ନୂଆବର୍ଷରେ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ ନାଁ ବଦଳାଇଛନ୍ତି। ତେବେ ବାସ୍ତବ ଜୀବନରେ ସେ ନିଜ ନାମ ପରିବର୍ତ୍ତନ କରିନାହାନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟର ପ୍ରୋଫାଇଲ ନାମକୁ ମସ୍କ ବଦଳାଇ ‘କେକିଅସ ମାକ୍ସିମସ’ ରଖିଛନ୍ତି।ଏପରିକି ସେ ନିଜର ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳାଇ ‘ପେପ୍ ଦ ଫ୍ରଗ୍’ ନାମକ ଏକ ଚରିତ୍ରର ଫଟୋ ରଖିଛନ୍ତି। ଯାହାକି ଏକ ମିମ୍ ଅଟେ।୨୦୨୨ ଠାରୁ ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଅକ୍ତିଆର କରିଛନ୍ତି। ଏଥିରେ ତାଙ୍କର ୨୧୦ ନିୟୁତ ଫଲୋଅର୍ସ ଅଛନ୍ତି। ନାମ ଏବଂ ପ୍ରୋଫାଇଲ୍ ଫଟୋ ବଦଳାଇବା ପରେ ତାଙ୍କର ସମର୍ଥକ ଏବଂ ସମାଲୋଚକମାନେ ଭିନ୍ନଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି। ତେବେ ସେ କାହିଁକି ଏପରି କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।କେକିଅସ ମାକ୍ସମସ ହେଉଛି କ୍ରିପ୍ଟୋକରେନ୍ସି ବଜାରରେ ଏକ ନୂଆ ସଦସ୍ୟ। ଯାହା ବର୍ତ୍ତମାନ ସମୟରେ ନିବେଶକମାନଙ୍କୁ ବେଶ୍ ଆକୃଷ୍ଟ କରିବାରେ…
Author: sanitelevision
ବର୍ଷ ୨୦୨୪ କୁ ବିଦାୟ ଦେଇ ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି l ଇଂରାଜୀ ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ ସୁଖ ସମୃଦ୍ଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାଥନା କରିଛନ୍ତି lଆଜି ବି ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଭକ୍ତ ବ୍ୟଗ୍ର, ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକିଛି ଦିନ ହେଲା ପୁରୀରେ ଲାଗିଛି ପ୍ରବଳ ଭିଡ଼। ଆଜି ବି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି ରହିଛି।ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ…
ଓଡ଼ିଶାରେ ୨୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଟି ସେକ୍ଟରରେ ୪ ହଜାର ୨୨୨ କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ ମିଳିଛି। ରାଜ୍ୟର ୧୧ଟି ଜିଲାରେ ଏସବୁ ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ଏହି ପ୍ରକଳ୍ପ ସବୁ କାର୍ଯ୍ୟକାରୀ ହେଲେ ୧୪ ହଜାର ୪୯୭ ନିଯୁକ୍ତି ସୃଷ୍ଟି ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ବରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ବିଭାଗରେ ଖାଲି ଥିବା ପଦବୀ ଗୁଡିକ ଶୀଘ୍ର ପୂରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଗାମୀ ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଢ ଲକ୍ଷ ସରକାରୀ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ…
ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା।
ଟ୍ୱିନ୍ ସିଟିରେ ଘଟୁଥିବା ଅପରାଧକୁ ନେଇ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ରିପୋର୍ଟ । ଭୁବନେଶ୍ୱର ୟୁପିଡ଼ିରେ ୨୦୨୩ ମସିହାରେ ୧୧ ହଜାର ୯୭୫ ଟି କେସ ରୁଜୁ ହୋଇଥିବା ବେଳେ ୨୦୨୪ ରେ ୧୪ ହଜାର ୪୧୬ ଟି କେସ ରୁଜୁ ହୋଇଛି । ୨୦୨୩ ରେ ୫୨ ଟି ମର୍ଡର କେସ ହୋଇଥିବା ବେଳେ ୨୦୨୪ ରେ ଏହା ବଢି ୬୬ ରେ ପହଞ୍ଚିଛି । ଡକାୟତି, ଲୁଟ, ଚୋରି ଭୁବନେଶ୍ୱର ରେ ଏବର୍ଷ କମିଛି । ୨୦୨୪ରେ ରାଜଧାନୀରେ ବଢିଛି ସାଇବର ଅପରାଧ । ଗୋଟିଏ ବର୍ଷରେ ୮୨କୋଟି ୫୩ ଲକ୍ଷ ୫୬ ହଜାର ଠକେଇ । ଭୁବନେଶ୍ୱର ସାଇବର ଥାନାରେ ୭୨୬୩ଟି ଅଭିଯୋଗ ହୋଇଛି । ଯେଉଁଥିରେ ୨୩କୋଟି ୬୦ଲକ୍ଷ ୧୪ ହଜାର ଟଙ୍କା ଫ୍ରିଜ କରିଛି ପୋଲିସ । ୨କୋଟି ୫୦ ଲକ୍ଷ ଟଙ୍କା ସାଇବର ଠକଙ୍କ ଠାରୁ ଫେରସ୍ତ କରିଛି ପୋଲିସ ।…
ନୂଆ ବର୍ଷରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ବର୍ଷର ପ୍ରଥମ କ୍ୟାବିନେଟରେ ମିଳିଲା ଖୁସି ଖବର । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହା ସହିତ ଚାଷୀଙ୍କୁ ଡିଏପିସ୍ ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ନାହିଁ ଏବଂ ସେମାନେ ସାର ଉପରେ ଅଧିକ ସବସିଡି ପାଇପାରିବେ। ଡିଏପି ଉତ୍ପାଦନ କରୁଥିବା କମ୍ପାନୀଗୁଡିକୁ ଦିଆଯାଇଥିବା ସବସିଡି ବ୍ୟତୀତ ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ। ଏଥିସହ ଡିଏପି ସାର ଉପରେ ଅତିରିକ୍ତ ୩ହଜାର ୮୫୦କୋଟି ଟଙ୍କାର ସବସିଡ଼ିକୁ ମଂଜୁରୀ । ୫୦କେଜି ଡିଏପି ସାର ବ୍ୟାଗର ମୂଲ୍ୟ ୧୩୫୦ ଟଙ୍କା ରହିବ । ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ କରି ସେମାନଙ୍କୁ କ୍ଷତିପୂରଣ ଓ ବିଭିନ୍ନ ଯୋଜନାରେ ସହାୟତା ଯୋଜନା…
ରାଜଧାନୀ ଲକ୍ଷ୍ନୌର ନାକାସ୍ଥିତ ହୋଟେଲ ଶରଣଜିତରେ ଗୋଟିଏ ପରିବାରର ପାଞ୍ଚଜଣ ମହିଳାଙ୍କ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି।ଜଣେ ଯୁବକ ନିଜର ୪ ଭଉଣୀ ଏବଂ ମା’ର ଜୀବନ ନେଇଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବକକୁ ଗିରଫ କରିଛି ପୋଲିସ । ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ବ୍ଲେଡରେ କାଟି ହତ୍ୟା କରିଛନ୍ତି। ପାରିବାରିକ କଳହ ହେତୁ ଅର୍ଶଦ ତାଙ୍କ ମା ଏବଂ ଭଉଣୀମାନଙ୍କୁ ହତ୍ୟା କରିଛନ୍ତି। ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଅର୍ଶଦ ନିଜ ଅପରାଧ ସ୍ବୀକାର ମଧ୍ୟ କରିଛନ୍ତି | ତେବେ ହୋଟେଲ ରୁମରେ ଅର୍ଶଦଙ୍କ ଛଡା ତାଙ୍କ ବାପା ମଧ୍ୟ ଥିଲେ । ବାପା ଏବେ ଫେରାର ରହିଛନ୍ତି । ପୋଲିସ ଅର୍ଶଦଙ୍କ ବାପା ଉପରେ ମଧ୍ୟ ସନ୍ଦେହ…
ଦୁଇ ଦିନ ତଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଜି ଇଂରାଜୀ ନୂଆ ବର୍ଷରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୩ ବ୍ୟାଚ୍ର ୩ ଜଣ ଆଇପିଏସ୍ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ୍ ବିନୟତୋଷ ମିଶ୍ର, ଆଇପିଏସ୍ ଆର.ପି. କୋଚେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ ନାଥଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।
ପତ୍ନୀଙ୍କ ନିର୍ଯାତନା ସହିତ ନପାରି ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଦିଲ୍ଲୀର ମଡେଲ ଟାଉନ୍ର କଲ୍ୟାଣ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।ମୃତ୍ୟୁ ପୂର୍ବରୁ ୫୪ ମିନିଟର ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି ପୀଡିତ ପୁରୁଷ । ପୁନିତ୍ ଖୁରାନା ନାମକ ଉକ୍ତ ବ୍ୟକ୍ତି ପତ୍ନୀ ମାଣିକ ଜଗଦୀଶ ପହୱାଙ୍କୁ ନେଇ ସବୁବେଳେ ଟେନସନରେ ରହୁଥିବା କଥା ପରିବାର ପୁଲିସକୁ କହିଛନ୍ତି । ପୂର୍ବରୁ ଛାଡ଼ପତ୍ର ଫାଇଲ୍ ହୋଇଥିଲେ ହେଁ ପତ୍ନୀଙ୍କ ଅତ୍ୟାଚାରକୁ ସହି ପାରୁନଥିଲେ ପୁନିତ୍ । ଏହାଛଡ଼ା ୨ ପରିବାର ଭିତରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା । ପୁନିତ୍ ଙ୍କ କିଛି ମେଡିକାଲ୍ ରିପୋର୍ଟ ମଧ୍ୟ ପୁଲିସ୍ ହାତରେ ଲାଗିଛି । ପୁନୀତଙ୍କ ଭଉଣୀ ଲୀନା କହିଛନ୍ତି, ମୋ ଭାଇଙ୍କୁ ମାଣିକ ବହୁତ ନିର୍ଯାତନା ଦେଇଛନ୍ତି।…
ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି ।୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ୩ରୁ ୧ ନମ୍ବର ହେବ ଓଡ଼ିଶା । ଏହା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳର ଭରି ରହିଥିବା ପ୍ରାଚ୍ୟୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ । ୭ ହଜାରରୁ ୮ ହାଜର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।









