ଏଆଇ ବନ୍ଦ କରିବ ଜଙ୍ଗଲ ନିଆଁ। ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ବାରା ଜଙ୍ଗଲ ନିଆଁ ଲିଭାଉଛନ୍ତି ସରକାର। ଏନେଇ ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।AI ଆଧାରିତ ସଫ୍ଟୱେର୍ Bi-Spectral 360° PTZ କ୍ୟାମେରା, Al-Based Data Processing and Analysis Unit,ମେସ ନେଟୱାର୍କ (Mesh Network), Al-ଆଧାରିତ ବିଶ୍ଳେଷଣ ୟୁନିଟ୍ ଓ ମଲ୍ଟି-ଲେଭେଲ ଆଲର୍ଟ ବ୍ୟବସ୍ଥା ମାଧ୍ୟମରେ SMS,WhatsApp, ଇମେଲ୍ ଏବଂ Dashboard ମାଧ୍ୟମରେ ସଂପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଉଛି । ତେବେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ, ବରଗଡ ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ଅନୁଗୁଳ ବନଖଣ୍ଡ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ବଣାଇ ବନଖଣ୍ଡରେ ଏହି AI ଆଧାରିତ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା କରାଯାଇଛି । ଏହି ପ୍ରଯୁକ୍ତିର ରୂପାୟନ ପାଇଁ ମୋଟ୍ ୧୦.୭୫୯୮ କୋଟି…
Author: sanitelevision
ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ । ସରକାରଙ୍କ ସଜ୍ଞାନକୁ ଆସିଛି କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଭଳି ମନ୍ତବ୍ୟ ଅପରିଣାମ ଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହେଁ । ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି । ଆଉ କେହି ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ନଦେବାକୁ ଅନୁରୋଧ କରାଯାଉଛି । ଏହାକୁ ନେଇ ରାଜନୀତି କଲେ ବିଜୁଙ୍କ ସମ୍ମାନ ପ୍ରତି ଆଘାତ ହେବ । ଅନ୍ୟପଟେ ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଅଗ୍ରହଣୀୟ ଏବଂ ଦୁର୍ଭାଗ୍ୟଜନକ। ବିଜୁ ବାବୁଙ୍କ ବିଷୟରେ କିଛି ନଜାଣି ପାଗଳ ଭଳି ବିବୃତ୍ତି ଦେଇଛନ୍ତି। ତେବେ ସାଂସଦ ନିଶିକାନ୍ତ…
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୯,୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୬,୮୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୯,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୬,୮୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।
ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖରେ ପାଳନ କରାଯାଏ। ଏହା ଟ୍ରାନ୍ସଜେଣ୍ଡର ଲୋକଙ୍କ ଜୀବନ, ସଫଳତା ଏବଂ ସମାଜରେ ସେମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏକ ଅନ୍ତର୍ଜାତୀୟ ଦିବସ। ଏହି ଦିନରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ବିଭେଦ, ହିଂସା ଏବଂ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରାଯାଏ। ଏହି ଦିବସର ଆରମ୍ଭ ୨୦୦୯ ମସିହାରେ ହୋଇଥିଲା। ଏହାର ପ୍ରତିଷ୍ଠାତା ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍ ରାଜ୍ୟର ଟ୍ରାନ୍ସଜେଣ୍ଡର କର୍ମୀ ରାଚେଲ୍ କ୍ରାଣ୍ଡାଲ୍ କ୍ରକର୍। ସେ ଟ୍ରାନ୍ସଜେଣ୍ଡର ମିଚିଗାନ୍ ସଂଗଠନର ନେତୃତ୍ୱ କରୁଥିଲେ।
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂଆ ମୋଡ଼ ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମରିକ ଅଭିଯାନ ଶେଷ କରିବାକୁ ସଙ୍କେତ ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଇରାନର ଗୁରୁତ୍ୱପୂର୍ଣ୍ଣ ସାମରିକ ହବ୍ ”ଇସଫାହାନ” ଉପରେ ଶକ୍ତିଶାଳୀ ”ବଙ୍କର-ବଷ୍ଟର” ବୋମା ସାହାଯ୍ୟରେ ଆକ୍ରମଣ କରିଛି। ଏହି ଅପରେସନରେ ୨,୦୦୦ ପାଉଣ୍ଡ ବିଶିଷ୍ଟ ଅନେକ ବିସ୍ଫୋରକ ବ୍ୟବହାର କରାଯାଇ ଇରାନର ଭୂତଳ ଗୋଳାବାରୁଦ କେନ୍ଦ୍ରକୁ ଧ୍ୱଂସ କରାଯାଇଛି। ଏହି ଆକ୍ରମଣର ଏକ ଭିଡିଓ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ”ଟ୍ରୁଥ୍ ସୋସିଆଲ”ରେ ମଧ୍ୟ ସେୟାର କରିଛନ୍ତି।ରିପୋର୍ଟ ଅନୁଯାୟୀ, ଇରାନ ତାର ପ୍ରାୟ ୫୪୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମ ଏହି ଭୂତଳ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲା, ଯାହାକୁ ନଷ୍ଟ କରିବା ଆମେରିକାର ମୁଖ୍ୟ ଲକ୍ଷ୍ୟ ଥିଲା। ଭିଡିଓରେ ଏକାଧିକ ବିସ୍ଫୋରଣ ପରେ ଆକାଶରେ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଛି, ଯାହା ସେଠାରେ ଗଚ୍ଛିତ ଥିବା ବିସ୍ଫୋରକର…
ଭାରତରେ ପ୍ରଥମ ଡେଙ୍ଗୁ ଟିକାକୁ ମିଳିପାରେ ଅନୁମତି । ଏଥିପାଇଁ ବିଶେଷଜ୍ଞ କମିଟି ସୁପାରିସ କରିଥିବା ଜଣାପଡ଼ିଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO)ର ଏକ ବିଶେଷଜ୍ଞ କମିଟି ଜାପାନର ବାୟୋଫାର୍ମା କମ୍ପାନୀ ‘ଟାକେଡା’ ଦ୍ୱାରା ପ୍ରସ୍ତୁତ ଡେଙ୍ଗୁ ଟିକାକୁ ଭାରତ ଆମଦାନୀ କରିବା ପାଇଁ ସୁପାରିସ କରିଛି ।ଏହି ଟିକାର ବ୍ୟାପକ ବୈଶ୍ୱିକ ଏବଂ ଭାରତୀୟ କ୍ଲିନିକାଲ ତଥ୍ୟକୁ ଅନୁଧ୍ୟାନ କରିବା ପରେ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) କହିଛି ଯେ, ଏହା ଏକ ଗ୍ରହଣୀୟ ସୁରକ୍ଷା ପ୍ରୋଫାଇଲ ଏବଂ ନିରନ୍ତର ଦକ୍ଷତା ପ୍ରଦର୍ଶନ କରୁଛି ଯାହାକି ଏହାର ନିୟାମକ କ୍ଲିଅରାନ୍ସ ଲାଗିପଥ ପରିସ୍କାର କରୁଛି । ଯଦି ଜାତୀୟ ଡ୍ରଗ୍ ନିୟାମକ ଏହାକୁ ଅନୁମତି ଦିଅନ୍ତି ତେବେ ଏହି ଟିକା ଖୁବ୍ ଶୀଘ୍ର ଦେଶରେ ୪-୬୦ ବର୍ଷୀୟଙ୍କ ଲାଗି ଉପଲବ୍ଧ ହୋଇପାରେ । ବର୍ତ୍ତମାନ ଏହି ଟିକା ସାରା ବିଶ୍ୱରେ ଡେଙ୍ଗୁ ବିରୋଧରେ ମାନ୍ୟତାପ୍ରାପ୍ତ ଏକମାତ୍ର ଟିକା…
କୌଣସି ଆହାରକେନ୍ଦ୍ର ଗ୍ୟାସ୍ ଯୋଗୁଁ ବନ୍ଦ ହେବନାହିଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲିଅମ୍ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଏହି ସ୍ଥିତିରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା ୧୭୦ଟି ଆହାରକେନ୍ଦ୍ର ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।ସାରା ଓଡ଼ିଶାରେ ଥିବା ଆହାର ରୋଷେଇ ଶାଳଗୁଡ଼ିକ ପାଇଁ ରନ୍ଧନ ଗ୍ୟାସ ଯୋଗାଣକୁ ସରଳୀକୃତ ଏବଂ ସୁରକ୍ଷିତ କରିବାକୁ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି । । ସେବା ପ୍ରଦାନରେ ଯେପରି କୌଣସି ଅନ୍ତରାୟ ସୃଷ୍ଟି ନହୁଏ, ସେଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ…
ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖି କହିଛନ୍ତି ଯେ, ଯେଉଁ ଲୋକ ଦେଶର ବ୍ୟବସ୍ଥାକୁ ଅବଜ୍ଞା କରି ଅସ୍ତ୍ର ଉଠାଇବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ହେବ। ସେମାନଙ୍କ ପାଇଁ ମହଙ୍ଗା ପଡ଼ିବ। ଭାରତ ଏବେ ନକ୍ସଲ ହିଂସାରୁ ମୁକ୍ତ ହୋଇଥିବା ଶାହ ଘୋଷଣା କରିଛନ୍ତି। ତେବେ ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି ସଦସ୍ୟ ମେଶ୍ରି ବେଶ୍ରା ଓ ପୂର୍ବତନ ମାଓ ସଂଗଠନ ମୁଖ୍ୟ ଗଣପତି ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଛି । ମେଶ୍ରି ବେଶ୍ରା ମୁଣ୍ଡରେ ରହିଛି ଏକ କୋଟି ଟଙ୍କା ପୁରସ୍କାର ରାଶି । ଓଡ଼ିଶାରେ କନ୍ଧମାଳରେ କେବଳ…
ହୋଲସେଲ୍ ବଜାରରେ ଆଳୁ ଏବେ ବେଶ୍ ଶସ୍ତା। ୫୦ କେଜି ଆଳୁର ଦର ୨୫୦ରୁ ୩୦୦ ଟଙ୍କା ଭିତରେ। ଅର୍ଥାତ କିଲୋ ପ୍ରତି ହୋଲସେଲ୍ ଦର ମାତ୍ର ୫ରୁ ୬ ଟଙ୍କା। କିନ୍ତୁ ଖୁଚୁରା ବଜାରରେ ଗ୍ରାହକ କିଣୁଛନ୍ତି ୧୨ରୁ ୧୭ ଟଙ୍କାରେ। ତେଣୁ ପ୍ରଶ୍ନ ଉଠୁଛି, ଆଳୁର ହୋଲସେଲ୍ ଓ ଖୁଚୁରା ଦର ଭିତରେ ଏତେ ଫରକ କାହିଁକି ? ସେପଟେ ଆଳୁ ଦର ବୃଦ୍ଧି ନେଇ ଗ୍ରାହକ କହୁଛନ୍ତି ଯେ, ଆଳୁ ଗଦିରେ ଏତେ ରେଟ୍ କମିଛି ବୋଲି ଜାଣି ନାହାନ୍ତି। ଦୋକାନୀ କମ୍ ରେଟରେ କିଣି ୧୫-୧୬ ଟଙ୍କା ଲାଭ ରଖି ଜାଣିଶୁଣି ବିକ୍ରି କରୁଛନ୍ତି। ଦୋକାନୀ ବି ସଚ୍ଚୋଟ ପଣିଆ ଦେଖାଇ ଗ୍ରାହକଙ୍କୁ ଲୁଟୁଛନ୍ତି । ଯୋଗାଣ ବିଭାଗ ସ୍ଥାଣୁ ଓ ନିଷ୍କ୍ରିୟ ପାଲଟିଛି। ଯୋଗାଣ ବିଭାଗର ଅଧିକାରୀମାନେ ଚଢାଉ ନକରିବା ଲାଗି ଏପରି ଭାବେ ମନଇଛା ରେଟ୍ ବଢାଉଛନ୍ତି ଦୋକାନୀ ।ରାଜଧାନୀର ସବୁଠୁ ବଡ଼…
ଭାରତରେ ସିସିଟିଭି କ୍ୟାମେରାକୁ ନେଇ ବଡ଼ ନିଷ୍ପତ୍ତି। ଗତ କିଛି ସମୟ ହେବ ଭାରତରେ ସିସିଟିଭିର ସିକ୍ୟୁରିଟିକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଅଧିକାଂଶ ସିସିଟିଭି କ୍ୟାମେରା ଖୁବ୍ ବିପଦରେ ରହିଛି। ଏହାର କାରଣ ହେଉଛି ଦୁବଳ ସିକ୍ୟୁରିଟି ଏବଂ ପଲିସି। କାରଣ ଭାରତରେ କମ୍ ସିକ୍ୟୁରିଟି ଥିବା ଚାଇନା ସିସିଟିଭି କ୍ୟାମେରା ବିକ୍ରି କରାଯାଉଛି। ଯାହାକି ଲୋକଙ୍କ ସୁରକ୍ଷାକୁ ନେଇ ବଡ଼ ବିପଦ। ଏକ ରିପୋର୍ଟ ଅନୁସାରେ, ୧ ଏପ୍ରିଲରୁ Hikvision, Dahua ଓ TP-Link ଭଳି ବଡ଼ ବ୍ରାଣ୍ଡର ସିସିଟିଭି କ୍ୟାମେରା ବିକ୍ରି ଉପରେ ରୋକ ଲାଗିପାରେ। କାରଣ ଏହି ସବୁ ଚୀନ୍ କମ୍ପାନୀର। ସରକାର ଏଭଳି କ୍ୟାମେରାର ବ୍ୟବହାର ଓ କିଣିବା ଉପରେ ରୋକ ଲଗାଇବାର ପ୍ରସ୍ତୁତିରେ ଅଛନ୍ତି।ଦେଶର କିଛି ରେଲଓ୍ବେ ଷ୍ଟେସନ୍ରେ ଲାଗିଥିବା ସିସିଟିଭି କ୍ୟାମେରା ଫିଡ୍ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ପର୍ଯ୍ୟନ୍ତ ପହଁଞ୍ଚିଥିଲା। ଏହି ଖୁଲାସା ପରେ ସୁରକ୍ଷା ଏଜେନ୍ସି ସତର୍କ ହୋଇଛି।…








