ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ ଜମିରେ ଆଶ୍ରମ ନିର୍ମାଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା।ଏମିତିରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ।୨ଟି ଦିଗ ନେଇ ତଦନ୍ତ ଆରମ୍ଭ କରୁଛି ଭରତପୁର ଥାନା ପୋଲିସ । ଗୋଟିଏ ଧର୍ମୀୟ ଭାବନାକୁ କୁଠାରଘାତ ଓ ଠକେଇ ଘଟଣାର ତଦନ୍ତ । କେବେଠାରୁ ଆଶ୍ରମ ଚାଲିଛି ଓ କେଉଁମାନେ ଆସନ୍ତି ତାହାର ଯାଞ୍ଚ ଚାଲିଛି। ଘଟଣା ସତ କି’ ମିଛ ତାହା ଯାଞ୍ଚ କରିବା ସହ ୨ଟି ପ୍ରସଙ୍ଗରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ କୁହାଯାଇଛି। ଖାଲି ସେତିକି ନୁହେଁ ଚାଇଲଡ ଲାଇନ ୱେଲଫେୟାର ଜରିଆରେ ତଦନ୍ତ ହେବ।
ହେଲେ ଏହାରି ମଧ୍ୟରେ କାର୍ ଡିକିରେ ବସି ଖସିଗଲେ କୁନି ବାବା। ପୋଲିସ ଗିରଫ ଭୟରେ ଖଣ୍ଡଗିରି ବରବାରିରେ ଥିବା ଆଶ୍ରମରୁ କୁନିବାବା ଓ ତାଙ୍କ ପରିବାର ଚମ୍ପଟ ମାରିଛନ୍ତି । ଯାହାପରେ ଏବେ ପ୍ରଶ୍ନ ଉଠିଛି କୁନି ବାବା ଆଶ୍ରମରୁ ଖସିଯିବାରେ ପୋଲିସର ହାତ ନାହିଁ ତ ?





