Author: sanitelevision

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ଵର ରେଳ ଷ୍ଟେସନରେ ଭୁବନେଶ୍ଵର – ଶିରିଡ଼ି – ନାସିକ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଆଧ୍ୟାତ୍ମିକ ଯାତ୍ରା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥଯାତ୍ରାରେ ଯାଉଛନ୍ତି । ଏହିଭଳି ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସର୍ବମୋଟ୍ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହାଜର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ପ୍ରତି ଟ୍ରିପରେ ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କଲିକତା ଦକ୍ଷିଣ…

Read More

ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଗୃହ ନିର୍ମାଣ ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ବାଡ । ୨୪ ଜଣ ସେନାନିବୃତ୍ତ କର୍ମଚାରୀଙ୍କୁ ନେଇ ସମୁଦାୟ ୮ଟି ଟିମ୍ ଗଠନ ହୋଇଥିବା ବେଳେ ଆଗକୁ ଶୁଣାଣି କରାଯାଇ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ସହରର ୮୦ ପ୍ରତିଶତ ଜମି ମହାପ୍ରଭୁଙ୍କ ଓ ପୌରପାଳିକା ନାମରେ ଥିବାରୁ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ବର୍ଗୀକରଣ କରିବାକୁ ଆଇନଜୀବୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯେଉଁମାନେ ଏନଓସି ଆଣିନାହାନ୍ତି ସେମାନଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହୋଟେଲ ଆସୋସିଏସ ସଭାପତି। ବେଳାଭୂମି ନିକଟରେ ଆଇନ ନମାନି ଚାଲିଛି ବେଆଇନ…

Read More

ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ଭା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ ହହିତାଧିକାରୀ। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ଭିତରେ ୩୧ ହଜାର ମହିଳା ଅପ୍‌ଟ ଆଉଟ୍ ହୋଇଥିଲେ । ସେଥିରୁ ପୁଣି ୧୭ ହଜାର ମହିଳା ମିଶିଛନ୍ତି । ବାକି ୧୪ ହଜାର ମହିଳା ଅପ୍‌ଟ ଇନ୍ ନ କରିପାରନ୍ତି । ବୋଧହୁଏ ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ତେଣୁ ଅପ୍‌ଟ ଇନ୍ କରିନାହାଁନ୍ତି । ସେହିପରି ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳା କେୱାଇସି ଅପ୍‌ଡେଟ୍ କରିନାହାନ୍ତି । ତେଣୁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପ୍‌ଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା ।

Read More

ଭାଙ୍ଗିଲା ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ଆଶ୍ରମ ଉପରେ ଚାଲିଲା ବୁଲ୍‌ଡୋଜର୍ । ନିର୍ଦ୍ଧାରିତ ସମୟ ୧୨ଟାରେ ଚାଲିଲା ବୁଲଡୋଜର୍ ।ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍।ଆଜି ଆଶ୍ରମ କୋଠାକୁ ଭାଙ୍ଗିବା ଆରମ୍ଭ କରିଛି ବୁଲଡୋଜର । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାମ ଶେଷ କରିବା ଚେଷ୍ଟା କରାଯିବ । ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ।ତେବେ ଆଶ୍ରମ ପରିସରରେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଆଶ୍ରମ ପରିସରରେ ବ୍ୟାପକ ପୁଲିସ ଛାଉଣୀ ହୋଇଛି। ତେବେ ଆଶ୍ଚର୍ଯ୍ୟ କଥା ହେଲା ଯେବେ ବୁଲ୍‌ଡୋଜର୍ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କଲା ସେହି ଗହଳି ଭିତରେ…

Read More

ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗର ପୂର୍ବାନୁମାନ ଏବଂ ସତର୍କ ସୂଚନା ଜାରି କରାଯାଇଛି।। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କେତେକ ଜିଲ୍ଲାରେ ତାପମାତ୍ରା କମିବା ସମ୍ଭାବନା ରହିଛି । ବିଶେଷକରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏହାସହ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହୋଇପାରେ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ପ୍ରକୋପ ଆହୁରି ବଢିଯିବ । ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା ।ସେହିପରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

Read More

ମହାକୁମ୍ଭ-୨୦୨୫ରେ ବଛାବଛା ପ୍ରାଚୀନ ହିନ୍ଦୁ ଆଖଡ଼ା ଦ୍ୱାରା ପ୍ରାୟ ୧୨,୦୦୦ ନୂଆ ନାଗା ସାଧୁଙ୍କୁ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ କରାଯିବ । ଗଙ୍ଗାରେ ୧୦୮ ଥର ସ୍ନା କରିବା ପରେ ସେମାନେ ଜଙ୍ଗଲକୁ ଯାଇ କରିବେ କଠୋର ସାଧନା । ମୋଟ ୧୩ଟି ସ୍ୱୀକୃତିପ୍ରାପ୍ତ ହିନ୍ଦୁ ମଠ ମଧ୍ୟରୁ ମାତ୍ର ୭ଟି ଆଖଡ଼ାରେ ନାଗା ସାଧୁ ଅଛନ୍ତି। ଏମାନଙ୍କ ମଧ୍ୟରେ ଜୁନା ଆଖଡ଼ା, ନିରଞ୍ଜନୀ ଆଖଡ଼ା, ମହାନିର୍ବାଣୀ ଆଖଡ଼ା, ଅଟଳ ଆଖଡ଼ା, ଅଗ୍ନି ଆଖଡ଼ା, ଆନନ୍ଦ ଆଖଡ଼ା ଓ ଆବାହନ ଆଖଡ଼ା ରହିଛି। ଏହି ଆଶାୟୀ ନାଗା ସାଧୁମାନେ ନିଜ ପିତାମାତା ଏବଂ ଏପରିକି ନିଜ ପାଇଁ ପିଣ୍ଡଦାନ କରିବା ପରେ ସଂସାରିକ ଆକର୍ଷଣ ତ୍ୟାଗ କରିଥିବା ଆଖଡ଼ାର ସଦସ୍ୟ ହୋଇସାରିଛନ୍ତି। ନାଗା ସନ୍ନ୍ୟାସୀ ହେବାକୁ ଚାହୁଥିବା ଜଣେ ସାଧୁଙ୍କ କାର୍ଯ୍ୟକଳାପ ଉପରେ ଅନେକ ବର୍ଷ ଧରି ତୀକ୍ଷ୍ଣ ନଜର ରଖାଯାଇଥାଏ। ପୂଜା ଓ ଧାର୍ମିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସମର୍ପିତ ଥିବା…

Read More

କଣାସରେ ଦୟାନଦୀ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଦୟାନଦୀ ଜଳର ରିପୋର୍ଟ । ଏହି ନଦୀର ଜଳରେ ଭୟଙ୍କର ଭୂତାଣୁ ଥିବା ରିପୋର୍ଟରୁ ଜଣାପଡିଛି ।ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା ସହ ଦୟା ଜଳକୁ ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି। ଏହି ନଦୀଜଳ ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ପ୍ରଦୂଷିତ ଜଳ ବ୍ୟବହାର ନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ମିଶ୍ର ଲୋକଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରର ନାଳନର୍ଦ୍ଦମା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ପିପିଲିର ନଟାସାହିଠାରେ ଦୟାନଦୀକୁ ନିଷ୍କାସିତ ହେଉଛି। ଫଳରେ ଦୟାନଦୀ ପାଣି ଭୟଙ୍କର ପ୍ରଦୂଷିତ ହୋଇ ନିମ୍ନ ଅବବାହିକାର ଲୋକଙ୍କ ପାଇଁ ଜହରରେ ପରିଣତ ହୋଇଛି।ନଦୀ ତଳମୁଣ୍ଡରେ ଥିବା କଣାସ ବ୍ଲକ୍‌ର ଲୋକଙ୍କ ପାଇଁ ଦୟା ଜଳ…

Read More

କୋଣାର୍କ ବେଳାମାର୍ଗସ୍ଥିତ ରାମଚଣ୍ଡୀ ଥାନାର ଜଣେ ମହିଳା କନେଷ୍ଟବଳ ନିଜକୁ ଅସୁରକ୍ଷିତ ମନେ କରି ଏସ୍‌ପିଙ୍କୁ ନ୍ୟାୟ ପାଇଁ ଲିଖିତ ଭାବେ ନିବେଦନ କରିଛନ୍ତି । ମହିଳା କନେଷ୍ଟେବଲଙ୍କୁ ରାତି ଅଧରେ ଆଇଆଇସି ପ୍ରେମ ନିବେଦନ କରିବା ଘଟଣା ସାମ୍ନାକୁ ଆସିଛି । ମହିଳା କନଷ୍ଟେବଲ ଏବଂ ଆଇଆଇସି ଉଭୟ ପୁରୀ ରାମଚଣ୍ଡୀ ଥାନାରେ ଚାକିରି କରନ୍ତି ।ବିଳମ୍ବିତ ରାତିରେ ସୁରେଶ କନଷ୍ଟେବଲଙ୍କ ଘରେ ପହଞ୍ଚିଥିଲେ । ଘରପଛପଟ କବାଟ ବାଡ଼େଇ ତାଙ୍କୁ ଡାକିଥିଲେ । କନଷ୍ଟେବଲ ଜଣକ ଭୟରେ କବାଟ ଖୋଲି ନ ଥିଲେ । ହେଲେ ଆଇଆଇସି ବାହାର ପାଖରେ ରହି ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ । ଏହାସହ ତାଙ୍କୁ ନିରାଶ ନ କରିବା ପାଇଁ ମଧ୍ୟ କହିଥିଲେ । ତେବେ ମହିଳା କନଷ୍ଟେବଳ ଭୟଭିତ ହୋଇ କନଷ୍ଟେବଳ ବିଦ୍ୟାଧର ଟୁଡୁଙ୍କୁ ଫୋନ୍‌ ଯୋଗେ ଏକଥା ଜଣାଇଥିଲେ । ସାରା ରାତି କାନ୍ଦି ଅନିଦ୍ରାରେ ଭୟଭୀତ ଅବସ୍ଥାରେ…

Read More

ବଢିଲା ଦିବଂଗତ ବିଜେଡି ନେତା ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଅଡୁଆ । ସକାଳୁ ସକାଳୁ ତାଙ୍କ ଘରେ ପଶିଛି ଆୟକର ବିଭାଗ । ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ କରାଯାଉଛି । ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ୍ ରହିଛି , କେବଳ ସମ୍ବଲପୁର କି ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାଏଁ ଜଣାପଡିନାହିଁ । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ସୂଚନା ଥାଉକି, ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର । ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା । ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ ।ରାଜ୍ୟର ୨୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ ଚାଲିଛି ।

Read More

ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଜାରିହେଲା ନୂଆ ଗାଇଡଲାଇନ । ୫ ସୂତ୍ରୀ ଗାଇଡଲାଇନ ଜାରିକଲା ଶ୍ରୀମନ୍ଦିର ପ୍ରଶାସନ । । ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ ସମୀକ୍ଷା ପରେ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ୟ୍ୟ ସମୀକ୍ଷା କରାଯିବ । ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ତାରିଖ ସୁଦ୍ଧା ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହା ଦାଖଲ ନକଲେ କୌଣସି ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ ।ସେହିପରି ପ୍ରତି ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ ଏବଂ…

Read More