ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । କେଉଁଠୁ ଆସିବ ଅର୍ଥ, କେମିତି ଖର୍ଚ୍ଚ ହେବ ।ମିଳିଥିବା ସୂଚନା କହୁଛି ବଜେଟ୍ ବ୍ୟୟ ବରାଦ ପାଖାପାଖି ୯ ପ୍ରତିଶତ ବଢ଼ିପାରେ । ବଜେଟ୍ ଆକାର ୩ ଲକ୍ଷ ୧୫ ହଜାର କୋଟି ଛୁଇଁବ । (୬୦%ରୁ ଅଧିକ) ବିକାଶମୂଳକ କାର୍ଯ୍ୟକ୍ରମରେ ବିନିଯୋଗ ହେବ । କାର୍ଯ୍ୟକ୍ରମ ଖର୍ଚ୍ଚ ୧୧ ପ୍ରତିଶତ ବଢ଼ିପାରେ । ଅଭିବୃଦ୍ଧିର ଇଂଜିନ୍ କୁହାଯାଉଥିବା ପୁଂଜି ଖର୍ଚ୍ଚ ବି ସମାନ ହାରରେ ବଢ଼ିବ । ରାଜସ୍ୱ ଆୟ ପାଖାପାଖି ୮ ପ୍ରତିଶତ ବଢ଼ି ୨ ଲକ୍ଷ ୫୦ ହଜାର କୋଟି ଟପିପାରେ ।କିନ୍ତୁ ସଠିକ ସମୟରେ ବଜେଟ୍ ଅର୍ଥ ଖର୍ଚ୍ଚ ନ ହେବ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ଋଣଭାର ବି ବଢୁଛି । ଏହା ଭିତରେ ଏକ ସନ୍ତୁଳିତ ବଜେଟ୍ ରଖିବାକୁ ଚାହିଁବେ…
Author: sanitelevision
ରାଜଧାନୀରେ ନିୟମ ଭାଙ୍ଗୁଛନ୍ତି ବାର ଓ ପବ୍ । ମ୍ୟୁଜିକ ଆଳରେ ଚଲାଉଛନ୍ତି ଡ୍ୟାନସ ବାର। ସାମ୍ନାକୁ ଆସିଛି ବାର ଭିତରେ ନାଚ ଗୀତର ଆସର ସହ ଅସ୍ମିତା କ୍ଷୁର୍ଣ୍ଣ ହେଲା ଭଳି ଦୃଶ୍ୟ । ଯାହାକୁ ନେଇ ଅଭିଯୋଗ ପରେ ଯାଂଚ ଆରମ୍ଭ କରିଛି ଅବକାରୀ ଟିମ୍ ।ରାତି ବଢିବା ସାଙ୍ଗକୁ ବଢୁଛି ଡିଜେର ଶବ୍ଦ। ରଙ୍ଗୀନ ଆଲୋକର ମାୟାଜାଲ ଭିତରେ ନାଚୁଛନ୍ତି ଯୁବତୀ ଆଉ ତାଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ନିଶାସକ୍ତ ଗ୍ରାହକ।ଷ୍ଟେଜ୍ ଉପରେ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଗ୍ରାହକଙ୍କ ସିଧାସଳଖ ହାତକୁ ଟଙ୍କା ବଢାଇଦେବା, ଅବକାରୀ ବିଭାଗର କଟକଣାକୁ ଚ୍ୟାଲେଞ୍ଜ କରୁଛି। ଅବକାରୀ ନିୟମ ଅନୁଯାୟୀ ବାର୍ ଭିତରେ ୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସ ରହିବା ଜରୁରୀ। ଷ୍ଟେଜ୍ର ଉଚ୍ଚତା ଓ ରେଲିଂ ୩ ଫୁଟ୍ ଏବଂ ଗ୍ରାହକଙ୍କ ଠାରୁ ୫ ଫୁଟ୍ ଦୂରତା ରହିବା ବାଧ୍ୟତାମୂଳକ। ଯୁବତୀଙ୍କ ଉପରେ ଟଙ୍କା ଉଡାଇବା ମନା,…
ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ । ଏବେ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ନୂତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀମାନେ ଯେକୌଣସି ସମୟରେ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିପାରିବେ। ଯଦି କୌଣସି ବ୍ୟକ୍ତି ପରିଚୟ ପତ୍ର ଦେଖାଇବାରେ ବିଫଳ ହୁଅନ୍ତି ବା କ୍ୟାମ୍ପସରେ ରହିବାର ସଠିକ୍ କାରଣ ଦର୍ଶାଇ ନପାରନ୍ତି, ତେବେ ତାଙ୍କୁ ‘ଅନଧିକାର ପ୍ରବେଶକାରୀ’ ଭାବେ ଗଣ୍ୟ କରାଯାଇ ତୁରନ୍ତ ପୋଲିସ ଜିମା ଦିଆଯିବ। ସେହିପରି ବିଶ୍ୱବିଦ୍ୟାଳୟ ପରିସରକୁ ନିଶାମୁକ୍ତ ରଖିବା ପାଇଁ ମଦ, ତମାଖୁ, ଇ-ସିଗାରେଟ୍ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।ଏହା ବ୍ୟତୀତ, ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପରିବେଶରେ ବ୍ୟାଘାତ ସୃଷ୍ଟି କରୁଥିବା କାର୍ଯ୍ୟକଳାପକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି, ଯଥା ଅନାବଶ୍ୟକ ଭାବେ ବୁଲାବୁଲି କରିବା, ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଅଶାନ୍ତିକର ପରିବେଶ ସୃଷ୍ଟି କରିବା ଇତ୍ୟାଦି।
ଲାଞ୍ଚ ନେବା ବେଳେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ lଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲା ତହସିଲଦାର ମଲ୍ଲିକ ଗତ ୧୧ ଫେବୃଆରୀରୁ ପଥର ବୋଝେଇ ୫ଟି ଟ୍ରକକୁ ଅଟକ ରଖିଥିଲେ। ଏହି ଟ୍ରକ୍ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ନ କରିବା ଏବଂ ମୋଟା ଅଙ୍କର ଜୋରିମାନାରୁ ବଞ୍ଚାଇବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟ୍ରକ୍ ମାଲିକ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ, ମୂଲଚାଲ ପରେ ୪୦,୦୦୦ ଟଙ୍କାକୁ କମାଯାଇଥିଲା। ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଶ୍ରୀ ମଲ୍ଲିକ ଓ ଶ୍ରୀ ଜେନା ଭିଜିଲାନ୍ସ ହାତରେ ଧରା ପଡିଥିଲେ l ଭିଜିଲାନ୍ସ ପ୍ରଥମେ ଶ୍ରୀ ମଲ୍ଲିକଙ୍କୁ ଭଡା ଘରୁ ଧରିବା ପରେ ଦୟାନିଧି ଜେନାଙ୍କୁ ଉତ୍ତରେଶ୍ୱର ଠାରେ ଧରିଥିଲା l ସୋର…
ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଆହ୍ୱାନ କରିଛନ୍ତି।ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସୂଚନା ଅନୁସାରେ ନୂତନ ଜିଲ୍ଲା ପାଇଁ ଦାବି ହେଉଥିବା ସ୍ଥାନ ଗୁଡ଼ିକ ହେଲା ; ପଦମପୁର, ଧର୍ମଗଡ଼, ପଶ୍ଚିମ ମୟୁରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ, ବଣାଇ, ରାଉରକେଲା, ବେଦବ୍ୟାସ, ଟିଟିଲାଗଡ, କଣ୍ଟାବାଞ୍ଜି, ପାଟଣାଗଡ଼, ତାଳଚେର, ପାଲଲହଡା, ଭୁବନେଶ୍ୱର, ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଞ୍ଜନଗର, କବିସୂର୍ଯ୍ୟନଗର, ଚଣ୍ଡିଖୋଲ, ଆଠଗଡ଼, କୁଚିଣ୍ଡା, ବାଲିଗୁଡା, ଆନନ୍ଦପୁର, ନୀଳଗିରି, ସୋର, ଜଳେଶ୍ୱର, ନିମାପଡା ଓ ଗୁଣୁପୁର।୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେଳେ ମାତ୍ର ୬ଟି ଜିଲା (କଟକ, ପୁରୀ, ବାଲେଶ୍ୱର,…
ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା ।ଏନେଇ ବିଧାନସଭାରେ ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ଅଣତାରକା ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ବର୍ଷରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (GSI) ଦ୍ଵାରା ମଦନାସାହି-କାଞ୍ଜିଆ ବ୍ଲକକୁ ଏକତ୍ରିକରଣ କରି ଜିଓଲୋଜିକାଲ୍ ରିପୋର୍ଟ (Geological Report) ପ୍ରସ୍ତୁତ କରାଯାଇଛି ଏବଂ ଏହାର ପରବର୍ତ୍ତୀ ଆନୁଷଙ୍ଗିକ ପ୍ରକ୍ରିୟା ଯଥା ଖଣିଜ ବ୍ଲକର DGPS ସର୍ଭେ ଏବଂ ଜମିର ଯାଞ୍ଚ ପ୍ରସ୍ତୁତ ପ୍ରକ୍ରିୟା ଚାଲୁ ରହିଛି । ଉକ୍ତ ବ୍ଲକକୁ ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ କରିବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ |…
ମୟୁରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ଭୁବୁନେଶ୍ୱର – ଗୋପାଳପୁର, ଭୁବନେଶ୍ୱର- ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଯୋଗାଇ ଦିଆଯିବ । ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’ ମନୋନୀତ କରାଯାଇଛି ।ମାତ୍ର ୨୫୦୦ ଟଙ୍କା ଦେଇ ପର୍ଯ୍ୟଟକମାନେ ଏହି ହେଲିଟ୍ୟାକ୍ସି ଯାତ୍ରାର ସୁବିଧା ନେଇପାରିବେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ପବନ ହଂସ ପକ୍ଷରୁ ଏହି ହେଲିଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି । ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ମା’ ତାରାତାରିଣୀ, ଚିଲିକା, ସାତପଡ଼ା, ମା’ନାରାୟଣୀ ପୀଠ ଏବଂ ଗୋପାଳପୁର ବେଳାଭୂମି ଭଳି ସ୍ଥାନ ଗୁଡ଼ିକୁ ଆକାଶମାର୍ଗରୁ ପରିକ୍ରମା କରିପାରିବେ । ତେବେ ଆଜି…
ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା ମାଗଣା ସୁବିଧା ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।ସୁପ୍ରିମକୋର୍ଟ ଡିଏମକେ ସରକାର ନେତୃତ୍ୱାଧୀନ ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ ଲିମିଟେଡର ଏକ ଆବେଦନର ଶୁଣାଣି କରି ଦେଶରେ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଓ ନଗଦ ହସ୍ତାନ୍ତର କରାଯିବାର ଟ୍ରେଣ୍ଡ ବଢ଼ିବାରେ ଲାଗିଛି ବୋଲି କହିଥିଲେ। ଏହା କୌଣସି ଗୋଟିଏ ରାଜ୍ୟରେ ସୀମିତ ନାହିଁ। ଏହାଦ୍ବାରା ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି ହେବ ଓ ଲୋକମାନେ କାମ କରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ତାମିଲନାଡ଼ୁ ବିଦ୍ୟୁତ୍ ନିଗମ ଆବେଦନର ଶୁଣାଣି କରି କାହିଁକି ଶେଷ ମୁହୂର୍ତ୍ତରେ…
ବିପଜ୍ଜନକ ସ୍ଥିତିରେ ସ୍କୁଲ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ ବସରେ ନାହିଁ ଫିଟନେସ । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ବ୍ୟବହାର ହେଉଛି ୪୦୪୫ ବସ । ରାଜଧାନୀରେ ଗଡୁଥିବା ୧୭ଟି ବସର ନାହିଁ ଫିଟନେସ ସାର୍ଟିଫିକେଟ ।ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ ବସ୍, ଯାହାର ବି ଫିଟନେସ ନାହିଁ, ତା ଉପରେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ମାନୁଆଲି ଫିଟନେସ ଦିଆଯିବ । ତେବେ ଖୁବ୍ଶୀଘ୍ର ATS ନିର୍ମାଣ ସରିବ ।
ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଡ୍ରଗ୍ସ ସିଣ୍ଡିକେଟ୍ରେ ଜଡିତ ଥିବା ଅଭିଯୋଗରେ ପୁଲିସ ଜଣେ ମହିଳା ଡନ୍ ଖୁସନୁମା ଅନସାରୀ ଓରଫ ନେହାଙ୍କୁ ଗିରଫ କରିଛି । ନେହା ଗ୍ୟାଙ୍ଗ ମଧ୍ୟରେ “ମାଡାମ୍ ଜେହେର” ନାମରେ ଜଣାଶୁଣା। ତଦନ୍ତରୁ ଜଣାପଡିଛି ଯେ ନେହା ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ବ୍ୟୁଟି ପାର୍ଲର ଚଳାଉଥିଲେ। ଏହି ପାର୍ଲରର ଆଡ଼ରେ, ସେ ଲରେନ୍ସ ଏବଂ ହାସିମ୍ ବାବା ଗ୍ୟାଙ୍ଗ ପାଇଁ ଡ୍ରଗ୍ସ ସିଣ୍ଡିକେଟ୍ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ କାର୍ଯ୍ୟ ପରିଚାଳନା କରୁଥିଲେ।ପୋଲିସ ତାଙ୍କୁ ମହିପାଳପୁର ଫ୍ଲାଏଓଭର ନିକଟରୁ ଡ୍ରଗ୍ସ ସହ ଗିରଫ କରିଛି। ନେହା ହେଉଛି ଲରେନ୍ସ ଗ୍ୟାଙ୍ଗର ମୁଖ୍ୟ ବନ୍ଧୁକଧାରୀ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ବବି କବୁତର ଓରଫ ମହଫୁଜର ପ୍ରେମିକା। ଦୁହେଁ ଗତ ସାତ ବର୍ଷ ଧରି ଯୋଗାଯୋଗରେ ଅଛନ୍ତି। ବବି କବୁତର ହେଉଛି ସେହି ଅପରାଧୀ ଯିଏ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପୂର୍ବରୁ ରେକି କରିଥିଲା ଏବଂ ହତ୍ୟାକାରୀମାନଙ୍କୁ ମୁସେୱାଲାଙ୍କ…









