Author: sanitelevision

ସାରା ଦେଶରେ ଚାଲିଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ମଧ୍ୟପ୍ରଦେଶରେ ବି ପରୀକ୍ଷା ଦେଉଛନ୍ତି ହଜାର ହଜାର ଛାତ୍ରୀ । ତେବେ ଧାର ଜିଲ୍ଲାର ପରୀକ୍ଷା ହଲ୍ରୁ ନଜର ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ।। ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା ଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ବାଥରୁମରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ଚାପା ଉତ୍ତେଜନା ସୃଷ୍ଟି କରିଛି ।ମାମଲା ଏବେ ଚାଲିଛି ପୋଲିସ ତଦନ୍ତ ପରିସରରେ । ପୋଲିସ ଆହୁରି କହିଛି ଯେ, ପରିବାର ଲୋକ ନାବାଳିକାଙ୍କ ଗର୍ଭଧାରଣ ବିଷୟରେ ଥିଲେ ସଂପୂର୍ଣ୍ଣ ଅଜ୍ଞ । ସୂଚନା ଥାଉକି, ଛାତ୍ରୀ ଜଣକ ତାଙ୍କ ଗଣିତ ପେପର ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଥିଲେ । ପ୍ରାୟ ଦେଢ଼ ଘଣ୍ଟା ଧରି ନିରନ୍ତର ପରୀକ୍ଷା ଦେଉଥିଲେ । ହଠାତ୍…

Read More

ଏକକ ପିଜି ପ୍ରବେଶିକା ପରୀକ୍ଷା ବା ସିପିଇଟି ପାଇଁ କାଲିଠୁ ଫର୍ମ ପୂରଣ ଆରମ୍ଭ । ଆସନ୍ତାକାଲିଠୁ ମାର୍ଚ୍ଚ ୧୫ ଯାଏଁ ସାମସ ପୋର୍ଟାଲରେ ଫର୍ମ ପୂରଣ କରିପାରିବେ ଇଚ୍ଛୁକ ଛାତ୍ରଛାତ୍ରୀ । ସିପିଇଟି ମାର୍କ ଆଧାରରେ ହିଁ ସ୍ନାତକୋତ୍ତର ପାଇଁ ଚୟନ ହେବେ ଛାତ୍ରଛାତ୍ରୀ । ପିଜିରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ Common PG Entrance Test (CPET) ପରୀକ୍ଷାର ଦେବାକୁ ପଡ଼ିବ । ଏପ୍ରିଲ ମାସ ୨୭ ତାରିଖରୁ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ।ଏହାସହ ଜୁଲାଇ ୧୦ ତାରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ସଠିକ୍…

Read More

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ । ମାଷ୍ଟର କ୍ୟାଣ୍ଟିନ ଛକରେ ୫ ଏକର ଜମିରେ ନିର୍ମାଣ ହେବ । ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ଜିଲ୍ଲାରୁ ରାଜଧାନୀ ଆସୁଥିବା ଲୋକେ ଏଠାରେ ରହିପାରିବେ । ସ୍ୱଳ୍ପ ମଲ୍ୟରେ ଜନ ଆଶ୍ରୟ ଭବନରେ ୩ ଦିନ ରହିପାରିବେ । ସରକାରୀ, ବ୍ୟବସାୟ, ହସ୍ପିଟାଲ, କୋର୍ଟ କାମରେ ଆସୁଥିବା ଲୋକେ ରହିପାରିବେ । ଜନ ଆଶ୍ରୟ ଭବନ ପରିସରରେ ବସ ଷ୍ଟାଣ୍ଡ ଓ ଫୁଡ କୋର୍ଟ ରହିବ । ପ୍ରଥମ ଓ ଦ୍ୱିତୀୟ ମହଲାରେ ସୋ ରୁମ ଓ ଦୋକାନ ରହିବ ।

Read More

ନୂଆ ଓଡ଼ିଶା ଭବନର ଶିଳାନ୍ୟାସ । ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ । ୪୫ଟି କୋଠରୀ ସହ ଆଧୁନିକ ସମ୍ମିଳନୀ କକ୍ଷ ରହିବ । ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବ ।କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ ।ପୂର୍ବରୁ ଥିବା ପୁରୁଣା ବିଲ୍ଡିଂଟି ଅସୁରକ୍ଷିତ ଘୋଷିତ ହେବା ପରେ ତାହାକୁ ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏକ ଅତ୍ୟାଧୁନିକ ଓ ଓଡ଼ିଶାର କଳା-ସଂସ୍କୃତିର ଝଲକ ଥିବା ନୂଆ ଭବନ ନିର୍ମାଣ ହେବାକୁ ଯାଉଛି । ପ୍ରାୟ ୦.୪୩ ଏକର ଜମିରେ ୫,୨୮୫ ବର୍ଗ ମିଟର ଅଞ୍ଚଳରେ ଏହା ନିର୍ମିତ ହେବ। ଏହା ଓଡ଼ିଶାର ମନ୍ଦିର ସ୍ଥାପତ୍ୟ କଳା (କଳିଙ୍ଗ ଶୈଳୀ) ଉପରେ ଆଧାରିତ । ଏଥିରେ କୋଣାର୍କ ଚକ୍ର, ପଥର ଖୋଦେଇ କାମ…

Read More

ଦିଲ୍ଲୀ ଏନ୍ସିଆରର ଗୁରୁଗ୍ରାମରେ ଡ୍ରୋନ୍ ଓ ଏଆଇ ରୋବୋ ସାହାଯ୍ୟରେ ଡେଲିଭରୀ ସେବା ଆରମ୍ଭ ହୋଇଛି । ସ୍କାଇ ଏୟାର ମୋବିଲିଟି ଏହାର ଶୁଭାରମ୍ଭ କରିଛି। ଲଞ୍ଚ୍ ସମୟରେ କମ୍ପାନି ନିଜ ସିଷ୍ଟମର ଡେମୋ ଦେଖାଇଛି । ଏଥିରେ ଡ୍ରୋନ୍ ପ୍ରଥମେ ପାର୍ସଲ ବକ୍ସ ନେଇ ଆସୁଛି, ଯାହାକୁ ମେଲ୍ ବକ୍ସରେ ରଖାଯାଉଛି । ତା’ପରେ ଏକ ରୋଭର୍ ମେଲ୍ ବକ୍ସରୁ ପାର୍ସଲକୁ ସଂଗ୍ରହ କରି ଗ୍ରାହକଙ୍କ ଘର ସାମ୍ନାରେ ଡେଲିଭରୀ କରୁଛି । କମ୍ପାନି ଅନ୍ୟ ସହରରେ ସେବା ପହଞ୍ଚାଇବାକୁ ଯୋଜନା କରୁଛି । ଏଆଇ ଇମ୍ପ୍ୟାକ୍ଟ ସମିଟ୍ରେ ସ୍କାଇ ଏୟାର ମୋବିଲିଟି ଆମେରିକୀୟ କମ୍ପାନି ଆରାଇଭ୍ ଏଆଇ ଓ ଅଟ୍ଟୋନୋମି ସହ ସହଭାଗିତା କରିଛି । କମ୍ପାନି ଅନୁସାରେ, ଗୋଟିଏ ଡ୍ରୋନ୍ ପୋର୍ଟରେ ପ୍ୟାକେଜ୍ ପହଞ୍ଚାଏ । ସେଠାରେ ଏକ ରୋଭର୍ ପ୍ୟାକେଜ୍ ଉଠାଇ ସିଧା ଗ୍ରାହକଙ୍କ ଘରେ ପହଞ୍ଚାଏ । ଏହା ଦ୍ୱାରା ସାମଗ୍ରୀକୁ ଶୀଘ୍ର ଲୋକଙ୍କ…

Read More

ଆସନ୍ତା ୨୮ ତାରିଖରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତ୍ତି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏଥିପାଇଁ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ କହିଛନ୍ତି । ନବୀନଙ୍କୁ ସମୟ ମାଗିଥିଲେ ବି ଏଯାଏଁ ନବୀନ ସମୟ ଦେଇନାହାନ୍ତି କହିଲେ । ରାଜ୍ୟସଭାର ଚତୁର୍ଥ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ପିସିସି ସଭାପତି ଭକ୍ତ ଦାସ ଗୋଟି ଚାଳନା ଜାରି ରଖିଛନ୍ତି । ଏବେ ବି ଭକ୍ତ ଅପେକ୍ଷା କରିଛନ୍ତି ନବୀନଙ୍କ ଘୋଷଣାକୁ । ନଚେତ୍‌ କଂଗ୍ରେସ ଏକାକି ନିଜସ୍ୱ ପ୍ରାର୍ଥୀ ଦେବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଦଳର ବରିଷ୍ଠ ନେତା କିମ୍ବା ବିଶିଷ୍ଟ ବ୍ୟକ୍ତି, ପ୍ରତିଷ୍ଠିତ ସମାଜସେବୀଙ୍କୁ ପ୍ରାର୍ଥୀ କରାଯାଇପାରେ । ସଂଖ୍ୟା ବଳ ଦେଖିଲେ ବିଜେପି ୨ଟି ରାଜ୍ୟସଭା ଆସନ ଓ ବିଜେଡି ଗୋଟିଏ ଆସନ ଜିତିବା ପକ୍କା । ଅସଲ…

Read More

୨୦୨୬ ମାର୍ଚ୍ଚ ମାସରେ ବିଭିନ୍ନ ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି ଯୋଗୁଁ ମୋଟ୍ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତୁ ନଜର ପକାଇବା ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ଉପରେ | ତେବେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବା ଜାରି ରହିବ । ରବିବାର ପଡ଼ୁଥିବାରୁ ସାରା ଦେଶରେ ୧/୮ / ୧୫ /୨୨ /୨୯ ବ୍ୟାଙ୍କ ବନ୍ଦ ରହିବ । ୨ ମାର୍ଚ୍ଚରେ ହୋଲିକା ଦହନ ପାଇଁ କାନପୁର ଓ ଲକ୍ଷ୍ନୌରେ ବ୍ୟାଙ୍କ ଖୋଲା ରହିବ ନାହିଁ୩ ମାର୍ଚ୍ଚରେ ହୋଲିଭୋପାଳ, ମୁମ୍ବାଇ, ପାଟନା, କଲିକତା ଆଦି ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।୪ ମାର୍ଚ୍ଚରେ ହୋଲି ପାଇଁ ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡିଗଡ଼, ଅହମ୍ମଦାବାଦରେ ବନ୍ଦ ରହିବ ବ୍ୟାଙ୍କ୧୩ ମାର୍ଚ୍ଚରେ ଚାପଚର କୁଟ ପାଇଁ ଆଇଜ୍ୱାଲରେ ବ୍ୟାଙ୍କ ବନ୍ଦ ।୧୪ ମାର୍ଚ୍ଚ ଦ୍ୱିତୀୟ ଶନିବାର, ତେଣୁ ସାରା…

Read More

ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଏନସିଇଆରଟିର ୟୁ ଟର୍ଣ୍ଣ । ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) । ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଅନୁଚିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା କରିଛି। ସମ୍ପୂର୍ଣ୍ଣ ଅଜାଣତରେ ଏଭଳି ଭୁଲ ହୋଇଥିବା ବୋଲି ବର୍ଣ୍ଣନା କରିଛି ଏନସିଆରଟି । ସୂଚନାମୁତାବକ ବୁଧବାର ଏନସିଇଆରଟିର ଅଷ୍ଟମ ଶ୍ରେଣୀ ବହିର କିଛି ଚାପ୍ଟରକୁ ନେଇ ବିବାଦ ବଢିଥିଲା । ଏଥିରେ କୋର୍ଟରେ କେତେ ମାମଲା ବିଚାରାଧୀନ ଅଛି ଏବଂ ନ୍ୟାୟପାଳିକାରେ ଦୁର୍ନୀତିର ସମସ୍ୟା କିପରି ବ୍ୟାପି ଚାଲିଛି ସେନଇ ଉଲ୍ଲେଖ ରହିଛି । NCERT ଦ୍ୱାରା ନାଗରିକ ବିଜ୍ଞାନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଧ୍ୟାୟରେ ଏହି ଜିନିଷଗୁଡ଼ିକ ନ୍ୟାୟପାଳିକା ଉପରେ ଉଲ୍ଲେଖ କରାଯାଇଛି । ଏହି ମାମଲାରେ…

Read More

ଆଜି ଫଗୁ ଦଶମୀ। ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଫଗୁ ବା ଅବିର ଦେବତାଙ୍କ ସେବାରେ ଲାଗେ। ଏହା ହେଉଛି ହୋଲି ପର୍ବର ପୂର୍ବ ପର୍ବ। ଆଜି ମହାପ୍ରଭୁ ଫଗୁ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ । ଆଜି ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ । ଆସନ୍ତା ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହିତ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହେବେ। ପ୍ରତିଦିନ ମଧ୍ୟାହ୍ନ ଧୂପ ବଢ଼ିବା…

Read More

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । ସୂଚନାମୁତାବକ ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତକାଲି ସରିଥିବା ବେଳେ ଏବେ ସବୁ ଦଳର ନଜର ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ । ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି । ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ,…

Read More