Author: sanitelevision

ଶ୍ରୀମନ୍ଦିରରେ ଘଟିଲା ଅଘଟଣ । । ମନ୍ଦିର ଭିତରେ ଟଳିପଡିଲେ ସୁଆର ବଡୁ ସେବାୟତ । ବୁଧବାର ଦ୍ବିପ୍ରହର ଧୂପ ପାଇଁ ରତ୍ନ ସିଂହାସନ ନିକଟରେ ପାଣି ପକାଉଥିବାବେଳେ ସୁଆରବଡୁ ସେବାୟତ ଜଗନ୍ନାଥ ମେକାପ ଟଳିପଡ଼ିଥିଲେ।ତେବେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସେବାୟତଙ୍କ ନାମ ଜଗନ୍ନାଥ ସୁନାଥାଳି ବୋଲି ଜଣାପଡିଛି ।ଛାତିରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା ସେ ପଡିଯାଇଥିଲେ ।ଜଗନ୍ନାଥଙ୍କ ଘର ଦୋଳମଣ୍ଡପ ସାହିରେ।

Read More

ବାଘୁଣୀ ରୂପାର ଧଳା ଛୁଆ କିଛିଦିନ ହେବ ଅସୁସ୍ଥ ଥିଲା । ମା’ ଠାରୁ ଅଲଗା ହୋଇ ଅଢେଇ ମାସର ଛୁଆ ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଥିଲା । କିନ୍ତୁ ପରେ ମୃତ୍ୟୂ ଘଟିଥିଲା।ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହାର କାରଣ ଜାଣିବା ପାଇଁ ମୃତ ଶାବକର ପୋଷ୍ଟମର୍ଟମ କରାଯିବ। ସୂଚନାମୁତାବକ ୧୨ ଜାନୁୟାରୀ ୨୦୨୫ରେ, ବାଘ ଶାବକ ଧଳା ବାଘୁଣୀ ଅସୁସ୍ଥ ଥିବା ଦେଖାଯାଇଥିଲା। ଶାବକଟି ବସି ରହୁଥିଲା ଏବଂ ଖାଇବାକୁ ଆସୁ ନଥିଲା। ଶାବକକୁ ମା’ ଠାରୁ ଅଲଗା କରାଯାଇ ପରୀକ୍ଷଣ କରାଯାଇଥିଲା। ଶାବକର ଶରୀରର ତାପମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ​​ଏବଂ ତୁରନ୍ତ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଶାବକର ରକ୍ତ ଏବଂ ମଳ ନମୁନା ବିଶ୍ଳେଷଣ ସହିତ ବିସ୍ତୃତ ନିଦାନ ପରୀକ୍ଷା କରାଯାଇଥିଲା।

Read More

ଶେଷରେ କ୍ଷମା ମାଗିଲା ମେଟା । ଭାରତ ଉପରେ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରଯାଇଛି । ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଆଇଟି ଏବଂ ଯୋଗାଯୋଗ ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଦେଇଛନ୍ତି।ମଙ୍ଗଳବାର ଦିନ କହିଥିଲେ ଯେ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟ ଉପରେ ଏକ ସଂସଦୀୟ କମିଟି ମେଟାକୁ ସମନ କରିବ ।ନିଶିକାନ୍ତ ଦୁବେ X ରେ ପୋଷ୍ଟ କରି ଲେଖିଛନ୍ତି, ‘ଭାରତୀୟ ସଂସଦ ଏବଂ ସରକାରଙ୍କ ଉପରେ ୧୪୦ କୋଟି ଲୋକଙ୍କ ଆଶୀର୍ବାଦ ଏବଂ ସାର୍ବଜନୀନ ବିଶ୍ୱାସ ରହିଛି ।’ ମେଟା ଭାରତୀୟ ଅଧିକାରୀ ଶେଷରେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି । ସୂଚନାମୁତାବକ ମାର୍କ ଜୁକରବର୍ଗ କହିଥିଲେ କି ମହାମାରୀ କୋଭିଡ ପରିଚାଳାନରେ ଫେଲ ହୋଇଥିବାରୁ ଏଥରକ ନିର୍ବାଚନରେ ମୋଦୀ ସରକାରଙ୍କୁ ବିଶେଷ ସଫଳତା ମିଳିପାରିନି । ଭୋଟରଙ୍କ ଆସ୍ଥା ଓ ବିଶ୍ବାସ ହରାଇଛି ଦଳ ।…

Read More

ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସୂଚନା ଦେଲେ ବିଏସଇ ଉପସଭାପତି ନିହାର ରଂଜନ ମହାନ୍ତି । ବୋର୍ଡରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ । ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର ।ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ ।ଅନ୍ୟପଟେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ଏପରି ବଡ଼ ବ୍ୟବସ୍ଥା ହୋଇଛି ।

Read More

ଫେବ୍ରୁଆରୀ ୧ ତାରିଖରୁ ଆଉ ମିଳିବନି ଚାଉଳ କିମ୍ବା ଗହମ । ରାସନ କାର୍ଡରେ ଯେଉଁମାନେ eKYC କରିନାହାନ୍ତି ସେମାନଙ୍କର କାର୍ଡ କାଟିଦିଆଯିବ । ଆଉ ଆଗକୁ eKYC କରିବା ପାଇଁ ସୁଯୋଗ ମିଳିବ ନାହିଁ ।ଗତ ସପ୍ତାହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ, ଜାନୁଆରୀ ୩୧ ତାରିଖ ସୁଦ୍ଧା ekyc ନକଲେ କଟିଯିବ ରାସନ କାର୍ଡ । ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ekyc କରିନାହାନ୍ତି । ଯଦି ସେମାନେ ଜାନୁଆରୀ ୩୧ ସୁଦ୍ଧା eKYC ନକରନ୍ତି ତେବେ ସେମାନେ ଆଉ ଚାଉଳ ପାଇବେ ନାହିଁ । ବାହାର ରାଜ୍ଯରେ ଥିବା ଲୋକଙ୍କର eKYC କରାଯାଉଛି । ଅଫିସର ମାନେ ନିଜେ ଯାଇ ସେମାନଙ୍କର KYC କରୁଛନ୍ତି । ଏହି ପ୍ରକ୍ରିୟା ସରିବା ପରେ ଯାଇ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ ।ଜାନୁଆରୀ ୩୧ ତାରିଖ ପରେ ଆଉ ମିଳିବ ନାହିଁ ରାସନ…

Read More

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ସେ ପୁଣି କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଜାନୁୟାରୀ ମାସର। ସୂଚନାମୁତାବକ ତୁଳା ଭିକ୍ଷାବୃତ୍ତି କରି ସଂଚୟ କରିଥିବା ଏକ ଲକ୍ଷ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଏହି ଖବର ସମଗ୍ର ରାଜ୍ୟ ଓ ଦେଶରେ ଏକ ଆଲୋଚନାର ଖବର ହୋଇଥିବା ବେଳେ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଷ୍ଟାଡ଼ିୟମ୍‌‌ ଠାରେ ଆୟୋଜିତ ନିର୍ବାଚନ ସଭାରେ ନିଜେ ପ୍ରଧାନମନ୍ତ୍ରୀ ତୁଳା ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଯାହାକି ସେହି ସମୟରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।

Read More

ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା ବନ୍ଦ କରିବାକୁ ଯାଉଛି। ଯାହା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ପ୍ରଭାବିତ କରିବ। ସାରା ଦେଶରେ 4G ସେବା ଆରମ୍ଭ କରିବା ପୂର୍ବରୁ କମ୍ପାନୀ ଏହି ବଡ ନିଷ୍ପତ୍ତି ନେଇଛି। ବାସ୍ତବରେ କମ୍ପାନୀ ବିହାରରେ ଆଜିଠାରୁ 3G ସେବା ବନ୍ଦ କରୁଛି।BSNLର ଏହି ନିଷ୍ପତ୍ତି 3G ସିମ ଥିବା ଗ୍ରାହକଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ସେବା ବନ୍ଦ ହେବା ପରେ, ସେମାନେ କେବଳ ନିଜ ମୋବାଇଲରୁ କଲ ଏବଂ SMS ପଠାଇପାରିବେ, କିନ୍ତୁ ଇଣ୍ଟରନେଟ ଉପଭୋଗ କରିପାରିବେ ନାହିଁ। କିଛି ସମୟ ଧରି, BSNL ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପ୍ରକୃତରେ, ଲୋକମାନେ ଘରୋଇ ଟେଲିକମ କମ୍ପାନୀଗୁଡ଼ିକର ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁଁ କଷ୍ଟ ପାଉଛନ୍ତି। ଏହି କମ୍ପାନୀଗୁଡ଼ିକ ସେମାନଙ୍କର ଅନେକ ରିଚାର୍ଜ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁମ୍ବାଇର ଭାରତୀୟ ନୌସେନା ଡକୟାର୍ଡରେ ପହଞ୍ଚି ତିନୋଟି ନୌସେନା ଯୁଦ୍ଧଜାହାଜ-INS ସୁରତ, INS ନୀଳଗିରି ଏବଂ INS ବାଘଶୀରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ନୌସେନା ପାଇଁ ଆଜି ଐତିହାସିକ ଦିନ । ୩ଟି ଯାକ ଯୁଦ୍ଧ ଜାହାଜ ମେଡ୍ ଇନ୍ ଇଣ୍ଡିଆ । ବିସ୍ତାରବାଦ ନୁହେଁ ବିକାଶ ଭାବନାରେ କାମ କରୁଛୁ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି ।ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାକୁ ନୂତନ ଶକ୍ତି ମିଳିଛି। ଆମେ ନୌସେନାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଉଛୁ। ଆଜି ଭାରତର ସାମୁଦ୍ରିକ ଐତିହ୍ୟ, ନୌସେନାର ଗୌରବମୟ ଇତିହାସ ଏବଂ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପାଇଁ ଏକ ବଡ଼ ଦିନ। ଛତ୍ରପତି ଶିବାଜୀ ମହାରାଜ ନୌସେନାକୁ ନୂତନ ଶକ୍ତି ଏବଂ ଦୃଷ୍ଟିକୋଣ ଦେଇଥିଲେ। ଛତ୍ରପତି ଶିବାଜୀଙ୍କ ପବିତ୍ର ଭୂମିରେ ଆମେ ୨୧ ଶତାବ୍ଦୀର ନୌସେନାକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛୁ। ଏହା ପ୍ରଥମ ଥର…

Read More

ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ | ୯ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ |ମୃତ୍ୟୁଦଣ୍ଡ ପରିବର୍ତ୍ତେ ହାଇକୋର୍ଟ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି | ଏହିସହିତ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିନ୍ତୁ ଗାଁରେ ଘଟିଥିଲା ଅଘଟଣ । ଗୋଟିଏ ପରିବାରରେ ତିନି ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା, ମା, ଏବଂ ବଡ଼ ଝିଅ ରହିଥିଲେ । ସେମାନଙ୍କୁ ପିଟି ପିଟି ହତ୍ୟା କରିଥିଲେ ଅଭିଯୁକ୍ତ । ଏହାପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।ଏହା ପରେ ଦୁଇ ଦିନ ପରେ ପ୍ରମାଣ ନଷ୍ଟ କରିବାକୁ ଶବ ମାଟି ତଳୁ କାଢି ପୋଡି ଦେଇଥିଲେ ବୋଲି ଅଭିଯୋଗ…

Read More

ସୋମବାର ରାତିରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିନାହିଁ । ମନ୍ଦିର ପ୍ରଶାସନ ପ୍ରତି ଥର ଭଳି ଏଥର ମଧ୍ୟ ତାଳିପକା ସମାଧାନ ଉଦ୍ୟମ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନି । ମଙ୍ଗଳବାର ରାତିଯାଏଁ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଦୁଇ ଦିନ ହେଲା ଠାକୁରଙ୍କୁ ଉପାସ ରହିବାକୁ ପଡ଼ିଛି ।ତେବେ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଆଜି ବୈଠକରେ ନିଶ୍ଚିତ ନିର୍ଯ୍ୟାସ ବାହାରିବ। ଦୁଇ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ କଥା। ଯଦି ସେବାୟତ ନିଯୋଗଙ୍କ ସମସ୍ୟା ରହିଛି , ତେବେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଆଲୋଚନା ନ କରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍ ନୁହେଁ। ତେଣୁ ତର୍ଜମା ପରେ ଆବଶ୍ୟକ ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Read More