ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ କରାଯାଉଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ହୋସେନି ଖେମିନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଭୟଙ୍କର ରହିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇରାନ ଉପରେ ମିଳିତ ଆକ୍ରମଣ ଓ ଭାରତ ସରକାରଙ୍କ ନୀରବତାକୁ କଡ଼ା ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ, ଇରାନ ଉପରେ ଏକପାଖିଆ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସରକାରଙ୍କ ନୀରବତା ନୀତିରୁ ପଛଘୁଞ୍ଚା ସହିତ ସମାନ । ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ ଜଣେ ଶାସକ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟା ଆଜିର ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ଫାଟକୁ ଉଜାଗର କରୁଛି । ତଥାପି, ଏହି ଘଟଣାର ଆଘାତ ବ୍ୟତୀତ, ଯାହା ସମାନ ଭାବରେ ଆଶ୍ଚର୍ଯ୍ୟଜନକ ତାହା ହେଉଛି ନୂଆଦିଲ୍ଲୀର ନୀରବତା । ଏହା ବୈଦେଶିକ ନୀତିର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ଭାରତ ସରକାର ଇରାନର ହତ୍ୟା…
Author: sanitelevision
ହୋଲି ପାଳନ ବେଳେ ଆଇନଶୃଙ୍ଖଳା ବିଗିଡି଼ବାର ଆଶଙ୍କା ରହିଛି । ସାଙ୍ଗସାଥୀଙ୍କ ସହ ଭୋଜିଭାତ ଓ ସେଲିବ୍ରେସନରୁ ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷର ନଜିର୍ ରହିଛି । ଏକ ଆନନ୍ଦ ଓ ଉହ୍ଲାସର ପର୍ବରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ରାଜଧାନୀରେ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରିବ । ପ୍ରାୟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହରକୁ ଜଗିବେ । ପ୍ରତିଟି ସମ୍ବେଦନଶୀଳ ଜାଗାରେ ପୁଲିସ ମୁତୟନ ହେବ । କେହି ଅମାନିଆ ଆଇନକୁ ହାତକୁ ନେଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ କଟକରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ । ବ୍ଲକିଙ୍ଗ ଜୋରଦାର କରାଯିବା ସହ ମଦୁଆଙ୍କୁ ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ମଦ ପିଇ ଗାଡି ଚଳାଇଲେ ଗାଡି ଜବତ ସହ ଗିରଫ କରାଯିବ । ଶୃଙ୍ଖଳିତ ଭାବେ ହୋଲି ଖେଲିବା ପାଇଁ ଡିସିପି ଲୋକମାନଙ୍କୁ ଅପିଲ କରିଛନ୍ତି ।
ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶର ଜଣେ ମହିଳାଙ୍କ ଘାଗରା ଲାଗିଯିବାରୁ ସେ ପଡ଼ି ଯାଇଥିଲେ। ଆହୁରି ୨-୩ ଜଣ ମହିଳା ମଧ୍ୟ ପଡ଼ି ସାମାନ୍ୟ ଆହତ ଥିବା ସୂଚନା ମିଳିଛି। ଠାକୁରଙ୍କ ସହ ଫଗୁ ଓ ଅବିର ଖେଳିବାକୁ ଭକ୍ତମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଥିଲା । ଗହଳି ଯୋଗୁଁ ଠେଲାପେଲାରେ କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇଥିଲେ । ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସେବାୟତ ମାନେ ତଳେପଡିଥିବା ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ କୌଣସି ଭକ୍ତ ଅସୁସ୍ଥ ହୋଇନଥିବା ଜଣାପଡିଛି ।
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି ।ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଅସୁରକ୍ଷିତ ତାଲିକାଭୁକ୍ତ ଦେଶ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଓ ଗାଜା, ଇରାନ, ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, କତାର, ଜୋର୍ଡାନ, ଲେବାନନ, ମିଶର, ବାହାରିନ, ଓମାନ ଓ ସିରିଆ ରହିଛି । ଏସବୁଙ୍କ ଦେଶ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶରେ ଆମେରିକାର ସାମରିକ ଘାଟି ଅଛି । ସେସବୁ ଘାଟି ଉପରେ ଇରାନ ଆକ୍ରମଣ କରୁଛି ।ଆମେରିକାର ସହକାରୀ ସଚିବ ମୋରା ନାମଦାରଙ୍କ ଏକ ବିବୃତ୍ତିରେ କୁହାଯାଇଛି, ଗମ୍ଭୀର ସୁରକ୍ଷା ବିପଦ କାରଣରୁ ବୈଦେଶିକ ବିଭାଗ ଆମେରିକୀୟଙ୍କୁ ଉପଲବ୍ଧ ବ୍ୟବସାୟିକ ପରିବହନ ବ୍ୟବହାର କରି ୧୪ଟି…
ଇରାନ୍ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ । ଆକାଶ ମାର୍ଗରୁ ଇରାନର ସବୁ ଯୁଦ୍ଧ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହେବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାଖାପାଖି ୪୭ ବର୍ଷ ହେବ ଇରାନ ଆତଙ୍କବାଦ ମାଧ୍ୟମରେ ଆମେରିକାର ନାଗରିକଙ୍କୁ ହତ୍ୟା କରିଛି। ହଜାର ହଜାର ଆମେରିକୀଙ୍କ ରକ୍ତରେ ଖେଳିଛି ଇରାନ୍ । ଏବେ ସମୟ ଆସିଛି ତାର ସବୁ ଦୋଷକୁ ନେଇ ଦଣ୍ଡ ଦିଆଯିବ । ଅନ୍ୟପଟେ ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ । ବନ୍ଦ ହେଲା ୮୦% ଜାହାଜ ଚଳାଚଳ । ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର ।ହର୍ମୁଜ ପ୍ରଣାଳୀକୁ “ବନ୍ଦ” ବୋଲି ଘୋଷଣା କରିଛନ୍ତି ଇରାନର ସେନା ଅଧିକାରୀ । ଯଦି କୌଣସି ଜାହାଜ ଏହି ବାଟ ଦେଇ ଯିବାକୁ ଚେଷ୍ଟା କରେ ତେବେ ସେଥିରେ ନିଆଁ ଲଗାଇ ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି । ଇରାନ…
ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ସହ ଦୋଳ ବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ । ଚଳିତ ବର୍ଷ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ । ସନ୍ଧ୍ୟା ୬ଟା ୩୦ ରେ ଗ୍ରହଣ ଭୋଗ ହୋଇ ୭ଟାରେ ମଇଲମ କରାଯିବ । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ସୁନା ବେଶ ଅନୁଷ୍ଠିତ ହେଵ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରି ଶ୍ରୀମନ୍ଦିର ବେଢ଼ା ସାତଥର ପ୍ରଦକ୍ଷଣ କରିବେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନି ସହ ଫଗୁ, ଅବିର ଖେଳ ମଧ୍ୟରେ ଠାକୁରଙ୍କ ବିମାନ ଦୋଳବେଦୀକୁ ବିଜେ…
ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ହୋଲିରେ ତାତି ଦେଖାଇବ ତାଉ, ଆହୁରି ବଢ଼ିବ ଖରା। ଏବେଠୁ ଡରେଇଲାଣି ଖରା ।ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ରହିବ। ୪ ତାରିଖ ବା ହୋଲିରେ ଝାରସୁଗୁଡ଼ାରେ ୩୯ ଡିଗ୍ରୀ ଛୁଇଁ ଯାଇପାରେ। ପାଣିପାଗ ବିଭାଗ ଏହି ଆକଳନ କରିଛି। ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ମାର୍ଚ୍ଚରୁ ମେ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ଦେଖିବାକୁ ମିଳିବ । ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୨ରୁ ୧୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହର ଦିନ ପରିଲିକ୍ଷିତ ହେବ ।
ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଦୋଳ ବେଦୀକୁ ବିମାନରେ ବିଜେ ହୋଇଛନ୍ତି ମହାପ୍ରଭୁ । ଫଗୁ ଦଶମୀରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ଫାଲ୍ଗୁନ ଶୁକ୍ଳପକ୍ଷ ଦଶମୀରୁ ଓଡ଼ିଶାରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘରକୁ ଘର ବୁଲାଯାଏ। ଠାକୁର ସମସ୍ତଙ୍କ ଘରେ ଭୋଗ ଖାଆନ୍ତି।ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି।ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ। ଦୋଳିରେ ଝୁଲୁଥିବା ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ…
ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଫସିଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଜେଦ୍ଦାହରୁ ରିଲିଫ୍ ବିମାନ ଚଳାଚଳ ଯୋଜନା କରିଛି ଇଣ୍ଡିଗୋ। ସେହିଭଳି ମସ୍କଟ୍ ରୁ ସେବା ପୁନର୍ବାର ଆରମ୍ଭ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ସୋମବାର ଭାରତ ସରକାର କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଯାତ୍ରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ମାର୍ଚ୍ଚ ୩ରେ ଜେଦ୍ଦାହରୁ ୧୦ଟି ସ୍ୱତନ୍ତ୍ର ରିଲିଫ୍ ବିମାନ ପରିଚାଳନା କରିବ। ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ତାଙ୍କ ଏକ୍ସରେ ପୋଷ୍ଟ କରଛନ୍ତି। ଓଡ଼ିଶା ପରିବାର, ଗୃହ ବିଭାଗ ଓ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ ବୈଠକ ପରେ ନଂ ଜାରି ହୋଇଛି। ଉକ୍ତ ନଂ, ହେଲା ବୈଦେଶିକ ମନ୍ତ୍ରାଳୟ-୮୦୦୪୬୩୪୨, ହ୍ବାଟ୍ସଆପ-୯୭୧୫୪୩୦୯୦୫୭୧| ଓଡ଼ିଶା…
ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା । ଆଜି ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜିନାହିଁ । ସାରା ରାଜ୍ୟରେ ୩୦୮୨ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲ ରୁମ୍ରେ ବସି ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ । ପରୀକ୍ଷା ସରିବା ପରେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏଥର କୌଣସି ବିଶୃଙ୍ଖଳା ହୋଇନାହିଁ । ବରଂ ଓଏମଆର ସିଟ୍ ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଗଲାଣି । ୧୯ ତାରିଖରୁ ସବଜେକ୍ଟଟିଭ ପେପର ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଯିବ…









