Author: sanitelevision

ବଢ଼ି ଚାଲିଛି ଯୁବପିଢିଙ୍କ ରିଲ୍ସ ନିଶା । ଗତକାଲି ପୁରୀ ବେଳାଭୂମିରେ ତିନୋଟି ଡଙ୍ଗା ବିପଦପୂର୍ଣ୍ଣ ଭାବେ ବିନା ଲାଇଫ୍ ଜାକେଟରେ କିଛି ଲୋକଙ୍କୁ ନେଇ ଜଳକ୍ରୀଡା କରିବା ପରେ ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ। ଏଭଳି ବିପଦପୂର୍ଣ୍ନ ଷ୍ଟଣ୍ଟକୁ ବେଆଇନ୍ କହିବା ସହ ଘଟଣାର ତଦନ୍ତ କରାଯାଉଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଡଙ୍ଗା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଦିବ୍ୟଜୌତି ପରିଡା କହିଛନ୍ତି।ହୋଲି ଅବସରରେ କିଛି ଯୁବକ ପୁରୀ ଗଭୀର ସମୁଦ୍ର ଭିତରେ ଏକ ମୋଟର ଚାଳିତ ଡଙ୍ଗାରେ ବିପଦଜନକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହୋଇଛି । ବିନା ଲାଇଫ ଜ୍ୟାକେଟରେ ଗଭୀର ସମୁଦ୍ର ଭିତରେ ଡଙ୍ଗା ଉପରେ କିଛି ଯୁବକ ନୃତ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ଡଙ୍ଗାକୁ ସମୁଦ୍ର ଭିତରେ ଚକ୍ରି ଭଳି ଘୁରାଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଜନସାଧାରଣରେ…

Read More

ଗୁରୁବାର ଭାରତୀୟ ସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିଲା । ଯାହାପରେ ସନ୍ଧାନକାର୍ଯ୍ୟ ଆରମ୍ଭ କରିଦେଇଥିଲା । ତେବେ ବିମାନଟି କ୍ରାଶ୍ କରିଯାଇଥିବା ସୂଚନା ମିଳିଛି । ଏନେଇ ଏକ୍ସ ଯୋଗେ ବାୟୁସେନା ପକ୍ଷରୁ ଅପଡେଟ୍ ଦିଆଯାଇଛି ।ସୁଖୋଇ-୩୦ ବିମାନ ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛି। ସେନା ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି କୁହାଯାଇଛି, “ସମସ୍ତ ଭାରତୀୟ ବାୟୁସେନା କର୍ମଚାରୀ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛନ୍ତି ଏବଂ ଏହି ଦୁଃଖର ମୁହୂର୍ତ୍ତରେ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ।”

Read More

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳେ କୁହୁଡ଼ି ଓ ଦିନରେ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ପାରଦ ୩୯ ଡିଗ୍ରୀ ଟପିଥିଲା।ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୮ ତାରିଖ ରବିବାର ବେଳକୁ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ୩୦ରୁ ୪୦ କି.ମି. ପର୍ଯ୍ୟନ୍ତ ଝଟ୍‌କା ପବନ ବହିବା ନେଇ ପୂର୍ବାନୁମାନ କରାଯାଉଥିବାରୁ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲାଗୁଡିକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Read More

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳେ କୁହୁଡ଼ି ଓ ଦିନରେ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ପାରଦ ୩୯ ଡିଗ୍ରୀ ଟପିଥିଲା।ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୮ ତାରିଖ ରବିବାର ବେଳକୁ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ୩୦ରୁ ୪୦ କି.ମି. ପର୍ଯ୍ୟନ୍ତ ଝଟ୍‌କା ପବନ ବହିବା ନେଇ ପୂର୍ବାନୁମାନ କରାଯାଉଥିବାରୁ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲାଗୁଡିକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Read More

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି । ଅମିତ ଶାହଙ୍କ ସ୍ଵାଗତ ସହ ଉଦ୍‌ଘାଟିତ ଓ ଶିଳାନ୍ୟାସ ସମ୍ପର୍କିତ ବଡ଼ ବଡ଼ ହୋର୍ଡିଂ । ଗୃହମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କଟକ, ଭୁବନେଶ୍ଵର ଓ ଅନ୍ୟ ସ୍ଥାନରେ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।ଏହା ସହିତ ଏହାର ଅସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ । ଏହି ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ୪୦ ଏକର ଜମି ଯୋଗାଇ ଦେଇଛନ୍ତି । ସେ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ର ମଧ୍ୟ ଭୂମି ପୂଜନ କରିବେ । ଭୁବନେଶ୍ୱରରେ ନୂଆ ନ୍ୟାୟ ସଂହିତା ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିବା ସହ ଏକ ମୋବାଇଲ୍ ଫୋରେନସିକ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ସହ ଭର୍ଚୁଆଲ୍…

Read More

ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–III ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି। ଆସନ୍ତା ୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ପାଇଁ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଡିଜିପି ଓ୍ବାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି ।ଡିଜିପି କହିଛନ୍ତି, ଏହି ପ୍ରଦର୍ଶନୀରେ ଭାରତର ନ୍ୟାୟ ବ୍ୟବସ୍ଥାରେ ଉପନିବେଶ ଯୁଗରେ ପ୍ରଚଳିତ ଥିବା ଦଣ୍ଡ ବା ଶାସ୍ତି କୈନ୍ଦ୍ରୀକ ବ୍ୟବସ୍ଥାରୁ ଆଧୁନିକ ନ୍ୟାୟ କୈନ୍ଦ୍ରୀକ ବ୍ୟବସ୍ଥାକୁ ହୋଇଥିବା ପରିବର୍ତ୍ତନକୁ ପ୍ରଦର୍ଶିତ କରାଯିବ । ଏହା ଦ୍ବାରା ନୂତନ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ…

Read More

ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଗୁରୁବାର (ମାର୍ଚ୍ଚ ୫, ୨୦୨୬) ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଏକ ଶୋକ ପୁସ୍ତକରେ ସ୍ବାକ୍ଷର କରିଥିଲେ ଏବଂ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ ଇରାନର ସୁପ୍ରିମ ଲିଡର ଆୟତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ହୋଇଥିଲା।୮୬ ବର୍ଷୀୟ ଅଲି ଖାମେନେଇ ୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ନେତା ଥିଲେ ଏବଂ ଦୀର୍ଘ ସମୟ ଧରି ଦେଶକୁ ନେତୃତ୍ୱ ଦେଇଥିଲେ।ଇରାନରେ ଆୟତୁଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ୪୦ ଦିନର ରାଷ୍ଟ୍ରୀୟ ଶୋଷ ଘୋଷିତ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶ ତାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଏହାସହ କ୍ଷେତ୍ରୀୟ ଉତ୍ତେଜନା ବଢିବାର ଆଶଙ୍କା ମଧ୍ୟ କରାଯାଉଛି। ଭାରତ ଏହି ସମ୍ୱେଦନଶୀଳ ସ୍ଥିତିରେ ସନ୍ତୁଳିତ ଆଭିମୁଖ୍ୟ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଶୀଘ୍ର ଶେଷ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି ବିବାଦର ସମାଧାନ ଯୁଦ୍ଧ ନୁହେଁ, କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ ଇରାନ ସହିତ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଛି।ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଶ୍ୱକୁ ଏବେ ପୁରୁଣା ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକର ସଂସ୍କାରର ଅତ୍ୟନ୍ତ ଆବଶ୍ୟକତା ଅଛି। ସଂସ୍କାର କେବଳ ଆବଶ୍ୟକ ନୁହେଁ, ବରଂ ଏହା ବହୁତ ଶୀଘ୍ର କରାଯିବା ଆବଶ୍ୟକ। ସମସ୍ତ ପ୍ରକାରର ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତା ରହିଛି ।ଦିଲ୍ଲୀରେ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି…

Read More

ଗଂଜାମ ଜିଲ୍ଲା ଭଂଜନଗର ଥାନା ଠାରୁ କିଛି ଦୂରରେ ଥିବା କୋର୍ଟ ସମୁଖରେ ଗୁରୁବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ ୨ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମର ରାମନାଥ ସ୍ବାଇଁଙ୍କ ପୁଅ ଅଶୋକ ଏକ କେଶ ମାମଲାର ବାଇଦାରେ ହାଜର ହେବାକୁ କୋର୍ଟକୁ ଆସୁଥିଲେ । ଏହି ସମୟରେ ଥାନା ଅନ୍ତର୍ଗତ ଡିହ ପଢାଳ ଗ୍ରାମର ଦିଲ୍ଲୀପ ଜେନା ନାମକ ଜଣେ ଯୁବକ ଅତର୍କିତ ଅଶୋକକୁ ଫାର୍ସାରେ ଚୋଟ ପରେ ଚୋଟ ପକାଇଥିଲା। ଅଶୋକଙ୍କ ଶରୀରର ଦେହ ମୁଣ୍ଡ ସବୁଠି ୨୦ରୁ ଊର୍ଦ୍ଧ୍ବ ଚୋଟ ମାରିବା ପରେ ଦିଲ୍ଲୀପକୁ କୋର୍ଟ ପରିସରରେ ଥିବା ପୁଲିସ କାବୁ କରି ଥାନାକୁ ନେଇଥିଲେ। ସେହିପରି ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଅଶୋକକୁ ପାଖରେ ଥିବା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ସେଠାରେ…

Read More

ଆଜି ନୁହେଁ ଆସନ୍ତାକାଲି ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଓଡିଶା ପହଞ୍ଚିବା ପରେ ସିଧା ମୁଣ୍ଡୁଳି ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ପରେ ପାରାଦୀପ ଓ ଭୁବନେଶ୍ୱରରେ ମଧ୍ୟ ଶାହ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି । ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ । ସେଦିନ ଅପରାହ୍ଣରେ ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।ଶେଷରେ ସମବାୟ ସେବାରେ ଦୁଗଧଜାତ ଉତ୍ପାଦନ ବୃଦ୍ଧି, ଯୁବଶକ୍ତି ସଶକ୍ତିକରଣ ଓ କୃଷକ ବିକାଶ ସଂପର୍କିତ ଶ୍ବେତ କ୍ରାନ୍ତି 2.0 କାର୍ଯ୍ୟକ୍ରମରେ ଯୋଗଦେବ । ପରେ ବିଏସଏଫ ଏୟାରକ୍ରାଫଟରେ ନୂଆଦିଲ୍ଲୀ ଫେରିଯିବ ଅମିତ ଶାହ ।

Read More