Author: sanitelevision

ଶ୍ରଦ୍ଧା ଆଉ ଭକ୍ତିର ସହର ପୁରୀ ଜଗନ୍ନାଥ ଧାମ ।ଏ ମାଟିରେ ଖୁସିର ପର୍ବ ହୋଲିକୁ ବିଦେଶୀ ପର୍ଯ୍ୟଟକ ବି ବେଶ ଧୁମଧାମରେ ପାଳିଛନ୍ତି । ବିଶେଷ କରି ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକମାନେ ଆଜି ଏହି ହୋଲି ପର୍ବକୁ ପାଳନ କଲାବେଳେ ବିଭୋର ହୋଇ ପଡିଥି୍ଲେ । ବିଦେଶ ମାଟିରେ ବିଦେଶୀ ମଣିଷଙ୍କ ସହ ବିଦେଶୀ ପର୍ବ ହୋଲିକୁ ବେଶ୍ ଉପଭୋଗ କରୁଥିଲେ ଏଇ ଜାପାନୀମାନେ । ପୁରୀର ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଆଜି ଏହି ହୋଲି ଉତ୍ସବ ପାଳନ କରା ଯାଇଥିଲା । ଉଭୟ ଓଡିଆ ଏବଂ ଜାପାନ ପର୍ଯ୍ୟଟକ ମିଳିମିଶି ପରସ୍ପରକୁ ରଙ୍ଗ ଲଗେଇଥିଲେ । ଜାପାନରେ ହୋଲି ପାଳନ ହେଉନଥିଲେ ମଧ୍ୟ ଭାରତୀୟ ସଂସ୍କୃତି, ପରମ୍ପରାର ହୋଲି ଉତ୍ସବ ସେମାନଙ୍କୁ ବେଶ୍ ଆନନ୍ଦ ଦେଇଛି।ଖାଲି ଜାପାନୀ ପର୍ଯ୍ୟଟକ ନୁହେଁ, ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ପୁରୀରେ ରଙ୍ଗର ପର୍ବ ହୋଲିର ମଜା…

Read More

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର ବଜାର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏହାର ଅର୍ଥ ହେଉଛି ଯଦି ପରିସ୍ଥିତି ସ୍ବାଭାବିକ ନ ହୁଏ, ତେବେ ଆଗାମୀ ମାସଗୁଡ଼ିକରେ ଏହି ସାମଗ୍ରୀଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିବ। ରିପୋର୍ଟ ଅନୁଯାୟୀ, ଭାରତ ପାଖରେ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୪୦-୪୫ ଦିନର ଅଶୋଧିତ ତୈଳ ଭଣ୍ଡାର ଅଛି। ଭାରତରେ ପ୍ରାୟ ୧୦ କୋଟି ବ୍ୟାରେଲ ଅଶୋଧିତ ତୈଳ ମହଜୁଦ ରହିଛି।ଏଥିରେ ରିଫାଇନାରୀ ଭଣ୍ଡାର, ଭୂତଳ ପେଟ୍ରୋଲିୟମ୍ ଭଣ୍ଡାର ଓ ଭାରତକୁ ଆସୁଥିବା ଜାହାଜରେ ଗଚ୍ଛିତ ତୈଳ ଅନ୍ତର୍ଭୁକ୍ତ। ଭାରତ ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଆମଦାନୀ କରୁଥିବା ବେଳେ…

Read More

ହୋଲିରେ କମିଛି ସୁନା ଏବଂ ରୁପା ଦର | ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୩ ହଜାର ୧୧୦ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୬୪ ହଜାର ୫୧୦ ହୋଇଛି। ଗତକାଲି ଦର ୧ ଲକ୍ଷ ୬୭ ହଜାର ୬୨୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୨୮୫୦ ଟଙ୍କା କମି ୧ ଲକ୍ଷ ୫୦ ହଜାର ୮୦୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୫୩ ହଜାର ୬୫୦ ଟଙ୍କା ଥିଲା।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୬୪,୫୧୦ ଓ ୧,୫୦,୮୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୫,୦୦୦ ଟଙ୍କା ହୋଇଛି ।

Read More

ଆଜି ରଙ୍ଗର ଉତ୍ସବ ହୋଲି। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାଆନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ। ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ। ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି। ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାସହ କିଛି କିଛି ସ୍ଥାନରେ ବୋଜିଭାତର ମଧ୍ୟ ଆୟୋଜନ କରାଯାଇଛି ।ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଏ । ଏଇ ୫ଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି…

Read More

ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ତିନୋଟି ରାଷ୍ଟ୍ର ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ତେବେ ଏହା ଭିତରେ ଭାରତ ରୁଷ୍ ଠାରୁ ଆଉ ୫ଟି ନୂଆ S-400 ସୁଦର୍ଶନ ଏୟାର ଡିଫେନ୍ସ ମିସାଇଲ ସ୍କ୍ୱାଡ୍ରନ କିଣିବାକୁ ଯାଉଛି। ଗତ ବର୍ଷ ‘ଅପରେସନ ସିନ୍ଦୂର’ ସମୟରେ ଏହି ପ୍ରତିରକ୍ଷା ପ୍ରଣାଳୀ ନିଜର ସଫଳତା ପ୍ରମାଣିତ କରି ସାରିଛି। ଭାରତ ପ୍ରଥମେ ୨୦୧୮ରେ ରୁଷ ପାଞ୍ଚଟି ସ୍କ୍ୱାଡ୍ରନ S-400 କ୍ରୟ କରିଥିଲା, ଯେଉଁଥିରେ ତିନୋଟି ଡେଲିଭର ହୋଇ ସାରିଛି। ଅନ୍ୟ ଦୁଇଟି ୨୦୨୬-୨୦୨୭ ସୁଦ୍ଧା ଆସିବ। ଏବେ ୫ଟି ଅତିରିକ୍ତ ସ୍କ୍ୱାଡ୍ରନ କିଣି ଭାରତ ନିଜର ଲମ୍ୱା ଦୂରଗାମୀ ଆକାଶ ମାର୍ଗର ପ୍ରତିରକ୍ଷାକୁ ଦୁଇଗୁଣା କରିବାକୁ ଚାହିଁଛି। ଏହି ସିଷ୍ଟମ ପୂର୍ବ ଓ ପଶ୍ଚିମ ଉଭୟ ମାମଲାରେ ମୁତୟନ କରାଯିବ।

Read More

କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାମାଡ଼ ଧମକ ମିଳିଛି। ଭୟଙ୍କର ‌ବୋମାମାଡ଼ ଆକ୍ରମଣରେ ଉଡ଼ାଇ ଦେବାକୁ ଏକ ସାଙ୍ଘାତିକ ଧମକ ଆସିଛି। କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍‌କୁ ଏହି ଧମକପୂର୍ଣ୍ଣ ଚିଠି ଆସିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥି ସହିତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ କୋର୍ଟରେ ପହଞ୍ଚି କୋର୍ଟ ରୁମ୍, କାର୍ଯ୍ୟାଳୟ ଏବଂ ବାହାର ପରିସରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ସଜାଗ ରହିବା ସହ ଘଟଣାର ତଦନ୍ତ ଜାରି ରହିଛି। ଅନ୍ୟପଟରେ ଏହି ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ…

Read More

୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ଏହି କ୍ରମରେ ବିହାରରୁ ନିତିନ ନବୀନ (ବିଜେପି ରାଷ୍ଟ୍ରୀୟ ସଭାପତି) ଓ ଶିବେଶ କୁମାରଙ୍କ ନାମ ଦଳ ଘୋଷଣା କରିଛି । ସେହିଭଳି ଆସାମରୁ ତେରାଶ ଗୋବାଲ ଓ ଜୋଗେନ ମୋହନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛତିଶଗଡ଼ରୁ ବିଜେପି ତରଫରୁ ଲକ୍ଷ୍ମୀ ବର୍ମାଙ୍କ ନାମ ଘୋଷଣା ହୋଇଛି । ସେହିଭଳି ହରିଆଣାରୁ ସଂଜୟ ଭାଟିଆ, ଓଡ଼ିଶାରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ଘୋଷଣା କରାଯାଇଛି ।ଅବଶ୍ୟ ଦଳ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ଆଶାୟୀଙ୍କ ନାଁ ଘୋଷଣା କରିନାହିଁ।ବିହାର କଥା କହିଲେ ଏଠାରେ ରାଜ୍ୟସଭା ନିର୍ବାଚନ ୨୦୨୬କୁ ନେଇ ରାଜନୀତି ସରଗରମ ରହିଛି। ବିହାରରୁ ଯେଉଁ ୫ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେଉଛି। ସେଥିରେ ଉପସଭାପତି ହରିବଂଶ ନାରାୟଣ ସିଂହ, ପ୍ରେମଚନ୍ଦ୍ର ଗୁପ୍ତା, କେନ୍ଦ୍ରୀୟ ମନ୍ତ୍ରୀ ରାମନାଥ ଠାକୁର, ଅମରେନ୍ଦ୍ର ଧାରୀ ସିଂହ ଏବଂ…

Read More

ଆଜି ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲୀପ ରାୟ ବଡ଼ ଘୋଷଣା କରିଛନ୍ତି।ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲୀପ ରାୟ ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ଏନେଇ ଦିଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି।

Read More

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପାଇଁ ୨ ଜଣ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ତେବେ ବଡ କଥା ଚତୁର୍ଥ ଆସନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିହାରରୁ ରାଜ୍ୟସଭା ଯିବା ନେଇ ମଧ୍ୟ କୁହାଯାଉଛି । ଅନ୍ୟପଟେ ବିଜେଡିରୁ ତୃତୀୟ ସିଟ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଚତୁର୍ଥ ସିଟ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯାହାକି ଦତ୍ତେଶ୍ୱର ହତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିବ ବୋଲି କହିଛିି ।

Read More

ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ କରାଯାଉଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ହୋସେନି ଖେମିନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଭୟଙ୍କର ରହିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇରାନ ଉପରେ ମିଳିତ ଆକ୍ରମଣ ଓ ଭାରତ ସରକାରଙ୍କ ନୀରବତାକୁ କଡ଼ା‌ ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ, ଇରାନ ଉପରେ ଏକପାଖିଆ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସରକାରଙ୍କ ନୀରବତା ନୀତିରୁ ପଛଘୁଞ୍ଚା ସହିତ ସମାନ । ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ ଜଣେ ଶାସକ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟା ଆଜିର ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ଫାଟକୁ ଉଜାଗର କରୁଛି । ତଥାପି, ଏହି ଘଟଣାର ଆଘାତ ବ୍ୟତୀତ, ଯାହା ସମାନ ଭାବରେ ଆଶ୍ଚର୍ଯ୍ୟଜନକ ତାହା ହେଉଛି ନୂଆଦିଲ୍ଲୀର ନୀରବତା । ଏହା ବୈଦେଶିକ ନୀତିର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ଭାରତ ସରକାର ଇରାନର ହତ୍ୟା…

Read More