Author: sanitelevision

ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଦେବାଶିଷ ସାମନ୍ତରାୟ ମେ’ 25 ତାରିଖରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭା ସାଂସଦ ଭାବରେ ତାଙ୍କ କାର୍ଯ୍ୟକାଳ 3 ଏପ୍ରିଲ 2030ରେ ଶେଷ ହେବାର ଥିଲା । ଉପନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ନିର୍ବାଚନ ପାଇଁ ବିଜ୍ଞପ୍ତି ଜୁନ୍ 1 ତାରିଖରେ ଜାରି ହେବ ଏବଂ ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୍ 8 ତାରିଖ । ନାମାଙ୍କନପତ୍ର ଯାଞ୍ଚ ପରଦିନ (9 ଜୁନ୍) ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁନ୍ 11 ତାରିଖ ।ଆସନ ପାଇଁ ଭୋଟଗ୍ରହଣ ଜୁନ୍ ୧୮ ତାରିଖ ସକାଳ…

Read More

ଭାରତରେ ଦେଖାଦେଇଛି ଇବୋଲା ଭାଇରସ୍ ଲକ୍ଷଣ। ଉଗାଣ୍ଡାରୁ ଫେରନ୍ତା ଜଣେ ବ୍ୟକ୍ତିଙ୍କଠାରେ ଇବୋଲା ଭାଇରସ୍ ଲକ୍ଷଣ ଦେଖା ଦେଇଛି। । ଶରୀରରେ ଯନ୍ତ୍ରଣା ହେବାରୁ ବେଙ୍ଗଲୁରୁର ସରକାରୀ ହସ୍ପିଟାଲରେ ଭର୍ତ୍ତି। ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି, ରେଜଲ୍ଟକୁ ଅପେକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ଉତ୍ତର-ପୂର୍ବ କଙ୍ଗୋରେ ଏବୋଲାର ଏକ ବିରଳ ପ୍ରଜାତି ଦେଖାଦେଇଛି, ଯାହା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଏପର୍ଯ୍ୟନ୍ତ ସେଠାରେ ୯୦୦ରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ ୨୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଏହି ମହାମାରୀ ଆହୁରି କିଛି ମାସ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି (WHO) ଆଶଙ୍କା ପ୍ରକଟ କରିଛି। ସ୍ଥିତିକୁ ଦେଖି ସେଠାରେ ସହାୟତା କାର୍ଯ୍ୟକୁ ଜୋରଦାର କରାଯାଇଛି।ଏହି ଇବୋଲା ଭାଇରସ ପାଇଁ ଦେଶର ବିଭିନ୍ନ ବିମାନବନ୍ଦରରେ କଟକଣା ଜାରୀ ହୋଇଛି।…

Read More

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ।କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ଓ ବିଜୟନଙ୍କ ଝିଅ ଟି ବୀଣାଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନି ଏକ୍ସାଲୋଜିକ୍ ସଲ୍ୟୁସନ୍ସ ସହିତ ଜଡିତ କଥିତ ଆର୍ଥିକ ଅନିୟମିତତା ସମ୍ପର୍କରେ ଇଡି ଏହି ଚଢ଼ଉ କରିଛି। କେରଳ ହାଇକୋର୍ଟ କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ମାମଲାରେ ଇଡ଼ିର ତଦନ୍ତ ବାତିଲ କରିବାକୁ ମନା କରିବାର ଦିନକ ପରେ ଏହି ଚଢ଼ଉ କରାଯାଇଥିଲା। ସିନ୍ଥେଟିକ୍ ରୁଟାଇଲ୍ ଓ ଶିଳ୍ପ ରାସାୟନିକ ପଦାର୍ଥ ନିର୍ମାଣରେ ନିୟୋଜିତ କେରଳମ୍‌ର ଏହି କମ୍ପାନି ଉପରେ ବଡ଼ଧରଣର ଲାଞ୍ଚ କାରବାର ଓ ମନି ଲଣ୍ଡରିଂ ଅଭିଯୋଗ ଆସିଛି। ଏକ୍ସାଲୋଜିକ୍ ସଲ୍ୟୁସନ୍ସ କୌଣସି ସେବା ପ୍ରଦାନ ନକରି କୋଚିନ୍‌ ମିନେରାଲ୍ସ ଠାରୁ ବିପୁଳ ପରିମାଣର ଅର୍ଥ ପାଇଛି ବୋଲି ଅଭିଯୋଗକୁ ନେଇ ବିବାଦ…

Read More

ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରୁ କମନ୍‌ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ ।ଜୁନ ୧୭ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ଜୁନ ୧୮ରୁ ୨୦ ମଧ୍ୟରେ ଯୋଗ୍ୟ ବିବେଚିତ କଲେଜରେ ନାମ ଲେଖାଇବେ। ଜୁନ ୨୯ରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ ଏବଂ ଜୁନ ୩୦ରୁ ଜୁଲାଇ ୪ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ଜୁଲାଇ ୯ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ।

Read More

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ନିଜର ଡିଜିଟାଲ୍ ସେବାକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା ପାଇଁ mAadhaar ଆପ୍‌ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ତେବେ mAadhaar ଆପ୍‌ର ପୁରୁଣା ଭର୍ସନ ବନ୍ଦ ହୋଇପାରେ ଏବଂ ଏହା ବଦଳରେ ଏକ ଅଧିକ ଉନ୍ନତ ଓ ନୂଆ ଆପ୍ ବ୍ୟବହାର କରିବାକୁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଉଛି। ତେବେ ନୂତନ ଆପ ରେ କେନ୍ଦ୍ରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ମୋବାଇଲ୍‌ରେ ଘରେ ବସି ଅଧିକାଂଶ କାମ କରିପାରିବେ । ଯେପରି ଆଧାର ଡାଉନଲୋଡ୍ । ଆପଣ ଯେକୌଣସି ସମୟରେ ନିଜର ଡିଜିଟାଲ୍ ଆଧାର କାର୍ଡ ଡାଉନଲୋଡ୍ କରିପାରିବେ। ଠିକଣା ଅପଡେଟ୍ କରିପାରିବେ । ଯଦି ଆପଣ ଘର ବଦଳାଇଛନ୍ତି, ତେବେ ନିଜ ମୋବାଇଲ୍ ସାହାଯ୍ୟରେ ଠିକଣା ଅପଡେଟ୍ ପାଇଁ ଆବେଦନ କରିପାରିବେ।ବାୟୋମେଟ୍ରିକ୍ ଲକ୍/ଅନଲକ୍ କରିପାରିବେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର୍ । ଆପଣ ନିଜର ଫିଙ୍ଗରପ୍ରିଣ୍ଟ୍‌କୁ ଲକ୍ କରିପାରିବେ,…

Read More

ଅଧିକାର ପାଇଁ ଅଭିନବ ପ୍ରତିବାଦ। ମାଆଙ୍କ ଭତ୍ତା ଲାଗି ମାଆକୁ ଭାରରେ ବୋହି ନେଲେ ପୁଅ। ଭତ୍ତା ପାଇଁ ୮୯ ବର୍ଷୀୟ ବୃଦ୍ଧା ମାକୁ ଭାରରେ ବୋହିନେଲେ ପୁଅ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଏ ଘଟଣା।ରାମଚନ୍ଦ୍ରପୁର ପଞ୍ଚାୟତ ୬ ନମ୍ୱର୍ ୱାର୍ଡର ଚନ୍ଦ୍ରମଣି ମାଝୀ ସରକାରଙ୍କ ଆବାସ ଯୋଜନା ଏବଂ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ତାଙ୍କ ୮୨ ବର୍ଷୀୟ ମାଆ ବଞ୍ଚିତ ବୋଲି ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ବ୍ୟବସ୍ଥା ଉପରେ ଅତିଷ୍ଠ ହୋଇ ଚନ୍ଦ୍ରମଣି ନିଜ ମା’ଙ୍କୁ ଏକ ଭାରରେ ବସାଇ କାନ୍ଧରେ ବୋହି ଆନ୍ଦୋଳନ ସ୍ଥଳକୁ ନେଇ ଆସିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଥିବା ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲିଥିବା ବେଳେ ଚନ୍ଦ୍ରମଣି ଏଠାକୁ ନିଜ ମାଆଙ୍କୁ ଆଣିଥିଲେ। ଧାରଣା…

Read More

କ୍ୱାଡ୍ ଦେଶମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା, ଶକ୍ତି ଯୋଗାଣ ଏବଂ ସାମୁଦ୍ରିକ ସହଯୋଗ ସମ୍ପର୍କରେ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି।ଇଣ୍ଡୋ-ପାସିଫିକ୍ ସାମୁଦ୍ରିକ ସର୍ଭେଲାନ୍ସ ସହଯୋଗ ପ୍ରକଳ୍ପ ଘୋଷଣା କରିଛନ୍ତି ମାର୍କୋ ରୁବିଓ । ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବେଆଇନ ମାଛ ଧରିବା, ଜଳଦସ୍ୟୁତା ଏବଂ ସାମୁଦ୍ରିକ ସୁରକ୍ଷା ଜନିତ ଆହ୍ୱାନର ମୁକାବିଲା ପାଇଁ ରୁବିଓ ଏକ ନୂତନ ‘ଇଣ୍ଡୋ-ପାସିଫିକ୍ ମାରିଟାଇମ୍ ସର୍ଭେଲାନ୍ସ କୋଅପରେସନ ଇନିସିଏଟିଭ୍ ଘୋଷଣା କରିଛନ୍ତି । ଏହାଦ୍ୱାରା ସମୁଦ୍ର ପଥରେ ରିୟଲ ଟାଇମ ଉପରେ ନଜର ରଖାଯାଇପାରିବ । ନୂତନ ସର୍ଭେଲାନ୍ସ ପ୍ରକଳ୍ପ ମାଧ୍ୟମରେ ସଦସ୍ୟ ଦେଶଗୁଡ଼ିକର ସାମୁଦ୍ରିକ ନଜର ରଖିବା କ୍ଷମତାର ସମନ୍ୱୟ କରାଯିବ ଏବଂ ପରସ୍ପର ମଧ୍ୟରେ ଡାଟା ଶେୟାରିଂ ବୃଦ୍ଧି ପାଇବ । ଏହା ସହ ଭାରତ ଆଗାମୀ ‘କ୍ୱାଡ୍-ଆଟ୍-ସି…

Read More

ଓଡ଼ିଶାରେ ୫ଟଙ୍କିଆ ଡାଲମା ଭାତ ପରି ପଶ୍ଚିମବଙ୍ଗରେ ବି ୫ ଟଙ୍କିଆ ମିଲ୍ ମିଳୁଥିଲା। ହେଲେ ଏବେ ସେଥିରେ ମାଛ ବି ମିଳିବ।ଏଥିପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ପ୍ରାୟ ୪୦୦ଟି ସ୍ପେଶାଲ କ୍ୟାଣ୍ଟିନ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି। ଏହି ସ୍ପେଶାଲ କ୍ୟାଣ୍ଟିନଗୁଡ଼ିକ ଜରିଆରେ ବିଶେଷ କରି ଶ୍ରମିକ, ଦିନମଜୁରିଆ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିବେ। ପଶ୍ଚିମବଙ୍ଗରେ ମାଛ ଏବଂ ଭାତ ମୁଖ୍ୟ ଖାଦ୍ୟ ହୋଇଥିବାରୁ, ସରକାରଙ୍କ ଏହି ସୁଲଭ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମ୍‌ସିର ଅଭିଯୋଗରେ ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି। କାରଣ ନିର୍ବାଚନ ସମୟରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନେ ପ୍ରଚାର କରିଥିଲେ ଯେ ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ। ଫଳରେ ବଙ୍ଗାଳୀମାନେ ତାଙ୍କର ପ୍ରିୟ କାଦ୍ୟ ଖାଇବାରେ ବଞ୍ଚିତ…

Read More

ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ସୋମବାର ଏକ ସାଧାରଣ ସଭାରେ ସିନେମା ଜଗତରୁ ରାଜନୀତିକୁ ଆସିଥିବା ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ବିଜୟଙ୍କ ଆଶ୍ଚର୍ଯ୍ୟଜନକ ସଫଳତାକୁ ଦେଖି ତାଙ୍କୁ ସାମାନ୍ୟ “ଇର୍ଷା” ହୋଇଥିବା କଥା ଅତି ସରଳ ଭାବେ ସ୍ୱୀକାର କରିଛନ୍ତି, ଯାହାକୁ ନେଇ ଏବେ ସାରା ଦକ୍ଷିଣ ଭାରତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ନିଜ ଦଳର କର୍ମୀମାନଙ୍କୁ ସମ୍ବୋଧିତ କରି ସେ ନିଜର ୧୫ ବର୍ଷର ଦୀର୍ଘ ରାଜନୈତିକ ସଂଘର୍ଷ ଏବଂ କଠିନ ଯାତ୍ରା ବିଷୟରେ ଆଲୋଚନା କରିବା ସହ ହସି ହସି କହିଥିଲେ ଯେ, ଆଜିକାଲି ତାମିଲନାଡୁ ରାଜନୀତିକୁ ଦେଖିଲେ ଲାଗୁଛି ଯେମିତି ଅନ୍ୟମାନଙ୍କ ପାଇଁ ସବୁକିଛି ସହଜ ହୋଇଯାଇଛି, କାରଣ ସେମାନେ…

Read More

ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପଲଇ (ଏଫ୍‌ଡବ୍ଲ୍ୟଆଇସିଇ) ଏକ ବଡ଼ ପଦକ୍ଷେପ ନେଇଛି । ଏଫ୍‌ଡବ୍ଲ୍ୟୁଆଇସିଇ ତାଙ୍କୁ ନିଷିଦ୍ଧ ଘୋଷଣା କରିଛି । ତାଙ୍କ ବିରୋଧରେ ନନ୍-କୋଅପରେସନ୍ ଡାୟରେକ୍ଟିଭ ଜାରି କରିଛି । ଏହା ଜରିଆରେ ରଣବୀରଙ୍କ ସହ କାମ ନ କରିବାକୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ କହିଛି । ଫରହାନ ଅଖତରଙ୍କ ଫିଲ୍ମ ‘ଡନ୍-୩’ ସୁଟିଂର କିଛି ଦିନ ପୂର୍ବରୁ ରଣବୀର ହଠାତ୍ ଫିଲ୍ମ ଛାଡ଼ିବାକୁ ଘୋଷଣା କରିବା ପରେ ଏହି ସ୍ଥିତି ଉପୁଜିଛି । ସୂଚନାମୁତାବକ ରଣବୀର ସିଂହ ଏବଂ ଏକ୍ସେଲ୍ ଏଣ୍ଟରଟେନମେଣ୍ଟର ପ୍ରଯୋଜକ ଫରହାନ୍ ଅଖତର ଓ ରିତେଶ ସିଧୱାନୀଙ୍କ ମଧ୍ୟରେ ଉତ୍ତେଜନା ୨୦୨୫ ଡିସେମ୍ବରରେ ସୃଷ୍ଟି ହୋଇଥିବା ଜଣାପଡ଼ିଛି, ଯେତେବେଳେ ରଣବୀର ଅପ୍ରତ୍ୟାଶିତ ଭାବରେ ଡନ୍ ୩ ରୁ ବାହାରି ଯାଇଥିଲେ, ଯଦିଓ ତାଙ୍କୁ ଫ୍ରାଞ୍ଚାଇଜ୍ ରିବୁଟ୍‌ର ମୁଖ୍ୟ ଅଭିନେତା ଭାବରେ ଘୋଷଣା କରାଯାଇଥିଲା। ଅଭିନେତାଙ୍କ…

Read More