ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହୋଇପାରେ ପରିବର୍ତ୍ତନ । ନୂଆ ଆସିବେ, ହଟିପାରନ୍ତି ପୁରୁଣା । ଦୀର୍ଘ ଦିନ ଧରି ଚାଲୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଦିଲ୍ଲୀ ଗସ୍ତ ଅଛନ୍ତି । ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ବିଜେପି ଶିବିରରେ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଉଭୟ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି ।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୌଣସି ବି ମୂହୁର୍ତ୍ତରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ । କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହିତ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି | ଦଳ…
Author: sanitelevision
ସୌମ୍ୟଙ୍କୁ ହତ୍ୟା ପଛରେ ଥିଲା ପୁର୍ବ ଶତ୍ରୁତା । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ସୁରାଗ । ବାଲିଅନ୍ତା ବର୍ବରକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ସୁରାକ । ତେବେ ଓଡ଼ିଶା ପୋଲିସକୁ ଆଉ ଏକ ସଫଳତାମିଳିଛି । ଦୀର୍ଘ ଦିନ ପରେ ସୌମ୍ୟ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ଥିବା ବିନୋଦ କୁମାର ବେହେରାକୁ କେନ୍ଦ୍ରାପଡ଼ା ଇନ୍ଦୁପୁରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଲା । ତେବେ ସୌମ୍ୟଙ୍କୁ ହତ୍ୟା ପଛରେ ଥିଲା ପୁର୍ବ ଶତୃତାର ରାଗ । ବଡ଼ ଲିଙ୍କ ହାତରେ ଲାଗିବା ପରେ କ୍ରାଇମବ୍ରାଞ୍ଚ ଏହି ଦିଗକୁ ନେଇ ତନାଘନା ଚାଲିଛି ।ବିଭନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ମଲ୍ଟିପୁଲ ଟିମ୍ ରେଡ୍ କରିଛନ୍ତି । କିଛି ରହସ୍ୟର ଉନ୍ମୋଚନ କରିପାରେ କ୍ରାଇମବ୍ରାଞ୍ଚ। ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ।
କଳାହାଣ୍ଡି ମଦନପୁର ରାମପୁରରେ କରଲା ଖୁଟା ପାଳଙ୍କ ଘରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ଭିତରେ ପଶି ଥିବାବେଳେ ୬ ଜଣଙ୍କ ମୃତ୍ୟୁ । ଜଣେ ଗୁରୁତର । ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଜଣେ ଗୁରୁତରଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।କଳାହାଣ୍ଡିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ସହାୟତା ସହ ଗଭୀର ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭାରତୀୟ ଜନତା ପାର୍ଟି (ବିଜେପି)ରେ ମଙ୍ଗଳବାର ଯୋଗ ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ମିଶିଥିବା ସହ ପଦ୍ମ ଧରିଲେ ଦେବାଶିଷ। ବିଜେଡି ସହ ଦୀର୍ଘ ବର୍ଷର ସମ୍ପର୍କକୁ ଛିନ୍ନ କରି ଗତକାଲି ଇସ୍ତଫା ଦେଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦିନେ ନବୀନଙ୍କ ଏକାନ୍ତ ଅନୁଗତ ଏବଂ ଅତ୍ୟନ୍ତ ଘନିଷ୍ଠ ଥିଲେ । କିନ୍ତୁ ବିଜେଡିର ନୀତି, ଆଦର୍ଶ, ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଉଥିଲେ। ଶେଷରେ ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ
ପେଟ୍ରୋଲ ଡିଜେଲ ପରେ ଏବେ ସିଏନଜି ମହଙ୍ଗା ହୋଇଛି। ଦିଲ୍ଲୀ-ଏନସିଆରରେ ସିଏନଜିର ଦର କିଲୋଗ୍ରାମ ପିଛା ୨ଟଙ୍କା ବଢ଼ି ୮୩.୦୯ ପ୍ରତି କିଲୋ ପହଞ୍ଚିଛି। ତେଲ-ଗ୍ୟାସର ଦର ଲାଗାତାର ଭାବେ ବଢ଼ିଚାଲିଛି। ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି । ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଳୁରୁରେ ଦର ୯୦ ଟଙ୍କା ଛୁଇଁଛି । କେବଳ ଗୋଟିଏ ମାସ ମଧ୍ୟରେ ଚାରି ଥର ମୂଲ୍ୟ ସଂଶୋଧନ କରାଯାଇଛି। ଯେତେବେଳେ ଜଣେ ଗ୍ରାହକ ନିଜ ଗାଡ଼ିର ଟାଙ୍କି ପୂରଣ କରିବା ପାଇଁ ପେଟ୍ରୋଲ ପମ୍ପକୁ ଯାଆନ୍ତି, ସେତେବେଳେ ସେମାନଙ୍କୁ ଗତ ଥର ଅପେକ୍ଷା ଅଧିକ ବିଲ୍ ଦେବାକୁ ପଡ଼ୁଛି। ଏହି ନିରନ୍ତର ବୃଦ୍ଧି ଧାରା ମଧ୍ୟବିତ୍ତ ବର୍ଗର ଚିନ୍ତାକୁ ବୃଦ୍ଧି କରିଛି।
ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି ।ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି ଯେ, ଆମେରିକା ଇରାନର ଲାରାକ ଦ୍ୱୀପରେ ଆକ୍ରମଣ କରିଛି। ଇରାନୀ ଗଣମାଧ୍ୟମ ଏସ୍ଏନ୍ଏନ୍ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ନିକଟରେ ଦକ୍ଷିଣ ଲାରାକ ଦ୍ୱୀପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ରିପୋର୍ଟରେ କୁହାଯାଇଛି, ତିନି ଜଣ ମୃତକଙ୍କୁ ଚିହ୍ନଟ କରାଯାଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ ରହିଛି। ମୃତକମାନେ ସାମରିକ କର୍ମଚାରୀ ଥିଲେ କି ଆକ୍ରମଣରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ। କେନ୍ଦ୍ରୀୟ କମାଣ୍ଡ ମୁଖପାତ୍ର ଟିମ୍ ହକିନ୍ସ କହିଛନ୍ତି, ଆମେରିକା ସେନା ଚଳିତ ଅସ୍ତ୍ରବିରତି…
ତୃଣମୂଳ ସ୍ତରର ଅର୍ଥନୀତିରେ ରାସ୍ତାରେ ବିକ୍ରେତା ଏବଂ ହକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ 26 ତାରିଖରେ ଅନ୍ତର୍ଜାତୀୟ ହକର୍ସ ଦିବସ ପାଳନ କରାଯାଏ। ଏହି ଦିବସ ସ୍ଥାୟୀ ଉପଭୋକ୍ତାବାଦକୁ ସମର୍ଥନ କରିବା ଏବଂ ବାହାର, ଚାନ୍ଦା ଆଦାୟ ଏବଂ ପ୍ରତିବନ୍ଧକମୂଳକ ନୀତି ବିରୁଦ୍ଧରେ ଅସ୍ଥାୟୀ ଶ୍ରମିକଙ୍କ ଅଧିକାର ପାଇଁ ସମର୍ଥନ କରେ। ଏହି ଅବସର 2002 ମସିହାରେ କୋଲକାତାରେ ଅନ୍ତର୍ଜାତୀୟ ହକର୍ସ ଏବଂ ସହରାଞ୍ଚଳ ଗରିବ ମହାସଂଘ ଦ୍ୱାରା ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ ସମ୍ମିଳନୀ ସମୟରେ ପ୍ରତିଷ୍ଠିତ ହୋଇଥିଲା। ଏହା ଏହି କ୍ଷୁଦ୍ର-ଉଦ୍ୟୋଗୀମାନେ ବିଶ୍ୱ ସ୍ତରରେ ସହରାଞ୍ଚଳ ସ୍ଥାନରେ ନିୟାମକ ଚ୍ୟାଲେଞ୍ଜଗୁଡ଼ିକୁ ନେଭିଗେଟ୍ କରିବା ସମୟରେ କିପରି ସୁଲଭ, ସୁଲଭ ସାମଗ୍ରୀ ଏବଂ ସେବା ପ୍ରଦାନ କରନ୍ତି ତାହା ଉପରେ ଆଲୋକପାତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ।
ପ୍ରଚଣ୍ଡ ଖରା ତାତି ଓ ଗୁଳୁଗୁଳିରେ ଜଳୁଛି ସାରା ଓଡ଼ିଶା ।ଆସନ୍ତା ୪ଦିନ ଭୟଙ୍କର ତାତିରୁ ଆଶ୍ୱସ୍ତି ମିଳିବାର ଆଶା ନାହିଁ । କିନ୍ତୁ ୩୦ରୁ ତାତି ସାମାନ୍ୟ କମିପାରେ । ପ୍ରାୟ ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସମ୍ୱଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୨୭ ତାରିଖ ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି। ୨୯ ଯାଏ ପଶ୍ଚିମ ଓଡ଼ିଶାର ସବୁଠି ତାତି ୪୫-୪୬ ଡିଗ୍ରୀ ପାଖାପାଖି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଓଇଆରସି ଛାଡିଲେ ପ୍ରଦୀପ ଜେନା । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ଏପରକି ପ୍ରଦୀପଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ଶକ୍ତି ବିଭାଗ ପକ୍ଷରୁ ସୋମବାର ଏକ ଅଧିସୂଚନା ଜାରି କରାଯାଇଛି।ରାଜ୍ୟପାଳଙ୍କ ଆଦେଶ କ୍ରମେ ଇସ୍ତଫାକୁ ଗ୍ରହଣ କରାଯାଇଥିବା ବେଳେ,୨୦୨୬ ମେ ୨୫ରେ ପ୍ରଦୀପ ପଦ ଛାଡ଼ିବାକୁ ଅନୁମତି ପାଇଛନ୍ତି ।
ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ‘ପ୍ରେଗାବାଲିନ’ ଔଷଧକୁ ଆଉ ଔଷଧ ଦୋକାନୀମାନେ ଅବାଧରେ ବିକ୍ରି କରିପାରିବେ ନାହିଁ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ଏହି ଔଷଧ ମିଳିବ । ଏନେଇ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ।ଔଷଧ ନିର୍ମାତା, ବିତରକ, ହୋଲସେଲର, ରିଟେଲର ଏବଂ ଫାର୍ମାସିଷ୍ଟଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ବିଜ୍ଞପ୍ତିର ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ପ୍ରେଗାବାଲିନ୍’କୁ ଯୁବ ପିଢ଼ିଙ୍କ ଦ୍ୱାରା ନିଶା ପାଇଁ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଏଥିରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ ୧୯୪୫ ଅଧୀନରେ ପୂର୍ବରୁ ଥିବା ‘ସିଡ୍ୟୁଲ୍ ଏଚ୍’ରେ ଥିବା ପ୍ରେଗାବାଲିନ୍କୁ ‘ସିଡ୍ୟୁଲ୍ ଏଚ୍୧’ ଅଧୀନକୁ ଅଣାଯାଇଛି । ନୂଆ ସଂଶୋଧିତ ବର୍ଗୀକରଣ ଅନୁଯାୟୀ, ପ୍ରେଗାବାଲିନ୍ କେବଳ ପଞ୍ଜୀକୃତ ଚିକିତ୍ସକଙ୍କ…









