Author: sanitelevision

ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ହୋଲିରେ ରାଜଧାନୀବାସୀ ଖାଇଲେ ୮ କୋଟିର ଆମିଷ ।ସୂଚନାମୁତାବକ ହୋଲିରେ ୬୦ ଟନ୍‌ରୁ ଅଧିକ ଖାସି ମାଂସ ବିକ୍ରି ହୋଇଛି। ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ମୋଟ୍‌ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ଖାସି ମାଂସ ବିକ୍ରି କରାଯାଇଛଇ। ସେହିପରି ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଚିକେନ୍‌ ମଧ୍ୟ ବିକ୍ରି ହୋଇଛି। ମାଛ ବ୍ୟବସାୟ ମଧ୍ୟ ମାଲାମାଲ କରିଛି | ପାଖାପାଖି ୧୨୮ ଟନ୍‌ର ମାଛ ବ୍ୟବସାୟ ହୋଇଛି। ତେବେ ରାଜଧାନୀରେ ମୋଟ ୮ କୋଟି ୪୧ ଲକ୍ଷ ଟଙ୍କାର ଆମିଷ ବିକ୍ରି ହୋଇଥିବା ଜଣାପଡିଛି।

Read More

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ(Birth Anniversary of Biju Patnaik)ଙ୍କର ଜନ୍ମ ଜୟନ୍ତୀ । ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । । ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ । ଦୀର୍ଘ ୮୧ ବର୍ଷର ଜୀବନ କାଳ ମଧ୍ୟରେ ଓଡିଶାକୁ ଦେଇଥିଲେ ନୂଆ ରୂପ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା, ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜୁ ପଟ୍ଟନାୟକ। କଟକରେ ଜନ୍ମିତ ବିଜୁ ବାବୁ ନିଜ ସୁଦକ୍ଷ ନେତୃତ୍ୱ, ବୀରତା, ସାହସିକତା ତଥା ମାଟି ମା’ର ସେବାରେ ଅତୁଳନୀୟ ଅବଦାନ ପାଇଁ ଚିରସ୍ମରଣୀୟ। ଭାରତୀୟ ରାଜନୈତିକ ଆକାଶରେ ବିଜୁ ପଟ୍ଟନାୟକ ସବୁବେଳେ ଧ୍ରୁବତାରା ହୋଇରହିଛନ୍ତି।୧୯୪୬…

Read More

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ।ଯେଉଁଥି ଲାଗି ବଡ଼ଦେଉଳରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଗୁରୁବାର ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଡ଼ଠାକୁରଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଯେଉଁଥିଲାଗି ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବ ସାଧାରଣ ଦର୍ଶନ ।

Read More

ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବେ।ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣଙ୍କ ନାଁ ସ୍ପଷ୍ଟ ହୋଇ ସାରିଛି ।ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ବିଜେଡିରୁ ସଂତୃପ୍ତ ମିଶ୍ର , କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଛି କିନ୍ତୁ ଫେବ୍ରୁଆରୀ ୨୬ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏପର୍ୟ୍ୟନ୍ତ କେହି ନାମାଙ୍କନ ଦାଖଲ ନାହାନ୍ତି

Read More

ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ରାଜନୀତିରେ ଏକ ବଡ଼ ଧରଣର ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଖାମେନେଇଙ୍କ ପୁଅ ମୋଜତାବାଙ୍କ ହାତକୁ ଗଲା ଦେଶର ଶାସନ ଡୋରି । ବାପାଙ୍କ ପରେ ଏବେ ପୁଅ । ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା । ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ତାଙ୍କ ଦ୍ୱିତୀୟ ପୁଅ ୫୬ ବର୍ଷିୟ ମୋଜତାବା ହୁସେନି ଖାମେନେଇ ଇରାନର ନୂଆ ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଇରାନର ‘ଆସେମ୍ବଲି ଅଫ୍ ଏକ୍ସପର୍ଟସ’ ମୋଜତାବାଙ୍କ ନାମରେ ମୋହର ମାରିଛନ୍ତି । ଇରାନର ଶକ୍ତିଶାଳୀ ସେନା ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ର ପ୍ରବଳ ଚାପ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।ମୋଜତବା ଖାମେନେଇଙ୍କ ପୃଷ୍ଠଭୂମି: ୧୯୬୯ ମସିହାରେ ଜନ୍ମିତ ମୋଜତବା ହେଉଛନ୍ତି ଅଲି ଖାମେନେଇଙ୍କ ଦ୍ୱିତୀୟ…

Read More

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି ଏବଂ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି। ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ (MEA) ବୁଧବାର ସ୍ପେଶାଲ କଣ୍ଟ୍ରୋଲ ରୁମ୍ କରିଛି । ଏହି କଣ୍ଟ୍ରୋଲ ରୁମ୍ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଏହାର ମୂଳ ଲକ୍ଷ୍ୟ । ଲୋକମାନେ ଏହି ନମ୍ବରଗୁଡ଼ିକ ମାଧ୍ୟମରେ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିପାରିବେ: ୧୮୦୦୧୧୮୭୯୭ +୯୧ ୧୧ ୨୩୦୧ ୨୧୧୩ +୯୧ ୧୧ ୨୩୦୧ ୪୧୦୪ +୯୧ ୧୧ ୨୩୦୧ ୭୯୦୫ ଏହି ଅଞ୍ଚଳରେ ଅବସ୍ଥିତ ଭାରତୀୟ ଦୂତାବାସଗୁଡ଼ିକର ଜରୁରୀକାଳୀନ ଯୋଗାଯୋଗ ନମ୍ବରଗୁଡ଼ିକ ନିମ୍ନଲିଖିତ: ବାହାରିନ: +୯୭୩ ୩୯୪୧୮୦୭୧ ଇରାନ: +୯୮ ୯୧୨୮୧୦୯୧୧୫ / +୯୮ ୯୧୨୮୧୦୯୧୦ / +୯୮…

Read More

ଶ୍ରୀଲଙ୍କା ସମୁଦ୍ରରେ ଇରାନ ଯୁଦ୍ଧ ଜାହାଜ ଉପରେ ସବ୍ ମେରିନ୍ ଆକ୍ରମଣରେ ୧୦୧ ନୌସୈନିକ ନିଖୋଜ ଓ ୭୮ ଆହତ । ସବ୍ ମେରିନ୍ ମାଡ଼ରେ ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ ‘ଇରିସ୍ ଦେନା ‘। ଯାହା ଭାରତର ବିଶାଖାପାଟନମରେ ମିଲାନ୍ ୨୦୨୬ ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରି ଇରାନ ଫେରୁଥିଲା। କୁହାଯାଉଛି ଯେ ଏଥିରେ ପ୍ରାୟ ୧୮୦ ଜଣ ଲୋକ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଇରାନୀ ଜାହାଜରୁ ଏକ ଜରୁରୀକାଳୀନ ବାର୍ତ୍ତା ପାଇବା ପରେ ଶ୍ରୀଲଙ୍କା ନୌସେନା ଏକ ଉଦ୍ଧାରକାରୀ ଟିମ୍ ପଠାଇଛି। ଉଦ୍ଧାର ମିଶନରେ ଜାହାଜ ଏବଂ ବାୟୁସେନା ବିମାନ ପଠାଯାଇଛି।ଆମେରିକା ପକ୍ଷରୁ ଦାବି କରାଯାଇଛି ଯେ, ସେମାନେ ଇରାନର ପ୍ରାୟ ୧୭ଟି ଜାହାଜ ଓ ସବ୍ ମେରିନକୁ ଧ୍ୱଂସ କରିସାରିଲେଣି । ଶ୍ରୀଲଙ୍କା ଏହି ଯୁଦ୍ଧରେ ନିରପେକ୍ଷ ଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଇରାନର ସୈନିକମାନଙ୍କୁ ସାହାଯ୍ୟ କରିଛି ।…

Read More

ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଲୋଚନା ହେଉଛି। ନୀତୀଶ କୁମାର ରାଜ୍ୟ ସଭା ଏମ୍‌ପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ।ଆଜି ପାଟନାରେ ଏନଡିଏ ବିଧାୟକଙ୍କ ବୈଠକ ଏହି ସମୀକରଣ ଉପରେ ଚୂଡ଼ାନ୍ତ ମୋହର ବାଜିପାରେ। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା ଆଜି ସକାଳେ ଦିଲ୍ଲୀରୁ ପାଟନା ପହଞ୍ଚିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆସନ୍ତାକାଲି ସକାଳେ ଦିଲ୍ଲୀରୁ ପାଟନା ପହଞ୍ଚିବେ।କେବଳ ଏତିକି ନୁହେଁ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ନେଇ ମଧ୍ୟ ବଡ଼ ଚର୍ଚ୍ଚା ହେଉଛି। କୁହାଯାଉଛି ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏମିତି ସ୍ଥିତିରେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ।ଯଦି ନୀତିଶ କୁମାର ଦିଲ୍ଲୀ ରାଜନୀତିରେ ପାଦ ଦିଅନ୍ତି ଏବଂ ରାଜ୍ୟସଭା ସାଂସଦ ହୁଅନ୍ତି ତେବେ ବିହାରର…

Read More

ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ । ଫୋନରେ କଥା ହୋଇଛନ୍ତି କହିଲେ ଭକ୍ତ ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ମୋର ବନ୍ଧୁ, ଶେଷ ମୂହୂର୍ତ୍ତରେ କାହିଁକି ସ୍ୱାଧୀନ ପାର୍ଥି ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ କହିଥିଲି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ , କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ, କିନ୍ତୁ ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି । ଶେଷ ମୂହୁର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ । ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କରେ ସ୍ଥାନ ନାହିଁ । ତେଣୁ ମୋତେ ନିବେଦନ କରିବା ଠିକ୍ ହେବ ନାହିଁ । ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ୧୪ ଏବଂ ସିପିଆଇଏମ୍‌ର ଗୋଟିଏ ଭୋଟ୍ ନିଶ୍ଚିନ୍ତ ମିଳିବ । ମୁଁ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛି । ମୋର ସମସ୍ତ…

Read More

ଆସୁଛି କାଳବୈଶାଖୀ ବର୍ଷା । ଆସନ୍ତା ମାର୍ଚ୍ଚ ୭ରୁ ୯ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷ କରି ଉପକୂଳ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଦେଖାଦେଇପାରେ । ଏବେ କିଛି ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି । କିନ୍ତୁ ଆଗାମୀ ଦିନରେ ଉଭୟ ଦିନ ରାତ୍ରି ତାପମାତ୍ରା ବଢିବା ସହ ମାର୍ଚ୍ଚ ଓ ଏପ୍ରିଲରେ ଅଧିକ ଗରମ ସହ ଲମ୍ଭା ସମୟ ପାଇଁ ହିଟୱେଭ୍ ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ନେଇ ଖରାଦିନେ ସତର୍କ ରହିବାକୁ ବିଭାଗ ପରାମର୍ଶ ଦେଇଛି ।

Read More