Author: sanitelevision

୨ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ମଲା ପରେ ବି ବାପାଙ୍କୁ ମିଳିଲାନି ଚାରିକାନ୍ଧ। ସାହି ଭାଇ ତ ଦୂରର କଥା, ନିଜ ବଡ଼ ପୁଅ ବି କାନ୍ଧ ଦେଲାନି ବାପାଙ୍କୁ। ଅଭିଯୋଗ ଆସିଛି, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରା ଗାଁରୁ। ଶେଷରେ ମୃତକଙ୍କ ଭଉଣୀ ଓ ପୁଅ-ଝିଅ କାନ୍ଧରେ ନେଇ କଲେ ଅନ୍ତିମ ସତ୍କାର । ସୂଚନାନୁଯାୟୀ, ଗାଁର ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ । କିନ୍ତୁ ଦୁଇ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ଦେବାକୁ ଆସିଲେନି ଗାଁ ଲୋକ । ଫଳରେ ଅନ୍ୟ କିଛି ଉପାୟ ନପାଇ ଦୁର୍ଯ୍ୟୋଧନଙ୍କ ପୁଅ-ଝିଅ ଓ ଭଉଣୀ-ଭାଣିଜୀ ମିଶି ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ । କିଛି ପାଖ ପଡୋଶୀ ଯାଇଥିଲେ ମଧ୍ୟ କେହିଁ ଛୁଇଁ ନଥିଲେ। ଯାହାକୁ ନେଇ ସାନ ପୁଅ ଜାତିପ୍ରଥା ନୀତି ନିୟମ…

Read More

ରାଜଧାନୀରେ ହୋର୍ଡିଂ ପଡ଼ି ଦୁଇଜଣଙ୍କ ମୃତ୍ୟୁ । ଗତକାଲି ହୋଇଥିବା କାଳବୈଶାଖୀରେ ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଲାଗିଥିବା ହୋଡ଼ିଂ ଗଳି ପଡିଥିଲା । ଫଳରେ ଗଂଜାମ ଆସ୍କାର ଟୁନା ଗୌଡ଼ ନାମକ ଯୁବକଙ୍କ ମତ୍ୟୁ ହୋଇଛି । ଅନ୍ୟପଟେ ହୋର୍ଡିଂ ତଳେ ଚାପିହୋଇ ରହି ଡୁମୁଡୁମାର ଇଂଜିନିୟରିଂ ଛାତ୍ର ସଚିଦାନନ୍ଦ ପ୍ରଧାନଙ୍କ ଜୀବନ ଯାଇଛି । ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳ ପରିଦର୍ଶନ ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଜଧାନୀରୁ ବେଆଇନ ହୋର୍ଡିଂ ହଟିବା ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସୂଚନା ଏହା ଏକ ସରକାରୀ ହୋର୍ଡ଼ିଂ ନୁହେଁ । ଆଇଗିଣିଆ ଦୁର୍ଗ ପୂଜା ମଣ୍ଡପ ପରିସରରେ ଏହି ହୋର୍ଡ଼ିଂ ଲାଗିଥିଲା । ଯାହା ଜାଗାରେ ହୋର୍ଡ଼ିଂ ଲାଗିଥାଏ ସେ ପଇସା ପାଇଥାଏ । ହୋଡ଼ିଂ ନିର୍ମାଣ ନେଇ ଏକ structural ସାର୍ଟିଫିକେଟ…

Read More

ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍‌ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍‌ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର ଏକ-ତୃତୀୟାଂଶ କେବଳ ଭାରତରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରୁ ଜଣାପଡ଼ିଛି। ତେବେ ଓଡ଼ିଶାରେ କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି । ମିଳିବ ‘ଜରାୟୁ କ୍ୟାନସର’ ସୁରକ୍ଷା କବଚ । ଦିଆଯିବ ହ୍ୟୁମାନ ପାପିଲୋମା ଭାଇରସ୍‌ (ଏଚ୍‌ପିଭି) ଇଞ୍ଜେକ୍ସନ୍‌ । ସମସ୍ତଙ୍କୁ ବ୍ୟୟ ବହୁଳ ଇଞ୍ଜେକ୍ସନ୍‌ ବା ଟିକା ମାଗଣା ଦିଆଯିବ । ଟିକା ପ୍ରଦାନ ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । କେନ୍ଦ୍ର ସରକାର ଟିକା ପ୍ରଦାନ କରିଛନ୍ତି । ଏହି ଟିକା ଦୁଇ ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ । ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ କିଶୋରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ।…

Read More

ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ । କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଘରେ ଟଙ୍କାର ପାହାଡ଼ ।ଖଣି ଉପନିର୍ଦ୍ଦେଶକଙ୍କ ତିନୋଟି ଠିକଣାରେ ଚଢ଼ାଉ ହୋଇଛି ।ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କାରବାରରେ ସହାୟତା ପାଇଁ ଖଣି ଉପନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇବା ପରେ ଚଢ଼ାଉ କରାଯାଇଥିଲା । ଖଣି ଉପନିର୍ଦ୍ଦେଶକଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଟ୍ରଲି ବ୍ୟାଗ୍ ଏବଂ ଆଲମିରା ଭିତରେ ଲୁଚାଇ ରଖାଯାଇଥିବା ୪ କୋଟିରୁ ଅଧିକ ଟଙ୍କା ମିଳିଛି । ତାଙ୍କ ଅଫିସ୍ ଡ୍ରୟରରୁ ମଧ୍ୟ ୧କୋଟି ୨୦ ଲକ୍ଷ ଟଙ୍କା ମିଳିଛି । ଟଙ୍କା ଗଣତି ଏବେ ମଧ୍ୟ ଜାରି ରହିଛି ।ଭୁବନେଶ୍ୱର ପାହଳଠାରେ ଏକ ଦୁଇ ମହଲା…

Read More

ପାରାଦୀପ ତାରିଣୀଗଡ଼ାରେ ଛାତରୁ ପଡି ମୃତ୍ୟୁ ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୋଲର ଅଞ୍ଚଳର ଜଣେ ଯୁବତୀ । ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ସାରଳା ରୋଡ ନିକଟରୁ ବିହାରର ଜଣେ ଯୁବକ ବାଇକରେ ଲିଫ୍ଟ ଦେବା ବାହାନାରେ ପାରାଦୀପ ନେଇ ଆସିଥିଲେ । ଦୁଷ୍କର୍ମ ପରେ ୪ ମହଳା ଛାତ ଉପରୁ ଠେଲିଦେଇଥିle । ସିସିଟିଭି ଫୁଟେଜରୁ ମିଳିଲା ସାଂଘାତିକ ତଥ୍ୟ। ଅଭିଯୁକ୍ତକୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଗତ ୨୩ ତାରିଖରେ ତାରେଣୀଗଡ଼ାରୁ ମିଳିଥିଲା ଯୁବତୀଙ୍କ ଉଲଗ୍ନ ମୃତଦେହ । ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସାଇଣ୍ଟିଫିକ୍ ଟିମ ପହଁଚି ଛାତ ଉପରୁ ଖଇନି ଜରି, ମଶାଧୂପ, ପୋଡା ସିଗାରେଟ ସହିତ ଘରର ଗ୍ୟାସ ପାଇପରେ ଝୁଲି ରହିଥିବା ଯୁବତୀଙ୍କ ବସ୍ତ୍ର, ସିସିଟିଭି ହାର୍ଡଡିସ୍କ ଜବତ କରିଥିଲା । । ଘର…

Read More

ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି କଲେ ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ହେବ । ଏଭଳି କହି ସରକାରଙ୍କ ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ନବୀନ ଚେତାବନୀ ଦେଇଛନ୍ତି ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା । ହେଲେ କ୍ଷମତାକୁ ଆସିବା ପରେ ମଦର ପ୍ରସାର ଓ ସହଜ ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା, କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ବିଜେପି ସରକାର ଓଡ଼ିଶାବାସୀଙ୍କୁ ହତାଶ ଓ ନିରାଶ କରିଛି । ଓଡ଼ିଶାରେ ମହିଳା, ଶିଶୁଙ୍କ ସୁରକ୍ଷା…

Read More

ପୁଣି ଭୟଙ୍କର ବିମାନ ଦୁର୍ଘଟଣା । ବିମାନରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ୮ ଲକ୍ଷର ଲୋନ୍, ଭଡାରେ ଏୟାର ଆମ୍ବୁଲାନ୍ସ, ହେଲେ କେଇ ସେକେଣ୍ଡରେ ସବୁକିଛି ଛାରଖାର୍‌ । କିଏ ବାପାକୁ ହରାଇଲା ତ କାହା ମୁଣ୍ଡରୁ ଲିଭିଛି ସିନ୍ଦୂର । ନିମିଷକରେ ଉଜୁଡିଗଲା ଅନେକ ପରିବାର । ରୋଗୀ ନେଇ ଯାଉ ଯାଉ ମଝି ଆକାଶରେ ଶବ ପାଲଟିଗଲେ ସମସ୍ତେ । ଜଣେ ରୋଗୀଙ୍କୁ ନେଇ ରାଞ୍ଚିରୁ ଦିଲ୍ଲୀ ଯାଉଥିବାବେଳେ ଗୋଟିଏ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଚତ୍ରା ଜିଲ୍ଲାରେ ଘଞ୍ଚ ଜଙ୍ଗଲ ଭିତରେ ଖସିପଡିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବିମାନ ଭିତରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ଆସିଛି ହୃଦୟ ବିଦାରକ ଚିତ୍ର, ଯେଉଥିରେ ବିମାନଟି ଚୁରମାର୍ ହୋଇପଡିଥିବା ଦେଖାଯାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ସଞ୍ଚୟ କୁମାର…

Read More

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ସରକାର ଧାନ କିଣୁଛନ୍ତି ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।ସେ ଆହୁରି ମଧ୍ୟ କହିଛନ୍ତି ଯେ, ୮୦୦ ଟଙ୍କା ଇନପୁଟ ସବସିଡି କଥା କୁହାଯାଇନଥିଲା। ବର୍ତ୍ତମାନ୍ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କ ଠାରୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି। ୩୧୦୦ ଟଙ୍କା ହିସାବରେ ୧୮ ହଜାର ୫୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପଟେ ଆଜି ବିଧାନସଭା ବାହାରେ ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ । ଲୋୟର ପିଏମଜିରେ ବିଶାଳ ଚାଶୀ ସମାବେଶ କରି ଗର୍ଜନ କରିଛି ବିଜୁ ଜନତା ଦଳ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋଙ୍କ ସହିତ ଜଣକ ପରେ ଜଣେ ବିଜେଡି…

Read More

୨୦୨୭ ଫେବ୍ରୁଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ।୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନାହିଁ ପଞ୍ଚାୟତ କି ବ୍ଲକ ପୁନର୍ଗଠନ । ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

Read More

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି । ଗଣତି ମଣତି ପାଇଁ ୨ଟିମ ଗଠନ ପାଇଁ ନିଷ୍ପତ୍ତି ହୋଇଛି ।ଦୁଇଟି ଯାକ ଟିମକୁ ମୁଖ୍ୟ ପ୍ରଶାସକ ଲିଡ କରିବେ । ତତ୍ୱାବଧାରକ ଟିମ ଓ କାର୍ଯ୍ୟବାହୀ ଟିମ ଗଠନ କରାଯିବ । କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ସ୍ଥିର କରିବ। ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ ।ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ । ସେଥି ମଧ୍ୟରୁ ୨ ଜଣ ଯାଇ ପାରିବେ । ବିଭିନ୍ନ ଅଳଙ୍କାର ଚିହ୍ନିବାକୁ ଜଣେ ରହିବେ । ଆରବିଆଇରୁ ଜଣେ ରହିବେ । ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତି ମଣତି…

Read More