ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । ଭିଜିଲାନ୍ସ ସମୁଦାୟ ତାଙ୍କଠାରୁ ୪୫ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍ ତାଙ୍କ ବ୍ୟାଙ୍କ୍ ବାଲାନ୍ସ ଏବଂ ଲକର ଯାଞ୍ଚ କରୁଥିବା ବେଳେ କଳାଧନର ପରିମାଣ ବଢିବ ବୋଲି ଭିଜିଲାନ୍ସ କହିଛି। ବଡ଼ କଥା ହେଲା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଦ୍ୟୁତ୍ଙ୍କ ଭଉଣୀଙ୍କ ବାସଭବନରୁ ୭୦ଟି ୫୦୦ ଟଙ୍କିଆ ନୋଟ ଏକ ଟିଣ ବାକ୍ସରୁ ମିଳିଥିଲା।ଅଭିଯୁକ୍ତ ବିଦ୍ୟୁତ୍ ରଞ୍ଜନ ଡେପୁଟି ମ୍ୟାନେଜର ଥିବାରୁ ସେ ଠିକାଦାରଙ୍କୁ ସହଯୋଗ କରୁଥିଲେ। କିଛି ହାତ ଗଣତି ଠିକାଦାରଙ୍କୁ ବିନା ଟେଣ୍ଡରରେ ଠିକା କାମ ଦେଉଥିଲେ। ଫଳରେ କଣ୍ଟ୍ରାକ୍ଟରମାନେ ତାଙ୍କୁ ପୁଳା ପୁଳା ଲାଞ୍ଚ ଟଙ୍କା ଦେଉଥିଲେ। ମଙ୍ଗଳବାର…
Author: sanitelevision
ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂତ୍ରରୁ ଜଣାପଡ଼ିଛି।ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏ ଚାଲିବ। ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।ଅପରପକ୍ଷରେ ଯେଉଁମାନଙ୍କ ଗାଡ଼ି ଉପରେ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଜରିମାନା କରାଯାଇଥିଲା ସେମାନଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଓଟିଏସ୍ (ୱାନ୍ ଟାଇମ୍ ସେଟଲ୍ମେଣ୍ଟ) ସ୍କିମ୍ ଲାଗୁ କରାଯାଇଥିଲା । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନାର ୫୦% ଅର୍ଥ ଦେବେ…
ଆଜି ଉତ୍କଳ ଦିବସ । ୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ତାରିଖ। ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି।ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ମତନ୍ତ୍ର ପ୍ରଦେଶ ଗଠନ ପାଇଁ ମଧୁସୂଦନ ଦାଶ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।ପ୍ରଥମେ ୬ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ଏହାପରେ ଧୀରେଧୀରେ ଜିଲ୍ଲା ସଂଖ୍ୟା ବଢ଼ିଥିଲା ।ଉତ୍କଳ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ…
ଏସାଇଆରକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା ଏସାଇଆରକୁ ସ୍ଥଗିତ କରାଯାଇଥିବା ନେଇ CEO ସୂଚନା ଦେଇଛନ୍ତି।ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ SIR ସ୍ଥଗିତ ନେଇ ନିଷ୍ପତ୍ତି ନିଆଯାଇଥିବା CEO ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ସୂଚନାମୁତାବକ ଭାରତରେ ଆଗାମୀ ଜନଗଣନା ୨୦୨୭ (Census 2027) ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍-ଲିଷ୍ଟିଂ (Houselisting) ପ୍ରକ୍ରିୟା ଏପ୍ରିଲ୍ ୧, ୨୦୨୬ ରୁ ଆରମ୍ଭ ହେବାକୁ ଥିଲା । ଏଥର ଜନଗଣନା ପ୍ରକ୍ରିୟାରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। ଖବର ଅନୁଯାୟୀ, ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଏହା ମଧ୍ୟ RTI ଆକ୍ଟ ପରିସରଭୁକ୍ତ ହେବ ନାହିଁ।ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ କୋର୍ଟ ପାଖରେ ମଧ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବନି। ଅଧିକାରୀ ମଧ୍ୟ ଏହି ତଥ୍ୟକୁ ଅନ୍ୟତ୍ର ବ୍ୟବହାର କରିବା ମନା।ପ୍ରଥମ ପର୍ଯ୍ୟାୟରେ ସ୍ୱ ଗଣନା…
ବ୍ରହ୍ମପୁରରେ ପୁଣି ଲଜ୍ଜା। ପ୍ରେମିକକୁ ନିଶା ଦେଇ ନାବାଳିକା ସହ ଗଣ ଦୁଷ୍କର୍ମ ଅଭିଯୋଗ । ବ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅଂଚଳରେ ଏହି ଘଟଣା ଘଟିଛି । ନାବାଳିକା ଜଣଙ୍କ ଘର ଆନ୍ଧ୍ରରେ। ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ବାପାଙ୍କ ପାଖରେ ରହୁଥିଲା। ସାବତ ବାପା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାରୁ ନାବାଳିକା ଜଣଙ୍କ ଗତ ୨୪ତାରିଖରେ ବ୍ରହ୍ମପୁର ପଳାଇଆସିଥିଲେ। ଏଠାରେ ଏକ ଚା’ ଦୋକାନରେ କାମ କରୁଥିଲେ । ୪ଦିନ ମଧ୍ୟରେ ସେଠାକାର ଜଣେ ନାବାଳକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୨୯ତାରିଖ ରାତିରେ ନାବାଳିକାଙ୍କୁ ଉକ୍ତ ନାବାଳକ ପ୍ରେମିକ ଡାକି ନେଇ ତାଙ୍କ ସାଙ୍ଗ ସହ କଥା ହେବାକୁ କହିଥିଲା। ତେବେ ସେହି ସ୍ଥାନକୁ ଯିବା ପରେ ନାବାଳକ ପ୍ରେମିକ ଜଣଙ୍କ ଶୋଇ ପଡ଼ିଥିଲା। ଏପରିକି ନାବାଳିକା ଜଣଙ୍କ ମଧ୍ୟ ଅଚେତ୍ ହୋଇଯିବାରୁ ଉକ୍ତ ଦୁଇ ଜଣ ଯୁବକ ସାଙ୍ଗ ତାଙ୍କୁ…
ଶ୍ମଶାନରୁ ୪୧୪ ସିଲିଣ୍ଡର ଜବତ। ବେଆଇନ ଭାବେ ଗଚ୍ଛିତ ରଖି କଳାବଜାରୀ କରାଯାଉଥିବା ୪୧୪ଟି ଏଲପିଜି (LPG) ସିଲିଣ୍ଡରକୁ ପୋଲିସ ଜବତ କରିବା ସହ ଏହି ଘଟଣାରେ ସୋମବାର (ମାର୍ଚ୍ଚ ୩୦) ୧୦ ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା ଏହି ଗ୍ୟାସ୍ ସିଲିଣ୍ଡରଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୨୧.୮୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।ଏହି ବେଆଇନ ଗ୍ୟାସ୍ କାରବାର ଏବଂ ସିଲିଣ୍ଡର ପରିବହନ ପାଇଁ ବ୍ୟବହୃତ ହେଉଥିବା ଏକାଧିକ ଗାଡ଼ିକୁ ମଧ୍ୟ ଅଧିକାରୀମାନେ ଜବତ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବୋଲେରୋ କାର୍, ଟାଟା ଏସି, ଟାଟା ମ୍ୟାଜିକ୍, ଟାଟା ଇଣ୍ଟ୍ରା, ପିଆଜିଓ ଅଟୋ ଏବଂ ଡିସିଏମ୍ ଟ୍ରକ୍ ଆଦି ସାମିଲ ରହିଛି। ହିନ୍ଦୁସ୍ତାନ ପେଟ୍ରୋଲିୟମ ସିଲିଣ୍ଡର ଗୁଡ଼ିକୁ ବେଆଇନ ଭାବେ ବଜାର ଦରଠାରୁ ଅଧିକ ଦାମ୍ରେ ବିକ୍ରି କରୁଥିଲେ। ମୁଖ୍ୟ ଅଭିଯୁକ୍ତ ଶୌକତନଗରର ବାସିନ୍ଦା ମହମ୍ମଦ ଆମିର ୨୦୨୩ ମସିହାରୁ ଶମଶାବାଦରେ ‘ମେଟ୍ରୋ ଗ୍ୟାସ୍ ଏଜେନ୍ସି’ ନାମରେ ଏକ…
ଓଡ଼ିଶାରେ ନକ୍ସଲ ଦମନ ସଫଳ । ରାଜ୍ୟରେ ପ୍ରାୟ ଆଉ ମାଓବାଦୀଙ୍କ ଭୟ ନାହିଁ । ମାଓମୁକ୍ତ ଭାରତ ଡେଡଲାଇନର ଶେଷ ଦିନରେ ଏଭଳି କିଛି କହିଛନ୍ତି ADG ସଂଜୀବ ପଣ୍ଡା । ନକ୍ସଲ ମୁକ୍ତ ଦେଶ ଘୋଷଣା ପରଠାରୁ ଓଡ଼ିଶାରେ ମୋଟ୍ ୧୫୬ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ବିରୋଧରେ ଶସ୍ତ୍ର ଉଠାଇଥିବା ୨୭ଜଣ ମାଓବାଦୀଙ୍କୁ ନିହତ କରାଯାଇଛି ।୩୫୯ ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି ।କାଲିଠୁ ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ । ଯେଉଁ ହାତଗଣତି କେତେ ଜଣ ରହିଛନ୍ତି, ସେମାନଙ୍କୁ ନିପାତ କରିବୁ । ସେମାନେ ଓଡିଶାରେ ମାଓ ରିକ୍ରୁଟ କରିବାରେ ସଫଳ ହୋଇ ନାହାନ୍ତି । ଆଗାମୀ ଦୁଇ ବର୍ଷ ଯାଏଁ ମଧ୍ୟ ମାଓ ଅପରେସନ ଜାରି ରହିବ । ଯେଭଳି ପୁନଃସଂଗଠିତ ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦେଉଛୁ । ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ…
ରାଜ୍ୟରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଜାତୀୟ ମେଟ୍ରୋ ରେଳ ନୀତି ସହ ଅନୁପାଳନ ଆବଶ୍ୟକତା ଥିବା ବେଳେ ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ପ୍ରକଳ୍ପ ଉପରେ ପ୍ରଶ୍ନବାଚୀ ଲଗାଇଛି ।ଏଥିସହିତ, ସରକାରଙ୍କ ଦ୍ବାରା “Sustainable Urban Mobility Transition Plan for Odisha” ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟକ ହେବ । ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଓ ଉପରୋକ୍ତ ସହରୀ ପରିବହନ ଯୋଜନାର ରିପୋର୍ଟକୁ ବିସ୍ତୃତ ଅନୁଧ୍ୟାନ କରିବା ପରେ, ସରକାର ଏହି ପ୍ରକଳ୍ପ ସମ୍ପର୍କରେ ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ଗ୍ରହଣ କରିବେ।
ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଗାଡିର ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିଶମ ବିଭାଗର ଦୁଇଟି ଗାଡି ନିଆଁ ଲିଭାଇଥିଲେ ମଧ୍ୟ ୪ଟି ଗାଡି ସମ୍ପୁର୍ଣ୍ଣ ଜଳିଯାଇଛି । ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଗାଡିର ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିଶମ ବିଭାଗର ଦୁଇଟି ଗାଡି ନିଆଁ ଲିଭାଇଥିଲେ ମଧ୍ୟ ୪ଟି ଗାଡି ସମ୍ପୁର୍ଣ୍ଣ ଜଳିଯାଇଛି ।ଗାଡିରେ ନିଆଁ ଲଗାଇଥିଲେ ମହିଳା। ହାଇକୋର୍ଟ ସାମ୍ନାରେ ଗାଡ଼ିରେ ନିଆଁ ଲଗାଇଥିବା…
ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବୟାନକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ଏନେଇ ରାଜ୍ୟରେ ବିଭିନ୍ନ ଦଳ ଏହାକୁ ବିରୋଧ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି ।ନିଶିକାନ୍ତ ଦୁବେଙ୍କୁ ଦେଶଦ୍ରୋହ ଆଇନରେ ଗିରଫ କରିବା ନେଇ ଦାବି କରିଛନ୍ତି କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡାମ। ଅନ୍ୟପଟେ ଜାତି ଧର୍ମ ନିର୍ବିଶେଷରେ ବିଜୁ ବାବୁ ଆମର ସ୍ୱାଭିମାନ କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତୁମେ ଶିଳ୍ପ ଦଲାଲ ବିଜୁ ବାବୁଙ୍କ ବିରୋଧରେ କହିବ, ବରଦାସ୍ତ କରିବୁନି । ନୂତନ ଓଡିଶାର ନିର୍ମାତା ହେଉନ୍ତି ବିଜୁ ପଟ୍ଟନାୟକ । ହୀରାକୁଦ, ସୈନିକ ସ୍କୁଲ, ଠାରୁ ଆରମ୍ଭ କରି ଓୟୁଏଟି ସବୁ ବିଜୁ କରିଛନ୍ତି । ହେଲେ ଗତକାଲି ବିଜେପି ସାସଂଦ ନିଶିକାନ୍ତ ଦୁବେ ବିଜୁବାବୁଙ୍କୁ କିଛି କହିନଥିବା ନେଇ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ରଖିଥିଲେ ।









