Author: sanitelevision

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ। ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଥିବା ବେଳେ ଆଜି ଜଣଙ୍କୁ ପ୍ରଦାନ କରାଯିବ।ସେମାନଙ୍କ ବ୍ୟତୀତ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲ୍ଲରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ଏହା ସହିତ ଭଗତ ସିଂହ କୋଶ୍ୟାରୀଙ୍କୁ ମଧ୍ୟ ଜନସେବା ପାଇଁ ତାଙ୍କ ଅବଦାନ ପାଇଁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି।ଦେଶର ସବୁଠାରୁ ପ୍ରତିଷ୍ଠିତ ପଦ୍ମ ପୁରସ୍କାର ୨୦୨୬ ମେ ୨୫ ତାରିଖରେ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ସିନେମା, ସଙ୍ଗୀତ ଏବଂ କ୍ରୀଡା କ୍ଷେତ୍ରର ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଥମ ନାଗରିକ…

Read More

ପେପର୍ ଲିକ୍ ଯୋଗୁ NEET-UG ପରୀକ୍ଷା ବାତିଲ ଘଟଣାକୁ ନେଇ ସୁପ୍ରିମକୋର୍ଟ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସୋମବାର କହିଛନ୍ତି ଯେ, ଏହା ଦୁଃଖଦ ଯେ, ଏହି ସଂସ୍ଥା ପୂର୍ବ ବିବାଦରୁ କିଛି ଶିଖିନାହିଁ। ଏହା ସହ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର, NTA ଏବଂ CBIକୁ ନୋଟିସ୍ ଜାରି କରି ଉତ୍ତର ରଖିବାକୁ କହିଛନ୍ତି।ଏନ୍‌ଇଇଟି ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ବିରୋଧରେ ଦାୟର ଏକ ଆବେଦନର ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି।ଏନ୍‌ଟିଏକୁ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଗଠନ ହେବାକୁ ଥିବା ମନିଟରିଂ କମିଟିର ସ୍ଥିତି ବିଷୟରେ ମଧ୍ୟ ଅବଗତ କରାଇବାକୁ କହିଛନ୍ତି।କୋର୍ଟ ଏନ୍‌ଟିଏକୁ ବଦଳାଇବା ତଥା ପୁନଃପରୀକ୍ଷା ପାଇଁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏଭଳି ମତବ୍ୟକ୍ତ କରିଛନ୍ତି। ଏନ୍‌ଇଇଟି ପରିଚାଳନାରେ ଏନ୍‌ଟିଏର…

Read More

ଜମ୍ମୁ- କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଶହ ଶହ ପର୍ଯ୍ୟଟକ। ଯାନ୍ତ୍ରିକ ତ୍ରୁଟି କାରଣରୁ ସୋମବାର ଗୋଣ୍ଡୋଲା କେବୁଲ କାର୍ (ରୋପ୍ ଓ୍ବେ) ସେବା ବ୍ୟାଘାତ ହୋଇଥିଲା। ତ୍ରୁଟି କାରଣରୁ କେବୁଲ କାର ହଠାତ ବନ୍ଦ ହୋଇଯାଇଥିଲା । ଫଳରେ ଏଥିରେ ପ୍ରାୟ ୩୦୦ ପର୍ଯ୍ୟଟକ କେବୁଲ କାରରେ ମଝି ଆକାଶରେ ହିଁ ଫସି ରହିଥିଲେ।ରିପୋର୍ଟ ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି କାରଣରୁ କେବୁଲ କାର୍‌ ଆଗକୁ ବଢ଼ିପାରି ନଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଏବଂ ସ୍ଥାନୀୟ ପ୍ରଶାସନର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇଛି । ଅଧିକାରୀଙ୍କ ଅନୁଯାୟୀଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି। ।ସେପଟେ ରୋପ୍ ଓ୍ବେର ମରାମିତ ଏବଂ ସେବା ପୁନଃ କାର୍ଯ୍ୟକ୍ଷମ କରିବା…

Read More

ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ସୋମବାର (ମେ’ ୨୫) ତୈଳ କମ୍ପାନୀଗୁଡ଼ିକ ଉଭୟ ଇନ୍ଧନ ମୂଲ୍ୟରେ ୨.୫ ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଦର ବୃଦ୍ଧି ଅଟେ।ଆଗକୁ ଆହୁରି ଦର ବଢ଼ିବ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୯ ଟଙ୍କା ଛୁଇଁଲା ।ଯେତେବେଳେ ପର୍ଯ୍ୟନ୍ତ ଯୁଦ୍ଧ ନ କମିଛି, ସେତେ ଦିନ ଯାଏଁ ତୈଳ ଦର ହ୍ରାସ ପାଇବ ନାହିଁ । ଏବେ ହର୍ମୁଜ ପ୍ରଣାଳୀରେ କ୍ରୁଡ଼ ଅଏଲ ଆସିପାରୁନି । ବିକଳ୍ପ ବ୍ୟବସ୍ଥା ଅର୍ଥାତ ଦକ୍ଷିଣ-ଆଫ୍ରିକା ଦେଇ ଆଣିବା ଦର ବୃଦ୍ଧିର ମୁଖ୍ୟ କାରଣ । ଆଜି ବଡ଼ ବୈଠକ ଅଛି ଇରାନ-ଆମେରିକା ମଧ୍ୟରେ । ଚୁକ୍ତି ହେଉଛି କି ଯୁଦ୍ଧ ହେଉଛି ତା ଉପରେ ନଜର…

Read More

ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -୨୦୨୬ କାର୍ଯ୍ୟକ୍ରମ ସମୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ୟାପକ ଆଡଭାଇଜରୀ ଜାରି କରାଯାଇଛି ।୧୨ଟାରୁ ୩ ଟା ଯାଏ ଫିଲ୍ଡ ଭିଜିଟ ନ କରିବାକୁ ପରାମର୍ଶ ଦେଇଛନ୍ତି। ସକାଳ ୬୬ରୁ ୧୧ , ଅପରାହ୍ମ ୪ରୁ ସନ୍ଧ୍ୟା ୭ଟା ଯାଏଁ ଫିଲ୍ଡ ୱାର୍କ ରେ ଯୋଗଦେବେ । ଏନେଇ ସମସ୍ତ ଜିଲ୍ଲାପାଳ , ବିଏମସି କମିଶନର ଓ ଡିଇଓ ଚିଠି ଲେଖିଛନ୍ତି ।ଆସନ୍ତା ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା SIR କାର୍ଯ୍ୟକ୍ରମ ଅବଧିରେ ଘରେ ଘରେ ଯାଇ ଯାଞ୍ଚ, ସ୍ୱତନ୍ତ୍ର ଶିବିର, ଦାବି ଓ ଆପତ୍ତି ଗ୍ରହଣ ସହିତ ଭୋଟର ସହାୟତା କାର୍ଯ୍ୟ ଚାଲିବ । ଏହି ସମୟରେ ତୀବ୍ର ଗ୍ରୀଷ୍ମ ପରିସ୍ଥିତି ରହିବାର ସମ୍ଭାବନା ଥିବାରୁ କର୍ମଚାରୀ ଓ ସାଧାରଣ ଲୋକଙ୍କ…

Read More

ପୂରା ଦେଶରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ଆକାଶରୁ ନିଆଁ ବର୍ଷୁଛି ।ଆଜିଠାରୁ ନୌତପା ଆରମ୍ଭ ହେଉଥିବାରୁ ତାତି ଆହୁରି ବଢ଼ିବ । ନୌତପା ହେଉଛି ଭାରତୀୟ ପାଣିପାଗ ଏବଂ ଜ୍ୟୋତିର୍ବିଜ୍ଞାନ ଆଧାରିତ ଏକ ପାରମ୍ପରିକ ଅବଧାରଣା, ଯାହା ଗ୍ରୀଷ୍ମ ଋତୁର ସବୁଠାରୁ ଅଧିକ ଗରମ ଏବଂ କଷ୍ଟଦାୟକ ୯ ଦିନକୁ ବୁଝାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି, ସେତେବେଳେ ନୌତପା ଆରମ୍ଭ ହୁଏ। ସାଧାରଣତଃ ଏହା ମେ ମାସର ଶେଷ ସପ୍ତାହରୁ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପଡ଼ିଥାଏ।ଓଡ଼ିଶାରେ ଏବେ ନୌତପାର ପ୍ରଭାବ ଦେଖିବାକୁ ମିଳୁଛି। ଜଳୁଛି ପୂରା ଓଡ଼ିଶା। ଆଗାମୀ ୩ ଦିନ ଯାଏଁ ତାତିରୁ ତ୍ରାହି ନାହିଁ। ୩ ଦିନ ଯାଏ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୨୬ ଜିଲ୍ଲାରେ ପ୍ରଚଣ୍ଡ ଖରା ଗରମ ସହ ଉପକୂଳରେ…

Read More

ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷଙ୍କ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଦଳରୁ ୫ ଥର ଟିକେଟ ନେଇଛନ୍ତି । ନିଜ ଭୁଲ ପାଇଁ ୨ ଥର ହାରିଛନ୍ତି । ଏବେ ରାଜ୍ୟସଭା ଯାଇଛନ୍ତି । ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି । ସେ ଦଳରୁ ଆଉ କେତେ ନେଇଥାନ୍ତେ । ଗତ ୪ ବର୍ଷରେ ଦଳ ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ଦଳର ପ୍ରତିକୂଳ ପରିସ୍ଥିତିରେ ସେ ଦଳ ସହ ନାହାନ୍ତି । ସେ ବ୍ୟକ୍ତିଗତ ସ୍ୱାର୍ଥ ଦଳ ଛାଡିଛନ୍ତି । ସୁଚନା ମୁତାବକ ଆଜି ବିଜେଡି ଛାଡ଼ିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।…

Read More

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗରଗରାର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ତିନିରଥର ପାଞ୍ଚ ଦଣ୍ଡା ନିର୍ମାଣ ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ନନ୍ଦିଘୋଷର ଗରଗରା ଚଉପଟ ହୋଇ ସାଇତା ରହିଛି । ଚକ ଅଖ ସଂଯୋଗ ହୋଇ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଏଣୁ ଦଣ୍ଡା ରହିଲା ପରେ ଯେଉଁ ମାପ ଆସିବ ସେହି ଅନୁସାରେ ନନ୍ଦିଘୋଷ ଗରଗରାରେ ବିନ୍ଧ ହେବ । ଦେବଦଳନର ଅଖ ନିର୍ମାଣ ଶେଷ ହୋଇଛି । ଏହାର ୬ଟି ଅଖରୁ ସାନଉଛୁଳା ଅଖ ଦୁର୍ବଳ ପଡ଼ିବାରେ ଆଉ ଥରେ ତିଆରି ହୋଇ ଆଜି ସରିଛି । ତାଳଧ୍ୱଜର ୭ ଅଖ ନିର୍ମାଣ ଶେଷ ସହ ରଥତ୍ରୟର ୨୧ ଅଖ ନିର୍ମାଣ ସରିଲା । କରତି ସେବକମାନେ ପୋଲ ଗୟଳ ନିର୍ମାଣ ଜାରି…

Read More

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୯,୩୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୬,୧୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୩୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୪୬,୧୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୫,୦୦୦ ଟଙ୍କା ହୋଇଛି ।

Read More

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ ।ରାଜ୍ୟସଭା ଓ ଦଳର ବିଭିନ୍ନ ସଂଗଠନରେ ଦାୟିତ୍ୱ ଦେଇଥିବାରୁ ବିଜେଡି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବାଶିଷ ।ତେବେ ଦଳରେ ଅବହେଳା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ । ଦଳ ମୋ ସେବା ଆଉ ଚାହୁଁନାହିଁ ବୋଲି ଅନୁଭବ କରି ଦଳ ଛାଡିଲି ବୋଲି ଚିଠିରେ ଦର୍ଶାଇଛନ୍ତି ଦେବାଶିଷ । ତେବେ ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନ ଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି (ବରିଷ୍ଠ ନାଗରିକ) ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ। ଗତ କିଛି…

Read More