ଓଡ଼ିଶା।। ସରିଲାଣି ସବୁ ପ୍ରସ୍ତୁତି। ଫେବ୍ରୁଆରୀରେ ରାଜ୍ୟରେ ଲାଗୁ ହୋଇଯିବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ପାଇବେ ସାଢେ ୩ କୋଟି ଲୋକ। ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ। ଏବଂ ଦେଶରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ ସ୍ବାସ୍ଥ୍ୟ କାର୍ଡ କାମ କରି। ଆୟୁଷ୍ମାନ ଲାଗୁ ହେବା ପରେ ୭୦ ବର୍ଷରୁ ଅଧିକ ବୟସ୍କ ଏହି ଯୋଜନାର ଲାଭ ପାଇ ପାରିବେ। ତେବେ ଏହି ଯୋଜନା ସମ୍ପର୍କରେ ସାଧାରଣରେ ଖୁବ ଚର୍ଚ୍ଚା ବି ହେଉଛି। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ କଣ କହୁଛନ୍ତି ସାଧାରଣ ହିତାଧିକାରୀ।ତେବେ ରାଜ୍ୟ ବାହାରେ ଥିବା ଅନେକ ପ୍ରବାସୀ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଏହି ଯୋଜନାରେ ସମାନତା ଆଣିବାର ଆବଶ୍ୟକତା ଅଛିବୋଲି ଅନେକ ଲୋକଙ୍କ ମତ ରହିଛି । ମହିଳା ଏବଂ ପୁରୁଷଙ୍କୁ ସମାନ ଟଙ୍କା ପ୍ରଦାନ ପ୍ରସଙ୍ଗକୁ ସରକାର କେବେ ଆଉ କେଉଁଦିନ ବିଚାରକୁ ନେଉଛନ୍ତି ତାହାହିଁ ଦେଖିବାକୁ ବାକିରହିଲା।
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}





