Author: sanitelevision

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ଏବେ ପର୍ଯ୍ୟଟକମାନେ ନୂଆ ପକ୍ଷୀ ଡେମାଇସେଲ୍ କ୍ରେନ୍ ଦେଖ‌ିବାର ସୁଯୋଗ ପାଇବେ । ଏହାସହିତ କଲରାପତରିଆ ବାଘ ସାଙ୍ଗକୁ ନାଲି ଜଙ୍ଗଲୀ କୁକୁଡ଼ା ମଧ୍ୟ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହିସବୁ ପକ୍ଷୀ ଆସିବାପରେ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି ପାଇଛି ।ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜୁରାଟ ଜୁନାଗଡ଼ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ରବିବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଗାଡ଼ିରେ ୩ ପ୍ରଜାତିର ୧୮ ଟି ଜୀବଜନ୍ତୁ ନନ୍ଦନକାନନ ଆସିଛନ୍ତି । ସେଥିରେ ଦୁଇ ଯୋଡ଼ା ଡେମାଇସେଲ୍ କ୍ରେନ୍, ଦୁଇ ଯୋଡ଼ା କଲରାପତରିଆ ବାଘ ଓ ୫ ଯୋଡ଼ା ନାଲି ଜଙ୍ଗଲୀ କୁକୁଡ଼ା ଅଛନ୍ତି । ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନିରୀକ୍ଷଣ ଗୃହରେ ରଖାଯାଇଛି । ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…

Read More

ବର୍ତ୍ତମାନ ରାଜ୍ୟରେ ଖରା, ଗରମ ଗୁଳୁଗୁଳି ଅନୁଭୂତ ସହ କାଁଭାଁ କୋହଲିଆ ପାଗ ରହିଛି । ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆହୁରି ୫ ଦିନ ବର୍ଷର ସମ୍ଭାବନା ଥିବା କହିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ। ଏଥିସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି।ରାଜ୍ୟର ୩ ସହରରେ ୩୯ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ବେଳେ ତାତିର ତାଉରେ ସିଝୁଛି ପଶ୍ଚିମ ଓଡ଼ିଶା । ବର୍ଦ୍ଧିତ ତାପମାତ୍ରାକୁ ନେଇ ୨ ଦିନ ମଧ୍ୟରେ ତାପମାତ୍ରା…

Read More

ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ । ​ପୂର୍ବରୁ TRP ମାପୁଥିବା କମ୍ପାନୀର ସମ୍ପତ୍ତି ୨୦ କୋଟି ଟଙ୍କା ହେବା ଦରକାର ଥିଲା । ଯାହାକୁ ଏବେ ୫ କୋଟି କରାଯାଇଛି । ଏହାଦ୍ୱାରା ନୂଆ କମ୍ପାନୀ ଏହି କାମରେ ଯୋଗ ଦେଇପାରିବେ । ତଥ୍ୟକୁ ଅଧିକ ସଠିକ୍ କରିବା ପାଇଁ ଏବେ ଏକ ଲକ୍ଷ ୨୦ ହଜାର ପରିବାରଙ୍କ ଘରେ ମିଟର ଲଗାଯିବ। ପୂର୍ବରୁ ଏହି ସଂଖ୍ୟା କମ୍ ଥିଲା। କେବଳ ଟିଭି ନୁହେଁ, ମୋବାଇଲ୍ ଓ OTT ରେ ଦେଖାଯାଉଥିବା ଭିଡିଓକୁ ମଧ୍ୟ ଏବେ TRP ରେ ଗଣାଯିବ। ଅନେକ ସମୟରେ ଟିଭି ଖୋଲିବା ମାତ୍ରେ ଯେଉଁ ଚ୍ୟାନେଲ୍ ପ୍ରଥମେ ଆସେ ତାକୁ ବହୁତ ଲୋକ ଦେଖୁଛନ୍ତି ବୋଲି ଗଣାଯାଉଥିଲା । ଏବେ ଏହି ସୁବିଧାକୁ ବନ୍ଦ କରାଯାଇଛି । ଏହାକୁ କେବଳ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇପାରିବ, TRP ବଢ଼ାଇବା ପାଇଁ ନୁହେଁ ।…

Read More

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସର ବିଶ୍ୱସ୍ତରର ପରିବହନ ବାଧାପ୍ରାପ୍ତ ହୋଇଛି। ଯେଉଁଥିରେ ବିଶ୍ୱର ଅନେକ ଦେଶ ଇନ୍ଧନ ସମସ୍ୟାରେ ପଡ଼ିଛନ୍ତି। ଭାରତକୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଏବେ ପେଟ୍ରୋଲିୟମ ସୁରକ୍ଷା ଏବଂ ଲାଇସେନ୍ସ ନିୟମକୁ କୋହଳ କରିଛନ୍ତି, ଯାହାଦ୍ୱାରା କିରାସିନ ଘରେ ଘରେ ସହଜରେ ପହଞ୍ଚିପାରିବ। କେନ୍ଦ୍ର ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ସାଧାରଣ ଲୋକେ ଯେପରି ଇନ୍ଧନ ଅଭାବର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ କିରାସିନ ତେଲ ବିକ୍ରିକୁ ୬୦ ଦିନ ବଢ଼ାଇଛି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ।ଉକ୍ତ ପରିବର୍ତ୍ତନ ଅନୁସାରେ, ସାର୍ବଜନିକ କ୍ଷେତ୍ରର ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିଚ ବଛା ବଛା ପେଟ୍ରୋଲ ପମ୍ପକୁ…

Read More

ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। କାରଣ ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନାମୁତାବକ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ବୟାନ। ନିଶିକାନ୍ତ ଦାବି କରିଛନ୍ତି ବିଜୁ ପଟ୍ଟନାୟକ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକୀୟ ଗୁପ୍ତଚର ସଂସ୍ଥା ସିଆଇଏ ମଧ୍ୟରେ ଯୋଗସୂତ୍ର ରଖୁଥିଲେ। ୧୯୬୨ ମସିହା ଚୀନ ଯୁଦ୍ଧ ବେଳେ ତତ୍କାଳୀନ ନେହେରୁ ସରକାର ଏବଂ CIA ମଧ୍ୟରେ ବିଜୁ ବାବୁ ମଧ୍ୟସ୍ଥି ସାଜିଥିଲେ ବୋଲି ଦୁବେ ଅଭିଯୋଗ କରିଛନ୍ତି।…

Read More

ଆମେରିକା ଏବଂ ଇସ୍ରାଏଲ ଯେତେବେଳେ ଇରାନ ଉପରେ ଆକ୍ରମଣ କରିଥିଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ। ବିଶ୍ୱର ବିଭିନ୍ନ ସ୍ଥାନରେ ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଫଳସ୍ୱରୂପ, ଅନେକ ଦେଶ ବିକଳ୍ପ ଶକ୍ତି ଉତ୍ସ ଖୋଜୁଛନ୍ତି। ଏହି ସଙ୍କଟ ମଧ୍ୟରେ, ଜାତୀୟ ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଉତ୍ତର ପ୍ରଦେଶର ନୋଏଡାରେ ଜେୱାର ବିମାନବନ୍ଦରର ଉଦଘାଟନ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ସରକାର ଏହି ସଙ୍କଟର ବୋଝ ସାଧାରଣ ଲୋକଙ୍କ ଉପରେ ପକାଇବାକୁ ଚାହାଁନ୍ତି ନାହିଁ। ଏହା ଉଲ୍ଲେଖନୀୟ ଯେ ଇରାନରେ ସଂଘର୍ଷ ଏକ ଶକ୍ତି ସଙ୍କଟ ସୃଷ୍ଟି କରିଛି, ମୁଖ୍ୟତଃ ହର୍ମୁଜ ପ୍ରଣାଳୀର ବିଭ୍ରାଟ ଯୋଗୁ – ଯାହା ଏକ ଗୁରୁତ୍ୱପୂର୍ଣ୍ଣ ‘ଶକ୍ତି କରିଡର’ ଭାବରେ ପ୍ରସିଦ୍ଧ। ପାକିସ୍ତାନ ସମେତ ଅନେକ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ବିପରୀତରେ,…

Read More

ରାମ ନବମୀ ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ୍ । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପିଏସଓ ବା ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶୋଭାଯାତ୍ରାଟି ଟିଟିଲାଗଡ଼ ସହରର ପୁରୁଣା ବ୍ୟାଙ୍କ ଛକରେ ପହଞ୍ଚିବା ପରେ ବିଧାୟକ ନବୀନ ଜୈନ ନିଜ ପିସ୍ତଲରୁ ଫାଙ୍କ ଗୁଳି ଚାଳନା କରିଥିଲେ l ଏହାକୁ ନେଇ ଟିଟିଲାଗଡ଼ରେ ଏବେ ଆଲୋଚନା ଚାଲିଛି ।ପୁଲିସ ଉପସ୍ଥିତିରେ ବିଧାୟକଙ୍କୁ ଏଭଳି ବାରମ୍ବାର କରୁଥିବାର ଦେଖିବାକୁ ମିଳିଥିଲା। ଏନେଇ ବିଧାୟକଙ୍କୁ ପଚରାଯିବାରୁ କହିଛନ୍ତି, ଏହା ନକଲି ବନ୍ଧୁକ ଥିଲା। ଲୋକଙ୍କୁ ଉତ୍ସାହିତ କରିବାକୁ ଏଭଳି କରାଯାଇଥିଲା ବୋଲି କହିଛନ୍ତି।

Read More

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଚୋରି ମାମଲାରେ ପଚରାଉଚରା ପାଇଁ ଥାନାକୁ ଆଣିଥିଲା ପୋଲିସ। ତେବେ ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଚୋର ହାଜତରୁ ଫେରାର ହୋଇ ନିକଟସ୍ଥ ଗାଁରୁ ଏକ ବାଇକ୍‌ ମଧ୍ୟ ଚୋରି କରି ନେଇଯାଇଛି। ଯିବା ବାଟରେ କୁଣ୍ଡପାଟଣା ନିକଟରେ ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଛି। ଯାହା ଫଳରେ ବାଇକ୍‌ ଆରୋହୀଙ୍କ ଅବସ୍ଥା ଗୁରୁତର ଥିବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଅନ୍ୟ ପଟେ ଚୋର ମଧ୍ୟ ଦୁର୍ଘଟଣାରେ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଚାଲିଯାଇଛନ୍ତି। ଖବର ପାଇ ବ୍ରହ୍ମବରଦା ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତନାଘନା କରିଥିବା ଖବର ମିଳିଛି। ତେବେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ୨୦୨୪ରେ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଚୋରି ଅଭିଯୋଗରେ ଧରି ଥିବାବେଳେ…

Read More

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଇଛି ।ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଏପ୍ରିଲ୍ ୧୩ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ସମୟ ସରୁଥିବାବେଳେ ୨ ରାଜ୍ୟର ବୈଷୟିକ ଟିମ୍ ଆଲୋଚନା ବିବରଣୀ ଉପସ୍ଥାପନ କରିଛନ୍ତି । ଆଗାମୀ ଶୁଣାଣି ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ ।ଶୁଣାଣି ପୂର୍ବରୁ ହୀରାକୁଦ ଠାରୁ ଆରମ୍ଭ କରି ମହାନଦୀ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲା ଟିମ୍ । ଏହାସହ ଏହି ଟିମ ମାର୍ଚ୍ଚ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ଯାଇ ସ୍ଥିତି ପରଖିଥିଲା ।ହେଲେ ମହାନଦୀକୁ କେବେ ମିଳିବ ନ୍ୟାୟ, ଟ୍ରିବ୍ୟୁନାଲରେ ତାରିଖ ପରେ ତାରିଖ ବଦଳୁଛି, ହେଲେ ସମାଧାନର ରାସ୍ତା ବାହାରିପାରୁନି ।

Read More

ନିଜକୁ ନିଜେ ଜାଳି ଦେବାକୁ ଉଦ୍ୟମ କଲେ ଯୁବତୀ। ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ। ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଭେଟନଈ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଯୁବତୀଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଛି। ଘରେ କେହି ନଥିବା ସମୟରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ଯୁବତୀ। ତେବେ ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଲିସ ଛାନଭିନ୍ ଚଳାଇଛି।

Read More