Author: sanitelevision

ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ ଏକ ଏମିତି ବର୍ବରୋଚିତ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି lବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଜରଡ଼ା ଥାନା ଅଧୀନରେ ଥିବା ଖାରିଆଗୁଡା ପୋଲିସ ଫାଣ୍ଡି ଅନ୍ତର୍ଗତ ତୁରିବୁଡି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବାଳକୃଷ୍ଣ ଗୌଡ଼ଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଗୌଡ଼ ଜଣେ ନିରୀହ ମହିଳାଙ୍କୁ ଗାଁ ମଝି ରାସ୍ତାରେ ଉଲଗ୍ନ କରି ଟାଣି ଟାଣି ବିବସ୍ତ୍ର କରି ନିର୍ମମ ଭାବେ କିଛି ମହିଳା ଓ ପୁରୁଷ ମାନେ ଆକ୍ରମଣ କରିଥିବା ଫାଣ୍ଡିରେ ଅଭିଯୋଗ ହେଇଛି। ଏଭଳି ହୃଦୟ ବିଦାରକ ଘଟଣା ମଣିଷ ମନକୁ ଦୋହଲାଇ ଦେଇଛି lଏହି ଘଟଣା କେବଳ ଏକ ଅପରାଧ ନୁହେଁ, ବରଂ ସମାଜର ମାନବିକ ମୂଲ୍ୟବୋଧ ଉପରେ ଏକ ଖୋଲା ଆକ୍ରମଣ। ଚିକିଟି ଅଞ୍ଚଳର ଇତିହାସରେ ଏଭଳି ଘୃଣ୍ୟ ଓ ଲଜ୍ଜାଜନକ କାଣ୍ଡ କେବେ ଘଟି ନଥିବା ସ୍ଥାନୀୟ ଜନ ସାଧାରଣ ରେ ଆଲୋଚନା ହେଉଛି l ସବୁଠାରୁ ଚିନ୍ତାଜନକ କଥା…

Read More

ଯୁଦ୍ଧକୁ ନେଇ ଅର୍ଥନୈତିକ ଅନିଶ୍ଚିତତା ଭିତରେ ପୁଣି ଖସିଲା ସୁନା ଓ ରୁପା ମୂଲ୍ୟ । ସୁନା ଦରରେ ୪୦ ବର୍ଷରୁ ଅଧିକ ସମୟରେ ସବୁଠାରୁ ଖରାପ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି । ବିଶ୍ୱ ବଜାରରେ ସୁନା ମୂଲ୍ୟ ହ୍ରାସ ଜାରି ରଖିଛି । ସୋମବାର ସୁନା ଦର ୩%ରୁ ଅଧିକ ଖସି ଚାରି ମାସର ନିମ୍ନତମ ସ୍ତରରେ ପହଞ୍ଚିଛି । ସୁନା ଓ ରୂପାର ଏକ୍ସଚେଞ୍ଜ୍-ଟ୍ରେଡେଡ୍ ଫଣ୍ଡ୍ ୨୦% ପର୍ଯ୍ୟନ୍ତ ଖସିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୦,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୮,୬୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୦,୩୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୮,୬୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା…

Read More

SCB ମେଡିକାଲ ପୋଡ଼ି ଘଟଣାରେ ରାଜ୍ୟ ରାଜନୀତିରେ ହଇଚଇ । ଶାସକ-ବିରୋଧୀଙ୍କ ମଧ୍ୟରେ ଚାଲିଛି ଆରୋପ ଏବଂ ପ୍ରତ୍ୟୋରପର ଲଢେଇ ।ଏସବୁ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ସେ କହିଛନ୍ତି ଯେ, SCB ମେଡିକାଲ ପୋଡ଼ି ଘଟଣାକୁ ନେଇ ୯ ଦିନ ବିତିସାରିଲାଣି । ତଥାପି କୌଣସି ବି କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ଆସିଥିଲେ । ଏବେ କାହିଁକି ଆସୁନାହାନ୍ତି । ଯାହା ପୁରା ଆଶ୍ଚର୍ଯ୍ୟଜନକ । ମୁଁ ଆଉ ଥରେ କହୁଛ ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ଦିଅନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ । ବିଜେଡି ଜୋରଦାର ପ୍ରତିବାଦ କରିବ ।ସୂଚନାମୁତାବକ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ…

Read More

ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓରେ ମାଗଣା ପ୍ରସାରଣ/ଟେଲିକାଷ୍ଟ ସମୟ ପାଇଁ ନିର୍ବାଚନ କମିଶନ ଜାତୀୟ ଏବଂ ରାଜ୍ୟ ଦଳଗୁଡ଼ିକୁ ଡିଜିଟାଲ୍ ଭାଉଚର ଜାରି କରିଛନ୍ତି। ବର୍ତ୍ତମାନ ଏହି ବ୍ୟବସ୍ଥା ମୁଖ୍ୟତଃ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ନିର୍ବାଚନ ସମ୍ବନ୍ଧୀୟ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସମସ୍ତ ପ୍ରମୁଖ ଦଳ ଯେପରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ମତାମତ ପହଞ୍ଚାଇବା ପାଇଁ ସମାନ ସୁଯୋଗ ପାଆନ୍ତି, ସେଥିପାଇଁ ଜନପ୍ରତିନିଧିତ୍ୱ ଆଇନ, 1951ର ଧାରା 39A ଅନୁଯାୟୀ ଏହି ସୁବିଧା ପ୍ରଦାନ କରାଯାଇଛି। ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ପ୍ରାର୍ଥୀ ତାଲିକା ପ୍ରକାଶନ ଠାରୁ ଭୋଟ ଦେବାର ଦୁଇ ଦିନ ପୂର୍ବରୁ ଦଳଗୁଡ଼ିକର ପ୍ରଚାର ସମୟ ରହିବ। କେଉଁ ଦଳ କେଉଁ ସମୟ ପାଇବ, ଏହି ନିଷ୍ପତ୍ତି ରାଜ୍ୟ ସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏବଂ ଦଳଗୁଡ଼ିକର ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଡ୍ର (ଲଟେରୀ) ମାଧ୍ୟମରେ ନିଆଯିବ।ରାଜନୈତିକ ଦଳଗୁଡ଼ିକୁ…

Read More

ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ DRDO ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପିନାକ’ ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ଖୁବଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହା ଭାରତର ବଢ଼ୁଥିବା ସାମରିକ ଶକ୍ତିର ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।ଗବାନ ଶିବଙ୍କ ପୌରାଣିକ ଧନୁ ‘ପିନାକ’ ନାମରେ ନାମିତ ଏହି ସିଷ୍ଟମ୍ ଏବେ ସ୍ପିଡ୍, ଫାୟାରପାୱାର୍ ଏବଂ ସ୍ୱଦେଶୀ ଇଞ୍ଜିନିୟରିଂର ଏକ ଅଦ୍ଭୁତ ସମାହାର ପାଲଟିଛି।ଗୋଟିଏ ପିନାକ ରେଜିମେଣ୍ଟ ବିଶାଳ ବିନାଶକାରୀ କ୍ଷମତା ରଖିଥାଏ। ଏହାର ଗୋଟିଏ ବ୍ୟାଟେରୀ ମାତ୍ର କିଛି ସେକେଣ୍ଡ (ପ୍ରାୟ ୪୪ ସେକେଣ୍ଡରୁ ୧ ମିନିଟ୍) ମଧ୍ୟରେ ୭୨ଟି ରକେଟ୍ ଫାୟାର୍ କରିପାରିବ। ଶତ୍ରୁପକ୍ଷ କିଛି ବୁଝିବା କିମ୍ବା ପାଲଟା ଜବାବ ଦେବା ଆଗରୁ ଏହା ସେମାନଙ୍କର ସାମରିକ ଘାଟି, ସୈନ୍ୟ ଏକତ୍ରିତ ଥିବା ସ୍ଥାନ ଏବଂ ଯୋଗାଣ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାର କ୍ଷମତା ରଖେ।ଟାଟା ମୋଟର୍ସ ଏବଂ ବିଇଏମଏଲ୍ ଦ୍ୱାରା ନିର୍ମିତ ହାଇ-ସ୍ପିଡ୍…

Read More

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ସାଗର କବଚ । ପାରାଦୀପରେ ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି ।ଏହି ମିଳିତ ସମରାଭ୍ୟାସରେ ଜଳପଥରେ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାର କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର କଳାକୌଶଳ ପ୍ରଦର୍ଶନ । ଗଭୀର ସମୁଦ୍ର ରେ ନୌସେନା, କୋଷ୍ଟଗାର୍ଡ,ମତ୍ସ୍ଯ ବିଭାଗ, ମେରାଇନ ପୋଲିସ ପଇଁତରା ମାରିବା ସହ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି ସିଆଇଏସଏଫ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ , ବନ ବିଭାଗ ଓ ପାରାଦ୍ଵୀପ ବନ୍ଦର ଭଳି ୧୦ ରୁ ଅଧିକ ବିଭାଗ। ସମସ୍ତ ବିଭାଗକୁ ଦୁଇଟି ଟିମ ରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ବେଶରେ ଜଳପଥ ରୁ ଆସି ସ୍ଥଳପଥ ରେ ପ୍ରବେଶ କରି…

Read More

ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଆଇପିଏଲ ସିଜିନ ୧୯। ଏହା ପୂର୍ବରୁ କଠୋର ନିୟମ ଆଣିଛି ବିସିସିଆଇ । ସାତଟି ନୂତନ ନିୟମ ଜାରି କରିଛି । ପରିବର୍ଦ୍ଧିତ ନିର୍ଦ୍ଦେଶାବଳୀ ହେଲା ୧-ନେଟ୍‌ସ ଲାଗି ୨ଟି ସ୍ଥାନ ମିଳିବ। ଗୋଟିଏ ସାଇଡ୍‌ ୱିକେଟ୍‌ ମେନ୍‌ ସ୍କୋୟାରରେ ରହିବ। କିନ୍ତୁ ମୁମ୍ବାଇ ପଡ଼ିଆରେ ଦୁଇ ଦଳ ‌ଏକା ସମୟରେ ଅଭ୍ୟାସ କରିବାକୁ ଚାହିଲେ। ଉଭୟ ଦଳକୁ ୨ଟି ଲେଖାଏଁ ୱିକେଟ୍‌ ଦିଆଯିବ। ୨-କୌଣସି ଖୋଲା ନେଟ୍ସ ଲାଗି ଅନୁମତି ନାହିଁ।୩-ଯଦି ଗୋଟିଏ ଦଳର ଅଭ୍ୟାସ ଶୀଘ୍ର ସରିଯାଏ। ତେବେ ଅନ୍ୟଦଳକୁ ସେହି ୱିକେଟ୍‌ରେ ଅଭ୍ୟାସ ଲାଗି ଅନୁମତି ଦିଆଯିବନି। ୪-ମ୍ୟାଚ୍‌ ଦିନ କୌଣସି ଅଭ୍ୟାସ ଲାଗି ଅନୁମତି ନାହିଁ।୫-ମ୍ୟାଚ୍‌ ଦିନ କୌଣସି ପ୍ରକାର ଫିଟ୍‌ନେସ୍‌ ପରୀକ୍ଷା ପଡ଼ିଆ ଭିତରେ କରାଯାଇ ପାରିବନି। ୬-ଅଭ୍ୟାସ ଦିନ କେବଳ ମାନ୍ୟତାପ୍ରାପ୍ତ କର୍ମଚାରୀଙ୍କୁ ଡ୍ରେସିଂରୁମ୍‌ ଓ ପଡ଼ିଆ ଭିତରୁ ଛଡ଼ାଯିବ। ଖେଳାଳିଙ୍କ ପରିବାର ଓ ସାଙ୍ଗସାଥୀ ଅଲଗା…

Read More

ଆଜି ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ ଷ୍ଟେସନକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ସକାଳ ପ୍ରାୟ ସାଢ଼େ ୭ଟାରେ ଆସିଥିବା ଏହି ଇମେଲ୍‌ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ ପ୍ରମୁଖ ରାଜନେତାଙ୍କ ନାମ ରହିଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଧମକର ତଦନ୍ତ କରୁଛନ୍ତି ।ବଜେଟ୍ ଉପସ୍ଥାପନ ପୂର୍ବରୁ ଏଭଳି ମେଲ୍ ସମସ୍ତଙ୍କ ମନରେ ଛନକା ପଶାଇଦେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସର ଅଧିକ ଛାନଭିନ୍ ମଧ୍ୟ ଆରମ୍ଭ ହୋଇ ସାରିଛି । ମେଲକୁ ଯାଞ୍ଚ କରାଯାଉଛି , ଦିଲ୍ଲୀ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ବଢ଼ାଇଦିଆଯାଇଛି ।

Read More

ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତାକୁ ଶାନ୍ତ କରିବା ପାଇଁ ପାକିସ୍ତାନ ଏବେ ଏକ ‘ମୁଖ୍ୟ ମଧ୍ୟସ୍ଥ’ ଭାବରେ ଉଭା ହୋଇଛି । ଆଗାମୀ କିଛି ଦିନ ମଧ୍ୟରେ ଇସଲାମାବାଦରେ ଟ୍ରମ୍ପ ପ୍ରଶାସନର ବରିଷ୍ଠ ପ୍ରତିନିଧି ଓ ଇରାନ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ପାକିସ୍ତାନ ସମେତ ତୁର୍କୀ ଓ ଇଜିପ୍ଟ ମଧ୍ୟ ଏହି ବ୍ୟାପକ ”ବ୍ୟାକ୍-ଚ୍ୟାନେଲ୍” କୂଟନୀତିରେ ସାମିଲ ହୋଇଛନ୍ତି । ଏହି ସମୟରେ, କଂଗ୍ରେସ ଦଳ…

Read More

ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଅଭିଯୋଗ ହୋଇଛି । ମୃତ ହେଉଛନ୍ତି ଲକ୍ଷ୍ମୀ ସାହୁ। ମହିଳାଙ୍କ ଭାଇ ମେଣ୍ଡିପାଲି ଗାଁର ମୁରଲୀ ସାହୁଙ୍କ ଅଭିଯୋଗ କରିଛନ୍ତି। ପୋଲିସ୍ ଅଭିଯୁକ୍ତ ସ୍ବାମୀ ଯଶୋବନ୍ତ ସାହୁକୁ ଅଟକ ରଖିଛି।ଖବର ଅନୁଯାୟୀ, ମେଣ୍ଢିପାଲି ଗାଁର ଲକ୍ଷ୍ମୀ ଗତ ୨୬ ବର୍ଷ ତଳେ ଯଶୋବନ୍ତକୁ ବିବାହ କରିଥିଲେ। ଦୀର୍ଘ ବର୍ଷର ବୈବାହିକ ଜୀବନ ମଧ୍ୟରେ ଉଭୟଙ୍କର କୌଣସି ସନ୍ତାନସନ୍ତତି ନଥିଲେ। ଦୁହେଁ ନିଃସନ୍ତାନ ଜୀବନ ବିତାଉଥିଲେ। ଇତିମଧ୍ୟରେ ଯଶୋବନ୍ତର ବାପା ପ୍ରାଣବନ୍ଧୁଙ୍କ ମୃତ୍ୟୁ ହୋଇଯାଇଥିଲା। ଲକ୍ଷ୍ମୀଙ୍କର କୌଣସି ପିଲାଛୁଆ ନ ହେବାରୁ ଯଶୋବନ୍ତ ୩ ବର୍ଷ ତଳେ ଦ୍ବିତୀୟ ବିବାହ କରିଥିଲେ। ଯଶୋବନ୍ତର ନିର୍ଯାତନାରେ ଅତିଷ୍ଠ ହୋଇ ଗୁରୁବାରୀ କିଛି ମାସ ପରେ ବାପ ପଳାଇଥିଲେ। ଗତ ରବିବାର ରାତିରେ ଗାଁ ପୋଖରୀ ନିକଟ ଚାଷଜମିରେ କିଛି ଜଳୁଥିବା…

Read More