ଗଂଜାମ ଜିଲ୍ଲା ଭଂଜନଗର ଥାନା ଠାରୁ କିଛି ଦୂରରେ ଥିବା କୋର୍ଟ ସମୁଖରେ ଗୁରୁବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ ୨ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମର ରାମନାଥ ସ୍ବାଇଁଙ୍କ ପୁଅ ଅଶୋକ ଏକ କେଶ ମାମଲାର ବାଇଦାରେ ହାଜର ହେବାକୁ କୋର୍ଟକୁ ଆସୁଥିଲେ । ଏହି ସମୟରେ ଥାନା ଅନ୍ତର୍ଗତ ଡିହ ପଢାଳ ଗ୍ରାମର ଦିଲ୍ଲୀପ ଜେନା ନାମକ ଜଣେ ଯୁବକ ଅତର୍କିତ ଅଶୋକକୁ ଫାର୍ସାରେ ଚୋଟ ପରେ ଚୋଟ ପକାଇଥିଲା। ଅଶୋକଙ୍କ ଶରୀରର ଦେହ ମୁଣ୍ଡ ସବୁଠି ୨୦ରୁ ଊର୍ଦ୍ଧ୍ବ ଚୋଟ ମାରିବା ପରେ ଦିଲ୍ଲୀପକୁ କୋର୍ଟ ପରିସରରେ ଥିବା ପୁଲିସ କାବୁ କରି ଥାନାକୁ ନେଇଥିଲେ। ସେହିପରି ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଅଶୋକକୁ ପାଖରେ ଥିବା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ସେଠାରେ…
Author: sanitelevision
ଆଜି ନୁହେଁ ଆସନ୍ତାକାଲି ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଓଡିଶା ପହଞ୍ଚିବା ପରେ ସିଧା ମୁଣ୍ଡୁଳି ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ପରେ ପାରାଦୀପ ଓ ଭୁବନେଶ୍ୱରରେ ମଧ୍ୟ ଶାହ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି । ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ । ସେଦିନ ଅପରାହ୍ଣରେ ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।ଶେଷରେ ସମବାୟ ସେବାରେ ଦୁଗଧଜାତ ଉତ୍ପାଦନ ବୃଦ୍ଧି, ଯୁବଶକ୍ତି ସଶକ୍ତିକରଣ ଓ କୃଷକ ବିକାଶ ସଂପର୍କିତ ଶ୍ବେତ କ୍ରାନ୍ତି 2.0 କାର୍ଯ୍ୟକ୍ରମରେ ଯୋଗଦେବ । ପରେ ବିଏସଏଫ ଏୟାରକ୍ରାଫଟରେ ନୂଆଦିଲ୍ଲୀ ଫେରିଯିବ ଅମିତ ଶାହ ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ଏନଡିଏ ନେତା ଉପସ୍ଥିତ ଥିଲେ।ଫେବୃଆରୀ ୨୭ରେ ୧୦ମ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଇଛି ।ଏବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଯୋଗିତା ଏବେ ଆହୁରି ଆକର୍ଷଣୀୟ ହୋଇଯାଇଛି। ଗତ ନଭେମ୍ବରରେ, ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ଏବେ ରାଜ୍ୟସଭାକୁ ଯିବା ପାଇଁ ତାଙ୍କର ନିଷ୍ପତ୍ତି ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ବିଷୟରେ କଳ୍ପନାଜଳ୍ପନା…
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ସେପରି ବିଜେପିର ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି । କିଛି ସମୟ ପୂର୍ବରୁ ବିଜେଡିରୁ ତୃତୀୟ ପ୍ରାର୍ଥୀ ବାବେ ସଂତୃପ୍ତ ମିଶ୍ର ଏବଂ କମନ କ୍ୟାଣ୍ଡିଡେଟ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କ ଦାଖଲ କରିସାରିଛନ୍ତି ।
ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ହୋଇଛି ।କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନଫିଡେନସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଭିଯୁକ୍ତ ମାନେ ତଦନ୍ତରେ ସହଯୋଗ କରିବା ଏବଂ ଅଦଲତଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।
ରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ବିଶ୍ୱ ଶକ୍ତି ବଜାରରେ ତୀବ୍ର ପରିବର୍ତ୍ତନ ଘଟୁଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ପଥ ମଧ୍ୟରୁ ଗୋଟିଏ, ହର୍ମୁଜ ପ୍ରଣାଳୀ ଦେଇ ତୈଳ ଟ୍ୟାଙ୍କରଗୁଡ଼ିକର ଗତିବିଧି ବୃଦ୍ଧି ପାଇଥିବାରୁ, ସୁରକ୍ଷା ବିପଦ ବୃଦ୍ଧି ପାଇବା ସହିତ ଯଥେଷ୍ଟ ହ୍ରାସ ପାଇଛି। ଏହା ଭାରତ ସମେତ ଅନେକ ଦେଶରେ ତୈଳ ସଙ୍କଟର ଆଶଙ୍କା ସୃଷ୍ଟି କରିଛି।ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଓ ହରମୁଜ୍ ପ୍ରଣାଳୀ ଅବରୋଧ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ $ ୮୦ ଅତିକ୍ରମ କରିଛି, ମାତ୍ର ଦୁଇ ଦିନରେ ପ୍ରାୟ ୯ % ବୃଦ୍ଧି ପାଇଛି। କିଛି ସମୟ ପାଇଁ, ଏହା $୮୫ ଅତିକ୍ରମ କରିଛି। ସୋମବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ପରେ ମଙ୍ଗଳବାର ବ୍ରିଟେନରେ ଗ୍ୟାସ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।…
ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ୟୁଏଇର ପରିସ୍ଥିତି ସଙ୍କଟ ଜନକ ରହିଛି। ଅନେକ ସ୍ଥାନରେ ଆକାଶ ମାର୍ଗ ବନ୍ଦ ଏବଂ ବିମାନ ବାତିଲ ହେବା ଯୋଗୁ ବଲିଉଡ ତଥା ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମେତ ଶହ ଶହ ଯାତ୍ରୀ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ତଥା ଜାୟଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଫସି ରହିଛନ୍ତି। ଯୁଦ୍ଧ ଭିତରେ ଦୁବାଇରେ ଫସିଛନ୍ତି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଜୟ ଭଟ୍ଟାଚାର୍ଯ୍ୟ। ଜୟ ଦୁବାଇରେ ଫସି ରହିଥିବା ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଅଭିଜିତ୍। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ତାଙ୍କ ପୁଅକୁ ଦୁବାଇରୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଶୀଘ୍ର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଜୟ ବି ଜଣେ ସୁପରିଚିତ ଗାୟକ ଭାବେ ବେଶ୍ ପରିଚିତ। ଏକ ମର୍ମସ୍ପର୍ଶୀ ପୋଷ୍ଟରେ ଅଭିଜିତ୍ ଲେଖିଛନ୍ତି, ମୋ ପୁଅ ଜୟ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଦୁବାଇରେ ଫସି…
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ । ବିଜେଡି ପ୍ରାର୍ଥୀ ସହ ସଂତୃପ୍ତ ମିଶ୍ର ଭରିଲେ ନାମାଙ୍କନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଛନ୍ତି ।କକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ବିଜେଡିର ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଅଛନ୍ତି ।ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଚତୁର୍ଥ ଆସନ ପାଇଁ ବି ଦୁଇ ଜଣ ପ୍ରାର୍ତୀ ରହିଛନ୍ତି। ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ। ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କର ହୃଦ୍ରୋଗ ସମସ୍ୟା ଥିବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ ତାଙ୍କର ଆଞ୍ଜିଓଗ୍ରାଫି କରିଥିବାବେଳେ ଅନ୍ୟ ଚିକିତ୍ସା ବି କରିଥିଲେ।ହୃଦରୋଗ ସମସ୍ୟା ପାଇଁ ସେ ଗତ ମଙ୍ଗଳବାର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଗୁରୁବାର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀଙ୍କ ଅସୁସ୍ଥତା ଖବର ପାଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।
ଗତ ୨୪ ଘଣ୍ଟା ଧରି ବିହାର ମୁଖ୍ୟମନ୍ତ୍ରୀ ନୀତଶ କୁମାରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । କୁହାଯାଉଥିଲା ଯେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ଓ ରାଜ୍ୟସଭା ଯିବେ । ଏହି କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ବିବୃତ୍ତି ଏବେ ପ୍ରକାଶ ପାଇଛି ।ସେ ସୋସିଆଲ ମିଡିଆରେ କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରନ୍ତର ଭାବରେ ଲୋକଙ୍କର ବିଶ୍ୱାସ ଏବଂ ସମର୍ଥନ ବଜାୟ ରଖିଛି। ସେହି ଶକ୍ତିରେ, ଆମେ ସମ୍ପୂର୍ଣ୍ଣ ବିଶ୍ୱସ୍ତତାର ସହିତ ବିହାର ଏବଂ ଆପଣମାନଙ୍କ ସେବା କରିଛୁ। ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ଯୋଗୁ ହିଁ ବିହାର ଆଜି ବିକାଶ ଏବଂ ସମ୍ମାନର ଏକ ନୂତନ ଦିଗ ପ୍ରଦାନ କରୁଛି। ମୁଁ ଅତୀତରେ ଅନେକ ଥର ଆପଣଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରିଛି। ମୋର ସଂସଦୀୟ କ୍ୟାରିଅର ଆରମ୍ଭରୁ, ମୋର ବିହାର ବିଧାନସଭାର ଉଭୟ ଗୃହ…









