Author: sanitelevision

ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ ପୂଜା ପ୍ରସଙ୍ଗ । ୨ଦିନ ପରେ ସ୍ପଷ୍ଟୀକରଣ ରଖିଛନ୍ତି ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । ସେ କହିଛନ୍ତି ମୋ ପୁଅ ଠାକୁର ନୁହେଁ । ମୋ ପୁଅ ଠାକୁର ବୋଲି କହିନି କି ପ୍ରଚାର କରିନି । କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ବଦନାମ କରୁଛନ୍ତି । ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ସେଥିରେ ମୁଁ, ମୋ ସ୍ତ୍ରୀ ଓ ସମ୍ପର୍କୀୟ କେହି ନଥିଲୁ। ସେହିଠାରେ ପୁଅର ପାଦ ତଳେ ତୁଳସୀ ରହିଥିଲା ଓ ସେ ଏକ ଖଟରେ ବସିଥିବା ଦେଖିବାକୁ ପାଇଥିଲୁ। କିଛି କୁଚକ୍ରୀ ଗୋଷ୍ଠୀ ଏପରି ଚକ୍ରାନ୍ତ କରିଛନ୍ତି। ସେମାନେ ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।ସୂଚନାରୁ ପ୍ରକାଶ, ପଣ୍ଡିତ କାଶୀନାଥ…

Read More

ସମଗ୍ର ଦେଶର ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ତାଲିକାରେ ଗଞ୍ଜାମ ଜିଲା ପାଟପୁର ଥାନା ସ୍ଥାନ ପାଇଛି। ଆସନ୍ତା ୨୯ରୁ ଡିସେମ୍ବର ୧ ଯାଏ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯିବ। ଏହା ଗଞ୍ଜାମ ଜିଲ୍ଲା ପୋଲିସ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ ବୋଲି କହିଛନ୍ତି ଗଞ୍ଜାମ ଏସ୍‌ପି । ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ବଳରେ ପାଟକୁରା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କାର ପାଇବାକୁ ହକ୍‌ଦାର । ଏହା ଦ୍ବାରା ଜିଲ୍ଲାର ଅନ୍ୟ ଥାନା ସବୁ ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର । ସେପ୍ଟେମ୍ବର ୨୮ରେ ଗୃହ ମନ୍ତ୍ରଣାଳୟର ସତନ୍ତ୍ର ଟିମ୍‌ ପାଟପୁର ଏବଂ ଧରାକୋଟ ଥାନା ପରିଦର୍ଶନ କରି ଜନସାଧାରଣଙ୍କ ମତାମତ ନେଇ ରିପୋର୍ଟ ସଂଗ୍ରହ କରି ଫେରିଥିଲା। ଥାନା…

Read More

ବାଲେଶ୍ଵର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ ମନ୍ଦାରୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଖତଗଦାରୁ ମିଳିଛି ୨୧ ଲକ୍ଷ ଟଙ୍କା। ଏହି ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ ପୁଲିସ। ଜ୍ବାଇଁ ହାଇଦ୍ରାବାଦର ଏକ କମ୍ପାନୀ ଆଗ୍ରୋ ଇଣ୍ଡଷ୍ଟ୍ରିଜରେ କାମ କରୁଥିବାବେ​‌ଳେ ସେଠାରୁ ଏହି ଟଙ୍କା ଚୋରି ହୋଇଥିଲା। ଅଭିଯୁକ୍ତ ଯୁବକ ଚୋରି ଟଙ୍କାକୁ ନିଜ ଶଳା ହାତରେ ପଠାଇଥିଲେ, ଯାହାକୁ ସେ ନିଜ ଘରେ ଲୁଚାଇ ରଖିଥିଲେ। ଘଟଣା ପରଠୁ ଭିଣୋଇ ଫେରାର୍ ଅଛନ୍ତି । ଟଙ୍କା ଜବତ ପରେ ଶାଶୁ ଏବଂ ଶାଳକଙ୍କୁ ଅଟକ ରଖିଛି ପୋଲିସ । ତେବେ କିଛି ଗୁରୁତ୍ୱପୂର୍ଣ କାଗଜ ମଧ୍ୟ ମିଳିଥିଲା |

Read More

ଅବକାରୀ ବିଭାଗର ବଡ ପଦକ୍ଷେପ । ୮ ଜଣ ଅବକାରୀ କର୍ମଚାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବହିଷ୍କୃତ ୩ ଏଏସ୍‌ଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦୀପ୍ତ ଦାସ ଓ ନିରଞ୍ଜନ ଖଟୁଆ ରହିଥିବା ବେଳେ ୫ କନଷ୍ଟେବଳଙ୍କ ମଧ୍ୟରେ ଦୀପକ ପାଣିଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍‌ ଭେଙ୍କେଟସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ।ଅବକାରୀ ବିଭାଗର ୨୧ କର୍ମଚାରୀଙ୍କ ବିରୁଦ୍ଧରେ ବିଭନ୍ନ ଅଭିଯୋଗରେ ମାମଲାର ତଦନ୍ତ ଚାଲିଥିଲା । ଅନ୍ୟ ୨୦ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ଖବର ମିଳିଛି । ଏମାନଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ଇନକ୍ବାରୀ ସମୟରେ ଅନେକ ଭୁଲ୍ ବାହାରିଥିବା ଜଣାପଡିଛି ।

Read More

ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ କାର୍ଯ୍ୟକ୍ରମ ଚାଲି ପାରିବ। ସୂଚନାମୁତାବକ ଗତ ଶନିବାର (ନଭେମ୍ବର ୧୬) ଦିନ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସ । ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପର୍ଫମାନ୍ସ ଚାଲିଥିବା ବେଳେ ଏହାକୁ ଅଧାରୁ ବନ୍ଦ କରାଇ ଦିଆଯାଇଥିଲା । ଏହାକୁ ନେଇ ବାଲିଯାତ୍ରାରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ା ଯାଇଛି ।

Read More

ଦିନକୁ ଦିନକୁ ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ୍ ।ସକାଳୁ ନିଖୋଜ ଥିଲେ ୭ ବର୍ଷୀୟା ନାବାଳିକା । ପରିବାର ଲୋକେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ୧ ଘଣ୍ଟା ଭିତରେ ବୈଶିଷ୍ଟ୍ୟ ନଗରରୁ ଉଦ୍ଧାର କରାଯାଇଛି । ତାଙ୍କ ଶରୀରରେ କ୍ଷତ ଅବସ୍ଥାରେ ରହିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପାଇବା ପରେ ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହିତ ତାଙ୍କ ବୟାନ ରେକର୍ଡ କରି ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ।

Read More

ଶ୍ରୀମନ୍ଦିରକୁ ନେଇ ଆଇନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ରଖାଯାଇଥିବା ବେଳେ ତାହା ମନ୍ଦିରର କୌଣସି କାମରେ ଲାଗୁନାହିଁ । ତେଣୁ ଜବରଦଖଲ ହୋଇଥିବା ଜମିକୁ କିଭଳି ଉଦ୍ଧାର କରାଯିବ ତା ଉପରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ । ଏହାସହ ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତଙ୍କ ପାଇଁ ସରକାର ୟୁନିଫର୍ମ ପଲିସୀ ଆଣିବାକୁ ଯାଉଥିବା କଥା ସେ ସୂଚନା ଦେଇଛନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ପର୍ଯ୍ୟାୟକ୍ରମେ ୟୁନିଫର୍ମ ପଲିସୀ ଲାଗୁ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ ୧୦ ହଜାର କୋଟି ଟଙ୍କା କପର୍ସ ଫଣ୍ଡ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ।

Read More

ଏଥର ରେଳଟ୍ରାକରେ ହେଉ ଅବା ଟ୍ରେନ ଭିତରେ ରିଲ୍ସ କରିବା ପଡିବ ମହଙ୍ଗା । ଏଥିପାଇଁ ରେଲୱେ ପକ୍ଷରୁ ନୋଟିସ ଜାରି କରାଯାଇଛି । ରେଳ ସୁରକ୍ଷା ପାଇଁ ବିପଦ ଆଣୁଥିବା ଲୋକଙ୍କ ଉପରେ ଏଥର କେସ୍ କରାଯିବ ।ଭାଇରାଲ ହେବା ମୋହରେ କେତେବେଳେ ଟ୍ରାକ୍ ଉପରେ ଯୁବ ପିଢ଼ି ଶୋଇ ପଡ଼ି ରିଲ୍ କରୁଛନ୍ତି ତ କେତେବେଳେ ଚଳନ୍ତା ଟ୍ରେନ୍ ଆଗରେ ଶୁଟ୍ କରୁଛନ୍ତି ଭିଡିଓ । ଫଳରେ ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏଥିସହ ବହୁ ରେଳ ଯାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହେଉଥିବା ବେଳେ ରେଳ ବିଭାଗର ବି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି।ଏଥିନେଇ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ସରକାର।ଏପରି କଲେ ରୁଜୁ ହେବ ମାମଲା ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ରେଲୱେ ପକ୍ଷରୁ ସବୁ ଜୋନ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଭୁଲ ଭଟକା ସାମ୍ନାକୁ ଅଣାଯାଉଛି। ଏହା ପରେ ବି ସରକାର ପଦକ୍ଷେପ ନ ନେବାରୁ ଏଭଳି ପଦକ୍ଷେପ ନେଇଛି ବ୍ୟବସାୟୀ ସଂଘ। ଆସନ୍ତା ୨୧ ଓ ୨୨ ତାରିଖ ପରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଅଭିଯାନ ଆରମ୍ଭ କରିବ ରାଜ୍ୟ ବ୍ୟବସାୟୀ ସଂଘ।ଦରଦାମ ବୃଦ୍ଧିର ପ୍ରକୃତ କାରଣ ଓ କିଏ ଦାୟୀ ଏହାକୁ ଏକ୍ସପୋଜ କରାଯିବ। ଶ୍ୱେତପତ୍ରରେ ମଧ୍ୟ ଏସବୁ ପ୍ରସଙ୍ଗ ସ୍ଥାନ ପାଇଛି। ଲୋକଙ୍କ ପାଖକୁ ଏସବୁ ପ୍ରସଙ୍ଗ ନିଆଯିବ ବୋଲି କହିଛି ସଂଘ।ଅନ୍ୟପଟେ ସରକାରଙ୍କୁ ବ୍ୟବସାୟୀ ସଂଘ ଚରମ ବାଣୀ ଶୁଣାଇଛି। କର୍ପୋରେଟ ହାଉସକୁ ଆଇନ ପରିସରକୁ ସରକାର ଆଣନ୍ତୁ। ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ତା ପରେ ବ୍ୟବସାୟୀ ମାନେ ଆମରଣ ଅନଶନ କରିବେ। ବ୍ୟବସାୟୀ…

Read More

ଲାଲ ସଂଗଠନକୁ ବଡ଼ ଝଟକା । ଛତିଶଗଡ଼ର ନାରାୟଣପୁର-କାଙ୍କେର ଜିଲ୍ଲା ସୀମାନ୍ତ ଅବୁଝମଡ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ନିହତ । ସେହିପରି ୨ ଯବାନ ଗୁରୁତର ଆହତ ହୋଇଛନ୍ତି ।ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି। ଛତିଶଗଡ଼ର କଂକେର ଏବଂ ନାରାୟଣପୁର ଜିଲ୍ଲାରେ ଏହି ଏନକାଉଣ୍ଟର ଚାଲିଥିବା ଜଣାପଡିଛି। ଛତିଶଗଡ଼ର ମାଡ ଅଞ୍ଚଳରେ ବହୁ ସଂଖ୍ୟାରେ ନକ୍ସଲ ତଥା ସେମାନଙ୍କ ବରିଷ୍ଠ ନେତାଙ୍କ ସମାବେଶ ହେବାର ଖବର ମିଳିଥିଲା। ଯାହା ପରେ ନକ୍ସଲ ଅପରେସନ୍ ଆରମ୍ଭ କରାଯାଇଥିଲା।ଅପରେସନରେ DRG, STF ଏବଂ BSF ଯବାନ ସାମଲ ଅଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

Read More