବାଦ ହାଇକୋର୍ଟଙ୍କର ଏକ ବିବାଦୀୟ ରାୟକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରିଦେଇଛନ୍ତି। ସୂଚନାନୁଯାୟୀ, ୨୦୨୧ ନଭେମ୍ଵର ୧୦ରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ତାଙ୍କର ୧୪ ବର୍ଷର ନାବାଳିକା ଝିଅ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଁର କିଛି ଯୁବକ ପବନ, ଆକାଶ ଏବଂ ଅଶୋକ ତାଙ୍କୁ ବାଇକ୍ ରେ ଘରେ ଛାଡ଼ିଦେବେ ବୋଲି କହିଲେ। ଏହାପରେ ୩ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁର୍ବ୍ୟବହାର କଲେ। ତାଙ୍କ ପାଇଜାମା…

Read More

ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ ଅଟେ | ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖି କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡିଶାର ସ୍ଥାନ ୧୧ ନଂ ରେ ରହିଛି । ରାଜ୍ୟରେ ୭୯୧୯ ଉଦ୍ୟୋଗୀ ବ୍ୟବସାୟିକ ଦୃଷ୍ଟିରୁ ଫୁଲ, ଫଳ ଚାଷ କରୁଛନ୍ତି । ସେମାନଙ୍କ ବାର୍ଷିକ ଆୟ ୧୦ ହଜାର ୪୧୬ ଲକ୍ଷ ୯୧ ହଜାର ଟଙ୍କା ରହିଛି । ୨୦୨୪- ୨୪ ଆର୍ଥିକ ବର୍ଷରେ ଓଡିଶାରେ ୨୭. ୧୮ ଲକ୍ଷ ଫଳ ଉତ୍ପାଦନ ହୋଇଛି । ପୁରୀରେ ସର୍ବାଧିକ ୫୮୬ ଉଦ୍ୟୋଗୀ ଫଳ ଚାଷ କରୁଛନ୍ତି । ସମ୍ବଲପୁର ଓ ସୁନ୍ଦରଗଡରେ ୧୧୫ ଉଦ୍ୟୋଗୀ ଫୁଲ ଚାଷ କରୁଛନ୍ତି ।

Read More

ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନପୁଟ ସବସିଡି ମିଳୁଛି । ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରସ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା । ଏହା ସ୍ପଷ୍ଟ କରୁଛନ୍ତି ସରକାର ୮୦୦ ବଦଳରେ ୭୩୧ ଟଙ୍କା ସବସିଡି ଦେଉଛନ୍ତି । ଯଦି ୮୦୦ ଟଙ୍କା ଦେଇଥାନ୍ତେ, ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର । ଅନ୍ୟପଟେ ମାପରେ ଠକୁଥିବା ଅଭିଯୋଗରେ ୭ ଗହଣା ଦୋକାନ ଉପରେ ଆକ୍ସନ ନିଆଯାଇଛି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥିରେ ବହୁ ବଡ ବଡ ଜୁଏଲାରୀ ବ୍ରାଣ୍ଡର ନାଁ ଅଛି, ୮୦ ହଜାର ଜରିମାନା ଦେଇଛନ୍ତି । କେନ୍ଦୁଝରର ୩, ସମ୍ବଲପୁରର ୨, ସୁନ୍ଦରଗଡ ଓ ପୁରୀର ଗୋଟିଏ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୪ ବର୍ଷରେ ୨୩ଟି ଗହଣା ଦୋକାନ…

Read More

ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ କଂଗ୍ରେସ ରାଜ୍ୟସଭା ପାଇଁ ଗୋଟିଏ ପ୍ରାର୍ଥୀ ଦେବ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍‌ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନ ପଟ୍ଟନାୟକଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ | ସୂଚନାମୁତାବକ ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାର ୪ ଆସନ ପାଇଁ ନିର୍ବାଚନ ହେବ। ଫେବୃଆରୀ ୨୬ରେ ଏନେଇ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍ 2026 ରେ ଏକ ଅନନ୍ୟ ସ୍ମାର୍ଟ ଚଷମା ପିନ୍ଧିଥିବାର ଦେଖାଯାଇଛି। ଏହି ଚଷମାର ନାଁ ସର୍ବମ କାଜେ । ଯାହାକୁ ଭାରତୀୟ ଷ୍ଟାର୍ଟଅପ୍ ସର୍ବମ AI ଦ୍ୱାରା ବିକଶିତ କରାଯାଇଛି। ଏଗୁଡ଼ିକ ସାଧାରଣ ଚଷମା ନୁହେଁ, ବରଂ ଏକ ସ୍ମାର୍ଟ ଡିଭାଇସ୍ ଯାହା ଶୁଣିପାରେ, ବୁଝିପାରେ ଏବଂ ମଣିଷ ପରି ତୁରନ୍ତ ପ୍ରତିକ୍ରିୟା ଦେଇପାରେ। ଏହି ପ୍ରଯୁକ୍ତିବିଦ୍ୟା ସୂଚିତ କରେ ଯେ AI ଭବିଷ୍ୟତରେ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହେବାକୁ ଯାଉଛି। ତେବେ ଚଷମାର ଫିଚର୍ ବିଷୟରେ କହିବାକୁ ଗଲେ ,ସର୍ବମ କାଜର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ସ୍ମାର୍ଟ ଫିଚର, ଯାହା ଏହାକୁ ସାଧାରଣ ଗ୍ୟାଜେଟ୍ ଠାରୁ ଭିନ୍ନ କରିଥାଏ। ଏଥିରେ ଏକ ଛୋଟ କ୍ୟାମେରା ଅଛି ଯାହା ଆପଣଙ୍କ ସାମ୍ନାରେ ଜିନିଷ ଦେଖିପାରେ। ଏହା କେବଳ ରେକର୍ଡ କରେ ନାହିଁ ବରଂ AI…

Read More

ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ।ବାଲେଶ୍ବର ଜଳେଶ୍ବର ବାଲିଆପାଳ ଥାନା ନାରାୟଣପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ନାରାୟଣପୁର ଗାଁର ରାଜେନ୍ଦ୍ର ସାମନ୍ତରାୟଙ୍କ ଝିଅ ମାଳତ୍ରୀ ଗାଁର କରୁଣାକର କବିଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ୨ଜଣ ସନ୍ତାନ ରହିଛନ୍ତି । ତେବେ ବିବାହ ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ନିର୍ଯାତନା ସହିନପାରି ଗତ ଏକ ମାସ ହେବ ସେ ବାପ ଘରକୁ ପଳାଇ ଆସିଥିଲେ । ଗତକାଲ ରାତିରେ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ଗାଁଲୋକେ ପହଞ୍ଚି ଜ୍ବାଇଁକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗୁରୁତର ଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।…

Read More