ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ପୁରୀରେ ହେବ ଏହି କାର୍ଯ୍ୟକ୍ରମ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି।ସୁଭଦ୍ରା ଯୋଜନା ଟଙ୍କାର ଚତୁର୍ଥ କିସ୍ତି ଆସନ୍ତା ଚଳିତ ମାସ ମହିଳା ଦିବସରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ମିଳିବ ବୋଲି ସରକାର ଘୋଷଣା କରିଥିଲେ। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା। ପୂର୍ବ ରୁ…
Author: sanitelevision
ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ ଫେବୃଆରୀ ୨୮ ତାରିଖରେ ଅନୁରୋଧ କରାଯାଇଥିଲା । ଭାରତ ସରକାର ମାର୍ଚ୍ଚ ୧ ତାରିଖରେ ଏହି ଅନୁମତି ପ୍ରଦାନ କରିଥିଲେ। ମାର୍ଚ୍ଚ ୪ ତାରିଖରେ ଇରାନର ଏହି ଜାହାଜ କେରଳର କୋଚି ବନ୍ଦରରେ ପହଞ୍ଚିଛି ।ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ ନୌସେନା ସୁବିଧାରେ ରଖାଯାଇଛି। ଆଇରିସ ଡେନା ବୁଡ଼ିଯିବା ଭାରତ, ଶ୍ରୀଲଙ୍କା ଏବଂ ଅନ୍ୟାନ୍ୟ ଭାରତ ମହାସାଗରୀୟ ଦେଶଗୁଡିକରେ ଇରାନ-ଆମେରିକା ବିବାଦ ବୃଦ୍ଧି ଏବଂ ଆଞ୍ଚଳିକ ଜଳସୀମାରେ ସାମୁଦ୍ରିକ ବାଣିଜ୍ୟ ଉପରେ ଏହାର ପ୍ରଭାବ ବିଷୟରେ ଚିନ୍ତା ସୃଷ୍ଟି କରିଛି। ଏହି ବିଷୟ ସହିତ ପରିଚିତ ଲୋକମାନେ ଭାରତ ସରକାରଙ୍କ…
ଛତା ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ପୈତୃକ ଘର ଓ ଅଫିସ୍ରେ ଚଢ଼ାଉ ଜାରି ରହିଛି। କେନ୍ଦ୍ରାପଡା ଓ କଟକ ଭିଜିଲାନ୍ସ ବିଭାଗର ୪ ଜଣିଆ ଟିମ ବେଆଇନ କାର୍ଯ୍ୟ ଗୁଡିକର କାଗଜପତ୍ର ଯାଞ୍ଚ କରିବା ସହ ତାଙ୍କ ପାଖରେ ମହଜୁଦ ଥିବା ନଗଦ ଟଙ୍କା ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରୁଛନ୍ତି । ଦୀର୍ଘ ୭ ଘଣ୍ଟା ଧରି ଚଢ଼ାଉ ଓ ପଚରାଉଚରା ଜାରି ରହିଛି ।ଭୁବନେଶ୍ୱରର ବାଲିଅନ୍ତାର ଜୋହାଲାରେ ଅବସ୍ଥିତ ଶ୍ରୀ ରାୟଙ୍କ ଚାରି ମହଲା କୋଠା, କଟକର ଚୌଦ୍ୱାରର ଜାଜାଭୈରବରେ ଶ୍ରୀ ରାୟଙ୍କ ଦୁଇ ମହଲା କୋଠା, କଟକ ଜିଲ୍ଲା ବାଙ୍କିର ରଗଡ଼ିରେ ଅବସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକର ବୁଡଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ଘର, ଡେରାବିଶ ଜଳସେଚନ କାର୍ଯ୍ୟାଳୟ, କେନ୍ଦ୍ରାପଡାରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଏବଂ ଅସ୍ଥାୟୀ…
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ଦେଶରେ ପଡୁଛି। ଇରାନ ହେର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ଫଳରେ ଆମଦାନୀ ହୋଇଥିବା ତରଳ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି କମର୍ସିଆଲ ଗ୍ୟାସ ମୂଲ୍ୟରେ ୧୧୫ ଟଙ୍କା ବଢ଼ିଛି । ଆଜିଠୁ ନୂଆ ଦର ଲାଗୁ ହେବ । ପୂର୍ବରୁ ଘରୋଇ LPG ୮୫୩ ଟଙ୍କା ଥିଲା । କମର୍ସିଆଲ LPG ଦର ବି ବଢ଼ିଛି । ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ଏବର୍ଷ କମର୍ସିଆଲ ଗ୍ୟାସ ମୂଲ୍ୟରେ ଲଗାତାର ତୃତୀୟ ବୃଦ୍ଧି । ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ଭାରତ ଏଲ୍ ପିଜି ଆମଦାନି କରିଥାଏ ।ନୂତନ ଦର ୭ ମାର୍ଚ୍ଚରୁ ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହେବ।ଦେଶରେ ବ୍ୟବହାର ହେଉଥିବା ମୋଟ…
ଆସନ୍ତା ତିନି ଦିନ ରାଜ୍ୟରେ ଝଡ଼ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି । ଏହି ଘୂର୍ଣ୍ଣିବଳୟ ଦେଇ ଏକ ଟ୍ରଫ୍ ଲାଇନ୍ ଉତ୍ତରପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚରେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଉତ୍ତରପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଅତିକ୍ରମ କରୁଛି । ଏହାର ପ୍ରଭାବରେ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ,ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ପାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।ସେପଟେ ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ତାତିରେ ସନ୍ତୁଳି ହେଲେଣି ରାଜ୍ୟବାସୀ ।
ପାରାଦୀପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। IFFCO ପରିସରରେ ଏକ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏଥି ସହ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମବାୟ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଜଗତସିଂହପୁର ସାଂସଦ ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।ଏହି ଅବସରରେ ସମ୍ବୋଧନ ଦେଇ ଅମିତ ଶାହ କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି । ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି । ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ ।୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି । ଓଡିଶାରେ ବି ଗ୍ରାମୀଣ ଜନଜୀବନକୁ ସମୃଦ୍ଧ କରାଯିବ । ବିକଶିତ ରାଜ୍ୟ ମଧ୍ୟରେ ଓଡିଶା ବି ସ୍ଥାନ ପାଇବ । ଏହାର ବିକାଶ ପାଇଁ ଅତୀତରେ କେହି ଉଦ୍ୟମ କରିନଥିଲେ । ଦେଶ ପାଇଁ ଗୌରବର…
କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ । ଭାରତର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟ ବଜେଟରେ ଏହି ବଡ଼ ଘୋଷଣା କରିଛନ୍ତି । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।ଏହି ନିୟମ କେବଳ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ନିୟମକୁ ଆଧାର କରି କର୍ଣ୍ଣାଟକ ଏହି ନିଷ୍ପତ୍ତି ନେଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ଆହ୍ୱାନ ରହିଛି । ପିଲାମାନଙ୍କ ବୟସ କିପରି ଯାଞ୍ଚ କରାଯିବ ଏବଂ ଘର ଭିତରେ ସେମାନେ ମୋବାଇଲ୍ ବ୍ୟବହାର କରୁଛନ୍ତି କି ନାହିଁ, ତାହା ଉପରେ ନଜର ରଖିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । କର୍ଣ୍ଣାଟକ…
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ ତର୍ଜମା କରି ରାଜ୍ୟରେ କିଭଳି ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ କରିହେବ ସେନେଇ ଆଲୋଚନା ହୋଇଥିଲା। ପରିବହନ ଖର୍ଚ୍ଚକୁ ହିସାବକୁ ନେଇ ବାଲି, ଗୋଡ଼ି, ଇଟାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଇନ୍ଡୋର ଏବଂ ଆଉଟ୍ଡୋର ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ପ୍ରି-ଫେବ୍ରିକେଟେଡ୍ ସାମଗ୍ରୀ, କୋଠାବାଡ଼ିରେ ବ୍ୟବହୃତ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ନିର୍ମାଣ ସାମଗ୍ରୀର ଗୁରୁତ୍ୱ ଓ ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଶୀଘ୍ର ସମାପ୍ତି ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୯୦% ମ୍ୟାପିଂ କରାସରିଛି । ୨୦୨୫ ଭୋଟର ତାଲିକାରେ ଅଛନ୍ତି,୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ। ତେବେ ୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ BLOଙ୍କୁ ଜଣାଇବେ। ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ। ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି। ୨୦୦୨ ଓ ୨୦୨୫ ଭୋଟର ତାଲିକାରେ ନାମ ଯାଞ୍ଚ ପାଇଁ ନିକଟସ୍ଥ ବିଏଲଓ ଏବଂ ଡିଜିଟାଲ ମାଧ୍ୟମରେ ECINET ପୋର୍ଟାଲ ଏବଂ ମୋବାଇଲ, Voter Service ପୋର୍ଟାଲ ଓ CEO Odisha ୱେବସାଇଟରେ ଯାଞ୍ଚ କରିବାକୁ କୁହାଯାଇଛି। ସେହିପରି ଯେଉଁ…
ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅନୁଜ ଅଗ୍ନିହୋତ୍ରୀ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍, ତୃତୀୟରେ ଆକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନୱାଲା ରହିଥିବା ବେଳେ ପଞ୍ଚମରେ ଇସାନ ଭଟ୍ଟନାଗର ରହିଛନ୍ତି । ଚଳିତ ବର୍ଷ ମୋଟ ୯୫୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି । ମୁଖ୍ୟ ପରୀକ୍ଷା ପରେ, ୨,୭୩୬ ଜଣ ଛାତ୍ରଛାତ୍ରୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ରହିଛନ୍ତି । ସେହିପରି ୧୨୧ତମ ସ୍ଥାନରେ ଓଡ଼ିଶାର ଅମ୍ରିତ ମହାପାତ୍ର ସଫଳତା ହାସଲ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ UPSC ପରୀକ୍ଷା ପାଇଁ ସାକ୍ଷାତକାର ଜାନୁଆରୀ ୫ ତାରିଖରେ…









