Author: sanitelevision

ଆଜିଠୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପରିବେଷଣ ହେବ କୃଷ୍ଣଲୀଳାର ବିଭିନ୍ନ ଦୃଶ୍ୟ । ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରିଛି ବରଗଡ଼ ଧନୁଯାତ୍ରା । ଆଜି ଉଦଘାଟନୀ ଉତ୍ସବ । ଆଜିଠାରୁ ବରଗଡ଼ ସହର ପାଲଟିବ ଦ୍ବାପର ଯୁଗର ମଥୁରା ନଗରୀ । ବରଗଡ଼ରେ ଚାଲିବ କଂସ ରାଜୁତି। ପରମ୍ପରା ଅନୁସାରେ ମହାରାଜ କଂସଙ୍କ ନିର୍ଦ୍ଦେଶ ପାଳିବ ପୋଲିସ ପ୍ରଶାସନ। ସେହିପରି ଅମ୍ବାପାଲି ପାଲଟିବ ଗୋପପୁର ଓ ଜୀରା ନଦୀ ସାଜିବ ଯମୁନା । ସହରର ଲୋକ ମଣ୍ତପ ପଡ଼ିଆରେ ହୋଇଛି ମହାରାଜ କଂସଙ୍କ ରଙ୍ଗମହଲ । ସହର ସାରା ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ଧନୁଯାତ୍ରା ପାଇଁ । ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ପହଂଚିବ । ସେଠାରେ ଯାତ୍ରାର ସଫଳତା ନେଇ ପୁଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ…

Read More

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ‘J&K and Ladakh Through the Ages’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ କାଶ୍ମୀରର ନାଁ କଶ୍ୟପଙ୍କ ନାଁରେ ହୋଇପାରେ । ସେ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କ ଉଲ୍ଲେଖ, ସିଲ୍କ ରୁଟ୍, ହେମିଷ ମଠରୁ ପ୍ରମାଣିତ ହେଉଛି ଯେ କାଶ୍ମୀରରୁ ହିଁ ଭାରତର ସଂସ୍କୃତିର ମୂଳଦୂଆ ପଡ଼ିଥିଲା । ସୁଫୀ, ବୌଦ୍ଧ ଏବଂ ଶୈଳ ମଠ କାଶ୍ମୀରକୁ ଭଲ ଭାବେ ବିକଶିତ କରିଛନ୍ତି ।ଶାହା କହିଛନ୍ତି, ପୁସ୍ତକ ମାଧ୍ୟମରେ କଶ୍ମୀରର ଇତିହାସକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଛି। ଗୋଟିଏ ସ୍ଥାନରେ କଶ୍ମୀରର ଇତିହାସକୁ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସକୁ କୁହାଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ, ସେଥିଲାଗି କଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତ ଏକ।ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀର ଭାରତର ଅଭିନ୍ନ ଅଂଶ ଅଛି…

Read More

ଓଡ଼ିଶା।। ସରିଲାଣି ସବୁ ପ୍ରସ୍ତୁତି। ଫେବ୍ରୁଆରୀରେ ରାଜ୍ୟରେ ଲାଗୁ ହୋଇଯିବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ପାଇବେ ସାଢେ ୩ କୋଟି ଲୋକ। ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ। ଏବଂ ଦେଶରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ ସ୍ବାସ୍ଥ୍ୟ କାର୍ଡ କାମ କରି। ଆୟୁଷ୍ମାନ ଲାଗୁ ହେବା ପରେ ୭୦ ବର୍ଷରୁ ଅଧିକ ବୟସ୍କ ଏହି ଯୋଜନାର ଲାଭ ପାଇ ପାରିବେ। ତେବେ ଏହି ଯୋଜନା ସମ୍ପର୍କରେ ସାଧାରଣରେ ଖୁବ ଚର୍ଚ୍ଚା ବି ହେଉଛି। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ କଣ କହୁଛନ୍ତି ସାଧାରଣ ହିତାଧିକାରୀ।ତେବେ ରାଜ୍ୟ ବାହାରେ ଥିବା ଅନେକ ପ୍ରବାସୀ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଏହି ଯୋଜନାରେ ସମାନତା ଆଣିବାର ଆବଶ୍ୟକତା ଅଛିବୋଲି ଅନେକ ଲୋକଙ୍କ ମତ…

Read More

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ପାଇଁ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଛନ୍ତି ନବୀନ। ଗତ ଡିସେମ୍ୱର ୩୦ ଓ ୩୧ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିଥିଲେ ନବୀନ। ଅଦିନିଆ ବର୍ଷାରେ ବର୍ଷକର ଅର୍ଜିତ ଫସଲ ନଷ୍ଟର ଦୁଃଖ ବଖାଣିଥିଲେ ଚାଷୀ। ତେଣୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି ନବୀନ। ସେପଟେ ଫସଲହାନି ଯୋଗୁଁ ଜଣଙ୍କ ପରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି। ଉଜୁଡା କ୍ଷେତ ଦେଖି ହତାଶାରେ ଟଳିପଡୁଛନ୍ତି ଚାଷୀ। ମୁଖିଆଙ୍କ ମୃତ୍ୟୁ ପରେ ଛାରଖାର ହୋଇଯାଉଛି ପରିବାର। ହେଲେ ସଠିକ ସମୟରେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚୁନି ବୋଲି ଅଭିଯୋଗ କରିଛନ୍ତି ନବୀନ। ଜଗତସିଂହପୁର ଗସ୍ତ ବେଳେ ଏଭଳି ଏକ ଘଟଣା ନଜରକୁ…

Read More

ଦିନକୁ ଦିନ ରାଜଧାନୀର ରାସ୍ତାଘାଟ, ବଜାର ଓ ଗଳି କନ୍ଦିରେ ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ଏହା ସହିତ ଆଗାମୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡିଶାକୁ ଆଗରେ ରଖି ଭୁବନେଶ୍ୱରରୁ ବୁଲା ଗାଈ ଗୋରୁ ଏବଂ ଷଣ୍ଢଙ୍କୁ ହଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେମାନଙ୍କ ପାଇଁ ଅଧିକରୁ ଅଧିକ ଗୋ ଶାଳା ବ୍ୟବସ୍ତା କରାଯାଉଛି । ବନ୍ଦ ହୋଇଥିବା କାଞ୍ଜିଆ ଏବଂ ଗୋ ଶାଳାକୁ ପୁଣି କାର୍ଯ୍ୟକ୍ଷମ କରାଯିବ । ଏହାବାଦ ରାଜ୍ୟବ୍ୟାପି ବିଭିନ୍ନ ସ୍ଥାନରେ ଗୋ ଶାଳା କରିବା ପାଇଁ ଇଛୁକ ବ୍ୟକ୍ତିଙ୍କୁ, ସରକାର ତରଫରୁ ୫୨ ଲକ୍ଷ ଟଙ୍କା ଏବଂ ଭିତିଭୂମି ବାବଦରେ ଦିଆଯିବ । ଏହାସହ ଜମି ଦେବା ପାଇଁ ମଧ୍ୟ ବ୍ୟବସ୍ତା କରୁଛନ୍ତି ସରକାର । ବୁଲା ଗାଇଗୋରୁଙ୍କ ଭରଣ ପୋଷଣ ପାଇଁ ୨୦ ଲକ୍ଷ…

Read More

ରାଜ୍ୟକୁ ଆସିବେ ଆହୁରି ୩ ମହାବଳ ବାଘ । ଯମୁନା ଏବଂ ଜିନ୍ନତଙ୍କ ପରେ ଏବେ ଆଉ ୩ଟି ବାଘ ଓଡିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ।ଏହି ୩ ବାଘ ଓଡ଼ିଶା ଆସିବା ପରେ ତାଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ମନ୍ତ୍ରୀ କହିଛନ୍ତି, ଜିନ୍ନତ ଏବେ ଶିମିଳିପାଳ ଏନ୍‌କ୍ଲୋଜରରେ ଅଛି । ଜିନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା କରୁଛି । ସ୍ବାଭାବିକ ଭାବେ ଖାଦ୍ୟ ଖାଉଛି। ଏମାନେ ଖାପ ଖୁଆଇଲା ପରେ ଆଉ ୩ ବାଘକୁ ଆଣିବା ପାଇଁ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ। ରାଜ୍ୟର ଜଙ୍ଗଲକୁ ବାଘ ମିଶନରେ ୫ ମହାବଳ ବାଘ ଆସିବା ନେଇ ଯୋଜନା ହୋଇଥିବା ବେଳେ ଏହା ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି ।

Read More

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଆଜି ରାଜ୍ୟପାଳ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଫେରିବେ। ଆସନ୍ତାକାଲି ରାଜଭବନରେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଶପଥ ନେବା କାର୍ଯ୍ୟକ୍ରମ ରହିଛି। ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ହରିବାବୁ କମ୍ଭମପତି। ହରିବାବୁ ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

Read More

ସ୍ୱପ୍ନର ଘର ତିଆରି କରୁଛନ୍ତି କି? ହୁସିଆର୍‌; ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍‌ ସିମେଣ୍ଟ। ରାଜଧାନୀରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନାମୀଦାମୀ କମ୍ପାନୀର ପ୍ୟାକେଟ ବ୍ୟବହାର କରି କରୁଥିଲେ କାରବାର । ଟାର୍ଗେଟରେ ଥିଲା ଗ୍ରାମାଞ୍ଚଳ । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ହେଉଥିଲା ଚାଲାଣ । ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବଡଗଡ଼ ଥାନା ପୋଲିସ । ସୂଚନାମୁତାବକ ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ଡୁପ୍ଲିକେଟ୍‌ ସିମେଣ୍ଟ କାରଖାନା ଚାଲିଥିଲା। ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ। ଆଉ ସେହି ସିମେଣ୍ଟକୁ ବିଭିନ୍ନ ବ୍ରାଣ୍ଡର ସିମେଣ୍ଟ ଅଖାରେ ପୂରାଇ ମାର୍କେଟକୁ ଛାଡ଼ୁଥିଲେ। ଯାହାକୁ ଚିହ୍ନିବା କଷ୍ଟକର। ବିଲ୍‌କୁଲ ଅସଲି ସିମେଣ୍ଟ ପରି ଦେଖାଉଥିଲା।ବସ୍ତା ପିଛା ୨୦୦ଟଙ୍କା କମରେ…

Read More

ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ । ଏହି କାର୍ଡର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ‘ଆଭା’ କାର୍ଡ ଆକାଉଣ୍ଟ ସମସ୍ତେ ରେଜିଷ୍ଟେସନ କରିପାରିବେ । QR କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ଉପଲବ୍ଧ ହେବ । ନ୍ୟାସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାୟୀ ଏହି କାର୍ଡ ପାଇପାରିବେ ରୋଗୀ। ଏଥିନିମନ୍ତେ ଅନଲାଇନରେ ଆବେଦନ କରିବାକୁ ହେବ । ଆୟୁଷ୍ମାନ ଭାରତ କାର୍ଡ ସହ ଏହି କାର୍ଡ ବି ବଣ୍ଟନ କରାଯିବ । ତେବେ ଏହି ଗୋଟିଏ କାର୍ଡରେ ସମସ୍ତ ରୋଗର ତଥ୍ୟ ମିଳିପାରିବ । ତେବେ…

Read More

ଡବଲ ଡେକର ଇଲେକ୍ଟ୍ରିକ୍‌ ବସ୍‌ ମହାରାଷ୍ଟ୍ରରୁ ଆସି ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ ସଂସ୍କୃତି ରହିଛି। ଏହାଦ୍ୱାରା ଟ୍ବିନ୍‌ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ କାରଣ ଡବଲ-ଡେକର୍‌ ଇଲେକ୍ଟ୍ରିକ ଏସି ବସ୍‌ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ନେଇଯିବ।ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୨ଟି ବସ୍ ଆସିଛି । ପର୍ଯ୍ୟାୟ କ୍ରମେ ବାକି ୩ଟି ବସ୍ ଆସିବ । ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ…

Read More