ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଦୋଳ ବେଦୀକୁ ବିମାନରେ ବିଜେ ହୋଇଛନ୍ତି ମହାପ୍ରଭୁ । ଫଗୁ ଦଶମୀରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ଫାଲ୍ଗୁନ ଶୁକ୍ଳପକ୍ଷ ଦଶମୀରୁ ଓଡ଼ିଶାରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘରକୁ ଘର ବୁଲାଯାଏ। ଠାକୁର ସମସ୍ତଙ୍କ ଘରେ ଭୋଗ ଖାଆନ୍ତି।ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି।ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ। ଦୋଳିରେ ଝୁଲୁଥିବା ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ…
Author: sanitelevision
ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଫସିଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଜେଦ୍ଦାହରୁ ରିଲିଫ୍ ବିମାନ ଚଳାଚଳ ଯୋଜନା କରିଛି ଇଣ୍ଡିଗୋ। ସେହିଭଳି ମସ୍କଟ୍ ରୁ ସେବା ପୁନର୍ବାର ଆରମ୍ଭ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ସୋମବାର ଭାରତ ସରକାର କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଯାତ୍ରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ମାର୍ଚ୍ଚ ୩ରେ ଜେଦ୍ଦାହରୁ ୧୦ଟି ସ୍ୱତନ୍ତ୍ର ରିଲିଫ୍ ବିମାନ ପରିଚାଳନା କରିବ। ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ତାଙ୍କ ଏକ୍ସରେ ପୋଷ୍ଟ କରଛନ୍ତି। ଓଡ଼ିଶା ପରିବାର, ଗୃହ ବିଭାଗ ଓ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ ବୈଠକ ପରେ ନଂ ଜାରି ହୋଇଛି। ଉକ୍ତ ନଂ, ହେଲା ବୈଦେଶିକ ମନ୍ତ୍ରାଳୟ-୮୦୦୪୬୩୪୨, ହ୍ବାଟ୍ସଆପ-୯୭୧୫୪୩୦୯୦୫୭୧| ଓଡ଼ିଶା…
ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା । ଆଜି ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜିନାହିଁ । ସାରା ରାଜ୍ୟରେ ୩୦୮୨ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲ ରୁମ୍ରେ ବସି ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ । ପରୀକ୍ଷା ସରିବା ପରେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏଥର କୌଣସି ବିଶୃଙ୍ଖଳା ହୋଇନାହିଁ । ବରଂ ଓଏମଆର ସିଟ୍ ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଗଲାଣି । ୧୯ ତାରିଖରୁ ସବଜେକ୍ଟଟିଭ ପେପର ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଯିବ…
ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ଧୁମଧାମରେ ପାଳନ କରିବ ବିଜେଡି । ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି ବୋଲି କହିଛି ବିଜେଡି । ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ପାଳିତ ହେବ ବିଜୁ ଜୟନ୍ତୀ । କାର୍ଯ୍ୟକ୍ରମରେ ସାମିଲ ହେବେ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ସେହିପରି ଶ୍ରଦ୍ଧା ସୁମନ ଅର୍ପଣ ସହିତ ରକ୍ତଦାନ ଶିବିର ଆୟୋଜିତ କରିବ ବିଜେଡି ।ନବୀନ ପଟ୍ଟନାୟକ ଯେଉଁ ସେବା କଥା କହିଛନ୍ତି, ତାକୁ ଆହୁରି ଆଗେଇ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜୁ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ…
ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି,ବିଶ୍ବରେ ଚାଲିଥିବା ବିଭିନ୍ନ ବିବାଦ ନେଇ ଭାରତର ଚିନ୍ତାଧାରା ସମ୍ପୂଣ ସ୍ପଷ୍ଟ। ଆମେ ଶାନ୍ତି ବଜାୟ ରଖିବାକୁ ସମର୍ଥନ କରିଆସିଛୁ। ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଦେଶ ସହିତ କାମ କରିବୁ। ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡ଼ା ହୁଅନ୍ତି, ଶାନ୍ତିର ସ୍ୱର ଆହୁରି ଶକ୍ତିଶାଳୀ ହୁଏ।ନୂଆଦିଲ୍ଲୀରେ କାନାଡା ପ୍ରଧାନମନ୍ତ୍ରୀ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ…
ଚାଇନାରୁ ହାର୍ଡୱେୟାର.. ବଂଲାଦେଶ ରୁ ସପ୍ଟୱେୟାର.. ଭାରତରୁ ସିମ.. ଓଡିଶାରୁ ଅପରେଟ |ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଆସାମର ସିମ ଆଣି ଚଳାଉଥିଲେ ଯୁବକ । ଡିସିପି ଭୁବନେଶ୍ୱରଙ୍କ ନେତୃତ୍ୱରେ ଚଢାଉବେଳେ ବାଙ୍ଗଲାଦେଶରୁ ଏହି ସିମ୍ ବକ୍ସ ଆସିଥିବା ସୂଚନୂ ରହିଛି । ଓଡ଼ିଶାରେ ଫେକ ପରିଚୟ ପତ୍ର ଦେଇ ହଷ୍ଟେଲ ରେ ରୁମ ଭଡାକୁ ନେଇଥିଲେ | ପୋଲିସକୁ ଚକମା ଦେଇ ଦୀର୍ଘ ଦିନ ହେବ ଚାଲିଥିଲା ଏହିଭଳି ରାକେଟ | ଖବର ପାଇ ସ୍ପେଶାଲ ସ୍କୁଆର୍ଡ, ସାଇବର ଥାନା ପୋଲିସ, ସାଇଣ୍ଟଫିକ ଟିମ ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ ଚଢଉ କରିଥିଲେ|ସିମ୍ ବକ୍ସ ଜରିଆରେ ଆତଙ୍କୀ କାର୍ଯ୍ୟକଳାପ, ସାଇବର ଠକେଇ, ଏକ୍ସଟରସନ୍, ଧମକପୂର୍ଣ୍ଣ କଲ୍ କରାଯାଏ। ପୋଲିସ କମିଶନରଙ୍କ ଏଇ ସୂଚନା ପରେ ଆତଙ୍କୀ ଲିଙ୍କ…
ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।ଉଚ୍ଚ ଶିକ୍ଷା ବିଭାଗ ଜାରି କରିଥିବା ଏସ୍ଓପି ଅନୁସାରେ, ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସକାଳ କରାଯାଉ । ଏଥିପାଇଁ ସମସ୍ତ ପରୀକ୍ଷା ହଲ୍ରେ ବ୍ୟାପକ ପାଣିର ବ୍ୟବସ୍ଥା କରାଯିବା ସହିତ ORS ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପଡ଼ିବ । ସେହିପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବାହାରେ ହେବାକୁ ଥିବା ଆୟୋଜନ ବନ୍ଦ କରିବା ସହିତ ଅପରାହ୍ନ ସମୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଛାତ୍ରଛାତ୍ରୀମାନେ କଲେଜରେ କ୍ଲାସ କରିବା ପାଇଁ ଘରୁ ବାହାରିଲାବେଳେ ଯେପରି ନିଜ ସହ ପାଣି ବୋତଲ ନେବେ ତାହାକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକମାନଙ୍କୁ ଉପଦେଶ ଦିଆଯାଇଛି।
ରାଜ୍ୟସଭା ରାଜନୀତି ନେଇ ରାଜ୍ୟ ଉଠୁଛି ପଡୁଛି । ବିଜେଡି-ବିଜେପି-କଂଗ୍ରେସ ଟଣାଓଟରା । ବୟାନ ବି ଜବରଦସ୍ତ । ୧୬ ସେଟ ଫର୍ମ କିଣିଲା ବିଜେପି । ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ୪ ବିଧାୟକ ଯାଇ ଫର୍ମ କିଣିଲେ । ବିଜେପି ୧୬ ସେଟ ଫର୍ମ କିଣିବାକୁ ନେଇ ବଢିଲା ଚର୍ଚ୍ଚା । ପୂର୍ବରୁ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ ଫର୍ମ ନେଇଥିଲା । ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ ଫର୍ମ ନେଇଥିଲେ ସସ୍ମିତ ପାତ୍ର ।ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଯାଏଁ ବୈଠକ ସଂପର୍କରେ କୌଣସି ସବିଶେଷ ତଥ୍ୟ ଜଣାପଡିନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଚାଲିଛି । ବୈଠକ ଶେଷ ପରେ ଦଳୀୟ…
ଦିନକ ପରେ ଫଗୁ ଓ ଫଗୁଣର ପର୍ବ ହୋଲି। ଏହାକୁ ଧୁମ୍ଧାମ୍ରେ ପାଳନ ପାଇଁ ଚାରିଆଡେ ପ୍ରସ୍ତୁତି ଚାଲିଛି। ସବୁ ଦୋଳ ମେଲଣ ପଡ଼ିଆ ଏବଂ ସାହି ବସ୍ତିରେ ଆଧ୍ୟାତ୍ମିକ ପରିବେଶ। ସାହି, ବସ୍ତି ଓ କଲୋନୀରେ ଠାକୁର ବିମାନରେ ଘର ଘର ବୁଲୁଥିବା ବେଳେ ବଜାରରେ ରଙ୍ଗର ପସରା ଦେଖିବାକୁ ମିଳୁଛି। ରାଜଧାନୀର ବିଭିନ୍ନ ରାସ୍ତାକଡ଼, ଗଳିକନ୍ଦିରେ ରଙ୍ଗ ପସରା ଦୋକାନ ଖୋଲିଛି। ଶାନ୍ତି ଶୃଙ୍ଖଳାର ସହ ହୋଲି ପାଳନ ନେଇ ପୋଲିସର ପ୍ରସ୍ତୁତି ସରିଛି । ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ଏନେଇ ଗତ ୨୭ତାରିଖରେ ପୋଲିସ ଡିଜି ବୈଠକରେ ବିଭିନ୍ନ ଦିଗ ପ୍ରତ ନଜର ଦେବାକୁ ସବୁ ଏସପି ମାନଙ୍କୁ କୁହାଯାଇଥିଲା । ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ଉପରେ ଗୁରୁତ୍ବ ଦିଆଯାଇଛି । ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର…
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ୱର- ଦୁବାଇ ବିମାନ ବାତିଲ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଆଜି ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିଲା କିନ୍ତୁ ଗତକାଲି ଏହାକୁ କ୍ୟାନସେଲ କରାଯାଇଛି । ଏୟାର ସ୍ପେସ ନ ଥିବାରୁ ମଧ୍ୟ ପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ଅଛି । ଦୁବାଇ, ଧାବି, ମାସର୍କର ପାଇଁ ଏୟାର ସ୍ପେସ ନାହିଁ । ଓ୍ବେଷ୍ଟ ବାଉଣ୍ଡ ଫ୍ଲାଇଟ୍ ପ୍ରଭାବିତ ହୋଇଛି । କାଲି ଅପଡେଟ ମିଳିବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ନିଆଯିବ । ଏହାରି ଭିତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସମେତ ଅନେକ ଭାରତୀୟ ବିମାନ ମଧ୍ୟପ୍ରାଚ୍ୟକୁ ଏବଂ ସେଠାରୁ ଉଡାଣ କରିବା ବାତିଲ କରାଯାଇଛି । ଏଣୁ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ପ୍ରମୁଖ ଅନ୍ତର୍ଜାତୀୟ ହବ ସମେତ ଭାରତର ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ଯାତ୍ରୀ ଫସି…









