ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ ପୂଜା ପ୍ରସଙ୍ଗ । ୨ଦିନ ପରେ ସ୍ପଷ୍ଟୀକରଣ ରଖିଛନ୍ତି ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । ସେ କହିଛନ୍ତି ମୋ ପୁଅ ଠାକୁର ନୁହେଁ । ମୋ ପୁଅ ଠାକୁର ବୋଲି କହିନି କି ପ୍ରଚାର କରିନି । କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ବଦନାମ କରୁଛନ୍ତି । ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା।
ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ସେଥିରେ ମୁଁ, ମୋ ସ୍ତ୍ରୀ ଓ ସମ୍ପର୍କୀୟ କେହି ନଥିଲୁ। ସେହିଠାରେ ପୁଅର ପାଦ ତଳେ ତୁଳସୀ ରହିଥିଲା ଓ ସେ ଏକ ଖଟରେ ବସିଥିବା ଦେଖିବାକୁ ପାଇଥିଲୁ। କିଛି କୁଚକ୍ରୀ ଗୋଷ୍ଠୀ ଏପରି ଚକ୍ରାନ୍ତ କରିଛନ୍ତି। ସେମାନେ ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।ସୂଚନାରୁ ପ୍ରକାଶ, ପଣ୍ଡିତ କାଶୀନାଥ ମିଶ୍ର ହେଉଛନ୍ତି ଜଣେ ଜଣାଶୁଣା ପ୍ରବଚକ। ଏମ୍ବିଏ ପଢ଼ୁଥିବା ତାଙ୍କ ପୁଅଙ୍କ ପାଦ ତଳେ ତୁଳସୀ ଥିବା ଫଟୋ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ କିଛି ସମାଜିକ କର୍ମୀ ପଣ୍ଡିତ କାଶୀନାଥ ମିଶ୍ରଙ୍କ ବିରୋଧରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ତତ୍ପର ହୋଇଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।





