Author: sanitelevision

ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୯୦% ମ୍ୟାପିଂ କରାସରିଛି । ୨୦୨୫ ଭୋଟର ତାଲିକାରେ ଅଛନ୍ତି,୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ। ତେବେ ୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ BLOଙ୍କୁ ଜଣାଇବେ। ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ। ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି। ୨୦୦୨ ଓ ୨୦୨୫ ଭୋଟର ତାଲିକାରେ ନାମ ଯାଞ୍ଚ ପାଇଁ ନିକଟସ୍ଥ ବିଏଲଓ ଏବଂ ଡିଜିଟାଲ ମାଧ୍ୟମରେ ECINET ପୋର୍ଟାଲ ଏବଂ ମୋବାଇଲ, Voter Service ପୋର୍ଟାଲ ଓ CEO Odisha ୱେବସାଇଟରେ ଯାଞ୍ଚ କରିବାକୁ କୁହାଯାଇଛି। ସେହିପରି ଯେଉଁ…

Read More

ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅନୁଜ ଅଗ୍ନିହୋତ୍ରୀ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍, ତୃତୀୟରେ ଆକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନୱାଲା ରହିଥିବା ବେଳେ ପଞ୍ଚମରେ ଇସାନ ଭଟ୍ଟନାଗର ରହିଛନ୍ତି । ଚଳିତ ବର୍ଷ ମୋଟ ୯୫୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି । ମୁଖ୍ୟ ପରୀକ୍ଷା ପରେ, ୨,୭୩୬ ଜଣ ଛାତ୍ରଛାତ୍ରୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ରହିଛନ୍ତି । ସେହିପରି ୧୨୧ତମ ସ୍ଥାନରେ ଓଡ଼ିଶାର ଅମ୍ରିତ ମହାପାତ୍ର ସଫଳତା ହାସଲ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ UPSC ପରୀକ୍ଷା ପାଇଁ ସାକ୍ଷାତକାର ଜାନୁଆରୀ ୫ ତାରିଖରେ…

Read More

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଅଡୁଆ ବଢ଼ିଲା। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କୁ ନେଇ ଫୁଲବାଣୀରେ ପହଞ୍ଚିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ତାଙ୍କୁ ନେଇ ଫୁଲବାଣୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ଫୁଲବାଣୀ ନାରାୟଣ ସାହି ସ୍ଥିତ ଭଡ଼ା ଘରେ ପହଞ୍ଚି ସର୍ଚ୍ଚ କରିଥିଲା । ଭୁବନେଶ୍ୱର ଭିଜିଲାନ୍ସର ୮ ଜଣିଆ ଟିମ ପହଞ୍ଚି ଛାନଭିନ ଜାରି ରଖିଛନ୍ତି ।ଦେବବ୍ରତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ଅପିଲ କରାଯାଇଥିଲେ ବି କୋର୍ଟ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଆଜି ଫୁଲବାଣୀ ଠାରେ ରହୁଥିବା ନାରାୟଣୀ ସାହି ସ୍ଥିତ ଭଡ଼ା ଘରେ ରେଡ୍ କରାଯାଉଛି…

Read More

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ ବୟାନ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ଼ ବୟାନ ।ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ ହୋଇଛି କହିଲେ ସଂତୃପ୍ତ ମିଶ୍ର । କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି । ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ । ସୀମିତ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାମଣା ହୋଇଛି ।

Read More

ମଧ୍ୟପ୍ରଦେଶର ରତଲାମରେ ଚଳନ୍ତା ଟ୍ରେନ୍‌ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରେନର ବାଥରୁମରେ ଜଣେ ବିଚାରପତିଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି ।ଷ୍ଟେସନରେ ମହିଳାଙ୍କ ପତି ତଥା ବିଚାରପତି ଅପେକ୍ଷା କରିଥିଲେ । ହେଲେ ତାଙ୍କୁ ପତ୍ନୀଙ୍କ ମୃତ୍ୟୁ ଖବର ମିଳିଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିବା ପରେ ହିଁ ପତ୍ନୀ ଆଉ ଦୁନିଆରେ ନଥିବା ସେ ଜାଣିବାକୁ ପାଇଥିଲେ ।ସୂଚନାଯୋଗ୍ୟ, ରାଜସ୍ଥାନର ନିମ୍ବହେଡ଼ାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତି ଥିବା ରାଜକୁମାର ନିଜ ପତ୍ନୀଙ୍କ ସହିତ ଯୋଧପୁରରୁ ନିମ୍ବହେଡ଼ା ଫେରୁଥିଲେ। ଦୁଇ ଜଣଯାକ ଗୋଟିଏ ଟ୍ରେନ୍‌ରେ ଥିଲେ ମଧ୍ୟ ସଂରକ୍ଷଣ ଅଲଗା ଅଲଗା କୋଚରେ ଥିଲା। ତେଣୁ ସେମାନେ ଅଲଗା ଅଲଗା ଯାତ୍ରା କରୁଥିଲେ। ରାସ୍ତାରେ ଦୁଇ ଜଣ ଯାକ ମୋବାଇଲ ଫୋନରେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ। କିନ୍ତୁ ନିମ୍ବହେଡ଼ା ଷ୍ଟେସନ ଆସିବା ପୂର୍ବରୁ ଉଷା ସ୍ବାମୀଙ୍କୁ ସେ ଶୌଚାଳୟ ଯାଉଥିବା…

Read More

ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହ ।ଆହୁରି ବି କହିଥିଲେ ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF । ୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲ ସେ କହିଥିଲେ । ଏହାସହ ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରିଥିଲେ ଶାହ । ଏମିତିକି ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ବି ମନେ ପକାଇଲେ ଶାହ ।କଟକ ପରେ ପାରଦୀପ ଗସ୍ତ କରିବେ ଶାହ। ସେଠାରେ ୧ଟା ୪୫ ମିନିଟରେ…

Read More

ରାଜ୍ୟସଭା ପାଇଁ ଗୁରୁବାର ଚତୁର୍ଥ ଆସନରେ ଦିଲୀପ ରାୟ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିବା ପରେ ରାଉରକେଲାରେ ରାଜନୀତି ସରଗରମ ହୋଇଛି। ଗତ ୨୦୦୨ରେ ଶ୍ରୀ ରାୟ ରାଜ୍ୟସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ରାଜନୈତିକ ଗୋଟିଚାଳନାରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ଭୋଟ ହାତେଇ ନିର୍ବାଚିତ ହୋଇଥିଲେ। ଏଥର ମଧ୍ୟ ଶ୍ରୀ ରାୟ ୨୦୦୨ ନିର୍ବାଚନର ପୁନରାବୃତ୍ତି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଇଉଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ରାଜ୍ୟସଭାପତି ଭକ୍ତ ଚରଣ ଦାସ ସମର୍ଥନ ଦେବାକୁ ସିଧାସଳଖ ମନା କରିଦେଲେଣି। କଂଗ୍ରେସର 14 ଏବଂ ବିଜେଡିର 18ଟି ବଳକା ଭୋଟ୍ ମିଶିଲେ 32ଟି ପ୍ରଥମ ପସନ୍ଦ ଭୋଟ୍ ସହ ଦତ୍ତେଶ୍ବରଙ୍କ ବିଜୟ ସହଜ ମନେ ହେଉଛି। କିନ୍ତୁ ଦିଲ୍ଲୀପ ରାୟ ଯଦି 2002 ପରି କଂଗ୍ରେସ ଓ ବିଜେଡିରେ କ୍ରସ୍…

Read More

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ କଡା ଜବାବ ଦେଉଛି । ତେବେ ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡିଛି । ଏହା ଭିତରେ ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି । ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି । ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ ବଜାରରେ ତେଲର ଯୋଗାଣ ସ୍ୱାଭାବିକ ରଖିବାକୁ ଆମେରିକାର ଟ୍ରେଜେରୀ ବିଭାଗ ଭାରତୀୟ ତେଲ କମ୍ପାନୀଗୁଡ଼ିକୁ ରୁଷିଆରୁ ତେଲ କିଣିବା ପାଇଁ ୩୦ ଦିନର ଏକ ଅସ୍ଥାୟୀ ଅନୁମତି ପ୍ରଦାନ କରୁଛି । ଏହ ସହ କହିଛନ୍ତି ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାରତ। ଆମେ ଆଶା କରୁଛୁ ଯେ ଭାରତ ଆଗାମୀ ଦିନରେ ଆମେରିକାରୁ ଅଧିକ ତେଲ କିଣିବ।ରିପୋର୍ଟ ଅନୁସାରେ,…

Read More

ବଢ଼ି ଚାଲିଛି ଯୁବପିଢିଙ୍କ ରିଲ୍ସ ନିଶା । ଗତକାଲି ପୁରୀ ବେଳାଭୂମିରେ ତିନୋଟି ଡଙ୍ଗା ବିପଦପୂର୍ଣ୍ଣ ଭାବେ ବିନା ଲାଇଫ୍ ଜାକେଟରେ କିଛି ଲୋକଙ୍କୁ ନେଇ ଜଳକ୍ରୀଡା କରିବା ପରେ ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ। ଏଭଳି ବିପଦପୂର୍ଣ୍ନ ଷ୍ଟଣ୍ଟକୁ ବେଆଇନ୍ କହିବା ସହ ଘଟଣାର ତଦନ୍ତ କରାଯାଉଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଡଙ୍ଗା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଦିବ୍ୟଜୌତି ପରିଡା କହିଛନ୍ତି।ହୋଲି ଅବସରରେ କିଛି ଯୁବକ ପୁରୀ ଗଭୀର ସମୁଦ୍ର ଭିତରେ ଏକ ମୋଟର ଚାଳିତ ଡଙ୍ଗାରେ ବିପଦଜନକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହୋଇଛି । ବିନା ଲାଇଫ ଜ୍ୟାକେଟରେ ଗଭୀର ସମୁଦ୍ର ଭିତରେ ଡଙ୍ଗା ଉପରେ କିଛି ଯୁବକ ନୃତ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ଡଙ୍ଗାକୁ ସମୁଦ୍ର ଭିତରେ ଚକ୍ରି ଭଳି ଘୁରାଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଜନସାଧାରଣରେ…

Read More

ଗୁରୁବାର ଭାରତୀୟ ସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିଲା । ଯାହାପରେ ସନ୍ଧାନକାର୍ଯ୍ୟ ଆରମ୍ଭ କରିଦେଇଥିଲା । ତେବେ ବିମାନଟି କ୍ରାଶ୍ କରିଯାଇଥିବା ସୂଚନା ମିଳିଛି । ଏନେଇ ଏକ୍ସ ଯୋଗେ ବାୟୁସେନା ପକ୍ଷରୁ ଅପଡେଟ୍ ଦିଆଯାଇଛି ।ସୁଖୋଇ-୩୦ ବିମାନ ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛି। ସେନା ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି କୁହାଯାଇଛି, “ସମସ୍ତ ଭାରତୀୟ ବାୟୁସେନା କର୍ମଚାରୀ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛନ୍ତି ଏବଂ ଏହି ଦୁଃଖର ମୁହୂର୍ତ୍ତରେ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ।”

Read More