ହୋର୍ଡିଂ ଟ୍ରାଜେଡି ପରେ ବିଏମ୍ସିର ପଶିଲା ଚେତା ।ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ଏଥିପାଇଁ ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି । ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ ।ସ୍ଥାୟୀ ପ୍ରମାଣପତ୍ର ଦେବା ପାଇଁ ବାଧ୍ୟତାମୂଳକା କରାଯାଇଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଲ ରଣା ।ସେହିପରି, ସମସ୍ତ ହୋର୍ଡିଂ ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ଓ ସୁରକ୍ଷା ହେଉଛି ସେଥିପାଇଁ ହୋର୍ଡିଂ ପାଇଁ ନୂଆ ବ୍ୟବସ୍ଥା କରିବ ବିଏମ୍ସି । ସବୁ ହୋର୍ଡିଂର ସମୀକ୍ଷା କରି ଏହାର ସ୍ଥିତି କିପରି ଅଛି, ତାହା ଜଣାଇବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ହୋର୍ଡିଂ ଗୁଡ଼ିକରେ ନିଜ ସଂସ୍ଥାର ନାମ ଲେଖିବାକୁ ମଧ୍ୟ କୁହାଯାଇଛି । ପ୍ରତି ଏଜେନ୍ସି ସବୁ ହୋର୍ଡିଂରେ ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସ କରିବାକୁ କୁହାଯାଇଛି । ବର୍ତ୍ତମାନ ୩ଟି ଏଜେନ୍ସିକୁ ସରକାରୀ ଦର ଅନୁସାରେ ହୋର୍ଡିଂ ଲଗାଇବାକୁ ଅନୁମତି ଦିଆଯାଇଛ ।…
Author: sanitelevision
ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ । ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି,ପ୍ରାର୍ଥୀ ଫାଇନାଲ୍ ହେବ କହିଲେ ପିସିସି ସଭାପତି ଭକ୍ତ ଦାସ । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । ୫ଟି ନାଁକୁ ନେଇ ଆଲୋଚନା ଚାଲିଛି ବୋଲି ଭକ୍ତ ଦାସ କହିଛନ୍ତି ।ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି। ଆମେ ରାଜନୀତିରେ ଘୋଡ଼ା ବେପାର ବନ୍ଦ କରିବାକୁ ଚାହୁଁଛୁ ବୋଲି ଭକ୍ତ କହିଛନ୍ତି।
ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ଆଖି ଆଗରେ ରଖି ଓଡିଶାକୁ ମୋଦି ସରକାରଙ୍କ ବଡ଼ ଭେଟି । ବିକଶିତ ଓଡିଶା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ପକ୍ଷରୁ ବନ୍ଦର ସହର ପାରାଦ୍ୱୀପ ଠାରେ ଏକ ‘ଗ୍ରୀନ ହାଇଡ୍ରୋଜେନ ଜେଟି’ ବିକଶିତ କରାଯିବାକୁ ଘୋଷଣା କରାଯାଇଛି । ଏନେଇ ବିଭାଗ ପକ୍ଷରୁ ୭୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପାରାଦ୍ୱୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ କେନ୍ଦ୍ରରେ ବିକଶିତ କରିବା ଲାଗି ଏହି ପ୍ରକଳ୍ପ ଡିଜାଇନ କରାଯାଇଛି ।୪ MTPA କ୍ଷମତା ସହିତ, ଏହି ପ୍ରକଳ୍ପ ଓଡ଼ିଶାର ଉଦୀୟମାନ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଲଷ୍ଟରଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ କରିବ, ସ୍ୱଚ୍ଛ ଶକ୍ତି ରପ୍ତାନି ଲଜିଷ୍ଟିକ୍ସକୁ ମଜବୁତ କରିବା ସହ ଭାରତର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନକୁ ଆଗକୁ ବଢିବାକୁ ସୁଯୋଗ ଦେବ । ଏହି ପଦକ୍ଷେପ ସବୁଜ…
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜନଗର କେରେଡ଼ାଗଡ଼ ଆର୍ଆଇ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ କେରେଡ଼ାଗଡ଼ ସର୍କଲର ରାଜସ୍ୱ ନିରୀକ୍ଷକ (RI) ଶ୍ରୀ ପ୍ରଦ୍ୟୁମ୍ନ କେଶରୀ ବେହୁରା । ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଟକ ଭିଜିଲାନ୍ସ ଟିମ୍। ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ଫଲୋ କରିଥିଲା। ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବାବେଳେ ଆଗକୁ ଭିଜିଲାନ୍ସ ଟିମ୍ ଧରି ପକାଇ ଅଧିକ ପଚରାଉଚରା ପାଇଁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନେଇଛି।ଗିରଫ ପରେ ଶ୍ରୀ ବେହୁରାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ସମ୍ପର୍କରେ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ନିଜ ବାଡିରୁ ଶାଗ ତୋଳିବାକୁ ଯାଇଥିବା ବେଳେ ଦୁଷ୍କର୍ମ କରି ଜୀବନରୁ ମାରିଦେଲେ । ମାତ୍ର ଏଗାର ବର୍ଷର ନାବାଳିକାଙ୍କ ସହ ଏଭଳି ଅମାନବୀୟ ଘଟଣା ଘଟାଛନ୍ତି ଦୁଷ୍କର୍ମକାରୀ । । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ବିଜିଗୋଳ ଗ୍ରାମ ଅଞ୍ଚଳରେ । ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ । ଆଜି ଗାଁ ପାଖ ଘାସ ବଣରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଗାଁର ଆଶିଷ ନାଏକ ନାମକ ଯୁବକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ନାବାଳିକାର ବାପା । ଘଟଣାସ୍ଥଳରେ NTPC ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ପରିବାର ପକ୍ଷରୁ ସନ୍ଦେହ କରାଯାଉଥିବା ସାହିର ବିବାହିତ ଯୁବକ ଆଶିଷ ନାଏକ ଫେରାର ଥିବା…
ଭୂମିକମ୍ପରେ ଥରିଲା କୋଲକାତା…ଆଜି ହଠାତ୍ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିଛି। ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି । ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲାସେପଟେ ଓଡ଼ିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ। ଆଜି ଅପରାହ୍ନ ପ୍ରାୟ ୧ଟା ୨୩ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଲୋକେ ଅନୁଭବ କରିଥିଲେ। ପ୍ରାୟ ଦୁଇ ସେକେଣ୍ଡ ପର୍ଯ୍ୟନ୍ତ ଭୂମି କମ୍ପିଥିବା କୁହାଯାଉଛି। ଏହିକ୍ରମରେ କଟକରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ତେବେ କେତେ ତିବ୍ରତାରେ ଭୂକମ୍ପ ଝଟ୍କା ହୋଇଛି । ତାହା ସ୍ପଷ୍ଟ…
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତରାୟ ପ୍ରତିକ୍ରିୟା ରଖି କହିଛନ୍ତି । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି କହିଲେ । ଅନ୍ୟ ରୋଗ ଯୋଗୁଁ ଚାଷୀ ତ୍ରିଲୋଚନ ନାୟକଙ୍କ ଦେହାନ୍ତ ହୋଇଛି । ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ, ସମବାୟ ବିଭାଗ ତଦନ୍ତ କରୁଛି । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଶେଷରେ ଆଖି ବୁଜି ଥିବା ଅଭିଯୋଗ ହୋଇଛି । ତ୍ରିଲୋଚନଙ୍କ ଜାନୁଆରୀ ୧୬ରେ ଧାନ ସଂଗ୍ରହ ପାଇଁ ମେସେଜ ଆସିଥିଲା । ମଣ୍ଡି ପରିବର୍ତ୍ତେ ମିଲ କୁ ଧାନ ନେବାକୁ ସମବାୟ ସମିତି ସମ୍ପାଦକ କହିବା ପରେ ମିଲକୁ ଧାନ ନେଇ ଯାଇଥିଲେ । ରାମଚଣ୍ଡୀ ମିଲରେ ୩ ଦିନ ଧରି ଧାନ…
ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ତେଲେଙ୍ଗାନା ଜାଗୃତି ଅଧ୍ୟକ୍ଷ କେ କବିତାଙ୍କ ସମେତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ସମସ୍ତ ୨୩ ଅଭିଯୁକ୍ତଙ୍କୁ ମୁକ୍ତ କରିଛି।ସ୍ବତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ରାୟ ଦେଇ ସିବିଆକୁ ତୀବ୍ର ଭର୍ତ୍ସନା କରି ଏହା ଆଣିଥିବା ଅଭିଯୋଗ ବିରୋଧରେ ବିଶ୍ବସନୀୟ ପ୍ରମାଣ ଉପସ୍ଥାପନ କରିପାରନାହିଁ ବୋଲି କହିଛନ୍ତି। ସିବିଆଇ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗଫର୍ଦ୍ଦକୁ ଗ୍ରହଣ କରିବାକୁ କୋର୍ଟ ମନା କରିବା ସହିତ ମାମଲା ପରିଚାଳନା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ ବୋଲି କହିଥିଲେ । ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।ଦିଲ୍ଲୀ ଅବକାରୀ ନୀତି ମାମଲା ଦିଲ୍ଲୀ ସରକାରଙ୍କ ୨୦୨୧ -୨୨ ଉତ୍ପାଦ (ମଦ) ନୀତି ସହିତ ଜଡିତ ଦୁର୍ନୀତିର ଅଭିଯୋଗରୁ ଆରମ୍ଭ ହୋଇଥିଲା, ଯାହାକୁ ପରେ ବିବାଦ ମଧ୍ୟରେ…
ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ । ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମୂଲ୍ୟାୟନ । ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ଦେଖା । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ ଆର କୋଡ ଓ ୱାଟର ମାର୍କ ରଖିଛି ବୋର୍ଡ। ଯାହାକି ପ୍ରଶ୍ନପତ୍ର ଭାଇରାଲ ହେଲେ ସହଜରେ ଜାଣିହେବ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ହେଉଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଏହି ଠାରୁ କଣ୍ଟ୍ରୋଲ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦେଶରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ଏବଂ ଦାୟିତ୍ୱସମ୍ପନ୍ନ ଗାଡି ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଏଥିରେ ଟ୍ରାଫିକ ଆଇନ ଉଲ୍ଲଂଘନ କଲେ ଡିଏଲ୍ ରଦ୍ଦ କିମ୍ବା ସସ୍ପେଣ୍ଡ କରାଯିବାର ପ୍ରାବଧାନ ରହିବ । ନମ୍ବର ଆଧାରିତ ଡିଲ୍ ବ୍ୟବସ୍ଥା ଅନୁସାରେ ଡିଏଲରେ ନମ୍ବର ବା ପଏଣ୍ଟ ଦିଆଯିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ସେଥିରୁ କିଛି ନମ୍ବର କାଟି ନିଆଯିବ । ଯଦି ସବୁ ନମ୍ବର ଶେଷ ହୋଇଯିବ ତେବେ ଡିଏଲକୁ ରଦ୍ଦ କରାଯିବ ନଚେତ ୬ ମାସ ପାଇଁ ସସପେଣ୍ଡ କରାଯିବ । କିନ୍ତୁ ଲଗାତାର ଭାବେ ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ କରାଯାଏ ସେଭଳି କ୍ଷେତ୍ରରେ ଡିଏଲକୁ ରଦ୍ଦ କରିଦିଆଯିବ ।









