ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ। କଟକ ଚୌଦ୍ବାରସ୍ତିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଓଡ଼ିଶାର ପାରମ୍ପରିକ ‘ଘୋଡ଼ା ନାଚ’କୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥାପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ଏହା ଆଗରୁ ସେ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମଧ୍ୟ ପାଇଥିଲେ । ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧୀ ପ୍ରଦାନ କରିଥିଲା । ଘୋଡ଼ା ନାଚ କରି ରାଜ୍ୟ, ଦେଶ ତଥା ଦେଶ ବାହାରେ ସେ ସୁନାମ ଅର୍ଜନ କରିଥିଲେ ।ସେପଟେ ପଦ୍ମଶ୍ରୀ ଉଛବ ଚରଣ ଦାସ ପରଲୋକ ଖବର ଶୁଣି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଘୋଡ଼ାନାଚ…
Author: sanitelevision
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍ ଗୁରିଅନ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଯାହା ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କକୁ ସ୍ପଷ୍ଟ କରିଥିଲା। ମୋଦୀ ପହଞ୍ଚିବା ପରେ ଦୁଇ ପ୍ରଧାନମନ୍ତ୍ରୀ ପରସ୍ପରକୁ ଆଲିଙ୍ଗନ କରିଥିଲେ। ମୋଦୀ ଶେଷଥର ପାଇଁ ୨୦୧୭ ମସିହାରେ ଇସ୍ରାଏଲ ଗସ୍ତ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ବନ୍ଧ ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ। ବିମାନ ବନ୍ଦରରେ ନେତନ୍ୟାହୁଙ୍କ ସହିତ ବୈଠକ ପରେ ପିଏମ ମୋଦୀ ଇସ୍ରାଏଲ ସଂସଦ ସେନେଟକୁ ସମ୍ବୋଧିତ କରିବେ। ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ନେତନ୍ୟାହୁଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପହଞ୍ଚିଛନ୍ତି। ଏହି ସମୟରେ…
ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ଦେବରକୋଣ୍ଡାଙ୍କ ପିତାମାତାଙ୍କୁ ଏକ ଚିଠିରେ ସମ୍ବୋଧିତ କରିଛନ୍ତି । ସେ ଲେଖିଛନ୍ତି, “ଶ୍ରୀମତୀ ମାଧବୀ ଏବଂ ଶ୍ରୀ ଗୋବର୍ଦ୍ଧନ ରାଓ ଦେବରକୋଣ୍ଡା ୨୬ ଫେବୃଆରୀ, ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଏବଂ ରଶ୍ମିକାଙ୍କ ବିବାହ ଉତ୍ସବରେ ଆପଣଙ୍କ ନିମନ୍ତ୍ରଣ ପାଇ ମୁଁ ବହୁତ ଖୁସି । ଏହି ପବିତ୍ର ଅବସରରେ ଦେବରକୋଣ୍ଡା ଏବଂ ମନ୍ଦାନାଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ । ଏହା ବିଜୟ ଏବଂ ରଶ୍ମିକାଙ୍କ ଜୀବନରେ ଏକ ନୂତନ ଏବଂ ସୁନ୍ଦର ଅଧ୍ୟାୟର ଆରମ୍ଭ। ସୁଚନା ମୁତାବକ ରଶ୍ମିକା ଏବଂ ବିଜୟଙ୍କ…
ଧାନକିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ପର୍ଯ୍ୟନ୍ତ ଏହି ଅବଧି ବଢ଼ାଯିବ। ରାଜ୍ୟରେ ସମସ୍ତ ଜିଲାପାଳ ଏହି ଅବଧି ସମୟ ବଢ଼ାଇ ପାରିବେ। ବିଳମ୍ବ କିମ୍ବା ସମସ୍ୟା ଯୋଗୁ ରାଜ୍ୟର ଚାଷୀଙ୍କୁ ବାଦ୍ ଦିଆଯିବ ନାହିଁ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନକିଣା ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ଧାନ କ୍ରୟ ପ୍ରକ୍ରିୟାରେ କିଛି ବିଳମ୍ବ ଓ ଅଭିଯୋଗ ଥିବାବେଳେ, ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ସବୁ ଧାନ ଉଠାଇବାକୁ ପ୍ରତିବଦ୍ଧ। ମିଲର୍ସ ଓ ଚାଷୀଙ୍କ ସହ ଆଲୋଚନା କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି।
ଗତକାଲି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି। ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃ ତଦନ୍ତ କରିଛନ୍ତି।ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, “ମୁଁ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ। ଆମେ ଗୋଟିଏ ଦିନ ଅପେକ୍ଷା କରିବୁ। ଏହା ସମ୍ପୂର୍ଣ୍ଣ ପ୍ରତିଷ୍ଠାନ ପାଇଁ ଚିନ୍ତାର ବିଷୟ। ମୁଁ ବହୁତ କଲ୍ ଏବଂ ମେସେଜ୍ ପାଉଛି। ମୁଁ ଏହି ମାମଲାର ସ୍ୱତଃ ତଦନ୍ତ କରୁଛି। ମୁଁ କାହାକୁ, ଯେତେ ଉଚ୍ଚପଦସ୍ଥ ବ୍ୟକ୍ତି ହେଉ ନା କାହିଁକି, ଅନୁଷ୍ଠାନକୁ ବଦନାମ କରିବାକୁ ଅନୁମତି ଦେବି ନାହିଁ।” ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ଏମ୍. ସିଂଘଭି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ନ୍ୟାୟପାଳିକାରେ ଛାତ୍ରମାନଙ୍କୁ ଦୁର୍ନୀତି ବିଷୟ ଏପରି ପଢ଼ାଯାଉଛି ଯେପରି ଏହା ଅନ୍ୟ କୌଣସି…
ରାଜ୍ୟରେ କାଳବୈଶାଖୀ ପ୍ରଭାବ ।ଗତକାଲି କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଥିଲା । ଗୋଟିଏ କି ଦୁଇଟି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି। ଟୁଇନ ସିଟିରେ ପ୍ରବଳ ବର୍ଷା| ଆଜି ବର୍ଷା ସହ ହୋଇପାରେ ବିଜୁଳି ଘଡଘଡି ଓ ଝଟକା ପବନ । ସତର୍କ କଲା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ମାଲକାନଗିରି, ରାୟଗଡ଼ା, କୋରାପୁଟ ଜିଲ୍ଲା ସହ ଗଞ୍ଜାମ, ଗଜପତି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ସହ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳରେ ଏହାର ପ୍ରଭାବ ପଡ଼ିପାରେ । ଏହାସହ ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀ ର ପ୍ରଭାବ ।ଏସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ…
ଚଳିତ ବର୍ଷ କେନ୍ଦ୍ରାପଡ଼ାର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି।ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ ନ ଥିବାରୁ ଅସୁବିଧା ହେଉଥିଲା। ରଥଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା।ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା । ରଥ ପରିଚାଳନାରେ ଉପରୋକ୍ତ ବିଭ୍ରାଟ ଭକ୍ତ ମାନଙ୍କ ମନରେ ଅସନ୍ତୋଷର ସୃଷ୍ଟି କରୁଥିଲା । ଏହି ସମସ୍ତ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଛନ୍ତି।
ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ସେ କହିଛନ୍ତି ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି । ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ୍ ହେବ, ଏହା ପରେ ତାରିଖ ଘୋଷଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ସେପଟେ ରତ୍ନଭଣ୍ଡାର ଗଣତିମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି । ପ୍ରସ୍ତୁତ ଏସଓପିକୁ ହାଇଲେବୁଲ୍ କମିଟି, ବିଧି ସବକମିଟି ଏବଂ ପରିଚାଳନା କମିଟିରେ ଆଲୋଚନା ହୋଇଛି ।ଅଳଙ୍କାର ଗଣତି ମଣତି ତାରିଖ ଓ ମାହେନ୍ଦ୍ର ବେଳାର ନିଷ୍ପତ୍ତି ନେବ ପରିଚାଳନା କମିଟି ।
‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ୫ଟି OTT ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି। ସାର୍ବଜନୀନ ଶାଳୀନତା, ଜାତୀୟ ସ୍ୱାର୍ଥ ଏବଂ ସାମ୍ବାଦିକ ନୀତିକୁ ସୁରକ୍ଷା ଦେବା ପାଇଁ ସୂଚନା ପ୍ରଯୁକ୍ତି ନିୟମ ୧୦୨୧ ଏବଂ ଅଶ୍ଳୀଳତା ଆଇନକୁ ପ୍ରବର୍ତ୍ତନ କରାଯାଇଥିଲା। ଏହି ପଦକ୍ଷେପ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ର ଧାରା ୬୯କ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ସହିତ ସମାନ। ଏହି ନିୟମ ଅନୁଯାୟୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ OTT ପ୍ଲାଟଫର୍ମ MoodXVIP, Koyal Playpro, Digi Movieplex, Feel, Jugnu କୁ ବନ୍ଦ କରିଛନ୍ତି।ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ଅଶ୍ଳୀଳ ଏବଂ ‘ପର୍ଣ୍ଣୋଗ୍ରାଫିକ୍’ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ କେନ୍ଦ୍ର ସରକାର ଏକାଧିକ ଆପ୍ ଏବଂ ୱେବସାଇଟ୍ ବ୍ୟାନ କରିଥିଲେ।ଗତବର୍ଷ ବି କେନ୍ଦ୍ର ସରକାର ଅଶ୍ଳୀଳ…
ହାତଗଣ୍ଠି ପୂର୍ବରୁ ହାତକଡି । ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ଟେକିନେଲା ପୋଲିସ ।ଗିରଫ ଅଭିଯୁକ୍ତ ସିଦ୍ଧାର୍ଥ ଶଙ୍କର ରଥ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଇଞ୍ଜିନିୟରି ସିଦ୍ଧାନ୍ତ ଶଙ୍କର ରଥ । ସିଦ୍ଧାନ୍ତଙ୍କ ଘର ଗଞ୍ଜାମ ବିଶ୍ବନାଥପୁରରେ । ଆଜି ସିଦ୍ଧାନ୍ତଙ୍କ ଥିଲା ବାହାଘର । ହେଲେ ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିଥିଲେ ମଧ୍ୟ ବିବାହ କରିନଥିଲେ । ପରେ ପ୍ରେମିକା ଜଣକ ଜାଣିବାକୁ ପାଇଥିଲେ ସିଦ୍ଧାର୍ଥର ବାହାଘର ହେଉଛି । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ମଙ୍ଗଳବାର ରାତିରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।








