ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି। ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୩ ତାରିଖରେ ରାଜଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।ମିଜୋରାମର ପୂର୍ବତନ ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡ. କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ।ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଅନ୍ୟ କୌଣସି ରାଜ୍ୟରେ ମଧ୍ୟ ନିଯୁକ୍ତି ମିଳିନାହିଁ ।
Author: sanitelevision
ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କଓ୍ବୋଇସିକୁ ନେଇ ନୂଆବର୍ଷରେ ବଡ଼ ସୂଚନା ଦେଇଛନ୍ତି। ଜାନୁଆରୀ ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି । ବୟସାଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି । ଅନ୍ୟପଟେ ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ନିକଟରେ ଗୋଆରେ ଥିବା କିଛି ଲୋକଙ୍କ ଇ-କେୱାଇସି କରାଯାଇଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୮୫% ଇ-କଓ୍ବୋଇସି ସରିଲାଣି ଯେଉଁମାନଙ୍କର ବାକି ରହିଛି ସମସ୍ତଙ୍କର ସରିବ। ଏଯାବତ ୫୦ ଲକ୍ଷ ଲୋକ ଇ-କଓ୍ବୋଇସି କରି ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ଟେଷ୍ଟରେ ବିଫଳତା ଦେଖୁଛି। କ୍ୟାପ୍ଟେନ୍ସିରେ ତାଙ୍କର ଆଉ ସେହି ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ୍ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ବି ଫେଲ୍ । ଫଳରେ ତାଙ୍କର ଅବସର ନେଇ ସବୁଠି ଚର୍ଚ୍ଚା । ଏମିତିକି ପୂର୍ବତନ କ୍ରିକେଟର ବି ରିଟାୟରମେଣ୍ଟ ସପକ୍ଷରେ । ଏବେ ଅପେକ୍ଷା କେବଳ ଘୋଷଣାକୁ ।ବର୍ତ୍ତମାନ ମେଲବୋର୍ନରେ ପରାଜୟ ପରେ ରୋହିତ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ତାଙ୍କ ପୋଷ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଭାରତୀୟ ଅଧିନାୟକ ୨୦୨୪କୁ ଧନ୍ୟବାଦ ଦେଇଥିଲେ। ରୋହିତ…
୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁଷ୍ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ନୂଆ ବର୍ଷରୁ ଏକ ଖୁସି ଖବର ମିଳିଛି । ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ ପରସ୍ପରକୁ ଫେରାଇଛନ୍ତି । ୟୁଏଇ ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ ହସ୍ତାନ୍ତର ପାଇଁ ବୁଝାମଣା ହୋଇଥିଲା ଏବଂ ସର୍ତ୍ତ ମୁତାବକ ଉଭୟ ଦେଶ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବୁଝାମଣା ବ୍ୟବସ୍ଥା ଅନୁସାରେ ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରୁ ୧୫୦ ରୁଷୀୟ କର୍ମଚାରୀ ଫେରିଛନ୍ତି। ପ୍ରତିବଦଳରେ ରୁଷ୍ ୧୫୦ ୟୁକ୍ରେନ୍ ଯୁଦ୍ଧବନ୍ଦୀ ଓ ସୈନିକଙ୍କୁ ଫେରାଇଛି।
ନୂତନ ବର୍ଷ ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ମିଳୁ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ କହିଛନ୍ତି । ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା । ୨୦୨୫ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତା ଆଣ । ଏହି ଅବସରରେ, ଆସନ୍ତୁ ଭାରତ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ଅନ୍ତର୍ଭୂକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମର ପ୍ରତିବଦ୍ଧତାକୁ ନବୀକରଣ କରିବା ।
ନୂଆବର୍ଷରେ ଆମିଷ ବଜାରର ଚାହିଦା। ଆମିଷ କିଣିବାକୁ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ମାଂସ ଭଳି ମାଛର ବି ଚାହିଦା କିଛି କମ ନାହିଁ । ବିଭିନ୍ନ ପ୍ରକାର ମାଛ ଭିତରୁ ଗ୍ରାହକ ନିଜ ମନପସନ୍ଦର ମାଛ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ଗ୍ରାହକଙ୍କ ଆଗ୍ରହକୁ ଦେଖି ମାଛ, ଚିକେନ୍ ଏବଂ ମଟନ ଦୋକାନୀ ମଧ୍ୟ ଦୋକାନରେ ମାଲ୍ ଗଦା କରି ରଖିଛନ୍ତି । ଆଖି ପିଛୁଳାକେ ଦୋକାନରୁ ଖାଲିହେବାରେ ଲାଗିଛି, ଜିନିଷ । ରୋହି, ଭାକୁର, ମିରିକାଳୀ, ଖଇଙ୍ଗା ମାଛର ଚାହିଦା ଅଧିକ ରହିଛି । ଦର ଅଧିକ ରହିଛି ତଥାପି ଭିଡ ଦର୍ଶାଉଛି ବୁଧବାର ପାଇଁ ଆମିଷ ବଜାରର ଚାହିଦା ଅଧିକ ରହିଛି । ନୂଆ ବର୍ଷ ପାଇଁ ଭୁବନେଶ୍ୱର ୪ ନମ୍ବର ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ। ଖାସି ମାଂସ ସମେତ ନଦୀ ମାଛ ଓ ସମୁଦ୍ର ମାଛ କିଣିବା ପାଇଁ ବଢିଛି…
ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି। ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା ହୋଇଛି। ତେବେ ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି| ସୂଚନାଯୋଗ୍ୟ ଯେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ କେବଳ ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସର ମୂଲ୍ୟ ସ୍ଥିର କରନ୍ତି। ସେହିଭଳି ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ ପେ ଆରମ୍ଭ କରିଛି । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ…
ନୂଆବର୍ଷରୁ ନୂଆ ବିମାନ ସେବା ଆରମ୍ଭ। ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା। ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ। ସେହିପରି ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ । ଝାରସୁଗୁଡ଼ାରୁ ସିଧାସଳଖ ଭାବରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଉଡିବ । ଏହାଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ଯସ୍ତ ହେବ ବୋଲି କୁହାଯାଇଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଂରାଜି ନବ ବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ‘ ଇଂରାଜି ନୂତନ ବର୍ଷ ଅବସରରେ ଓଡ଼ିଶାର ପ୍ରିୟ ଭଉଣୀ ଭାଇମାନଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।’ ସେହିଭଳି ନବବର୍ଷର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ ।
ପୁଣି ଶିମିଳପାଳକୁ ଫେରିଲା ଜିନ୍ନତ । କୋଲକାତା ଆଲିପୁର ଚିଡ଼ିଆଖାନାର ପଶୁ ଚିକିତ୍ସାଳୟରୁ ଏକ ଭ୍ୟାନ ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି । ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତ ଓଡ଼ିଶା ଆସିଛି । ବାଘୁଣୀ ଜିନତ ରାତି ଗୋଟାଏ ୨୫ରେ ଆନ୍ତଃରାଜ୍ୟ ସୀମା ଜାମଶୋଳା ଦେଇ ଓଡିଶାକୁ ଆସିବା ପରେ ତାକୁ ଶିମିଳିପାଳ ନିଆଯାଇଛି । ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ୨ ଦିନ ତଳେ ବାଂକୁଡ଼ା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ୍ କରିବା ଲାଗି ବାଘୁଣୀକୁ କୋଲକାତାର ଆଲିପୂର ଚିଡ଼ିଆଖାନାକୁ ନିଆଯାଇଥିଲା । ଏହାପରେ ମଙ୍ଗଳବାର ରାତିରେ STRର ସ୍ଵତନ୍ତ୍ର ପିଞ୍ଜରାରେ ଜିନତକୁ ଶିମିଳିପାଳ ଅଣାଯାଇଛି। ବୁଧବାର ଭୋର ୪ଟା ସମୟରେ ଜିନତ୍ ଶିମିଳିପାଳକୁ ଫେରିଛି । ସେଠାରେ ପୁଣି ଥରେ ଜିନତ୍କୁ ଏନ୍କ୍ଲୋଜରରେ ଛଡାଯାଇଛି ବୋଲି ସୂଚନା ଦେଇଛନ୍ତି STRର RCCF ପ୍ରକାଶ ଚାନ୍ଦ ଗୋଗୀନେନି…









