ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଏବଂ ଯାତ୍ରା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି । ସେଗୁଡିକ ହେଲା ଭୁବନେଶ୍ୱର–ଯଶବନ୍ତପୁର ସ୍ପେଶାଲ୍ ଆସନ୍ତା ୨୭ ଜୁନ୍ ଏବଂ ଯଶବନ୍ତପୁର– ଭୁବନେଶ୍ୱର ସ୍ପେଶାଲ୍ ୨୯ ଜୁନ୍ ପର୍ଯ୍ୟନ୍ତ ଗଡ଼ିବ । ସମ୍ବଲପୁର–ଇରୋଡ୍ ସ୍ପେଶାଲ୍ ୨୭ ମେ’ ଏବଂ ଇରୋଡ୍–ସମ୍ବଲପୁର ସ୍ପେଶାଲ୍ ୨୯ ମେ’ ବୃଦ୍ଧି କରାଯାଇଛି ।ସେହିପରି ବିଶାଖାପାଟଣା- ଶାଲିମାର ସ୍ପେଶାଲ୍ ୩୦ ଜୁନ୍ ଏବଂ ଶାଲିମାର–ବିଶାଖାପାଟଣା ସ୍ପେଶାଲ୍ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ଯାତ୍ରୀ ସେବା ଯୋଗାଇବ । ତେବେ ପୂର୍ବ ସମୟ, ରହଣି ସ୍ଥାନ ଏବଂ କୋଚ୍ ସରଞ୍ଚନା ଅପରିବର୍ତ୍ତିତ ରହିଛି ।
Author: sanitelevision
ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା । ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି ଓ ମଧ୍ୟମା ଖାତା ଦେଖା ଇତିମଧ୍ୟରେ ଶେଷ ହୋଇସାରିଥିବାର ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ୧୨ ହଜାର ୨୦୦ ବରିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଚଳିତବର୍ଷ ମୋଟ୍ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩୦୮୨ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ।
ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର । ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ଗତକାଲି ବୁଧବାରର ବୃଦ୍ଧି ପରେ ସେନସେକ୍ସ ଆଜି ପ୍ରାୟ ୧୪୦୦ ପଏଣ୍ଟ ଏବଂ ନିଫ୍ଟି ୨୨,୨୫୦ ତଳକୁ ଖସି ଯାଇଛି ।ମଧ୍ୟପ୍ରାଚ୍ୟ ସଙ୍କଟ ଶେଷ ହେବା ନେଇ ସମସ୍ତେ ଆଶା ରଖିଥିଲେ ବି ଟ୍ରମ୍ପ ସେପରି କିଛି ଘୋଷଣା କରିନଥିଲେ । ଯାହାକୁ ନେଇ ନିବେଶକମାନେ ବଜାର ଉପରେ ଭରସା କରିପାରି ନାହାନ୍ତି । ତେଣୁ ଆଜି ବଜାର ଖୋଲୁ ଖୋଲୁ ନିବେଶକମାନେ ତାଙ୍କ ନିବେଶ ଟଙ୍କା ପ୍ରତ୍ୟାହାର କରିବା ଆରମ୍ଭ କରିଥିଲେ । ଫଳସ୍ବରୁପ ବଜାର ଆଜି ବେଞ୍ଚମାର୍କ ହ୍ରାସ ପାଇଛି ।ସାମ୍ପ୍ରତିକ ଭାଷଣରେ ରାଷ୍ଟ୍ରପତି ଟ୍ରମ୍ପ ପଶ୍ଚିମ ଏସିଆରେ ସଂଘର୍ଷର ଅନ୍ତ ପାଇଁ କୌଣସି ଠୋସ୍ ଯୋଜନା ପ୍ରଦାନ…
ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ମୁନ ମିଶନ । ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରରୁ ଆର୍ଟେମିସ-୨କୁ ସଫଳତା ସହ ଲଞ୍ଚିଙ୍ଗ କରିଛି । ଭାରତୀୟ ସମୟ ଅନୁସାରେ ବୁଧବାର ରାତି ୩ଟା ୫୪ ମିନିଟରେ ବିଶାଳ ଏସଏଲଏସ ଓରିୟନ ସ୍ପେସକ୍ରାଫ୍ଟ ୪ ମହାକାଶଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି । ୧୯୭୨ ମସିହାର ‘ଆପୋଲୋ ୧୭’ ମିଶନ ପରେ ଏହା ପ୍ରଥମ ମାନବବାହୀ ଚନ୍ଦ୍ର ମିଶନ । ଏହି ମିଶନର ନେତୃତ୍ୱ ନେଉଛନ୍ତି କମାଣ୍ଡର ରିଡ୍ ୱାଇଜମ୍ୟାନ୍। ତାଙ୍କ ସହ ପାଇଲଟ୍ ଭାବେ ପ୍ରଥମ କୃଷ୍ଣକାୟ ମହାକାଶଚାରୀ ଭିକ୍ଟର ଗ୍ଲୋଭର , କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନସେନ୍ ରହିଛନ୍ତି। ‘ଆର୍ଟେମିସ୍-୨’ ଏକ ପରୀକ୍ଷାମୂଳକ ମିଶନ। ଏଥିରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ପ୍ରାୟ ୧୦ ଦିନର ଏହି ଯାତ୍ରାରେ ସେମାନେ ମହାକାଶ ଯାନର ଅମ୍ଳଜାନ, ଯୋଗାଯୋଗ…
ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା । ମହାପ୍ରଭୁଙ୍କ ଗ୍ରୀଷ୍ମକାଳୀନ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ । ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ ବୈଜୟନ୍ତୀ ଡଙ୍ଗାକୁ ପାଣିରୁ ବାହାର କରିଛନ୍ତି ଭୋଇ ସେବକ ମାନେ ।ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଚାପ ଅନୁଷ୍ଠିତ ହେବାପରେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭିତର ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବ ଦିନ ଯାଏ ଅନୁଷ୍ଠିତ ହୋଇଥାଏ । ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ଠାକୁର ମାନେ ବୁଡି ରହିଥାନ୍ତି । ଛେନାରୁ ପ୍ରସ୍ତୁତ ହୋଇଥିବା କେଳି, ମାଣ୍ଡୁଆ ଭୋଗ ହୋଇଥାଏ । ମହାପ୍ରଭୁଙ୍କୁ ତାମ୍ବୁଳ ସେବନ କରାଇଥାଆନ୍ତି ସେବକ ମାନେ । ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର ଶେଷ ହେବା ପରେ ବିଳମ୍ବିତ ରତିରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହି ଚନ୍ଦନ ଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନଲାଗି, ଆଲଟ ଲାଗି ନୀତି ଅନୁଷ୍ଠିତ…
ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ| ତେବେ ଇରାନ ସହିତ ଯୁଦ୍ଧରେ ଆମେରିକା ବିଜୟ ହାସଲ କରିଛି। ଆମେରିକା ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ। ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତା, ଏବଂ ଏହାର ନୌସେନାକୁ ନିରପେକ୍ଷ କରାଯାଇଛି। ଏହାର ସାମରିକ ଶକ୍ତି ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ଏହି ସାମରିକ ଅଭିଯାନର ଏକ ପ୍ରମୁଖ ଉଦ୍ଦେଶ୍ୟ ହାସଲ ହେବାର ଦ୍ୱାରରେ ଅଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି। ଅନ୍ୟପଟେ ଯୁଦ୍ଧର ୩୩ତମ ଦିବସରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ଏହାର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍ଜିସି) ହାତକୁ ଯାଇଛି। ଏବେ ସେନା ପ୍ରତ୍ୟକ୍ଷ ଶାସନ କ୍ଷମତା ହାସଲ କରିବା ସହ ଏହି ଇସ୍ଲାମିକ ରାଷ୍ଟ୍ର ସାମରିକ ଶାସନ ଅଧୀନରେ ରହିବ। ଏଭଳି ସ୍ଥିତିରେ କୂଟନୈତିକ ରାସ୍ତା ଏବେ ସଂପୂର୍ଣ୍ଣ ବନ୍ଦ…
୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା କଏଦୀ ମଧୁକାନ୍ତ ରଣାକୁ ଗିରଫ କରିଥିଲା ପୋଲିସ ।ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୁଲିସ ଓଡ଼ିଶା ଆଣୁଛି । ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର ଗୁମରର ପର୍ଦ୍ଦାଫାସ ହେବ । ସୂଚନାମୁତାବକ ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ଯୋଜନାବଦ୍ଧ ଭାବରେ ଚମ୍ପଟ ମାରିଥିଲେ । ଦଶହରା ଭସାଣି ଦିନ ସକାଳୁ ଜେଲରୁ ଚମ୍ପାଟ ମାରିଥିଲେ । ଯାହା ପରେ ଜେଲ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଉଭୟ ଚୌଦ୍ବାର ଜେଲରୁ କେମିତି ଖସିଲେ? ଜେଲ୍ରୁ ଫେରାର ପଛରେ କିଏ କରିଥିଲେ କି ସହଯୋଗ? ତା’ର ଖୁବଶୀଘ୍ର…
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କଲିକତା ଓ ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ଓ ସମୟ ଅଧିକ ଅପଚୟ ହେଉଥିଲା । ଏହାକୁ ନେଇ ବହୁ ଅଭିଯୋଗ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଏହାକୁ ନେଇ ଆଲୋଚନା କରିଥିଲେ । ଆଉ ଏହାର ସଫଳ ରୂପାୟନ ହେଉଛି ଏହି ଭିଜା ସେଣ୍ଟର୍ ।ଏହା ଓଡିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ବାରା ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି…
ସ୍ୱଚ୍ଛ ପରିବହନ ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି, ୧ ଏପ୍ରିଲ ୨୦୨୬ରୁ ସାରା ଦେଶରେ ଇ୨୦ ପେଟ୍ରୋଲ ବିକ୍ରି ଆରମ୍ଭ ହୋଇଛି।ଆଜିଠୁ ଆପଣ ଗାଡ଼ିରେ ଯେଉଁ ତେଲ ପକାଇବେ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିବ। ଭୟଙ୍କର ତୈଳ ସଙ୍କଟ ସମୟରେ E20 ପେଟ୍ରୋଲ ବିକ୍ରିକୁ ବାଧ୍ୟତାମୂଳକ କରାଯାଇଛି। ଇଥାନଲ୍ ହେଉଛି ବୈଜ୍ଞାନିକ ପ୍ରକ୍ରିୟାରେ ଉତ୍ପାଦିତ ଏକ ପ୍ରକାର ଆଲକହଲ। ଯାହାକୁ ପେଟ୍ରୋଲରେ ମିଶା ଯାଇ ଯାନବାହନରେ ପରିବେଶ ଅନୁକୂଳ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ଏହା ମୁଖ୍ୟତଃ ଆଖୁ ରସ, ମକା, ପଚା ଆଳୁ ଓ ପଚା ପନିପରିବା ଭଳି ବର୍ଜ୍ୟଯୁକ୍ତ ସାମଗ୍ରୀରୁ ପ୍ରସ୍ତୁତ ହେଉଛି। ଯାହା ଲିଟର ପିଛା ୬୦ରୁ ୭୦ ଟଙ୍କାରେ ମିଳି ଯାଉଛି। ଅଟୋମୋବାଇଲ୍ ଇଞ୍ଜିନିୟରଙ୍କ କହିବା କଥା, ଗାଡ଼ି ପାଇଁ ଏହା ଆଦୌ କ୍ଷତିକାରକ ନୁହେଁ। କାର ମାଲିକଙ୍କ ଲାଗି ଏହାର ପ୍ରଭାବ ବାହନ…
ଦିନରେ ହେବ ପ୍ରବଳ ଗରମ । ସନ୍ଧ୍ୟାରେ ହେବ ବର୍ଷା । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ନୂଆପଡ଼ା ଓ ନବରଙ୍ଗପୁରର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୬ ତାରିଖ ପର୍ଯନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼…









