ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ! ଆସନ୍ତା ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ। ୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆର୍ଥିକ ସହାୟତା: ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ।ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାଁନ୍ତି, କେବଳ ସେହିମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ।
Author: sanitelevision
ଶନିବାର ସରିଛି ସିଏଚ୍ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ରେ ଶେଷ ହୋଇଥିଲା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ୪ ଲକ୍ଷ ୧୬୨୩ ପରୀକ୍ଷାର୍ଥୀ କରିଥିଲେ ଫର୍ମ ଫିଲ୍ଅପ୍ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକରେ ୪ ଲକ୍ଷରୁ ଊଦ୍ଧର୍ବ ପିଲା ପରୀକ୍ଷା ଦେଇଥିବାବେଳେ ୫ ହଜାର ପିଲା ଅନୁପସ୍ଥିତ ଥିଲେ। ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ । ଖାତା ମୂଲ୍ୟାୟନ ପାଇଁ ୧୫୧ ମୂଲ୍ୟାୟନ କେନ୍ଦ୍ର ସହିତ ୧୬ ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି ।
ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନ ବନ୍ଦରରେ ଶନିବାର ସକାଳେ ହଲଚଲ ହୋଇପଡ଼ିଥିଲା । ହଠାତ୍ ଏକ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ନେଇ ଘୋଷଣା ହେଲା । ଏହି ବିମାନଟି ଆନ୍ଧ୍ରପ୍ରଦେଶ ବିଶାଖାପାଟନମରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା । ତେବେ ବିମାନରେ ପ୍ରାୟ ୧୬୧ ଜଣ ଯାତ୍ରୀ ଥିଲେ । ବିଶାଖାପାଟଣା-ଦିଲ୍ଲୀ ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମରେଜେନ୍ସିଂ ଲ୍ୟାଣ୍ଡିଂ ହୋଇଛି । ବିମାନ ଇଞ୍ଜିନ୍ ଫେଲ୍ ମାରିଥିବା ଆଶଙ୍କା ପରେ ଜରୁରୀ ଅବତରଣ କରାଯାଇଛି । ବିମାନ ସୁରକ୍ଷିତ ଅବତରଣ କରିଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।ଏହି ଜରୁରୀ ଅବତରଣ ସମ୍ପର୍କରେ ଦିଲ୍ଲୀ ଅଗ୍ନିଶମ ସେବା (DFS) ଏକ ବିବୃତ୍ତିରେ କହିଛି, “ଦିଲ୍ଲୀ ବିମାନବନ୍ଦରରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ଅଗ୍ନିଶମ ବିଭାଗ ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କୌଣସି କ୍ଷତିର…
ଆସନ୍ତା ୮,୯, ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତିମଣତିବେଳେ ପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବି ଗୁରୁତ୍ୱ ଦିଆଯିବ । ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ଏପ୍ରିଲ ମାସରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରରେ ଗଣତି ମଣତି କରାଯିବ ।
ବିବାହ ପାଇଁ ମନା କଲା ପ୍ରେମିକା । ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ । ଟାୱାର ଉପରେ ଚଢ଼ି ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ ଯୁବକ । ମାଲକାନଗିରି ପଡ଼ିଆ ଥାନା ସିଙ୍ଗରାଜକୋଣ୍ଡା ଗାଁରେ ଘଟିଛି ଏହି ଅଦଭୁତ ଘଟଣା ।ତାକୁ ତଳକୁ ଓହ୍ଲାଇବାକୁ ଅଗ୍ନିଶମବାହିନୀ ନାକେଦମ ହୋଇଥିଲ।। ୩ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ଯୁବକ ଜଣଙ୍କ ।ସୂଚନା ଅନୁସାରେ,ପ୍ରେମିକାଙ୍କର ପୂର୍ବରୁ ବିବାହ କରି ସନ୍ତାନ ଥିବାରୁ ସେ ବିବାହକୁ ମନା କରିଥିଲେ । ଏହା ପରେ ଯୁବକ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଯୁବକଙ୍କ ଏହି ଡ୍ରାମା ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା ।
ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇଯାଇଛି ଏହି ମତଦାନ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି ସଦସ୍ୟମାନେ।ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର୍ ଆସୋସିଏସନ ମଧ୍ୟରୁ ୧୫୫ଟି ବାରରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଭିନ୍ନଭିନ୍ନ କାରଣରୁ ସୁନ୍ଦରଗଡ଼, ଉମରକୋଟ ଏବଂ ଜଟଣୀ ଓକିଲ ସଂଘକୁ ବାଦ ଦିଆଯାଇଛି। ଏହି ନିର୍ବାଚନରେ ସର୍ବମୋଟ ୩୮ ହଜାର ୮୮୩ ଜଣ ଓକିଲ ନିଜର ମତ ସାବ୍ୟସ୍ତ କରିବେ। ଦିନ ୩ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ। ଏହାପରେ ତୁରନ୍ତ ଭୋଟ ଗଣତି କରାଯାଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ।ୱାନ ବାର, ୱାନ ଭୋଟ ନିୟମରେ ଚାଲିଛି ଏହି ଭୋଟିଂ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନରେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ…
ଆମେରିକାରେ କୋଭିଡ-୧୯ ମାମଲା ହଠାତ୍ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ନୂତନ ରିପୋର୍ଟ ଅନୁଯାୟୀ, ଭାଇରସର ଏକ ନୂତନ BA.3.2 ଭାରିଆଣ୍ଟ ଦେଖାଦେଇଛି। ଫେବୃଆରୀ ୧୧ ସୁଦ୍ଧା, BA.3.2 ଭାରିଆଣ୍ଟ ୨୩ଟି ଦେଶରେ ଦେଖାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରକାରର ରୋଗ ପ୍ରତିରୋଧକ ଶକ୍ତିକୁ ଆଂଶିକ ଭାବରେ ଏଡାଇବାର କ୍ଷମତା ଅଛି, ଯାହା ପୁନଃ ସଂକ୍ରମଣର ବିପଦକୁ ବୃଦ୍ଧି କରିପାରେ। ତଥାପି, ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର ପରିସ୍ଥିତି ପୂର୍ବ ପରି ଗମ୍ଭୀର ନୁହେଁ। ତେବେ ଭାରିଆଣ୍ଟର ନାଁ ‘ସିକାଡ଼ା’। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା । ‘ସିକାଡ଼ା’ ଏକ ପ୍ରକାରର ପୋକ। ଯିଏ ବହୁ ବର୍ଷ ଧରି ମାଟି ତଳେ ଶୋଇ ରହିବା ପରେ ବାହାରକୁ ଆସେ । ଏହି ଭୂତାଣୁ ମଧ୍ୟ ୨୦୨୨ ପରଠାରୁ ଗୋପନରେ ଥିଲା । ଏବେ ପୁଣି ଦେଖାଦେଇଛି। ତେଣୁ ଏହାର ନାମ ସିକାଡ଼ା ରଖାଯାଇଛି । ସିକାଡା…
ଇରାନ-ଇସ୍ରାଏଲ ଯୁଦ୍ଧର ୨୯ ଦିନରେ ପହଞ୍ଚିଛି। ଫେବ୍ରୁଆରି ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ସହିତ ଏହା ଆରମ୍ଭ ହୋଇଥିଲା। ଦୁଇପକ୍ଷ ପରସ୍ପର ଉପରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି। ଫଳରେ ସ୍ଥିତି ଧିରେ ଧିରେ ସଙ୍କଟଜନକ ହେବାରେ ଲାଗିଛି। ସାଉଦି ଆରବର ‘ପ୍ରିନ୍ସ ସୁଲତାନ ଏୟାର ବେସ୍’ ଉପରେ ବଡ଼ ଧରଣର ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ଆକ୍ରମଣରେ ଆମେରିକା ବାୟୁସେନାର କିଛି ତେଲ ଭରୁଥିବା ବିମାନ ନଷ୍ଟ ହୋଇଯାଇଛି । ସାଟେଲାଇଟ୍ ଚିତ୍ରରୁ ବିମାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି । ପ୍ରାଥମିକ ସୂଚନା ଅନୁସାରେ ୧୦ ରୁ ୧୨ ଜଣ ସୈନ୍ୟ ଆହତ ହୋଇଛନ୍ତି ।ସାଉଦି ଆରବ ଦାବି କରିଛି ଯେ, ଇରାନ…
ଗତ ଶିକ୍ଷାବର୍ଷରେ ଯେପରି ସ୍କୁଲ ୟୁନିଫର୍ମ ବଣ୍ଟନରେ ସମସ୍ୟା ଦେଖିବାକୁ ମିଳିଥିଲା ତାର ଆଉ ପୁନରାବୃତ୍ତି ହେବନି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯେପରି ଧାର୍ଯ୍ୟ ସମୟରେ ପୋଷାକ ବଣ୍ଟନ ହେବ ତାକୁ ନେଇ ଆଗୁଆ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ ମାନର କପଡ଼ାରେ ପୋଷାକ ସିଲେଇ କରି ପୋଷାକ ବଣ୍ଟନ କରାଯିବ । ଖରା ଛୁଟି ପୂର୍ବରୁ ପୋଷାକ ବଣ୍ଟନ ସୁନିଶ୍ଚିତ କରାଯିବ । ପୋଷାକ ବଣ୍ଟନ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ପରିମାଣ, ମାପ ଏସବୁ ସଂଗ୍ରହ କରାଯିବ । ଏଜେନ୍ସି ଚୟନ କରାଯିବ । ପୋଷାକ ସିଲେଇ ହେବ । ଏହାକୁ ବଣ୍ଟନ ହେବ । ଯେପରି କୌଣସି ଜଣେ ବି ପିଲା ପୋଷାକ ବଣ୍ଟନରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ପୋଷାକ କପଡ଼ାର ମାନ ଓ ସିଲେଇରେ ଯେପରି…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତର ସ୍ଥଳ ସେନା ମୁଖ୍ୟ। ଭାରତୀୟ ସେନା କିଭଳି ଆହୁରି ଅଧିକ ଶକ୍ତିଶାଳୀ ହେବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି।ପ୍ରାୟ ୪୫ ମିନିଟ ଧରି ମହାପ୍ରଭୁଙ୍କ ସାନିଧ୍ୟ ନେଇଥିଲେ । ଦର୍ଶନ ପରେ ମୁକ୍ତି ମଣ୍ଡପ, ରୋଷ ଘର ବୁଲି ଦେଖିଲେ ସ୍ଥଳସେନା ମୁଖ୍ୟ । ପୁରୀ ପରେ ସ୍ବତନ୍ତ୍ର ବିମାନରେ ଗୋପାଳପୁର ଗସ୍ତରେ ଯିବେ । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ ଦେଖିବା ସହ ପ୍ରଶିକ୍ଷଣ ଶିବିରରେ ତଦାରଖ କରିବେ ।








