Author: sanitelevision

ଗତ ୫ମାସ ତଳେ ଓଟିଏସ୍ ସ୍କିମ୍ ଲାଗୁ କରିଥିଲେ ରାଜ୍ୟ ସରକାର | ଇତିମଧ୍ୟରେ ମାତ୍ର ୧୦% ଜରିମାନା ଅର୍ଥ ଆଦାୟ ହୋଇଛି । ପରିବହନ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୭ଟି ଏମ୍‌ଭି ଆକ୍ଟରେ କଟାଯାଇଥିବା ଚାଲାଣ କ୍ଷେତ୍ରରେ ୫୦% ଜରିମାନା ଛାଡ଼୍ କରାଯିବ ବୋଲି କୁହାଯାଇଥିଲା । ପରେ ଆଉ ୭ଟି ଏମ୍‌ଭି ଆକ୍ଟକୁ ସାମିଲ୍ କରାଯାଇଥିଲା । ବସ୍ ମାଲିକମାନଙ୍କ ଦାବି ପରେ ପରମିଟ୍ ଏବଂ ଫିଟ୍‌ନେସ୍ କଟାଯାଇଥିବା ଜରିମାନାକୁ ମଧ୍ୟ ଓଟିଏସ୍‌ରେ ସାମିଲ୍ କରାଯାଇଥିଲା । ଓଟିଏସ୍‌ରେ ପ୍ରାୟ ୧୩ ଶହ କୋଟି ଟଙ୍କାର ଜରିମାନା ଆଦାୟ ହେବ ବୋଲି ଆଶା କରାଯାଉଥିଲା । ଅବଶ୍ୟ ଏଥିରୁ ୨୦% ଚାଲାଣ କୋର୍ଟକୁ ଚାଲିଯାଇଛି । ଅର୍ଥାତ ଏହି ସ୍କିମ୍‌ରେ ଆଉ ୯ ଶହ କୋଟି ଟଙ୍କା ଆଦାୟ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।ଆଦାୟ…

Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଢିଲା ସୁନା ଏବଂ ରୂପାର ଦର। ୩ ପ୍ରତିଶତ ଲେଖାଏଁ ସୁନା ଏବଂ ରୂପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ପାଖାପାଖି ୫ ହଜାର ଟଙ୍କା ବଢିଛି। ୧୦ ଗ୍ରାମ୍ ସୁନାର ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କା ରହିଛି। ସେହିପରି ରୂପା ଦର ମଧ୍ୟ ବୃଦ୍ଧି ଘଟିଛି। କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କା ରହିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୩ ହଜାର ୨୯୦ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୬୯ ହଜାର ୮୦୦ ହୋଇଛି। ଗତକାଲି ଦର ୧ ଲକ୍ଷ ୭୩ ହଜାର ୯୦ ଟଙ୍କା ଥିଲା।

Read More

ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପୁଲିସ୍‌ ଏବଂ ବମ୍ ସ୍କ୍ଵାଡ୍ ପହଞ୍ଚି ଯାଞକରୁଛି। ଛି। କିଏ ଧମକ ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।ଖବର ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମାର ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଥିଲା ଧମକ । ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ । ତେବେ ଧମକ ପରେ ଜିଲ୍ଲା ପ୍ରଶାସନ ପୁରା ଆକ୍ସନମୋଡକୁ ଆସିଛି । ତୁରନ୍ତ ଜିଲ୍ଲା ପୋଲିସ, ବମ୍‌ ସ୍କ୍ୱାର୍ଡ, ଡଗ୍‌ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ଏପିରିକି ସମ୍ବେଦନଶୀଳ ସ୍ଥାନମାନଙ୍କରେ ତନତନ କରି ଯାଞ୍ଚ କରୁଛନ୍ତି ।

Read More

ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି ହେବ । ସନ୍ଧ୍ୟାରେ ଦୋଳୋତ୍ସବର ବିଶେଷ ପର୍ବ ମେଣ୍ଢାପୋଡ଼ି ନୀତି ହେବ । ଠାକୁରେ ଦୋଳବେଦିକୁ ବିଜେ ହେବା ପରେ ଏହି ବିଶେଷ ନୀତି ପାଳନ ହେବ । ମଧ୍ୟାହ୍ନ ଧୂପ ଶେଷ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ଦୋଳବେଦିସ୍ଥିତ ଅଗ୍ନି ଉତ୍ସବ ଗୃହକୁ ବିଜେ ହେବେ । ଅଗ୍ନି ସଂଯୋଗ ପରେ ଅଗ୍ନି ଗୃହକୁ ପ୍ରଦକ୍ଷଣ କରିବେ ଠାକୁର ଠାକୁରାଣୀ । ପ୍ରସାଦ ଲାଗି, ଶୀତଳ ଭୋଗ ଆଦି ବିଧି ମୁତାବକ ନୀତି ସରି ଚଳନ୍ତି ପ୍ରତିମା ଶ୍ରୀମନ୍ଦିରକୁ ବାହୁଡ଼ିବେ । ତେବେ ଦୁଇ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବହୁ ବିଳମ୍ବରେ ଚାଲିଛି। ସ୍ଥିତି ଏଭଳି ହୋଇଛି ଶନିବାର ରାତିରେ ପହୁଡ଼ ହୋଇ ନଥିବାରୁ ଶ୍ରୀଜୀଉ ଅନିଦ୍ରା ରହିଛନ୍ତି। ଶୁକ୍ରବାର ବିଳମ୍ବରେ ଅର୍ଥାତ ଭୋର ୪.୩୦ରେ ପହୁଡ଼ ପଡ଼ିବା ସହ…

Read More

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଆମେରିକା ଏବେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏକ ବଡ଼ ଆକ୍ରମଣରେ, ଆମେରିକୀୟ ସେନା ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ(ଆଇ୍ଆର୍‌ଜିସି)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ଦାବି କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ୪୭ ବର୍ଷ ମଧ୍ୟରେ ୧,୦୦୦ ରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ପାଇଁ ଆଇ୍ଆର୍‌ଜିସି ଦାୟୀ। ଏହା ସହିତ ଆମେରିକା ଆଇ୍ଆର୍‌ଜିସିର ମୁଖ୍ୟାଳୟକୁ ଧ୍ୱଂସ କରିଥିବାରୁ ଭିଡିଓ ଜାରି କରିଛି ।ଆମେରିକା ରାଷ୍ଟ୍ରପତିଙ୍କ ଶପଥ ୩ ସୈନ୍ୟଙ୍କ ବଳିଦାନ ବେକାର ଯିବନି । ଇରାନଠାରୁ ନିଆଯିବ ପ୍ରତିଶୋଧ । ଇରାନର ୯ଟି ଯୁଦ୍ଧଜାହାଜ ଧ୍ୱଂସ ହୋଇଛି । ଆଗକୁ ଧ୍ବଂସଲୀଳା ଜାରି ରହିବ ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଅପରେସନ୍ ଏପିକ୍ ଫ୍ୟୁରି’ ବିଷୟରେ ବଡ଼…

Read More

ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଛି । ତେଣୁ ସେଠାରେ ବ୍ୟବହାର ହେଉଥିବା ମିସାଇଲ ଓ ଅସ୍ତ୍ରର ବ୍ୟବହାର ପାଣିପାଗ ଉପରେ ପ୍ରଭାବ ପକାଇବ । ଏପିରିକି ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ। ପ୍ରାୟତଃ ଭାରତରେ ଇରାନ ଅଞ୍ଚଳରୁ ପବନ ପ୍ରବାହିତ ହୋଇଥାଏ ଯାହାକି ଗରମ ପବନ ଥାଏ । ତେଣୁ ମିସାଇଲ ଆକ୍ରମଣ ବୃଦ୍ଧି ଲାଗି ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପକାଇପାରେ। ସେହିପରି, ସୋମବାର ଦିନ ଉପକୂଳ ଓଡ଼ିଶାକୁ ଛାଡ଼ି ଆଉ ସବୁଠି ତାପମାତ୍ରା କମ୍ ରହିବ । ୩ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ରହିପାରେ ବୋଲି…

Read More

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ ଦଳର ବିଧାୟକଙ୍କ ଭୋଟ୍‌ ଉପରେ ନଜର ରଖାଯାଇଛି। କ୍ରସ୍ ଭୋଟିଂ ରୋକିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଘୋଷିତ ହ୍ବିପ୍ ଜାରି କରିଥିବା କୁହାଯାଉଛି। ଦଳର ବିଧାୟକମାନଙ୍କୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ବିଜେଡି ପ୍ରଥମ ପ୍ରାର୍ଥୀ ଭାବେ ଡ. ସଂତୃପ୍ତ ମିଶ୍ର ଓ ଦ୍ୱିତୀୟ ପ୍ରାର୍ଥୀ ୟୁରୋଲଜିଷ୍ଟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ରହିଛନ୍ତି। ତେବେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ କିନ୍ତୁ ଏହି ନିର୍ବାଚନରେ ଭୋଟ ନ ଦେଇ ନୀରବ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ସେ କାହାକୁ ବି ଭୋଟ ଦେବେ ଏବଂ ଏହି ନିର୍ବାଚନରେ ଅନ୍ୟ କୌଣସି ବିଧାୟକ କ୍ରସ୍‌ଭୋଟିଂ କରନ୍ତି, ତେବେ ତାଙ୍କ ମୁଣ୍ଡରେ ଦୋଷ ଲଦାଯାଇପାରେ ବୋଲି ଶ୍ରୀ ମହାକୁଡ ଆଶଙ୍କା କରିଛନ୍ତି।

Read More

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି l ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ 14 ବର୍ଷୀୟ ମାନସିକ ଅନଗ୍ରସର ତଥା ମୁକ ବଧିର ନାବାଳିକାଙ୍କ ଅସ୍ବାଭାବିକ ଭାବେ ପେଟ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ତାଙ୍କ ବାପା ମା’ ସନ୍ଦେହ କରିଥିଲେ lଗତ ବୁଧବାର ଦିନ ସେମାନେ ସମ୍ପୃକ୍ତ ନାବାଳିକାଙ୍କ ବାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡ଼ାକ୍ତରୀ ଯାଞ୍ଚ କରାଇଥିବା ବେଳେ ସେ ଗର୍ଭବତୀ ଥିବା ଜଣାପଡିଥିଲା l ମାତ୍ର ନାବାଳିକା ଜଣକ ମୁକ ବଧିର ଥିବା ବେଳେ କିଏ ତାଙ୍କ ସହ ଦୁଷ୍କର୍ମ କଲା ସେ କହି ପାରୁ ନାହାଁନ୍ତି l ଏହାକୁ ନେଇ ପୀଡ଼ିତାଙ୍କ ମାଆ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଉକ୍ତ ଘଟଣାକୁ ନେଇ…

Read More

ଇରାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ପରିସ୍ଥିତିରେ ଏବେ ଭାରତୀୟ ଲୋକେ ସିଧାସଳଖ ପ୍ରଭାବିତ ହେବେ। ଇରାନରୁ ଭାରତର ସର୍ୱାଧିକ ଆମଦାନୀ ହେଉଛି ଅଶୋଧିତ ତେଲ। ଭାରତ ଇରାନରୁ ପିସ୍ତା ଏବଂ ଖଜୁର ଭଳି ଶୁଖିଲା ଫଳ, କିଛି ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ ଉତ୍ପାଦ ଏବଂ କାଚପାତ୍ର ମଧ୍ୟ ଆମଦାନୀ କରେ। ପାଖାପାଖି ୯ ନିୟୁତ ଭାରତୀୟ ଉପସାଗରୀୟ ଦେଶ ( ସାଉଦୀ ଆରବ, ୟୁଏଇ ଓ କତାର ଆଦି ଦେଶ) ମାନଙ୍କରେ କାମ କରନ୍ତି ଓ ବାର୍ଷିକ କୋଟିକୋଟି ଟଙ୍କା ବିଦେଶୀ ମୁଦ୍ରା (ରେମିଟାନ୍ସ) ଭାରତକୁ ପଠାଇଥାନ୍ତି। ଯୁଦ୍ଧ ଯୋଗୁ ସେମାନଙ୍କ ଚାକିରୀ ବୃତ୍ତି ବିପଦରେ ପଡିବ। ଏଣୁ ଭାରତ ସରକାରଙ୍କୁ ଏକ ବଡ଼ଧରଣର ଇଭାକ୍ୟୁଏସନ ମିସନ ହାତକୁ ନେବାକୁ ପଡିପାରେ। ଏହା ଛଡା ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲ ଭାରତର ରଣନୈତିକ ଭାଗିଦାରୀ ହେଲେ ଇରାନ ସହ ଭାରତର ଐତିହାସିକ ଓ ଶକ୍ତି…

Read More

ରାଜ୍ୟର ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ । ସେଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୪୦୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇସାରି ଥିବା ବେଳେ ଆଜି (ଶନିବାର) ଆଉ ୨୮ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି ।ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ରହିଛି । ସେଥିମଧ୍ୟରୁ ୪୪୯ଟି ବେସିକ୍ ଲାଇଫ୍ ସପୋର୍ଟ (ବି.ଏଲ୍.ଏସ) ଆମ୍ବୁଲାନ୍ସ ଏବଂ ୪୧୧ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ଏ.ଏଲ୍.ଏସ) ଆମ୍ବୁଲାନ୍ସ ରହିଛି । ଏହାସହ ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି ।ଏହି…

Read More