Author: sanitelevision

ରାଜ୍ୟରେ ୧୫ ମାଓବାଦୀ ଥିବା ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । କନ୍ଧମାଳ- କଳାହାଣ୍ଡି- ରାୟଗଡା ସୀମାନ୍ତ ଅଞ୍ଚଳରେ ଅଛନ୍ତି ୧୫ ମାଓବାଦୀ । ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ନାହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୬ ମାର୍ଚ୍ଚ ୧୫ ସୁଦ୍ଧା ୯୬ ମାଓବାଦୀ / ମିଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶା ହେବ ସମ୍ପୁର୍ଣ୍ଣ ମାଓ ମୁକ୍ତ ରାଜ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସେହିପରି ରାଜ୍ୟର ୮ଟି ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଜିଲ୍ଲା ଗୁଡ଼ିକୁ Legacy &Thrust ଜିଲ୍ଲା ଭାବରେ ବିବେଚନା କରାଯାଉଛି ।

Read More

ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରାମର୍ଶ। ରାଜ୍ୟରେ ୧୪ ହଜାର ଘରୋଇ ଗ୍ୟାସ୍‌ ସିଲିଣ୍ଡର ଗଚ୍ଛିତ ରହିଛି। ହୋଟେଲ୍‌ମାନଙ୍କୁ ଗ୍ୟାସ୍‌ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ଆଜିଠାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।। କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି । ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛନ୍ତି । ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ ବଣ୍ଟନରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଣିକି ଆବେଦନ କରିବାର…

Read More

ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ ‘କ୍ୟାପିଂ’ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ଗତ ଡିସେମ୍ବର ମାସରେ ଇଣ୍ଡିଗୋ ବିମାନ ସେବାରେ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ଯାତ୍ରୀଙ୍କୁ ଶୋଷଣରୁ ରକ୍ଷା ପାଇଁ ସରକାର ସର୍ବାଧିକ ଭଡ଼ା ୧୮ ହଜାର ସୀମିତ ରଖିଥିଲେ। ବର୍ତ୍ତମାନ ପଶ୍ଚିମ ଏସୀୟ ସଂଘର୍ଷ, ଇନ୍ଧନ ମୂଲ୍ୟ ବୃଦ୍ଧି ଓ ବିମାନ କମ୍ପାନୀଗୁଡ଼ିକର ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି କଟକଣା ପ୍ରତ୍ୟାହାର କରିଛନ୍ତି। ଫଳରେ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଯଦିଓ ଭଡ଼ା କଟକଣା ଉଠାଇ ଦିଆଯାଇଛି, ମନ୍ତ୍ରଣାଳୟ ପକ୍ଷରୁ ମନଇଚ୍ଛା ଭଡ଼ା ଆଦାୟ କରିବା ବିରୁଦ୍ଧରେ ବିମାନ କମ୍ପାନୀଗୁଡ଼ିକୁ ଚେତାବନୀ ଦିଆଯାଇଛି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିମାନ କମ୍ପାନୀଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ପଡିବ ଏବଂ ଯୁକ୍ତିଯୁକ୍ତ…

Read More

ରାଜ୍ୟରେ କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି । ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।କାଳବୈଶାଖୀ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହେଲେ ତୁରନ୍ତ ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ନିଲାମ ହେବ ଓଡ଼ିଶାର ୩୪ଟି ଖଣି । ଲୁହାପଥର, ବକ୍ସାଇଟ୍‌, ଲୁହାପଥର ଓ ମାଙ୍ଗାନିଜ, ଚୂନପଥର, ମାଙ୍ଗାନିଜ, ତମ୍ବା, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ ।ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ୍ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି ଓ ୯ଟି ହେଉଛି କ୍ରିଟିକାଲ୍ ମିନେରାଲ ଖଣି ରହିଛି ।ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା ଏହି ଖଣିଗୁଡ଼ିକୁ ଠାବ କରିବା ସହ ଅନୁସନ୍ଧାନ କରିଛନ୍ତି । ୨୦୨୩ ପରଠାରୁ ରାଜ୍ୟରେ ଖଣି ନିଲାମ ହୋଇନଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଲାମ ପାଇଁ ୩୦ଟି ଖଣିକୁ ପ୍ରସ୍ତୁତ…

Read More

ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ମାନବିକାତର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଆରପିଏଫ୍ କନଷ୍ଟେବଲ । ଦେବଦୂତ ସାଜିଛନ୍ତି ଏହି ଆର୍ପିଏଫ୍ ଅଧିକାରୀ ଜଣଙ୍କ । ସେ ହେଉଛନ୍ତି କନଷ୍ଟେବଲ ଅଙ୍କୁର ଚୌଧୁରୀ ।ଆଜି ଭୋରୁ ଜଣେ ଯାତ୍ରୀ ନାଗାବଳୀ ଏକ୍ସପ୍ରେସରେ ଚଢ଼ିବା ବେଳେ ଅଚାନକ ଖସିପଡିଥିଲେ। ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ତୁରନ୍ତ ତାଙ୍କୁ ଧରିନେଇଥିଲେ । ଫଳରେ ଟ୍ରାକରେ ପଡିବାରୁ ବଂଚିଯାଇଥିଲେ ଯାତ୍ରୀ । ଏମିତି ଜୀବନ ବଞ୍ଚାଇବା କାମ କରିବାରେ କନଷ୍ଟେବଲ ଚୌଧୁରୀଙ୍କ ରେକର୍ଡ ରହିଛି । ପୂର୍ବରୁ ମଧ୍ୟ ଏହିଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ଆଉ ତାଙ୍କର ଏପରି କର୍ତ୍ତବ୍ୟ ପରାୟଣ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି କନଷ୍ଟେବଲ ଚୌଧୁରୀ ।

Read More

ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିବ । ସକାଳୁଆ ସ୍କୁଲ ନେଇ ସୂଚନା ଦେଇଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୪୦ ଡିଗ୍ରୀ ମୁହାଁ ପାରଦ । ୧୪ ତାରିଖରୁ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାତି ୪୦ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କାଲିଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟମ ବୃଦ୍ଧି ପାଇବ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରୀ…

Read More

ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍ ହୋଇନାହିଁ । ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ବୋମାମାଡ଼ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ୍‌ ମାସରେ ମଧ୍ୟ ଏହି ପରମାଣୁ କେନ୍ଦ୍ର ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିଥିଲେ ।ଅନ୍ୟପକ୍ଷରେ, ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନଥିବା ନେଇ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ଅରାଘଚି କହିଛନ୍ତି ଯେ, “ଏହି ଜଳପଥ ସମ୍ପୂର୍ଣ୍ଣ ବନ୍ଦ ନାହିଁ; ଏହା ଆମର ବ୍ୟବସ୍ଥା ଅନୁଯାୟୀ ଖୋଲୁଛି। ହର୍ମୁଜ ପ୍ରଣାଳୀ…

Read More

ଉତ୍ତରପ୍ରଦେଶ ସୋନହା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବାସମଜାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିବାଦ ଏତେ ବଢିଥିଲା କି ପୁଲିସ୍‌କୁ ମାମଲାର ସମାଧାନ କରିବାକୁ ପଡିଥିଲା । ଜଣେ ମହିଳା ସନ୍ଧ୍ୟାରେ ରାତ୍ରୀ ଭୋଜନ କରିବାକୁ ତାଙ୍କ ରୋଷେଇ ଘରେ ପ୍ରବେଶ କରିଥିଲେ । ସେତେବେଳେ ସିଙ୍କରେ ବାସନ ପଡ଼ିଥିବା ଦେଖି ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ । କଥା ଏତେ ବଢ଼ିଗଲା ଯେ ସ୍ତ୍ରୀ ପୁଲିସକୁ ଫୋନ୍ କଲେ । ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲା । ମହିଳାଙ୍କୁ ଝଗଡ଼ାର କାରଣ ପଚାରିଲା, ସେ କହିଲେ – ମୋ ସ୍ୱାମୀ ବାସନ ଧୋଇ ନଥିଲେ । ଯେତେବେଳେ ମୁଁ ତାଙ୍କୁ ଏହାର କାରଣ ପଚାରିଲି, ସେ ମୋ ସହିତ ଝଗଡ଼ା କରିବାକୁ ଲାଗିଲେ ।ଏହି…

Read More

କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ୍ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡି ଗୁଡ଼ିକୁ ରୋକିବା ପାଇଁ ସରକାର ସେମାନଙ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରି, ସରକାର ସମସ୍ତ ଡିଭାଇସ୍ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅନେକ ଠକେଇରେ, ଅପରାଧୀମାନେ ପୀଡିତମାନଙ୍କୁ ହ୍ୱାଟ୍ସଆପ୍ କଲ୍, ମେସେଜ୍ ଏବଂ ଭିଡିଓ କଲ୍ କରିବା ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ, WhatsApp ଭଳି ପ୍ଲାଟଫର୍ମଗୁଡ଼ିକ ଏବେ Skype ଭଳି ସୁରକ୍ଷା ଫିଚର କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରୁଛନ୍ତି ।ଅନେକ ଠକେଇରେ, ଅପରାଧୀମାନେ ପୀଡିତମାନଙ୍କୁ ହ୍ୱାଟ୍ସଆପ୍ କଲ୍, ମେସେଜ୍ ଏବଂ ଭିଡିଓ କଲ୍ କରିବା ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ, WhatsApp ଭଳି ପ୍ଲାଟଫର୍ମଗୁଡ଼ିକ ଏବେ Skype ଭଳି ସୁରକ୍ଷା ଫିଚର କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରୁଛନ୍ତି ।

Read More