Author: sanitelevision

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମର ୫ ଦିନିଆ ଓଡ଼ିଶା ଗସ୍ତ । ହୀରାକୁଦ ଡ୍ୟାମ ଅଶୋକ ନିବାସରେ ଚାଲିଥିବା ଟ୍ରିବ୍ୟୁନାଲର ବୈଠକ ଶେଷ ହୋଇଛି ।ମହାନଦୀ ସମସ୍ୟାର ସମାଧାନ ହେବ କହିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ । ସମାଧାନର ବାଟ ଖୋଜା ଚାଲିଛି, ମୁଁ ଆଶାବାଦୀ ନିଶ୍ଚୟ ସମାଧାନ ହେବ । ନୂଆ ସରକାର ଆସିବା ପରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଆପୋଷ ମିଳାମିଶା ଜରିଆରେ ସମାଧାନ ହେବ । ଓଡିଶାବାସୀ ମହାନଦୀ ଜଳର କିପରି ସୁବିନିଯୋଗ କରିବେ ବ୍ୟବସ୍ଥା ହେବ । ଓଡିଶା ନିଶ୍ଚୟ ତାର ହକ ପାଇବ , ଏଥିପାଇଁ ଉଦ୍ୟମ ଜାରି ରହିଛି । ସୂଚନାମୁତାବକ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ…

Read More

ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେବାରେ ସହଯୋଗ କରୁଥିବା ‘ରାହତବୀର’ ଙ୍କ ସହାୟତା ରାଶି ବୃଦ୍ଧି । ରାଜ୍ୟ ସରକାର ସେମାନଙ୍କ ସହାୟତା ରାଶି ୫ ହଜାରରୁ ୨୫ ହଜାର ଟଙ୍କା କରିଛନ୍ତି । ରାହତବୀରଙ୍କୁ ଯଥାଶୀଘ୍ର ସହୟତା ରାଶି ପ୍ରଦାନ ଲାଗି ପ୍ରତି ଜିଲ୍ଲାରେ ‘ପ୍ରତିକାର ଅଧିକାରୀ’ ନିଯୁକ୍ତ ହେବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏହି ଅଫିସରଙ୍କୁ ନିଯୁକ୍ତ କରିବେ ।ପିଏମ୍-ରାହତ ଯୋଜନାରେ ଏହି ଅର୍ଥରାଶି ମିଳିବ ।। ଏନେଇ କେନ୍ଦ୍ର ସରକାରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଭିସିରେ କରାଯାଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟରେ ୨୦୨୫ ମସିହାରେ ୧୨ ହଜାର ୫୦୦ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା । ସେଥିରେ ୬ହଜାର ୩୦୦ ଜଣଙ୍କ ଜୀବନ ଯାଇଥିଲା । ‘ରାହତବୀର’ ଙ୍କ ସହାୟତା ରାଶି ବଢ଼ିବା ଫଳରେ…

Read More

ଆଫଗାନସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁନର୍ବାର ସଂଘର୍ଷ ପରେ ଆଫଗାନ ତାଲିବାନ ସରକାରଙ୍କ ବିରୁଦ୍ଧରେ “ଖୋଲା ଯୁଦ୍ଧ” ଘୋଷଣା କରିଛି ପାକିସ୍ତାନ।ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦରୁ ଆରମ୍ଭ ହୋଇଥିବା ସଂଘର୍ଷ ତୀବ୍ର ହୋଇ ଯୁଦ୍ଧ ରୂପ ନେଇଛି । ଆଫଗାନିସ୍ତାନ ପାକିସ୍ତାନର ଆକ୍ରମଣର ଜବାବରେ ଗୁରୁବାର ବିଳମ୍ବିତ ରାତିରେ ଡୁରାଣ୍ଡ ଲାଇନରେ ପାକିସ୍ତାନର ୫୫ ସୈନିକଙ୍କୁ ମାରିବା ସହିତ ପାକିସ୍ତାନର ୧୫ ଅଧିକ ସେନା ଶିବିରକୁ ନିଜ ଅଧୀନକୁ ନେଇଥିଲା ।ଏହାର ଜବାବରେ ପାକିସ୍ତାନ ‘ଅପରେସନ ଗଜବ-ଲିଲ-ହକ୍‌’ ଆରମ୍ଭ କରି ଆଫଗାନିସ୍ତାନ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା । ଯେଉଁଥିରେ ୧୩୦ରୁ ଅଧିକ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ପାକିସ୍ତାନ ଶୁକ୍ରବାର ପ୍ରତ୍ୟୁଷରେ କାବୁୂଲ, କନ୍ଧାହାର ଓ ପକ୍ତିୟାରେ ବୋମାବର୍ଷଣ କରିଛି ।ଉଭୟ ପଟେ ହିଂସା ବୃଦ୍ଧି ପାଇବା ସହିତ, ଉଭୟ ସେନା କହିଛନ୍ତି ଯେ ସେମାନେ ଅନ୍ୟ ପାର୍ଶ୍ୱରେ ଡଜନ ଡଜନ ସୈନିକଙ୍କୁ…

Read More

ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’ | ୪୨ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଛି ‘ରଥ କୋଡ୍-୧୯୮୩’ । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି AI ବ୍ୟବହାର ଓ ସେବାୟତଙ୍କ ଶୃଙ୍ଖଳା ପର୍ଯ୍ୟନ୍ତ, ସବୁଥିରେ ହେବ ବ୍ୟାପକ ସଂସ୍କାର । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।ଗତ ଦୁଇ ବର୍ଷର ପରିଚାଳନାଗତ ତ୍ରୁଟି ସରକାରଙ୍କ ପାଇଁ ଶିକ୍ଷା ସାଜିଛି । ୨୦୨୪ରେ ପହଣ୍ଡି ସମୟରେ ଅଘଟଣ ଓ ପୂର୍ବରୁ ଘଟିଥିବା ଦଳାଚକଟା ପରିସ୍ଥିତିକୁ ନେଇ ସେବାୟତ ମହଲରେ ମଧ୍ୟ ଅସନ୍ତୋଷ ରହିଥିଲା । ତେଣୁ ନୂଆ କୋଡ୍‌ରେ କେବଳ ବ୍ୟବସ୍ଥା ନୁହେଁ, ବରଂ ଅବହେଳା କରୁଥିବା ଅଧିକାରୀ ଓ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ପହଣ୍ଡି ଓ ନୀତି ସମୟରେ କେବଳ ସଂପୃକ୍ତ ସେବକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ…

Read More

ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୫ ଭିତରେ ତାପମାତ୍ରା ୩୪ ଡିଗ୍ରୀ ଭିତରେ ରହିପାରେ। ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଅଛି । ମାର୍ଚ୍ଚ ୬ରୁ ୧୨ ପର୍ଯ୍ୟନ୍ତ ତାତି ବେଶି ବଢ଼ିବ। ଏପରିକି ୩୬ ଡିଗ୍ରୀ ଡେଇଁଯିବ ପ୍ରାୟତଃ ଅଞ୍ଚଳରେ । କେତେକ ସ୍ଥାନରେ ୩୮ ଡିଗ୍ରୀ ପହଞ୍ଚିପାରେ। ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିପାରେ ଦିନ ତାପମାତ୍ରା। ରାତି ତାପମାତ୍ରା ମଧ୍ୟ ବଢ଼ିପାରେ ।ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ କ୍ରମାଗତ ଭାବେ ଦିନ ତାପମାତ୍ରା ବଢ଼ି ଚାଲିବ। ବର୍ଷାର ସମ୍ଭାବନା ପ୍ରାୟତଃ ନାହିଁ। ପାଗ ପୂରା ଶୁଖିଲା ରହିବ।ଏପଟେ ରାତିରେ ଏବେ ବି ପାରଦ ସ୍ୱାଭାବିକଠାରୁ କମ୍ ରହିଛି। ଯେଉଁଥିପାଇଁ ରାତି ସମୟରେ ହାଲୁକା ଥଣ୍ଡା ଏବେ ବି ଅନୁଭୂତ ହେଉଛି।

Read More

ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅମିତ୍ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ। ୬ ତାରିଖ ସକାଳେ କଟକ ମୁଣ୍ଡଳୀସ୍ଥିତ ସି.ଆଇ.ଏସ.ଏଫର ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ। ସେଦିନ ଅପରାହ୍ଣରେ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

Read More

ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ବାତିଲ କରାଯାଏ, ତେବେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ନୂତନ ସଂଶୋଧିତ DGCA ନିୟମ ଅନୁଯାୟୀ, ଯଦି ଟିକେଟ୍ ସିଧାସଳଖ ଏୟାରଲାଇନ୍ସର ୱେବସାଇଟ୍ ମାଧ୍ୟମରେ ବୁକ୍ କରାଯାଏ, ତେବେ ଯାତ୍ରୀମାନେ ବୁକିଂର ୪୮ଘଣ୍ଟା ମଧ୍ୟରେ ସେମାନଙ୍କର ଟିକେଟ୍ କୌଣସି ଅତିରିକ୍ତ ଦେୟ ବିନା ବାତିଲ କରିପାରିବେ । ଏହା ବ୍ୟତୀତ, ଯଦି ଟିକେଟରେ ନାମ ତ୍ରୁଟି ଥାଏ ଏବଂ ଯାତ୍ରୀ ୨୪ ଘଣ୍ଟା ମଧ୍ୟରେ ଏହାକୁ ସଂଶୋଧନ କରନ୍ତି, ତେବେ କୌଣସି ଦେୟ ନିଆଯିବ ନାହିଁ । ଏହି ସୁବିଧା କେବଳ ଅନଲାଇନ୍ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ।ଯଦି ଟିକେଟ୍ ଟ୍ରାଭେଲ୍ ଏଜେଣ୍ଟ କିମ୍ବା ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କିଣାଯାଇଥାଏ, ତେବେ ବିମାନ କମ୍ପାନୀ ଟଙ୍କା ଫେରସ୍ତ…

Read More

ଲାଞ୍ଚ ନେଇ ଧରାପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଚଢ଼ାଉ ବେଳେ ମିଳିଥିଲା ୪ କୋଟି କ୍ୟାସ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଦେବବ୍ରତ ମହାନ୍ତି ।ଏବେ ପ୍ରଶ୍ନ ଉଠୁଛି, ଟଙ୍କା କେଉଁଠୁ ଆଣୁଥିଲେ ? କେଉଁ ବାବଦକୁ ଆଣୁଥିଲେ ? କେତେ ଲୁଟିଥିଲେ ? କାହା କାହାକୁ କେତେ ଭାଗ ଦେଇଛନ୍ତି ? ବିଶେଷକରି ଦେବବ୍ରତଙ୍କ ମୁଣ୍ଡରେ ହାତ ରଖିଥିବା ମୁଖ୍ୟ କାର୍ପଟଦାର କିଏ ?ମାସିକ ୮ ହଜାର ଟଙ୍କା ଦରମାରେ ୨୦୦୪ରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଦେବବ୍ରତ। ବଲାଙ୍ଗୀରରେ ଜୁନିୟର ମାଇନିଂ ଅଫିସର ଭାବେ ଚାକିରି ଆରମ୍ଭ କରିଥିଲେ ।…

Read More

ତୈଳ ଓ ଗ୍ୟାସ୍‌କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ତେଲ ଏବଂ ଗ୍ୟାସ କମ୍ପାନୀଗୁଡ଼ିକୁ ୧ ଏପ୍ରିଲରୁ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ ବିକ୍ରୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ତେଲ ଆମଦାନୀ ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ତଥାପି, ଏହି ପରିବର୍ତ୍ତନ ସାଧାରଣ ଗାଡ଼ି ଚାଳକଙ୍କ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇବ ।୯୫ର ରିସର୍ଚ୍ଚ ଅକ୍ଟାନ୍ ନମ୍ବର (RON) ଥିବା ପେଟ୍ରୋଲକୁ ସାଧାରଣତଃ ପ୍ରିମିୟମ୍ କିମ୍ବା ଉଚ୍ଚ-ଅକ୍ଟାନ୍ ପେଟ୍ରୋଲ କୁହାଯାଏ । ନିୟମିତ ପେଟ୍ରୋଲରେ ପ୍ରାୟ ୯୦ ଅକ୍ଟାନ୍ ନମ୍ବର ଥାଏ ।ଅକ୍ଟାନ୍ ନମ୍ବର ଯେତେ ଅଧିକ ହେବ, ଇଞ୍ଜିନରେ ଇନ୍ଧନ ସେତେ ଭଲ ଜଳିବ ଏବଂ ପ୍ରି-ଇଗ୍ନିସନ୍ ସମସ୍ୟା ସେତେ କମ୍ ହେବ । ବିଶେଷକରି ଟର୍ବୋଚାର୍ଜଡ୍ କିମ୍ବା ଉଚ୍ଚ-ପ୍ରଦର୍ଶିତ ଇଞ୍ଜିନ୍ ଥିବା ଯାନଗୁଡ଼ିକରେ,୯୫ RON ପେଟ୍ରୋଲ…

Read More

ରାଜ୍ୟସଭା ନାମାଙ୍କନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତତ୍ପର ହୋଇପଡିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କହିଛି ବିଜେପି । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନେଲେ ୬ ସେଟ୍ ଫର୍ମ । ଆଜି ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନ ଥିବାରୁ ଏହା ଗୁରୁତ୍ୱ ବହନ କରୁଛି ।ରାଜ୍ୟସଭା ଏବଂ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନେଇ ହେବ ଆଲୋଚନା । ବିଜେଡି, ମହିଳା ସଭାପତି ସେହ୍ନାଙ୍ଗିନି ଛୁରିଆ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ନବୀନ ସରପ୍ରାଇଜ୍‌ ଦେବେ । କାହାକୁ ପ୍ରାର୍ଥୀ କରାଯିବ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ।

Read More