ବନ୍ୟଜନ୍ତୁ ଶିକାରୀମାନଙ୍କ ଘୃଣ୍ୟ କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥର ଶିମିଳିପାଳ ଅଭୟାରଣ୍ୟରୁ ବାଘ, ହାତୀ ଶିକାର କଲେ ଆଉ ନିସ୍ତାର ମିଳିବ ନାହିଁ। ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ ହୋଇଛି।ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୟୂରଭଞ୍ଜ ଏସପି ପ୍ରକାଶ କରିଛନ୍ତି।ଗତ କିଛି ଦିନ ମଧ୍ୟରେ ଲଗାତାର ବାଘ ହତ୍ୟା କରାଯାଇ ଛାଲ ବିକ୍ରି କରାଯାଉଥିବା ଜଣାପଡିବା ପରେ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଏହି ଟାକ୍ସ ଫୋର୍ସ ଗଠନ କରିଛନ୍ତି।
Author: sanitelevision
ନୂଆ ସିମ୍ କାର୍ଡ କିଣିବାକୁ ବିଚାର କରୁଥିଲେ କିମ୍ବା ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ, ତେବେ କିଛି ନୂଆ ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ନୂଆ ସିମ୍ କାର୍ଡ ପାଇଁ ନୂତନ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଟେଲିକମ୍ ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁଯାୟୀ, ସମସ୍ତ ନୂତନ ସିମ୍ କାର୍ଡ ସଂଯୋଗ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି । ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ବେଆଇନ ସିମ୍ କାର୍ଡ କିଣିବା ଏବଂ ଏହାର ବ୍ୟବହାର ଭୁଲ ବାଟରେ କରିବାରୁ ବର୍ତ୍ତିବା ପାଇଁ ସରକାର ଏହି ନିୟମ ଆରମ୍ଭ କରିଛନ୍ତି ।ଟେଲିକମ୍ ସେକ୍ଟର ଦ୍ଵାରା ନିକଟରେ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ନକଲି ସିମ୍ କାର୍ଡ ଆର୍ଥିକ ଘୋଟାଲାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଜଣାପଡିଛି।…
ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଗୁରୁବାର ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସହାୟକ ରାଶି ପ୍ରଦାନ ନେଇ ବିଜ୍ଞପ୍ତି ଜାରି କରାଯାଇଛି।। ଚଳିତ ଜାନୁଆରୀ ମାସରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉପକୃତ ହେବେ ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ବିଜେତା । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।
କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛି। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢିବାର ରାସ୍ତା ପରିଷ୍କାର ହୋଇଛି ।କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ସଂଶୋଧନ ପାଇଁ ସରକାର ୮ମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି ।କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଏବଂ ସରକାର ସେମାନଙ୍କୁ ଏହି ଉପହାର ଦେଇଛନ୍ତି । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ।ଜାନୁଆରୀ ୧, ୨୦୧୬ରୁ ଦେଶରେ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା। ଏହା ଦ୍ୱାରା ପ୍ରାୟ ୧ କୋଟି ଲୋକ ଉପକୃତ ହୋଇଥିଲେ। ଯେହେତୁ ପ୍ରତି ୧୦ ବର୍ଷରେ ବେତନ…
ମୋ ସ୍ୱାମୀ ସରୋଜ ସାହୁ। ତାଙ୍କ ଦେହ ଖରାପ ଅଛି। ମୁଁ ତାଙ୍କର ଦେଖାଶୁଣା କରିବି। ତେଣୁ ମତେ ଜାମିନ ମିଳୁ। କିଛି ଏହିଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି ଓ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏହିଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ ଓ ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଅବଜେକ୍ସନ୍ ଫାଇଲ କରିଛନ୍ତି ଓ ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ | ସୂଚନାଯୋଗ୍ୟ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିସନରେଟ୍ ପୁଲିସ ହଂସିତା ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲେ । ହଂସିତା ଗିରଫ ପରେ ଅନେକ ଗୁମର ଖୋଲିଥିଲେ । କମିସନରେଟ୍ ପୁଲିସ ଗିରଫ କରିଥିବା ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ତଦନ୍ତ ଭାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନେଇଛି।ଉଭୟଙ୍କ ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ…
ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଭାଙ୍ଗିପାରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଦିନ 12ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମାଇକ ଯୋଗେ ଆଜି ପ୍ରଚାର କରି ଏଭଳି ଘୋଷଣା କରାଯାଇଛି । ତେବେ ଆଶ୍ରମ ଖାଲି କରିବା ପରେ ବିଡିଓ ଏହି ଆଶ୍ରମକୁ ଭାଙ୍ଗିବ ।ଏହି ବିବାଦୀୟ ଆଶ୍ରମ ସରକାରୀ ଜାଗାରେ ଗଢ଼ି ଉଠିଥିବା ଅଭିଯୋଗ ହୋଇଥିଲା । ନଭେମ୍ବର ମାସରେ ସାମ୍ନାକୁ ଆସିଥିଲା ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ ବିବାଦ । ପ୍ରଥମେ ନାବାଳକଙ୍କୁ କଳକୀ ଅବତାର ସଜାଇ ଧର୍ମ ନାଁରେ ଚାଲିଥିଲା ବେପାର। ପ୍ରବଚନ ପାଇଁ ଜମୁଥିଲା ତଥାକଥିତ ବାବାଙ୍କ ଦରବାର । ଆଶ୍ରମକୁ ବିଦେଶୀ ଭକ୍ତଙ୍କ ଅବାଧ ଯିବାଆସିବା ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗେଟ ଖୋଲୁନଥିଲା । ବୈକୁଣ୍ଠ ଧାମର ଏକ ଘରେ ରହୁଥିଲେ ବିଦେଶୀ ଭକ୍ତ ।ବିବାଦର ମୂଳ କାରଣ ଥିଲା…
ଏଣିକି ଶିକ୍ଷକ ଚାକିରି ପାଇବାରୁ ବଞ୍ଚିତ ହେବେନାହିଁ ଦୃଷ୍ଟିବାଧିତ। ଦୃଷ୍ଟିବାଧିତ ମାନେ ମଧ୍ୟ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ମାଧ୍ୟମିକ ସ୍କୁଲରେ ଏଲଟିଆର ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଏହି ନିକଟରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବିଜ୍ଞପ୍ତି ଜାରି କରିଛି । ସୂଚନାମୁତାବକ ପୂର୍ବରୁ ଏଥିରେ କମିଶନ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ଶତ ପ୍ରତିଶତ ଦୃଷ୍ଟିବାଧିତ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶତାଧିକ ଆବେଦନକାରୀ ଏହାକୁ ବିରୋଧ କରିଥିଲେ । ବିଏଡ୍ ସାରିବା ସହ ଓଟିଇଟିରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସରକାର କାହିଁକି ସେମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ କମିଶନଙ୍କ ଦ୍ବାରସ୍ଥ ହେବା ସହିତ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓସେପା ଏବଂ ଗଣଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ ।…
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ଦେଶ ହୋଇଛି ଭାରତ । ପୂର୍ବରୁ ଚୀନ, ରୁଷ ଓ ଆମେରିକା ଏହି ସଫଳତା ହାସଲ କରି ସାରିଛନ୍ତି । ଇସ୍ରୋ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି କି, ଭାରତ ଅନ୍ତରୀକ୍ଷ ଇତିହାସରେ ନିଜ ନାମ ଲେଖିଛି । ସ୍ପାଡେକ୍ସ ମିଶନରେ ଐତିହାସିକ ଡକିଂ ସଫଳତା ହାସଲ କରିଛି । ଏହି ମୁହୂର୍ତ୍ତ ଦେଖି ଗର୍ବ ଅନୁଭୂତ ହେଉଛି ।ସ୍ପେଡେକ୍ସ ମିଶନର ଚେଜର ସାଟେଲାଇଟ (SDX01)ରେ ୪.୫ କିଲୋଗ୍ରାମର ପୋପେଲାଣ୍ଟ ବା ଇନ୍ଧନ ରହିଛି। ଏହି ଇନ୍ଧନ ଜରିଆରେ ଦୁଇଥର ଡକିଂ ଏବଂ ଅନଡକିଂ କରାଯାଇପାରିବ। ତେବେ ବର୍ତ୍ତମାନ ଅପରେସନାଲ ୱିଣ୍ଡୋ ଜାନୁୟାରୀ…
ଅଦାନୀ ଗ୍ରୁପ ଏବଂ ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ(ସେବି) ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ମୋଦୀ ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ହିଣ୍ଡେନବର୍ଗ ସଂସ୍ଥା ଶେଷରେ ବନ୍ଦ ହୋଇଛି।ନିଜ କର୍ମଚାରୀଙ୍କୁ ଏକ ମେସେଜ୍ ସେୟାର କରି ନାଥାନ କହିଛନ୍ତି, ଅନେକ ଆଲୋଚନା ବିଚାର ବିମର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି ।ତେବେ କାହିଁକି ସେ ନିଜ କମ୍ପାନୀ ବନ୍ଦ କରୁଛନ୍ତି, ଏହାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇ ନାହାଁନ୍ତି ହିଣ୍ଡେନବର୍ଗ ସିଇଓ । ସେ ଏହାକୁ ପୂର୍ବ ନିର୍ଦ୍ଧାରିତ ଏବଂ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି। କିନ୍ତୁ ହଠାତ ଏପରି ନିଷ୍ପତ୍ତି ନେବା ପଛରେ ଅନ୍ୟ କିଛି କାରଣ ରହିଛି ବୋଲି କୁହାଯାଉଛି।ଆସନ୍ତା ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ହିଣ୍ଡେନବର୍ଗ ସଂସ୍ଥା ବନ୍ଦ କରିବା ଲାଗି ଏହାର ପ୍ରତିଷ୍ଠାତାଙ୍କ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।…
୧୮ରୁ ଭିତରକନିକାରେ ପକ୍ଷୀ ଗଣନା । ରାଜନଗର ବନଖଣ୍ଡର ରାଜନଗର,କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ ।ଆସନ୍ତାକାଲି ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବା ପରେ ୧୮ ତାରିଖ ଦିନ ପକ୍ଷୀ ଗଣନା କରାଯିବ । ଏହି ପ୍ରଶିକ୍ଷଣ ଶିବିର ହେବାର ଦିନକ ପରେ ଅର୍ଥାତ୍ ୧୮ ତାରିଖ ଦିନ ପକ୍ଷୀ ଗଣନା କରାଯିବ। ଗତବର୍ଷ ୧୨୧ ପ୍ରଜାତିର ୧ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଛି।









