ସରକାର ୧ ଏପ୍ରିଲ୍, ୨୦୨୬ ଠାରୁ ଆୟକର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ପୁରୁଣା ବ୍ୟବସ୍ଥାକୁ ହଟାଇ ନୂଆ ଇନକମ୍ ଟାକ୍ସ ଆକ୍ଟ ଲାଗୁ ହେବ। ଏଥିରେ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କ ଦରମା ଏବଂ କମ୍ପାନୀରୁ ମିଳୁଥିବା ସୁବିଧା ଉପରେ କିପରି କର ଆଦାୟ ହେବ ତାହା ନିଶ୍ଚିତ କରିବ। ଡ୍ରାଫ୍ଟ ନିୟମରେ ଦରମା, ଘର, ଗାଡ଼ି ଏବଂ ଅନ୍ୟାନ୍ୟ ଭତ୍ତାର ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଏକ ସ୍ଥିର ସୂତ୍ର ରହିଛି। ଅନ୍ୟପଟ ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ, ଟ୍ରାଞ୍ଜାକ୍ସନ ଚାର୍ଜ ଏବଂ କ୍ୟାସ ଆକ୍ସେସ ସମ୍ପର୍କିତ କିଛି ନୂଆ ନିୟମ ଲାଗୁ ହେବ। ବିଶେଷ କରି HDFC, PNB ଏବଂ ଜିଓ ପେମେଣ୍ଟସ ବ୍ୟାଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।ଘରୋଇ କ୍ଷେତ୍ରର…
Author: sanitelevision
୧୭ ମାର୍ଚ୍ଚରେ ସାସନି ଗେଟ୍ ଅଞ୍ଚଳର ବିହାରୀ ନଗରର ବାସିନ୍ଦା ଆକାଶ କୁମାରଙ୍କ ପତ୍ନୀ ନୀରୁଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କୁ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଏକ ଟିମ୍ ସିଜରିଆନ୍ ଡେଲିଭରି କରିଥିଲେ, କିନ୍ତୁ ଶିଶୁମାନଙ୍କ ଜନ୍ମ ହେବା ମାତ୍ରେ, ଅସ୍ତ୍ରୋପଚାର ଥିଏଟରରେ ଥିବା ସମସ୍ତେ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ ।ଦୁଇଟି ନବଜାତ ଯମଜ, କିନ୍ତୁ ସାଧାରଣ ଯମଜ ନୁହେଁ । ଦୁଇଟି ଶିଶୁ ଯୋଡ଼ି ହୋଇଯାଇଥିଲେ । ସେମାନଙ୍କର ଦୁଇଟି ମୁଣ୍ଡ, ଦୁଇଟି ହାତ ଏବଂ ଚାରୋଟି ଗୋଡ ଥିଲା, କିନ୍ତୁ ସବୁଠୁ ବଡ଼ କଥା ହେଉଛି ଗୋଟିଏ ହୃଦୟ ଥିଲା । ଏହା ବହୁତ ବିରଳ ।ଜନ୍ମ ପରେ ତୁରନ୍ତ, ଶିଶୁମାନେ କାନ୍ଦିବା ଆରମ୍ଭ କରିଥିଲେ ଯାହା ଦ୍ଵାରା ଜଣାପଡ଼ିଥିଲା କି ସେମାନେ ଜୀବିତ ଅଛନ୍ତି । କିନ୍ତୁ ପରିବାର ଏହି କଥା ଜାଣିବା ପରେ, ଖୁସିର ପରିବେଶ…
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା। ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି। ଇରାନର ଶକ୍ତି କେନ୍ଦ୍ର ଏବଂ ଏନର୍ଜି ଭିର୍ତ୍ତିଭୂମି ଉପରେ ଯେକୌଣସି ଯୋଜନାବଦ୍ଧ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ । ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି ସିଧାସଳଖ ଆଲୋଚନା ହୋଇନାହିଁ । ଆମେରିକା କେବଳ ସମୟ ଗଡ଼ାଇବା ପାଇଁ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି ଇରାନ ଅଭିଯୋଗ କରିଛି । ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ଯୁଦ୍ଧବିରତି…
ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କରିବା ପାଇଁ ଜଣେ କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଶ୍ରୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରିଥିଲା ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହି ରାଜ୍ୟସଭା ନିର୍ବାଚନରେ ହୋଇଥିବା ଘୋଡ଼ା ବେପାର ଯୋଗୁଁ ଓଡିଶା ନିନ୍ଦିତ ଓ ଲଜ୍ଜିତ ହେବା ସହିତ ବିଜୁ ଜନତା ଦଳ ବିରୋଧରେ ହୋଇଥିବା ଚକ୍ରାନ୍ତ ମଧ୍ୟ ଲୋକଲୋଚନକୁ ଆସିଛି ବୋଲି ବିଜେଡି କହିଛି ।ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ ନେଇ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଟଙ୍କା ନେଇ ବିକ୍ରି ହେଲେ ବିଧାୟକ । ଟିକେଟ ନେଇ ବିକ୍ରି ହେଲେ ସବୁ । ଦିନ ଥିଲା ୨୦୦୨ରେ ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ ଏବେ ସେହିମାନେ ଷଡ଼ଯନ୍ତ୍ର କରିଛନ୍ତି । ଅନେକ ସମୟରେ ଅନେକ ପ୍ରକାରର ଷଡ଼ଯନ୍ତ୍ର ବି ହୋଇଛି ।…
ସେକ୍ସ ରାକେଟ୍ ରୋକିବାକୁ ସ୍କାନରରେ OYO ରୁମ୍। ୨୦୨୪ ଜୁଲାଇ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ୍ ସମ୍ୱନ୍ଧିତ କାର୍ଯ୍ୟକଳାପ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି। ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି। ସେକ୍ସ ରାକେଟ୍ ଚଳାଇଥିବା ମାଲିକ, ସଂପୃକ୍ତ ଦଲାଲ ଓ ଏଥିରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱର ଲକ୍ଷ୍ମୀସାଗରର ଏକ ଘରେ ରେଡ କରାଯାଇ ଜଣେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା। ଏହି ସଂକ୍ରାନ୍ତରେ ୩ ଦଲାଲ ଓ ୪ ଜଣ ଗ୍ରାହକ ଗିରଫ ହୋଇଥିଲେ। ସେହିପରି କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘରେ ରେଡ କରାଯାଇ ୨ ଦଲାଲ ଓ ୪ ଗ୍ରାହକଙ୍କୁ ଗିରଫ କରାଯାଇଥିଲା।
ଗୁଟଖା ଓ ତମାଖୁ ସେବନ କର୍କଟ ସୃଷ୍ଟି କରି ଦ୍ରୁତ ଗତିରେ ଜୀବନ ନଷ୍ଟ କରୁଛି । ଏଥିରେ ଥିବା ବିଷାକ୍ତ ନିକୋଟିନ ଓ ରାସାୟନିକ ପଦାର୍ଥ ମୁଖ, ଗଳା ଓ ଫୁସଫୁସ କର୍କଟର ମୁଖ୍ୟ କାରଣ । ଓଡ଼ିଶାରେ ଏହାର କୁପ୍ରଭାବ ଯୁବପୀଢ଼ିଙ୍କୁ ଅଧିକ ଗ୍ରାସ କରୁଥିବାରୁ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଦ୍ଭା ହୋଇଛି ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି। ୧୦ ବର୍ଷ ମଧ୍ୟରେ ମୁଖ କ୍ୟାନ୍ସରରେ ୩ ହଜାର ୧୫୭ଜଣଙ୍କ ଜୀବନ ଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ସରକାର ଧୂମହୀନ ତମାଖୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୧ ଜାନୁଆରୀରୁ ନିର୍ଦ୍ଦେଶନାମା ପରେ ଚଢ଼ାଉକୁ ଜୋରଦାର କରାଯାଇଥିବା ସେ କହିଛନ୍ତି।ଗୁଟଖା ଏବଂ ତମାଖୁ ଜନିତ ପଦାର୍ଥର ନିୟନ୍ତ୍ରଣ କରିବା ପାଇଁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ନିୟନ୍ତ୍ରଣ ଅଧିନିୟମ, ୨୦୦୩…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ। ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି, ଯାହା ଭାରତ ପାଇଁ ଅଭୂତପୂର୍ବ ଚ୍ୟାଲେଞ୍ଜ ସୃଷ୍ଟି କରିଛି।” ସେ ଏହା ମଧ୍ୟ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀରେ ଅବରୋଧ ଅସହ୍ୟ।ପ୍ରଧାନମନ୍ତ୍ରୀ, ସଙ୍କଟ ସମୟରେ ଫାଇଦା ଉଠାଉଥିବା ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ‘ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ସଫଳ ହେବାକୁ ଦିଆଯିବନି।କଳାବଜାରୀଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେବେ ଏବଂ ତାଙ୍କୁ କଠୋର ଦଣ୍ଡ ଦିଆଯିବ।’’ ପିଏମ କହିଛନ୍ତି, ଆମକୁ ବହୁତ ସାବଧାନ ଏବଂ ସତର୍କ ରହିବାକୁ ହେବ। ପରିସ୍ଥିତିର ଫାଇଦା ଉଠାଉଥିବା ଲୋକେ ମିଛ ପ୍ରଚାର କରିବାକୁ ଚେଷ୍ଟା କରିବେ। ଏମିତି ଲୋକଙ୍କ ଚେଷ୍ଟାକୁ ସଫଳ ନହେବା ଦରକାର।’’ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ଭାରତ ସମ୍ମୁଖରେ…
ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତିର ଶୁଭାରମ୍ଭ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାର୍ଚ୍ଚ ୨୫ ଦିନ ୧୨ ଟା ୯ ରୁ ୧ ଟା ୪୫ ମଧ୍ୟରେ ରହିଛି ଶୁଭ ମୁହୁର୍ତ୍ତ। ତେବେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଯେଭଳି ସୂଚାରୁରୂପେ ସମ୍ପୂର୍ଣ୍ଣ ହେବ ସେନେଇ ଆଜି ପୁରୀ ଗସ୍ତରେ ଆସି ଏକ ସମୀକ୍ଷା ବୈଠକ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆସି ସମୀକ୍ଷା ବୈଠକ କରୁଛନ୍ତି । ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଆରବିଆଇ ଅଧିକାରୀ, ଖଣି ଓ ଭୂତତ୍ତ୍ବବିତ୍, ସ୍ବର୍ଣ୍ଣକାର, ବଣିଆ, ଭଣ୍ଡାର ମେକାପ ଏବଂ ପ୍ରାଧିକୃତ ସେବାୟତ ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଅଛନ୍ତି।
ସର୍ବଦଳୀୟ ବୈଠକ ବିଫଳ । ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ଉପବାଚସ୍ପତି । SCB ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ସଦସ୍ୟ ।ଆଜି ଦିନରେ ତିନିଥର ଗୃହକୁ ମୁଲତବୀ କରାଗଲାଣି । ଗୃହକୁ ଚଳାଇ ଦେଉନାହାନ୍ତି ବିରୋଧୀ । ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହୋହଲ୍ଲା, ହଙ୍ଗାମା କରିଥିଲେ । ବାଚସ୍ପତି ଅନୁରୋଧ କରିବା ସତ୍ତ୍ୱେ ଶୁଣିନଥିଲେ । ସମାନ ଢଙ୍ଗରେ ପ୍ରତିବାଦ କରିଥିଲେ ବିରୋଧୀ ।ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ପଞ୍ଚାୟତ ପୁରୁଣାଘାଟି ଗାଁରୁ ଏକ ଲୋମହର୍ଷକ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଲୁହାରଡ୍ ଚୋରି କରିଥିଲେ ବୋଲି ଏତେବଡ଼ ସଜା! ହାତଗୋଡ଼ରେ ଚେନ୍ ବାନ୍ଧି ଗୋଟିଏ ବନ୍ଦଘରେ ୪ମାସ ନିର୍ଯାତନା। ୪ଦିନରେ ଥରେ ମିଳୁଥିଲା ଖାଇବା। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।ନିର୍ଯାତିତ ଯୁବକ ପୁରୁଣାଘାଟି ଗାଁର ହରିହର ପ୍ରଧାନଙ୍କ ପୁଅ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ୪ ମାସ ପୂର୍ବେ ସେ ପଡ଼ୋଶୀ ଶିବରାଜଙ୍କ ଘରୁ କିଛି ଲୁହା ରଡ୍ ଚୋରି କରିଥିଲେ । ଏହା ପରେ ଶିବରାଜଙ୍କ ପରିବାର ଲୋକେ ତାଙ୍କୁ ଜବରଦସ୍ତି ଧରି ଆଣି ଗୋଟିଏ ବନ୍ଦ ଘରେ ଲୁହା ବେଡ଼ି ପକାଇ ରଖିଥିଲେ । କ୍ଷୀରୋଦଙ୍କୁ ଅତ୍ୟନ୍ତ ଅପରିଷ୍କାର ପାତ୍ରରେ ମାତ୍ର ୪ ଦିନରେ ଥରେ ଖାଇବାକୁ ଦିଆଯାଉଥିଲା ଓ ସମୟ ସମୟରେ…









