Author: sanitelevision

ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛି ଅଧା ଉପକୂଳ ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା | ଏଠାରେ ଆର୍ଦ୍ରତା ୭୦ରୁ ୮୦% ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଆସନ୍ତା ୪ତାରିଖ ଯାଏ ରାଜ୍ୟରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଜନସାଧାରଣଙ୍କୁ ପ୍ରଚୁର ପାଣି, ଓଆର୍‌ଏସ୍ ଆଦି ପିଇବାକୁ ପରାମର୍ଶ ଦିଆଯାଇଛି। ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ସେପଟେ ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣି ୪୦ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ରହିଛି ୪୦ ଡିଗ୍ରି। ୫ ତାରିଖରେ କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବରୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ବି ଅଛି ।…

Read More

ଫଟୋର ଦାମ୍ ୧୬୭ କୋଟି । ରେକର୍ଡ ଭାଙ୍ଗିଲା ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ ।ଏହାକୁ ଶିଳ୍ପପତି ସାଇରସ୍ ପୁନୱାଲା କିଣିଥିଲେ। ଏହି ଚିତ୍ରକଳାଟି ପ୍ରାୟ ୧୩୦ ବର୍ଷ ପୁରୁଣା। ଏହା ୧୮୯୦ ଦଶକରେ ଚିତ୍ରିତ ହୋଇଥିଲା। ଏହା ମାତା ଯଶୋଦା ଏବଂ ଶିଶୁ କୃଷ୍ଣଙ୍କ ମଧ୍ୟରେ ପ୍ରେମକୁ ଚିତ୍ରଣ କରିଥାଏ। ଯାହାକୁ ଭାରତୀୟ ସଂସ୍କୃତିରେ ମାଆ-ଶିଶୁ ସମ୍ପର୍କର ସବୁଠାରୁ ସୁନ୍ଦର ପ୍ରତୀକ ଭାବରେ ବିବେଚନା କରାଯାଏ। ରାଜା ରବି ବର୍ମାଙ୍କୁ “ଆଧୁନିକ ଭାରତୀୟ କଳାର ଜନକ” ବୋଲି କୁହାଯାଏ।ଏହି ଚିତ୍ରଟି ପୂର୍ବରୁ ଏମଏଫ୍ ହୁସେନଙ୍କ ଅନଟାଇଲଡ୍ ଗ୍ରାମ ଯାତ୍ରା ଫଟୋର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି । ହୁସେନଙ୍କ ଫଟୋଚିତ୍ର ଗତବର୍ଷ ୧୧୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

Read More

ଆଗକୁ କଲବଲ କରିବ ଗରମ ଗୁଳୁଗୁଳି । ବର୍ଷାର ପ୍ରକୋପ ମଧ୍ୟ ରହିବ ।ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଏବଂ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପାଇଁ ଗରମ ଓ ଗୁଳୁଗୁଳି ପାଇଁ ଏହି ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ତେବେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ବର୍ଷାର ସମ୍ଭାବନା ଅଛି।

Read More

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିବା ବେଳେ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ । ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ଜୁନ ୩୦ ଯାଏ ସୀମା ଶୁଳ୍କ ଛାଡ଼ କରାଯାଇଛି । ମୋଟ ୪୦ଟି ପଦାର୍ଥ ଉପରୁ ଶୁଳ୍କ ହଟାଯାଇଛି । ଯେଉଁଥିରେ ରହିଛି ଆନହାଇଡ୍ରସ୍ ଆମୋନିଆ । ଯାହା ସାର ତିଆରିରେ ବ୍ୟବହୃତ ହୁଏ । ଏହାସହ ମିଥାନୋଲ, ଟୋଲୁଇନ୍, ଷ୍ଟାଇରିନ୍ ଓ ଭିନାଇଲ୍ କ୍ଲୋରାଇଡ୍ ମନୋମର ଭଳି ସାମଗ୍ରୀ ଉପରୁ ଶୁଳ୍କ ଛାଡ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ଫାଇଦା ମିଳିବ । ଶିଳ୍ପଗୁଡିକ…

Read More

ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହାର ଉପନେତା ପଦରୁ ହଟେଇ ଦେଇଛି। ରାଘବ ୨୦୨୩ ମସିହାରୁ ଏହି ପଦବିରେ ଥିଲେ। ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍‌ ଦଳ ଉପନେତା କରିଛି। ରାଜ୍ୟସଭା ସଚିବାଳୟକୁ ଆଧିକାରିକ ଭାବେ ଦଳ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ରାଘବ ଆପ୍ ସାଂସଦ ଭାବରେ ଯେତେବେଳେ ରାଜ୍ୟସଭାରେ ତାଙ୍କ ବକ୍ତବ୍ୟ ରଖୁଥିଲେ, ସେତେବେଳେ ସାରା ଦେଶ ତାଙ୍କୁ ଭାଷଣକୁ ଧ୍ୟାନର ସହ ଶୁଣୁଥିଲା। କାରଣ ପୂର୍ବରୁ ପେଷାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିବା ଉଚ୍ଚଶିକ୍ଷିତ ଶ୍ରୀ ଚଢା ରାଜ୍ୟସଭାରେ ଲୋକଙ୍କ ସମସ୍ୟାକୁ ଖୁବ୍ ସୁନ୍ଦର ଭାବରେ ଉଠାଇବା ସହ ସରକାରଙ୍କୁ ଘେରୁଥିଲେ।ନେତାଙ୍କୁ ହଟାଇବାକୁ ଜନତାଙ୍କୁ ଅଧିକାରୀ ଦେବା କଥା ହେଉ କିମ୍ବା, କ୍ୱିକ୍ କମର୍ସ କମ୍ପାନୀର ୧୦ ମିନିଟ ସର୍ଭିସ ବିବାଦ, ବା କମ୍ପାନୀମାନଙ୍କର ଡାଟା ଟ୍ରାନ୍ସଫର କଥା, ଏସବୁ ପ୍ରସଙ୍ଗ ରାଘବ ଚଢ଼ାକୁ ଦେଶରେ ଲୋକପ୍ରିୟ କରାଇଛି। ଯଦିଓ ଆମ ଆଦମୀ…

Read More

ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ । ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ପିଏନଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଖାଉଟି ପିଏନଜି ସଂଯୋଗ ନେବେ, ସେମାନେ ଆଉ ଏଲପିଜି ବ୍ୟବହାର କରିପାରିବେ ନାହିଁ । ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ବଡ ସହରରେ ଏହି ପ୍ରକ୍ରିୟା ଶେଷ କରିବାକୁ ତୈଳ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ଏଲପିଜି ସିଲିଣ୍ଡର ସେବା ଜାରି ରହିବ । ଏହାସହ ଏଲପିଜି ଗ୍ରାହକଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ସହରରେ ରହୁଥିବା ଭଡ଼ାଟିଆମାନେ ମଧ୍ୟ ସହଜରେ ପିଏନ୍‌ଜି ସଂଯୋଗ ନେଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

Read More

ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର। ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ । ଏଭଳି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ। ମିଲରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା କିଛି ସମୟ ପାଇଁ ବିଳମ୍ବ ହୋଇଥିଲା। ଜଣେ ବି ଚାଷୀର ଧାନ ରହିବ ନାହିଁ। ସରକାର ସମସ୍ତ ଧାନ ଉଠାଇବେ। ଆସନ୍ତାବର୍ଷକୁ ଏପରି ସମସ୍ୟା ଯେପରି…

Read More

ଦେଶବ୍ୟାପୀ ବହୁ ପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡିଜିଟାଲ ପ୍ରକ୍ରିୟାରେ ଜନ ଗଣନା କରିଥିବା ନେଇ ସୂଚନା ଦେଇଛନ୍ତି ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।ଦୀର୍ଘ ୧୫ ବର୍ଷ ପରେ ସାରା ଦେଶରେ ଆସନ୍ତାକାଲିଠୁ ଜନଗଣନା ଆରମ୍ଭ ହୋଇଥିବା ବେଳେ, ଓଡ଼ିଶାରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟର ପ୍ରଥମ ନାଗରିକ ଭାବେ ସ୍ୱଗଣନା କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ କଟକ ମହାନଗର…

Read More

ଦେଶରେ ବଜ୍ରପାତ କାରଣରୁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣହାନୀ ହୋଇଥାଏ। ତେବେ ଭାରତ ପାଣିପାଗ ବିଭାଗ ଏବଂ “ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ” ପକ୍ଷରୁ “ଦାମିନୀ” ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ କରାଯାଇଚି। ଏହି ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବ।ଏହି ଆପ୍ “ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ” (Indian Institute of Tropical Meteorology) ଦ୍ୱାରା ବିକଶିତ କରାଯାଇଛି। “ଦାମିନୀ” ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବ। ଯାହା ଆପଣଙ୍କୁ ଆପଣଙ୍କ ସ୍ଥାନରୁ ୨୯-୪୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମ୍ଭାବ୍ୟ ବଜ୍ରପାତ ହେଲେ ଆପଣଙ୍କୁ ଜିପିଏସ (GPS) ମାଧ୍ୟମରେ ୪୦ ମିନିଟ୍ ପୂର୍ବରୁ ଆଗୁଆ ସତର୍କ ସୂଚନା ପଠାଇବ। ଯାହା ଦ୍ୱାରା ଆପଣ ବଜ୍ରପାତ ହେବା ସମୟରେ କୌଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇପାରିବେ। ତେବେ ଆପଣଙ୍କୁ କେବଳ “ପ୍ଲେ ଷ୍ଟୋର” (Play Store)…

Read More

ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।କେନ୍ଦୁଝର ଜିଲ୍ଲାର କେତେକ ଯୁବକ ଭଦ୍ରକରେ ରହି କାମ କରୁଥିଲେ ।ହିମାଂଶୁ ଶେଖର ନାୟକ, ମିଥୁନ ନାୟକ ଜଣେ ସାଙ୍ଗ ସହ ସନ୍ଥିଆ ବ୍ରିଜ ଉପରୁ ସାଳନ୍ଦୀ ନଈକୁ ଡେଇଁ ରିଲ୍‌ କରୁଥିଲେ । ଏହି ସମୟରେ ହିମାଂଶୁ ନଈକୁ ଡେଇଁବା ପରେ ମିଥୁନ ନଈକୁ ଡେଇଁଥିଲେ । ପରେ ହିମାଂଶୁ ପହଁରି ଆସିବା ବେଳେ ନିଖୋଜ ହୋଇଯାଇଥିଲେ ମିଥୁନ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ…

Read More