Author: sanitelevision

ଦିଲ୍ଲୀ ମଦ ଦୁର୍ନୀତି ସହିତ ଜଡିତ କଥିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଇଡିକୁ ଅନୁମତି ଦେଇଛି। ପୂର୍ବରୁ, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ। ଗତ ବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ଚଲାଇବା ପୂର୍ବରୁ ଇଡିକୁ ଅନୁମତି ନେବାକୁ ପଡିବ।ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଇଡି ଅରବିନ୍ଦ କେଜ୍‌ରିୱାଲଙ୍କୁ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଥିଲା। ଇଡି ତାଙ୍କୁ ଜଣେ ଷଡଯନ୍ତ୍ରକାରୀ ଏବଂ ବାଦଶାହା ଭାବରେ ବର୍ଣ୍ଣନା କରିଥିଲା। ଇଡି ମଧ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି, ଯାହା ବିରୋଧରେ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ…

Read More

ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ପାଖାପାଖି ରହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର କିଛି ସ୍ଥାନରେ ଅଧିକ କୁହୁଡ଼ି ଦେଖାଯାଇଛି । ଆଜି କଳାହାଣ୍ଡି, କନ୍ଧମାଳ ଏବଂ ଭଦ୍ରକରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ସେହିପରି ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଛି ।ଗୁରୁବାର ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର,ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ଅଧିକ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Read More

ସାମିଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା । ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି ।ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ବୃଦ୍ଧଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା ।୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୮୦% କିମ୍ବା ତା’ଠାରୁ ଅଧିକ ବିକଳାଙ୍ଗ ଥିବା ଦିବ୍ୟାଙ୍ଗ ଏହାଦ୍ୱାରା ଉପକୃତ ହେବେ । ଏହା ଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତରେ ଥିବା ବେଳେ ଏହି ଯୋଜନାର ଶୁଭାରମ୍ଭ କରିବେ । ଗତ ୩ ତାରିଖରେ ଏନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା ।

Read More

ଆଜି ହେଉଛି ‘ଆର୍ମି ଡେ’ (Army Day 2025) ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 77 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ ।ଏହି ଦିନ ସେନା ଦିବସ ପାଳନ କରିବାର କିଛି ଖାସ କାରଣ ବି ରହିଛି । କାରଣ ଏହି ଦିନ ଅର୍ଥାତ ୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ପରେ କୌଣସି ଭାରତୀୟ ପ୍ରଥମଥର ପାଇଁ ସେନାର କମାଣ ସମ୍ଭାଳିଥିଲେ । ପ୍ରାୟ ୨୦୦ ବର୍ଷର ବ୍ରିଟିଶ ଶାସନ ପରେ କେଏମ କରିୟପ୍ପା ଭାରତୀୟ ସେନାର କମାଣ୍ଡର ଇନ ଚିଫ ହୋଇଥିଲେ । ଆଉ ସେବେଠାରୁ ଏହି ଦିନକୁ ଭାରତୀୟ ସେନା ଦିବସ ଭାବେ ପାଳନ କରାଯାଏ ।ସ୍ବାଧୀନ ଭାରତର ଶେଷ ବ୍ରିଟିଶ ସେନାଧ୍ୟକ୍ଷ ଥିଲେ କମାଣ୍ଡର ଇନ ଚିଫ ଜେନେରାଲ ଫ୍ରାନ୍ସିସ ବୁଚର । ତାଙ୍କ ଠାରୁ…

Read More

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧-୩ରେ ସିରିଜ ପରାସ୍ତ ହେବା ପରେ ବିସିସିଆଇ କ୍ରିକେଟର ଓ ସେମାନଙ୍କ ପରିବାର ପାଇଁ କଠୋର ନିୟମ ଜାରି କରିଛି। ନୂଆ ନିୟମ ଅନୁଯାୟୀ, ଯଦି କୌଣସି ସିରିଜ୍ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହେଲେ, ଏହି ସମୟରେ ପରିବାରକୁ ତାଙ୍କ ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ । ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ମିଳିବ ।ପୂରା ଟୁର୍ଣ୍ଣାମେଣ୍ଟ ସରିବା ପର୍ଯ୍ୟନ୍ତ ପତ୍ନୀମାନେ ଖେଳାଳୀଙ୍କ ସହ ରହିପାରିବେନାହିଁ । ଏହା ସହ ଖେଳାଳୀଙ୍କ ପାଇଁ ଆଉ କିଛି କଠୋର ନିଷ୍ପତି ନେଇଛି ବିସିସିଆଇ । ସମସ୍ତ ଖେଳାଳୀ ଟିମ୍ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କୋଚ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ମ୍ୟାନେଜରଙ୍କୁ ଭିଆଇପି ବକ୍ସ, ଖେଳାଳୀ ରହୁଥିବା ହୋଟେଲ ଏବଂ ଟିମ ବସରେ ଯିବାକୁ ମଧ୍ୟ…

Read More

ରାଜଧାନୀରୁ ଗିରଫ ହାଇ ପ୍ରୋଫାଇଲ ଠକ ଦମ୍ପତିଙ୍କ ଗୁମର ଖୋଲୁଛି କମିଶନରେଟ ପୋଲିସ । କେମିତି ଦୁଇ ବର୍ଷରେ ଶହେ କୋଟି ଟଙ୍କାର ସମ୍ପତ୍ତି ତିଆରି କଲେ ତାର ଖିଅ ଖୋଜୁଛି ତଦନ୍ତକାରୀ ଟିମ । ତେବେ ଜନ୍ମଦିନ ପାର୍ଟିରେ ରଷିୟାନ ଯୁବତୀ ଆଣି ଅତିଥିଙ୍କୁ ଗିଫ୍ଟ କରୁଥିଲେ ଅନିଲ ମହାନ୍ତି । ଯାହାର ସୁରାକ ପାଇବା ପରେ କ୍ଲବ୍‌ରେ ରେଡ୍‌ କରିଛି ତଦନ୍ତକାରୀ ଟିମ୍‌ ।ସୂଚନା ଅନୁସାରେ, ପ୍ରତିବର୍ଷ ଡିସେମ୍ବର ୨୪ରେ ଜନ୍ମ ଦିନ ପାଳନ କରୁଥିଲେ ଅନିଲ । ଗତ ୩ ବର୍ଷ ଧରି ରଷିଆନ ଯୁବତୀ ଆଣି ଜନ୍ମ ଦିନ ପାଳନ କରିଥିଲେ ଅନିଲ । ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ କ୍ଳବ୍‌ରେ ଅନିଲ ଜନ୍ମ ଦିନ ପାଳନ କରିଥିଲେ । ସାଙ୍ଗରେ ସାଥ୍‌ ଦେଉଥିଲେ ହଂସିତା । ନିଜକୁ ହାଇପ୍ରୋଫାଇଲ ଢାଞ୍ଚାରେ ଦେଖେଇ ହଉଥିଲେ ହଂସିତା ଅଭିଲିପ୍ସା ।୨୦୨୨ରୁ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ…

Read More

ଖଣ୍ଡଗିରି ଯାତ୍ରା ପରିବେଷଣରେ ଅଶ୍ଲୀଳତାକୁ ନାଁ। ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ ହେବ। କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବନି।ଏହି ମେଳା ପୂର୍ବରୁ ଯାତ୍ରାରେ ଆଇଟମ୍ ଡ୍ୟାନ୍ସ, ଡବଲ୍ ମିନିଙ୍ଗଗ୍ ଡାଇଲଗ୍ ଉପରେ କଟକଣା ଲାଗୁ କରାଯାଇଛି ।ଏଥରର ଖଣ୍ଡଗିରି ଯାତ୍ରାରେ ସମସ୍ତ ପ୍ରକାର ଅଶ୍ଳୀଳ ପ୍ରଦର୍ଶନକୁ ବାରଣ କରାଯାଇଛି । ଅଶ୍ଳୀଳ ରଙ୍ଗଢଙ୍ଗରେ ନୃତ୍ୟ ପରିବେଷଣ କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଜାରି ହୋଇଛି ।ଅଶ୍ଳୀଳ ନୃତ୍ୟ ହେଲେ ଯାତ୍ରାକୁ ଅଧାରୁ ରୋକି ଦିଆଯିବ ବୋଲି କୁହାଯାଇଛି । ଏନେଇ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି।

Read More

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ବନ୍ଦ କରିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ରହିବ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି । ରୀକ୍ଷାମୂଳକ ଭାବେ ଆସନ୍ତା ୧୭ ରେ ହେବାକୁ ଥିବା ଓଷ୍ଟେଟ ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ଲଗାଯାଇଛି । ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ…

Read More

ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। ବରଗଡ଼ ଚାଲିଥିବା ଧନୁଯାତ୍ରା ଶେଷ ହେବା ପରେ କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଆସିଛନ୍ତି ପୁରୀ। ଶଙ୍କରାଚାର୍ଯ୍ୟ ମଠରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନ କରିଛନ୍ତି | ଏଥିସହ ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଛନ୍ତି।ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ ।ସେହିପରି ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିଥିବାରୁ କ୍ଷମା ମାଗିଛନ୍ତି ।

Read More

ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ପ୍ରତିମାସରେ ହାରାହାରି ଦୁଇଥର ହୋଇଥାଏ। ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ। ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ। ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।ନୂଆବର୍ଷ ସାଙ୍ଗକୁ ଏବେ ନାନା ପର୍ବ ପର୍ବାଣି ଏବଂ ମକର ସଂକ୍ରାନ୍ତି ଥିବାରୁ ଶ୍ରୀମନ୍ଦିରରେ ଅନେକ ଶ୍ରାଦ୍ଧଳୁଙ୍କର ଭିଡ଼ ଲାଗୁଛି। ତେଣୁ ମହାପ୍ରଭୁଙ୍କର ରୀତିନୀତି ପାଇଁ 5 ଘଣ୍ଟା ଦର୍ଶନ ବନ୍ଦ ହେଲେ ଅନେକ ଭକ୍ତଙ୍କୁ ନିରାଶ ହେଇ ଫେରିବାକୁ ପଡିପାରେ।

Read More