ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା ବନ୍ଦ କରିବାକୁ ଯାଉଛି। ଯାହା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ପ୍ରଭାବିତ କରିବ। ସାରା ଦେଶରେ 4G ସେବା ଆରମ୍ଭ କରିବା ପୂର୍ବରୁ କମ୍ପାନୀ ଏହି ବଡ ନିଷ୍ପତ୍ତି ନେଇଛି। ବାସ୍ତବରେ କମ୍ପାନୀ ବିହାରରେ ଆଜିଠାରୁ 3G ସେବା ବନ୍ଦ କରୁଛି।BSNLର ଏହି ନିଷ୍ପତ୍ତି 3G ସିମ ଥିବା ଗ୍ରାହକଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ସେବା ବନ୍ଦ ହେବା ପରେ, ସେମାନେ କେବଳ ନିଜ ମୋବାଇଲରୁ କଲ ଏବଂ SMS ପଠାଇପାରିବେ, କିନ୍ତୁ ଇଣ୍ଟରନେଟ ଉପଭୋଗ କରିପାରିବେ ନାହିଁ। କିଛି ସମୟ ଧରି, BSNL ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।
ପ୍ରକୃତରେ, ଲୋକମାନେ ଘରୋଇ ଟେଲିକମ କମ୍ପାନୀଗୁଡ଼ିକର ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁଁ କଷ୍ଟ ପାଉଛନ୍ତି। ଏହି କମ୍ପାନୀଗୁଡ଼ିକ ସେମାନଙ୍କର ଅନେକ ରିଚାର୍ଜ ପ୍ଲାନକୁ ଅନେକ ଥର ମହଙ୍ଗା କରିଛନ୍ତି। ଏଥିରେ ଅସୁବିଧା ଭୋଗୁଥିବା ଗ୍ରାହକମାନେ BSNLର ସେବାର ସୁଯୋଗ ନେଉଛନ୍ତି।3G ସିମ୍ ୟୁଜର୍ସ ଯଦି ଡାଟାର ମଜା ନେବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସିମ ଅପଗ୍ରେଟ କରିବାକୁ ପଡିବ। ବିଏସଏନଏଲ ବିନା କୌଣସି ମୂଲ୍ୟରେ ନିଜ ଗ୍ରାହକମାନଙ୍କୁ 3G ସିମ ବଦଳରେ 4G ସିମ ଦେଉଛି। ଭବିଷ୍ୟତରେ ଏହି ସିମ ଉପରେ 5G କନେକ୍ଟିଭିଟୀର ମଧ୍ୟ ମଜା ନିଆଯାଇପାରିବ ।






