୧୯୩୬ରୁ ଭାରତୀୟ ସିନେମାକୁ ସମୃଦ୍ଧ କରିଛି ଓଡ଼ିଆ ଚଳଚ୍ଚିତ୍ର। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍ନିସିଆନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ତେବେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ ପାଇଁ ଦେବାଶିଷ ପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାବ୍ୟା କିରଣ ଶୁକ୍ଳା ପୁରସ୍କୃତ ହୋଇଛନ୍ତି।୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହ ସ୍ମୃତିଫଳକ…
Author: sanitelevision
ଦେଶରେ ଏପରି ଜଣେ ଷ୍ଟାର ଅଭିନେତା ଅଛନ୍ତି ଯିଏକି ନିଜର ଆଗାମୀ ଫିଲ୍ମ ପାଇଁ ଡିମାଣ୍ଡ କରୁଛନ୍ତି ୧୦୦କି ୨୦୦ ନୁହେଁ ୩୦୦ କୋଟି ଟଙ୍କା । ଏହି ସୁପରଷ୍ଟାର ଫ୍ୟାନ୍ସଙ୍କ ହୃଦୟରେ କରୁଛନ୍ତି ରାଜ୍ ।ଏହି ସୁପରଷ୍ଟାର ହେଉଛନ୍ତି ପୁଷ୍ପା ଷ୍ଟାର୍ର ଆକ୍ଟର ଅଲ୍ଲୁ ଅର୍ଜୁନ । ସେ ହୋଇଛନ୍ତି ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ଟ୍ରାକ ଟଲିଉଡର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ସିକ୍ୱେଲ ‘ପୁଷ୍ପା ୨: ଦ ରୁଲ’ ପାଇଁ ନେଇଛନ୍ତି ୩୦୦କୋଟି ଫି । ଏହି ଫି ସହ ଅଲୁ ଅର୍ଜୁନ ବର୍ତ୍ତମାନ ଥଲାପତି ବିଜୟଙ୍କୁ ପଛରେ ପକାଇଛନ୍ତି । ଏବେ ଅଲ୍ଲୁ ହୋଇଛନ୍ତି ଭାରତର ସର୍ବାଧିକ ଫି ନେଉଥିବା ଅଭିନେତା । ଅଲ୍ଲୁ ଅଭିନୟ ବ୍ୟତୀତ ନିଜର ପ୍ରଡକ୍ସନ୍ ହାଉସ୍, ରେଷ୍ଟୁରାଣ୍ଟ ସିରିଜ୍, ମଲ୍ଟିପ୍ଲେକ୍ସ ଏବଂ ଅନ୍ୟାନ୍ୟ ବିନିଯୋଗରୁ ବିପୁଳ ରୋଜଗାର କରନ୍ତି ।…
ସୁପରଷ୍ଟାର ଆମିର ଖାନ । ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଖ୍ୟାତ । ‘ଲାଲ ସିଂ ଚଢ୍ଡା’ ପରଠୁ ସେ ଫିଲ୍ମ ପରଦାରୁ ନିଜକୁ ଦୂରେି ରଖିଛନ୍ତି । ଦୀର୍ଘଦିନ ଧରି କୌଣସି ଫିଲ୍ମରେ କାମ କରିନାହାଁନ୍ତି ସେ । ଆଗକୁ ବୋଧହୁଏ ତାଙ୍କର କୌଣସି ଫିଲ୍ମ ଆସିପାରେ ।ନିକଟରେ ଏକ ସାକ୍ଷାତକାର ଦେଇଥିଲେ ଆମିର। ଏଥିରେ ସେ ଜୀବନ ଏବଂ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି। ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ… ଅଭିନେତାଙ୍କ ଏଭଳି କଥା ଚର୍ଚ୍ଚାରେ ରହିଛି। କେବଳ ଏତିକି ନୁହେଁ ଅଭିନେତା ନିଜର ଫିଲ୍ମକୁ ନେଇ ମଧ୍ୟ ବହୁତ କିଛି କହିଛନ୍ତି।ଆମିର ଖାନ କହିଛନ୍ତି ଯେ ମୁଁ ବୃଦ୍ଧ ହୋଇଯାଉଛି । ତେଣୁ ମୁଁ ପରିଶ୍ରମୀ ଏବଂ ଦକ୍ଷ ପିଲାମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ମୁଁ ୭୦ ବର୍ଷ ବୟସରେ ଅବସର ନେବା ପୂର୍ବରୁ, ମୁଁ ପ୍ରତିଭାବାନ ବ୍ୟକ୍ତିଙ୍କ ପାଇଁ ଏକ ପ୍ଲାଟଫର୍ମ…
କଟକ ଏସସିବିରେ ହାର୍ଟ ଟ୍ରାନ୍ସପ୍ଲାଣ୍ଡ କରାଯିବ । ଆଗାମୀ ୩ ମାସ ଭିତରେ ଏହା ସମ୍ଭବ ହେବ । ଚେନ୍ନାଇ ଏମଜିଏମ ହସ୍ପିଟାଲ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏମଜିଏମ ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିତ୍ତିଭୂମିକୁ ଅନୁଧ୍ୟାନ କରାଯାଇଛି । ଏମଜିଏମ ଟିମ ଦ୍ୱାରା ରୋଗୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କୁ ଚିହ୍ନଟ କରାଯିବ । ପୂର୍ବରୁ ଏସସିବି ମେଡିକାଲରେ ଲିଭର, କିଡନୀ ଏବଂ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରାଯାଇଛି ।
ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ ଜମିରେ ଆଶ୍ରମ ନିର୍ମାଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା।ଏମିତିରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ।୨ଟି ଦିଗ ନେଇ ତଦନ୍ତ ଆରମ୍ଭ କରୁଛି ଭରତପୁର ଥାନା ପୋଲିସ । ଗୋଟିଏ ଧର୍ମୀୟ ଭାବନାକୁ କୁଠାରଘାତ ଓ ଠକେଇ ଘଟଣାର ତଦନ୍ତ । କେବେଠାରୁ ଆଶ୍ରମ ଚାଲିଛି ଓ କେଉଁମାନେ ଆସନ୍ତି ତାହାର ଯାଞ୍ଚ ଚାଲିଛି। ଘଟଣା ସତ କି’ ମିଛ ତାହା ଯାଞ୍ଚ କରିବା ସହ ୨ଟି ପ୍ରସଙ୍ଗରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ କୁହାଯାଇଛି। ଖାଲି ସେତିକି ନୁହେଁ ଚାଇଲଡ ଲାଇନ ୱେଲଫେୟାର ଜରିଆରେ ତଦନ୍ତ…
ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ ପୂଜା ପ୍ରସଙ୍ଗ । ୨ଦିନ ପରେ ସ୍ପଷ୍ଟୀକରଣ ରଖିଛନ୍ତି ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । ସେ କହିଛନ୍ତି ମୋ ପୁଅ ଠାକୁର ନୁହେଁ । ମୋ ପୁଅ ଠାକୁର ବୋଲି କହିନି କି ପ୍ରଚାର କରିନି । କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ବଦନାମ କରୁଛନ୍ତି । ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ସେଥିରେ ମୁଁ, ମୋ ସ୍ତ୍ରୀ ଓ ସମ୍ପର୍କୀୟ କେହି ନଥିଲୁ। ସେହିଠାରେ ପୁଅର ପାଦ ତଳେ ତୁଳସୀ ରହିଥିଲା ଓ ସେ ଏକ ଖଟରେ ବସିଥିବା ଦେଖିବାକୁ ପାଇଥିଲୁ। କିଛି କୁଚକ୍ରୀ ଗୋଷ୍ଠୀ ଏପରି ଚକ୍ରାନ୍ତ କରିଛନ୍ତି। ସେମାନେ ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।ସୂଚନାରୁ ପ୍ରକାଶ, ପଣ୍ଡିତ କାଶୀନାଥ…
ସମଗ୍ର ଦେଶର ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ତାଲିକାରେ ଗଞ୍ଜାମ ଜିଲା ପାଟପୁର ଥାନା ସ୍ଥାନ ପାଇଛି। ଆସନ୍ତା ୨୯ରୁ ଡିସେମ୍ବର ୧ ଯାଏ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯିବ। ଏହା ଗଞ୍ଜାମ ଜିଲ୍ଲା ପୋଲିସ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ ବୋଲି କହିଛନ୍ତି ଗଞ୍ଜାମ ଏସ୍ପି । ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ବଳରେ ପାଟକୁରା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କାର ପାଇବାକୁ ହକ୍ଦାର । ଏହା ଦ୍ବାରା ଜିଲ୍ଲାର ଅନ୍ୟ ଥାନା ସବୁ ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର । ସେପ୍ଟେମ୍ବର ୨୮ରେ ଗୃହ ମନ୍ତ୍ରଣାଳୟର ସତନ୍ତ୍ର ଟିମ୍ ପାଟପୁର ଏବଂ ଧରାକୋଟ ଥାନା ପରିଦର୍ଶନ କରି ଜନସାଧାରଣଙ୍କ ମତାମତ ନେଇ ରିପୋର୍ଟ ସଂଗ୍ରହ କରି ଫେରିଥିଲା। ଥାନା…
ବାଲେଶ୍ଵର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ ମନ୍ଦାରୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଖତଗଦାରୁ ମିଳିଛି ୨୧ ଲକ୍ଷ ଟଙ୍କା। ଏହି ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ ପୁଲିସ। ଜ୍ବାଇଁ ହାଇଦ୍ରାବାଦର ଏକ କମ୍ପାନୀ ଆଗ୍ରୋ ଇଣ୍ଡଷ୍ଟ୍ରିଜରେ କାମ କରୁଥିବାବେଳେ ସେଠାରୁ ଏହି ଟଙ୍କା ଚୋରି ହୋଇଥିଲା। ଅଭିଯୁକ୍ତ ଯୁବକ ଚୋରି ଟଙ୍କାକୁ ନିଜ ଶଳା ହାତରେ ପଠାଇଥିଲେ, ଯାହାକୁ ସେ ନିଜ ଘରେ ଲୁଚାଇ ରଖିଥିଲେ। ଘଟଣା ପରଠୁ ଭିଣୋଇ ଫେରାର୍ ଅଛନ୍ତି । ଟଙ୍କା ଜବତ ପରେ ଶାଶୁ ଏବଂ ଶାଳକଙ୍କୁ ଅଟକ ରଖିଛି ପୋଲିସ । ତେବେ କିଛି ଗୁରୁତ୍ୱପୂର୍ଣ କାଗଜ ମଧ୍ୟ ମିଳିଥିଲା |
ଅବକାରୀ ବିଭାଗର ବଡ ପଦକ୍ଷେପ । ୮ ଜଣ ଅବକାରୀ କର୍ମଚାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବହିଷ୍କୃତ ୩ ଏଏସ୍ଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦୀପ୍ତ ଦାସ ଓ ନିରଞ୍ଜନ ଖଟୁଆ ରହିଥିବା ବେଳେ ୫ କନଷ୍ଟେବଳଙ୍କ ମଧ୍ୟରେ ଦୀପକ ପାଣିଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍ ଭେଙ୍କେଟସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ।ଅବକାରୀ ବିଭାଗର ୨୧ କର୍ମଚାରୀଙ୍କ ବିରୁଦ୍ଧରେ ବିଭନ୍ନ ଅଭିଯୋଗରେ ମାମଲାର ତଦନ୍ତ ଚାଲିଥିଲା । ଅନ୍ୟ ୨୦ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ଖବର ମିଳିଛି । ଏମାନଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ଇନକ୍ବାରୀ ସମୟରେ ଅନେକ ଭୁଲ୍ ବାହାରିଥିବା ଜଣାପଡିଛି ।
ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ କାର୍ଯ୍ୟକ୍ରମ ଚାଲି ପାରିବ। ସୂଚନାମୁତାବକ ଗତ ଶନିବାର (ନଭେମ୍ବର ୧୬) ଦିନ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସ । ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପର୍ଫମାନ୍ସ ଚାଲିଥିବା ବେଳେ ଏହାକୁ ଅଧାରୁ ବନ୍ଦ କରାଇ ଦିଆଯାଇଥିଲା । ଏହାକୁ ନେଇ ବାଲିଯାତ୍ରାରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ା ଯାଇଛି ।









