ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ତାହାର ଅନୁଧ୍ୟାନ ପାଇଁ ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମସ୍ତ ପ୍ରକାରର ବ୍ୟବସ୍ଥା ପରିଚାଳନାକୁ ଗୁରୁତ୍ବ ଦେଇଥିଲେ । ମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
Author: sanitelevision
ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୪ ଅଟକ। ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ। ଅଭିଯୋଗ ଅନୁଯାୟୀ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଯୁବତୀଙ୍କର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳୀବଣ ଗାଁର ରାହୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲାl ନିକଟରେ ରାହୁଲ ନିଜ ପ୍ରେମିକାକୁ ଆଣି କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଶ୍ୟାମଗୁଡ଼ିଆ ଅଞ୍ଚଳରେ ଥିବା ଓମ୍ ସାଇ ଗେଷ୍ଟ ହାଉସରେ ରଖିଥିଲେ l ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହିତ ଅନୈତିକ କାର୍ଯ୍ୟ କରିବା ପାଇଁ ଚାପ ପକାଇଥିଲେ l ଏମିତିକି ବିଭିନ୍ନ ସମୟରେ ତାଙ୍କୁ ମାରଧର ମଧ୍ୟ କରୁଥିଲେlକୌଶଳକ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଲଜ୍ ଉପରେ ଚଢାଉ କରି ଯୁବତୀଙ୍କ…
ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର (ଜିଏସଡିପି) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ । ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି। ଯାହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ 2025-26 ରେ 5.3% ଅଭିବୃଦ୍ଧି କରାଯାଇଛି । ଯାହା ସର୍ବ ଭାରତୀୟ ସ୍ତରରେ 3.1 ପ୍ରତିଶତ…
ବିମାନ ଭିତରେ ହଙ୍ଗାମା କଲେ ମହଙ୍ଗା ପଡିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଡିଜିସିଏ ପକ୍ଷରୁ ନୂଆ ନିୟମ କରାଯାଇଛି । ଏଭଳି ଯାତ୍ରୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ କୌଣସି ବିମାନରେ ଉଡାଣ ପାଇଁ ମିଳିବନି ଅନୁମତି । DGCA ଅନୁଯାୟୀ, ବିମାନ, ଯାତ୍ରୀ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିମାନରେ ଶୃଙ୍ଖଳା ବଜାୟ ରଖିବା ପାଇଁ “ନୋ/ଜିରୋ ଟଲୋରେନ୍ସ ପଲିସି ଲାଗୁ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କେଉଁ କ୍ଷେତ୍ରରେ ଲାଗୁ ହେବ ନିୟମ? ବିମାନରେ ଧୁମ୍ରପାନ କରିବା କିମ୍ବା ଘରୋଇ ଉଡ଼ାଣ ସମୟରେ ମଦ୍ୟପାନ କରିବା ସହ ଜରୁରୀକାଳୀନ ପ୍ରସ୍ଥାନ କିମ୍ବା ଜୀବନ ରକ୍ଷାକାରୀ ଉପକରଣର ଅପବ୍ୟବହାର |
ପୂର୍ବତନ ଇସ୍ରୋ କର୍ମଚାରୀ ପତ୍ନୀଙ୍କୁ ହତ୍ୟା କରି ଏବେ ପୋଲିସ ହେପାଜତରେ | ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଗତ କିଛି ଦିନ ହେବ ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରୁ ପତ୍ନୀଙ୍କ ଶବ ମିଳିବା ପରେ ବୁଧବାର ନାଗେଶଙ୍କୁ ଗିରଫ କରାଯାଇଛି।। ପୋଲିସ କହିଛି ଯେ, ପୂର୍ବତନ ISRO କର୍ମଚାରୀ ସାଣ୍ଡ୍ୟା ଶ୍ରୀଙ୍କୁ ହତ୍ୟା କରିବା ପରେ ନିଜ ଜୀବନ ମଧ୍ୟ ଶେଷ କରିବାକୁ ଚାହୁଁଥିଲେ, କିନ୍ତୁ ସେ ଏହା ବିଷୟରେ ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ପରେ ସମ୍ପର୍କୀୟ ପୋଲିସକୁ ସତର୍କ କରିଥିଲେ। 18 ମାସ ପାଇଁ ଦରମା ନାହିଁ,…
ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ଆଜି ବିଧାନସଭାରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ତୃତୀୟ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ କରିବେ ବିରୋଧୀ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟନି ଛଟମି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି। ଯଦି ଗୃହ ସ୍ବାଭାବିକ ହୁଏ ତେବେ ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଯୋଜନା ଓ ସଂଯୋଜନା, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି ।
ଆଜି ମାଟ୍ରିକ ପରୀକ୍ଷା ଦେବେ ମାଲକାନଗିରି ଜିଲ୍ଲା ଲକ୍ଷ୍ମୀ ଖେମୁଡୁ । ଜନ୍ମରୁ ସଂପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବାରୁ ନା ଉଠି ବସି ପାରୁଛନ୍ତି,ନା ଚାଲି ପାରୁଛନ୍ତି । ପଢିବା ପାଇଁ ଇଛା ଥିବାରୁ ଗୋଡରେ ଲେଖିବା ଅଭ୍ୟାସ ଆରମ୍ଭ କରିଥିଲେ । ଏବେ ମାଟ୍ରିକ ପରୀକ୍ଷାରେ ନିଜେ ଗୋଡରେ ଲେଖି ପରୀକ୍ଷା ଦେବେ ।ସିନ୍ଦିମାଳ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ। ଲକ୍ଷ୍ମୀ ଜନ୍ମରୁ ଦିବ୍ୟାଙ୍ଗ । ହାତଦୁଇଟି ଅଚଳ ଗୋଡ଼ ଦୁଇଟି ବି ଠିକ୍ ଭାବେ କାମ କରେନା । ହୁଇଲ ଚେୟାରରେ ସେ ପ୍ରତିଦିନ ସ୍କୁଲ ଯାଇଛନ୍ତି, ପାଠ ପଢ଼ିଛନ୍ତି। ଆଉ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଛୋଟ ମନରେ ଛୋଟ ଆଶା। ଭଲ ପଢ଼ିବି, ଶିକ୍ଷୟିତ୍ରୀ ହେବି। ଗୋଡ଼ରେ ଲେଖି ଉତ୍ତର ଖାତା ଭରିବି ଆଉ ମାଟ୍ରିକ ପରୀକ୍ଷାରେ ଖୁବ ଭଲ କରିବି ବୋଲି ଆଶା ରଖିଛନ୍ତି।ସବୁ ପିଲାଙ୍କ ସହ ମିଶି ସେ…
ଆଜିଠୁ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ବଡ଼ ପରୀକ୍ଷା ମାଟ୍ରିକ ପରୀକ୍ଷା । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ।ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସଓଏସ୍) ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ ହେବ । ରାଜ୍ୟର ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।ପ୍ରତି ପ୍ରଶ୍ନପତ୍ରରେ QR କୋଡ୍ ଓ ୱାଟରମାର୍କ ରହିଛି । ଯାହାକି ପ୍ରଶ୍ନପତ୍ର ଲିକ୍ କିମ୍ବା ଅନିୟମିତତା ରୋକିବାରେ ସାହାଯ୍ୟ କରିବ ।ସମସ୍ତ ପରୀକ୍ଷା କେନ୍ଦ୍ରରେ AI-ଯୁକ୍ତ CCTV କ୍ୟାମେରା ଲଗାଯାଇଛି । ଏହା ହଲ୍ ଓ ପ୍ରବେଶ ପଥ ଉପରେ ନଜର ରଖିବ। କଟକରେ ଥିବା BSE ମୁଖ୍ୟାଳୟରୁ ଏହାର ସିଧାପ୍ରସାରଣ ଉପରେ ନଜର ରଖାଯିବ। ପ୍ରଶ୍ନପତ୍ର ପରିବହନ ପାଇଁ GPS ଟ୍ରାକିଂ ଗାଡ଼ି,…
ଏବେ ଦେଶର ଫାଷ୍ଟ ମୁଭିଂ କଞ୍ଜୁମର ଗୁଡସ୍ କମ୍ପାନୀ ନିଜର ପ୍ରଡକ୍ଟର ଦାମ୍ ବଢାଇବାରେ ଲାଗିଛନ୍ତି। କୁହାଯାଉଛି ଯେ, ବହୁ କମ୍ପାନୀର ଦାମ୍ରେ ପ୍ରାୟ ୫% ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି। ଯାହାଫଳରେ ଗ୍ରାହକଙ୍କ ଉପରେ ଦରଦାମ୍ ବୃଦ୍ଧିର ପ୍ରଭାବ ପଡିପାରେ।କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ ଟଙ୍କାର ଦୁର୍ବଳତା କର୍ପୋରେଟ ମାର୍ଜିନ ଉପରେ ଚାପ ପକାଇଛି। ଏହି କାରଣରୁ କମ୍ପାନୀ ଗୁଡିକ ଦାମ୍ ବଢାଇବାର ନିଷ୍ପତ୍ତି ନେଉଛନ୍ତି। ଡିଷ୍ଟ୍ରିବ୍ୟୁଟର୍ସଙ୍କ କହିବା ଅନୁସାରେ, ଏହି ତ୍ରୈମାସିକରେ ଡିଟରଜେଣ୍ଟ, ହେୟାର ଅଏଲ, ଚକୋଲେଟ ଏବଂ ନୁଡୁଲ୍ସ ଭଳି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ପ୍ରଡକ୍ଟ ନୂତନ ଏବଂ ଅଧିକ ମୂଲ୍ୟରେ ବଜାରକୁ ଆସୁଛି, ଯାହା ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପକାଇପାରେ।ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ମୂଲ୍ୟ ଚାପ ମଧ୍ୟରେ ଏଫ୍ଏମ୍ଜିସି କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ବିଷୟରେ ବିଚାର କରୁଛନ୍ତି।
ଦକ୍ଷିଣ ଆଫ୍ରିକୀୟ ଚିତା ଗାମିନି କୁନୋ ଜାତୀୟ ଉଦ୍ୟାନରେ ତିନୋଟି ଛୁଆ ଜନ୍ମ କରିଛି, ଯାହା ଫଳରେ ଦେଶର ମୋଟ ଚିତା ସଂଖ୍ୟା ୩୮ ରେ ପହଞ୍ଚିଛି।ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ସ୍ଥାନାନ୍ତର ଏକ ବୃହତ ମାଂସାଶୀ ପ୍ରାଣୀର ୨୦୨୨-୨୩ ମସିହାରେ ନାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଭାରତକୁ ଆସିବା ସହିତ ସମାପ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୨ ରେ ବ୍ୟକ୍ତିଗତ ଭାବରେ ପ୍ରଥମ ଆଠଟି ଚିତାକୁ ମୁକ୍ତ କରିଥିଲେ। ତେବେ ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରି ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି କହିଛନ୍ତି ଯେ ଭାରତରେ ଜନ୍ମିତ ଚିତା ଛୁଆଙ୍କ ସଂଖ୍ୟା ଏବେ ୨୭ କୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ, ଏହା ସହିତ, ଭାରତୀୟ ମାଟିରେ ନବମ ସଫଳ ଚିତା ଛୁଆ ରେକର୍ଡ କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗାମିନୀ ଦ୍ୱିତୀୟ ଥର…









