ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ ହତ୍ୟା ପରେ ସେ ମହିଳାଙ୍କ ଶରୀରକୁ ଅନେକ ଖଣ୍ଡ ଖଣ୍ଡ କରି ଏକ ଫ୍ରିଜରେ ରଖିଥିଲେ। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି ।ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ରୁହନ୍ତି ଚିନ୍ତାଦା ରବୀନ୍ଦ୍ର । ପେଶାରେ ଭାରତୀୟ ନୌସେନାର ଜଣେ କର୍ମଚାରୀ ।୨୦୨୧ରେ ସେ ଡେଟିଂ ଆପରେ ମୌନିକା ପୋଲିପାଲି ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ଅନେକ ସମୟରେ ଦେଖାସାକ୍ଷାତ ହୁଅନ୍ତି । ବୁଲିବାକୁ ଯାଆନ୍ତି । ପାର୍କ୍ ଏବଂ ଥିଏଟର ସେମାନଙ୍କ ନିତିଦିନିଆ ଠିକଣା ପାଲଟିଯାଏ ।ରବୀନ୍ଦ୍ର ବିବାହିତ ହୋଇ ମଧ୍ୟ ସ୍ତ୍ରୀଙ୍କ ଆଗୋଚରରେ ପରକ୍ରିୟା ପ୍ରୀତି ଚଲାଇଥାନ୍ତି । ତେବେ ଗତ ଦୁଇ ସପ୍ତାହ ତଳେ ରବୀନ୍ଦ୍ରଙ୍କ ପତ୍ନୀ…
Author: sanitelevision
ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ । ନୟାଗଡ଼ ଖଣ୍ଡପଡା ସଵ ଟ୍ରେଜେରୀ କର୍ମଚାରୀ ସରୋଜ ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।ଜଣେ ପେନସନଭୋଗୀଙ୍କ ସପକ୍ଷରେ ପେନସନଭୋଗୀଙ୍କଠାରୁ ୩ ହଜାର ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଧରାପଡିଛନ୍ତି ।ଲାଞ୍ଚ ଦାବି କରି ସେ କହିଥିଲେ ଯେ, ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ କରାନଯାଏ, ତେବେ ସେ ବିଲ୍ ପାସ୍ କରିବାରେ ବାଧା ଦେବେ। ଲାଞ୍ଚ ଦାବିରେ ପୀଡିତ ହୋଇ ପେନସନଭୋଗୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ସବୁ କିଛି କହିଥିଲେ । ଏହା ପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ପେନସନଭୋଗୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାନ୍ଧିଛି ଭିଜିଲାନ୍ସ ବିଭାଗ । ପରେ ଭିଜିଲାନ୍ସର ୫ଜଣିଆ ଟିମ୍ ଖଣ୍ଡପଡା ସହରରେ ଥିବା ସରୋଜଙ୍କ ବାସଭବନରେ ଖାନତଲାସି କରୁଛି ।
ଚାଷୀଙ୍କ ପାଇଁ ବଡ଼ ଅପ୍ଡେଟ୍। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍ଲାଇନ୍ ଧାର୍ଯ୍ୟ ହୋଇଥିବା ବେଳେ ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭୬ ଲକ୍ଷ ୮୪ ହଜାର ୪୯୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇ ସାରିଛି । ପ୍ରାୟ ୧୮ ଲକ୍ଷ ୫୫ ହଜାର ପଞ୍ଜୀକୃତ ଚାଷୀ ନିଜ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ୨୨,୪୦୦ କୋଟି ଟଙ୍କା ପଠାଯାଇଛି । ଚଳିତ ସିଜିନରେ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।
ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ। ଭୋଟର ଜାଲିଆତିରେ ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଲେ ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର ବୋଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ବର୍ଷ ଜାନୁଆରୀ ୬ରୁ ଚଳିତ ବର୍ଷ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ତଥ୍ୟ ରଖିଲେ । ମୃତ୍ୟୁ ଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର ବାଦ ପଡିଛନ୍ତି । ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୮ ହଜାର ୧୩୨ ଭୋଟର ବାଦ ପଡିଛନ୍ତି । ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୨୪୬ ଭୋଟର ବାଦ ପଡିଛନ୍ତି । ନୂତନ ସଂଯୋଗ ପାଇଁ ମୋଟ ୫,୬୭, ୦୩୪ ଜଣ ଆବେଦନ କରିଛନ୍ତି ।
ଆଜି ବିଶ୍ୱ ଇଟିଲି ଦିବସ ପ୍ରତିବର୍ଷ ମାର୍ଚ୍ଚ ୩୦ ତାରିଖରେ ପାଳନ କରାଯାଏ। ଏହି ଦିନଟି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଜଳଖିଆ ‘ଇଟିଲି’ ସମ୍ମାନ ଜଣାଇବା ଏବଂ ଏହାର ସ୍ୱାଦ ଓ ସହଜରେ ହଜମ ହେଉଥିବାରୁ ଉତ୍ସବ ଭାବରେ ପାଳନ କରିବା ପାଇଁ ଉଦ୍ଧିଷ୍ଟ। ଏହି ଦିବସର ଆରମ୍ଭ ୨୦୧୫ରେ ହୋଇଥିଲା। ଚେନ୍ନାଇର ଜଣେ ପ୍ରସିଦ୍ଧ ଇଟିଲି କ୍ୟାଟରର୍ ଏବଂ ଉଦ୍ୟୋଗୀ ଏନିୟାଭାନ୍ ଏହାର ପ୍ରସ୍ତାବକ। ସେ ଇଟିଲିର ବିଭିନ୍ନ ପ୍ରକାର ଏବଂ ନବତ୍କାର ପାଇଁ ପରିଚିତ ଏବଂ ଏକ ବିରାଟ ୪୪ କିଲୋଗ୍ରାମ୍ ଇଟିଲି ତିଆରି କରି ଏହି ଦିନକୁ ଆରମ୍ଭ କରିଥିଲେ। ପରେ ସମାୟଲ୍ ସଙ୍ଗମ୍ ରାଜାମଣି ଏହାକୁ ବିଶ୍ୱ ଇଟିଲି ଦିବସ ରୂପେ ଘୋଷଣା କରିଥିଲେ। ଏନିୟାଭାନ୍ ପ୍ରାୟ ୧୩୨୮ ପ୍ରକାରର ଇଟିଲି ତିଆରି କରିଛନ୍ତି ଏବଂ ଇଟିଲିର ସ୍ୱାଦ, ପୁଷ୍ଟିକର ଗୁଣକୁ ପ୍ରଚାର କରିବାରେ ସକ୍ରିୟ ରହିଛନ୍ତି। ଇଟିଲି ଦକ୍ଷିଣ ଭାରତର ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,…
ରାଜଧାନୀରେ ଲଜ୍ଜା । ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ । ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ବଙ୍ଗୀୟ ମହିଳାଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ ହୋଇଛି । ବନ୍ଧକ ରଖି ଭୟଭୀତ କରାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ । ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ପଚରାଉଚରା ଚଳାଇଛି ପୋଲିସ।ସୂଚନା ଅନୁସାରେ ଜଣେ ବଙ୍ଗୀୟ ମହିଳାଙ୍କୁ ଏକୁଟିଆ ରାସ୍ତାରେ ଦେଖି ଲିଫ୍ଟ ଦେଇଥିଲେ ଦୁଇ ଡ୍ରାଇଭର । ସ୍ବାମୀ ସହ ଝଗଡ଼ା ପରେ ରାସ୍ତାରେ ଏକୁଟିଆ କାନ୍ଦୁଥିଲେ ଯୁବତୀ । ଏକାକିର ସୁଯୋଗ ଦେଖି ସାହାଯ୍ୟ କରିବା ଆଳରେ ଲିଫ୍ଟ ଦେଇ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହାକୁ ଆଧାର କରି ନୟାଗଡ଼ର ବିଚିତ୍ର ସାହୁ ,ନାରାୟଣ ସ୍ବାଇଁ କୁ ଗିରଫ କରିଛି…
ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ କୋଟି କୋଟି ଟଙ୍କା ଆସିଯିବା କଥା ଆପଣ ବୋଧହୁଏ ଶୁଣିଥିବେ, କିନ୍ତୁ ଉତ୍ତର ପ୍ରଦେଶର ମୈନପୁରୀରେ ଜଣେ ମହିଳାଙ୍କ ସହ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି। ନିକଟରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରାୟ ୧୦ କୋଟି ଟଙ୍କା ଭୁଲ୍ରେ କ୍ରେଡିଟ୍ ହୋଇଯାଇଥିଲା । କିନ୍ତୁ ମହିଳା ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନଥିଲେ । ଓଲଟା ଟଙ୍କା ତାଙ୍କର ହୋଇନଥିବା କହି ତାକୁ ଫେରାଇ ନେବାକୁ ସେ ବ୍ୟାଙ୍କ୍ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ମୈନପୁରୀ ଜିଲ୍ଲା ଦେବଗଞ୍ଜ ଗାଁର ପାରସଭାନ ବହେଲିଆଙ୍କ ପରିବାର ଚାଷ କରି ଚଳନ୍ତି । ଗତ ଗୁରୁବାର ପାରସଭାନଙ୍କ ପତ୍ନୀ ରୀତା ସ୍ଥାନୀୟ ଏକ ବ୍ୟାଙ୍କ୍କୁ ଟଙ୍କା ଉଠାଇବାକୁ ଯାଇଥିଲେ । କିନ୍ତୁ ସେତେବେଳକୁ ବ୍ୟାଙ୍କ୍ ବନ୍ଦ ହୋଇସାରିଥିଲା । ଏହାପରେ ସେ ନିକଟରେ ଥିବା ଏକ ଏଟିଏମ୍କୁ ଯାଇଥିଲେ । ସେଠାରେ ଟଙ୍କା ଉଠାଣ…
ଅନେକ ଲୋକ ମଲ୍ କିମ୍ବା ସ୍ଥାନୀୟ ଦୋକାନରେ ପେମେଣ୍ଟ କରିବା ପାଇଁ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ କିମ୍ବା UPI ବ୍ୟବହାର କରନ୍ତି। ଏବେ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ ସମ୍ବନ୍ଧୀୟ ଏକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରତିଷ୍ଠିତ କଠୋର ପ୍ରମାଣୀକରଣ ନିୟମାବଳୀ କାର୍ଯ୍ୟକାରୀ ହେବା ଯୋଗୁଁ ହୋଇଛି।ବର୍ଦ୍ଧିତ କାରବାର ପରିମାଣ ଏବଂ ଠକେଇର ବର୍ଦ୍ଧିତ ଘଟଣା ଦୃଷ୍ଟିରେ ରଖି RBI ଏହି ପଦକ୍ଷେପ ନେଇଛି। ତେବେ ଆସନ୍ତା ମାସରୁ ପେମେଣ୍ଟ କରିବାର ପ୍ରକ୍ରିୟା ସାମାନ୍ୟ ପରିବର୍ତ୍ତନ ହେବ।ବ୍ୟାଙ୍କଗୁଡ଼ିକୁ ଦୁଇ-କାରକ ପ୍ରମାଣୀକରଣ (2FA) କାର୍ଯ୍ୟକାରୀ କରିବାକୁ ପଡ଼ିବ। ସେପ୍ଟେମ୍ବର ୨୦୨୫ରେ ଜାରି ହୋଇଥିବା ଏହି ନିର୍ଦ୍ଦେଶରେ ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ସମୟସୀମା ସ୍ଥିର କରାଯାଇଛି। ଏପ୍ରିଲ ୧, ୨୦୨୬ ପରେ ଅନଲାଇନ୍ କାରବାର ପାଇଁ କେବଳ ଓ୍ୱାନ ଟାଇମ୍ ପାସୱାର୍ଡ (OTP) ଉପରେ ନିର୍ଭର କରିବା ଆଉ ଯଥେଷ୍ଟ ହେବ ନାହିଁ। ସମସ୍ତ ଅନଲାଇନ୍ କାରବାରକୁ…
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୪ ରେ ନୀତୀଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା। ୨୦୨୫ ରେ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ବିଜୟ ପରେ ସେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ ନିକଟରେ ଦାଖଲ କରାଯିବ । ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ସୂତ୍ର ଅନୁସାରେ ନୀତିନ ନବୀନ ମଧ୍ୟ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ଏବଂ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଜେଡି(ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ମାର୍ଚ୍ଚ ୧୬ ତାରିଖରେ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ…
ଦୁବେଙ୍କ ମନ୍ତବ୍ୟକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ବୋଲି କହିଲେ ନବୀନ ।ନିଶିକାନ୍ତ ଦୁବେ ମାନସିକ ରୋଗ ଡାକ୍ତରଙ୍କୁ ଦେଖାନ୍ତୁ । ଏପଟେ ମନୋରମା ମହାନ୍ତିଙ୍କ ବାସଭବନରେ ପଶି ଆକ୍ରମଣକୁ ନିନ୍ଦା କଲେ ନବୀନ । କହିଲେ ଏହା ଅଗାଣତାନ୍ତ୍ରିକ । ଏପରି ସ୍ଥିତିରେ କଣ ଗଣତନ୍ତ୍ର ତାହା ଜଣାପଡୁଛି । ଗତକାଲି ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର…









