ଡିଜିଟାଲ ଆପରେ ହେବ ଜନଗଣନା ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ ମାଧ୍ୟମରେ ଦେଇପାରିବେ ।ଘରେ ବସି ନିଜେ କରିପାରିବେ ସ୍ଵ-ଜନଗଣନା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ ।ରାଜ୍ୟପାଳ ନିଜ ଲାପଟୋପରୁ ଲଗିନ କରି ଜନଗଣନା ପାଇଁ ନିଜର ତଥ୍ୟ ଦେଇଛନ୍ତି । ସେହିପରି ମେୟର ସୁଲୋଚନା ଦାସ ମଧ୍ୟ ଭୁବନେଶ୍ୱରବାସୀଙ୍କୁ ସ୍ଵ ଜନଗଣନାରେ ସାମିଲ ହେବା ପାଇଁ ଆହ୍ୱାନ ଦେବା ସହ ଜଣେ ସଚେତନ ନାଗରିକ ଭାବେ ନିଜର ଠିକ ତଥ୍ୟ ପ୍ରଦାନ ପାଇଁ ଆହ୍ୱାନ ଦେଇଛନ୍ତି।ଜନଗଣନା ପାଇଁ ସରକାର ତିଆରି କରିଛନ୍ତି ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, ପରିବାରକୁ ତଥ୍ୟ, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯିବ । ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା…
Author: sanitelevision
୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦକନାନରେ ରେକଡ ସଂଖ୍ୟକ ପର୍ଯ୍ୟଟକ । ୩୯ ଲକ୍ଷ ୭୬ ହଜାର ୬୧୫ ଜଣ ପର୍ଯ୍ୟଟକ ବୁଲି ଥିବା ବେଳେ ମୋଟ ୨୬ କୋଟି ୩୧ ଲକ୍ଷ ରାଜସ୍ବ ଆଦାୟ ହୋଇଛି । ନନ୍ଦନକାନନର ଉଭୟ ଉଦ୍ୟାନକୁ ଚଳିତ ୨୫-୨୬ ଆର୍ଥିକ ବର୍ଷରେ ରେକଡ଼ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି। ଯାହା ନନ୍ଦନକାନନ ଇତିହାସରେ ପ୍ରଥମ। ମୋଟ୍ ପର୍ଯ୍ୟଟକଙ୍କ ମଧ୍ୟରୁ ୩୭ ଲକ୍ଷ ୯୬ ହଜାର ୩୪୧ ଜଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିବା ବେଳେ ୧ ଲକ୍ଷ ୮୦ ହଜାର ୨୭୪ ଜଣ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିଛନ୍ତି ।ଆର୍ଥିକ ବର୍ଷର ପର୍ଯ୍ୟଟକଙ୍କ ମଧ୍ୟରେ ୩୩ ଲକ୍ଷ ୪୮ ହଜାର ୯୩୩ ଜଣ ବୟସ୍କ, ୬ ଲକ୍ଷ ୨୬ ହଜାର ୬୪୬ ଜଣ ଛୋଟ ପିଲା ବା ସ୍କୁଲ ଛାତ୍ର ଛାତ୍ରୀ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି । ଏହା ସହିତ ୧୦୩୬ ଜଣ…
ନେତାଙ୍କୁ ମିଳିଲା ଜିଲ୍ଲା ଯୋଜନା କମିଟି ଦାୟିତ୍ବ। ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ଆହୁରି ସଠିକ୍ ଢ଼ଙ୍ଗରେ ହେବ ଜିଲ୍ଲାସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ମନିଟରିଂ ଓ ମୂଲ୍ୟାଙ୍କନ। ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର । ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାଁ ଘୋଷଣା ହୋଇଛି । ସେହିପରି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗଜପତି ଦାୟିତ୍ବ ଦିଆଯାଇଛି । ନିତ୍ୟାନନ୍ଦ ଗଣ୍ଡଙ୍କୁ ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲା କମିଟି ଅଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାଁ ଘୋଷଣା କରାଯାଇଛି ।ଅନୁଗୋଳ ଜିଲ୍ଲା ପାଇଁ ଅଶୋକ ମହାନ୍ତି, ବଲାଙ୍ଗୀର ପାଇଁ ଲକ୍ଷ୍ମଣ ବାଗ, ବାଲେଶ୍ବରର ପଦ୍ମଲୋଚନ ପଣ୍ଡା, ବରଗଡ଼ ପାଇଁ ଅଶ୍ବିନୀ ଷଡ଼ଙ୍ଗୀ, ଭଦ୍ରକ ପାଇଁ ସୀତାଂଶୁ ଶେଖର…
ଖରିଫ ଧାନକିଣାରେ ରାଜ୍ୟ ସରକାର ୭ ଦିନ ବୃଦ୍ଧି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ମାର୍ଚ୍ଚ ୩୧ରେ ଖରିଫ ଧାନକିଣା ଅବଧି ଶେଷ ହୋଇଥିଲା । ହେଲେ ଏବେବି ଅନେକ ଚାଷୀଙ୍କ ଧାନ କିଣା ହୋଇନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା । ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଏବଂ ସେମାନେ ଯେପରି ଅଭାବୀ ବିକ୍ରିର ଶିକାର ନହୁଅନ୍ତି, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସମୟସୀମାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ପରେ ଏବେ…
ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ଯ୍ୟ ଦିବସ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ । ଏ ଡବଲ ଇଞ୍ଜିନ ସରକାର ନୁହେଁ ଦୋମୁହାଁ ସରକାର କହି ବର୍ଷିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର । ତେବେ ବିରୋଧୀ ସକ୍ରିୟ ଭାବେ ବିଧାନସଭାରେ ଅଲୋଚନ କରିବାକୁ ଚାହୁଁଥିବା ବେଳେ ସରକାର ଚାଲାକି କରି ମୁଲତବୀ ଘୋଷଣା କରିଛନ୍ତି । ଯାହା କି ସରକାର ଦୋମୁହାଁ ଚରିତ୍ରକୁ ଦର୍ଶାଉଛି ବୋଲି ବିଜେଡି ବରିଷ୍ଠ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସୂଚନାମୁତାବକ ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନର ଅଧାରୁ ଶେଷ ହୋଇଛି। ଅର୍ଥାତ ଆଠ ଦିନ ବାକି…
ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ଅମଦୁସ ସମଦ୍ ଓ ଲକ୍ଷ୍ମୀ ଖିଲାଣୀଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ୍। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।ଏକାଡେମୀ ଫେଲୋସିପ ସାହିତ୍ୟ ଏକାଡେମୀର ସବୁଠୁ ବଡ଼ ମର୍ଯ୍ୟାଦାସଂମ୍ପନ୍ନ ସାହିତ୍ୟ ସ୍ୱୀକୃତି l ଆସନ୍ତା ଦିନରେ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଫେଲୋସିପି ପ୍ରଦାନ କରାଯିବ । ଏନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ଏକାଡେମୀ ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି l
ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ ।ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଦିଆଯାଉଛି । ଦେଶର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ରାଷ୍ଟ୍ରପତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି, ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ…
ନିଶିକାନ୍ତ ଦୁବେଙ୍କ ୟୁ ଟର୍ଣ୍ଣ । କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।ବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ। ମୁଁ ଗାନ୍ଧୀ ପରିବାର ବିଷୟରେ କହିଥିଲି। ମାତ୍ର ମୋ କଥାର ଭୁଲ ଅର୍ଥ ବାହାର କରାଯାଇଥିଲା। ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ ମୁଁ କ୍ଷମାପ୍ରାର୍ଥନା କରୁଛି। ବିଜୁବାବୁ ଆମ ପାଇଁ ସର୍ବଦା ଷ୍ଟେଟସ୍ ମ୍ୟାନ୍ ଥିଲେ ଓ ରହିବେ। ପୂର୍ବରୁ ମଧ୍ୟ ବିଜୁ ପଟ୍ଟନାୟକ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସ୍ପଷ୍ଟ କରିଥିଲେ ନିଶିକାନ୍ତ। ସେ କହିଥିଲେ ମୁଁ ମୋର କୌଣସି ଟ୍ବିଟ୍ରେ ବିଜୁ ବାବୁଙ୍କୁ ଟାର୍ଗେଟ୍ କରି ନ ଥିଲି। ଯଦି ମୋ ଟ୍ବିଟ୍ କାହାକୁ ଆଘାତ ଦେଇଥାଏ, ତାହେଲେ ମୁଁ ତାଙ୍କୁ ବୁଝାଇବି। ବିଜୁ…
ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା। ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏଥିରେ ଘର ଏବଂ ସେଥିରେ ଥିବା ସୁବିଧା ସୁଯୋଗର ତାଲିକା ପ୍ରସ୍ତୁତ କରାଯିବ। ପ୍ରଥମ ଥର ପାଇଁ ନାଗରିକମାନେ se.census.gov.in ପୋର୍ଟାଲକୁ ଯାଇ ଓଡ଼ିଆ ସମେତ ୧୬ଟି ଭାଷାରେ ନିଜ ତଥ୍ୟ ଅନଲାଇନ୍ ରେ ଦେଇପାରିବେ। ଯେଉଁମାନେ ଅନଲାଇନ୍ ରେ ତଥ୍ୟ ଦେବେ ନାହିଁ, ସେମାନଙ୍କ ପାଇଁ ତାଲିମପ୍ରାପ୍ତ କର୍ମଚାରୀମାନେ ମୋବାଇଲ୍ ଆପ୍ ସହିତ ଆପଣଙ୍କ ଘରକୁ ଆସିବେ। ଏଥିପାଇଁ କୌଣସି ପରିଚୟ ପତ୍ର ବା ଦଲିଲ୍ ଦେଖାଇବା ଆବଶ୍ୟକ ନାହିଁ। ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ରନ୍ଧନ ଗ୍ୟାସ୍, ଇଣ୍ଟରନେଟ୍ ଏବଂ ଶୌଚାଳୟ ଭଳି ପ୍ରାୟ ୩୩ଟି ପ୍ରଶ୍ନ ପଚରାଯିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ସେନସସ ଆସନ୍ତା ବର୍ଷ…
ବଢ଼ିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର । ସରକାରୀ PSU IOC, HPCL, ଏବଂ BPCL ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି । ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନିଗୁଡ଼ିକ ବୁଧବାର ବାଣିଜ୍ୟିକ ଏଲପିଜି (୧୯ କିଲୋଗ୍ରାମ) ସିଲିଣ୍ଡରର ମୂଲ୍ୟରେ ୧୯୫.୫୦ ଟଙ୍କା ବୃଦ୍ଧି କରିଛନ୍ତି ।IOCL ତଥ୍ୟ ଅନୁଯାୟୀ, ଦେଶର କୌଣସି ମହାନଗର ଅଞ୍ଚଳରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ମାର୍ଚ୍ଚ ୭ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରତି ସିଲିଣ୍ଡର ପାଇଁ ୬୦ ବୃଦ୍ଧି କରାଯାଇଥିଲା, ଯାହା ଫଳରେ ଦିଲ୍ଲୀରେ ୯୧୩, କୋଲକାତାରେ ୯୩୯, ମୁମ୍ବାଇରେ ୯୧୨.୫୦ ଏବଂ ଚେନ୍ନାଇରେ ୯୧୨.୫୦ ମୂଲ୍ୟ ବୃଦ୍ଧି ପାଇଥିଲା ।








