ବର୍ତ୍ତମାନ ଖୋର୍ଦ୍ଧାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତି ଗ୍ରାମସଭାରେ ପ୍ରସ୍ତୁତ ହେବ ଏହି ଯୋଜନା ତାଲିକା ।ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ପ୍ରତି ଗାଁରେ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି ।୨୦୨୪-୨୫ରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ। ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ,…
Author: sanitelevision
ଯଦି ଆପଣ ମଧ୍ୟ ପ୍ରତି ମାସରେ ATMରୁ ନଗଦ ଟଙ୍କା ଉଠାନ୍ତି କିମ୍ବା ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ପରିବର୍ତ୍ତେ ନଗଦ ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କୁ ତାଜୁବ କରିପାରେ। ତେବେ ପାଞ୍ଚଟି ମାଗଣା ସୀମା ସମାପ୍ତ ହେବା ପରେ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ସର୍ବାଧିକ ନଗଦ କାରବାର ଶୁଳ୍କକୁ ପ୍ରତି କାରବାର ପାଇଁ ବର୍ତ୍ତମାନର ୨୧ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଛି।ଏହା ବ୍ୟତୀତ, NPCI ନଗଦ କାରବାର ପାଇଁ ATM ଇଣ୍ଟରଚେଞ୍ଜ ଶୁଳ୍କକୁ ୧୭ ଟଙ୍କାରୁ ୧୯ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ସୁପାରିଶ କରିଛି। ଅନ୍ୟ ବ୍ୟାଙ୍କର ATMରୁ ଟ୍ରଞ୍ଜାକ୍ସନ ସୀମାଠାରୁ ଅଧିକ ଟଙ୍କା ଉଠାଇବା ପାଇଁ ଇଣ୍ଟରଚେଞ୍ଜ ଫି ଆଦାୟ କରାଯାଏ। ଅର୍ଥାତ ଏହା ହେଉଛି ଏଟିଏମ ସେବା ବ୍ୟବହାର କରିବା ବଦଳରେ ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଦେଉଥିବା ଶୁଳ୍କ।ଏଟିଏମ୍ ଇଣ୍ଟରଚେଞ୍ଜ ଶୁଳ୍କ ହେଉଛି…
ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ।କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍ରେ ଦାଖଲ କରୁଛନ୍ତି । ତେଣୁ ଏହା ଲିକ୍ ହେଉଛି । ଯାହା କି ଅପରାଧ ।ତେଣୁ ଏହି ଟୁଲ୍ର ବ୍ୟବହାର ନକରିବା ଭଲ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତରେ ChatGPT, DeepSeek, Google Gemini ଭଳି ବିଦେଶୀ AI ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟବହାରକାରୀମାନେ ସେମାନଙ୍କର କାମକୁ ସହଜ ଏବଂ ଦ୍ରୁତ କରିବା ପାଇଁ ଏହି ଆପ…
ଆଇଏଏସ୍ ବାବୁମାନେ ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ । ଏବେ ବାବୁମାନଙ୍କ ପାଳି। ଗାଁକୁ ଯିବେ ବାବୁ। ରାତିରେ ରହିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ୟ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ବରିଷ୍ଠ ଅଧିକାରୀଙ୍କ ଭିତରେ ୩୦ ଜିଲ୍ଲା ବଣ୍ଟାଯାଇଛି । ସରକାର ପରାମର୍ଶ ଦେଇଛନ୍ତି, ୧୬ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍ ବୁଲିବେ ବରିଷ୍ଠ ଅଧିକାରୀ । ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ର ୮ଟି ଡିଏମ୍ଏଫ୍ ଜିଲ୍ଲାରେ ଖଣିଜ ପାଣ୍ଠି ଓ ଓମ୍ବାଡ୍ସି ପାଣ୍ଠିର କିଭଳି ବିନିଯୋଗ ହୋଇଛି, ତା’ର ସମୀକ୍ଷା କରିବେ । ଜିଲ୍ଲାର ବନ୍ଦର, ବିମାନବନ୍ଦର,…
ଦିଲ୍ଲୀରେ ଏଥର କିଏ ସରକାର ଗଢ଼ିବ? ବିଜେପି, କଂଗ୍ରେସ ନା ଆପ୍? ଆମ୍ ଆଦ୍ମି ପାର୍ଟି (ଆପ୍) ୧୦ ବର୍ଷ ହେଲା ଶାସନ କରିଆସୁଛି । ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା । ଏଥର ବିଜେପି କ୍ଷମତାସୀନ ହେବା ନେଇ ଆଶା ରଖିଛି ।ତିନି ପ୍ରମୁଖ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହାନ୍ତି |ଆପ୍ ବିଜୟୀ ହେଲେ କ୍ରେଜିୱାଲ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସନ୍ଦେହ |ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି ଓ କଂଗ୍ରେସ କାର୍ଡ ଖୋଲିନାହାନ୍ତିନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ପରଦା |ଦିଲ୍ଲୀ ନୂଆ ନା ପୁରୁଣା ମୁଖ୍ୟମନ୍ତ୍ରୀ ପାଇବ ତାହାକୁ ଅପେକ୍ଷା |ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଥିବା ୫ ଦଳ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ଆପ୍ ଏବଂ କଂଗ୍ରେସ ସମସ୍ତ ୭୦ ଆସନରେ ପରସ୍ପର ସହ ମୁକାବିଲା କରିବେ । ସିପିଆଇ ୬, ସିପିଏମ୍ ଏବଂ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ । ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ ପକାଇବା ପରେ ପିଏମ୍ ମୋଦି ୧୧ଟା ୪୫ରେ ଡଙ୍ଗାରେ ବସି ଅରେଲ ଘାଟ ଫେରିବେ । ଏଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ହୋଇ ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ୧୨ଟା ୩୦ରେ ବାୟୁସେନାର ବିମାନ ଯୋଗେ ପ୍ରୟାଗରାଜରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନିଜର ପ୍ରତିଶ୍ରୁତିବଦ୍ଧତାକୁ…
ଖୋଲିଲା କାଉଣ୍ଟର। ଅଫ୍ଲାଇନ୍ ବିକ୍ରି ପାଇଁ ଆରମ୍ଭ ହେଲେ ଟିକେଟ୍ ବିକ୍ରି। ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ।ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣିପାରିବେ । ପରିଚୟ ପତ୍ର ଦେଖାଇ ଦର୍ଶକ କିଣିବେ ଟିକେଟ। ଟିକେଟ କାଉଣ୍ଟର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟିକେଟ କଳା ବଜାରୀ ଉପରେ ରହିଛି କଡ଼ା ନଜର । ସାଦା ପୋଷାକରେ ମୁତୟନ ଅଛନ୍ତି ପୋଲିସ ।ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍ କାଉଣ୍ଟର କରାଯାଇଛି। ଦର୍ଶକମାନେ କିପରି ସହଜରେ ଟିକେଟ୍ କିଣିବେ, ସେଥିପାଇଁ ସ୍ପେସାଲ ଏନ୍କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ପାଇଁ ଘୋଡ଼ା…
ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି।ସୂଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ । ମାତ୍ର ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଲୁଟ୍ ରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଇଛନ୍ତି । ମହିଳା ଇନ୍ସପେକ୍ଟର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ପୋଲିସ ଘଟଣାସ୍ଥଳରୁ ପଳାଇଯାଇଥିବା ତାଙ୍କ ସହଯୋଗୀ ଏବଂ ତାଙ୍କ ସହଯୋଗୀଙ୍କ ବିଷୟରେ ସୂଚନା ପାଇବା…
ବାଜା ବଜାଇ ରୋଷଣୀରେ ଆସିଲା ବର । ବିବାହ ମଣ୍ଡପରେ ବର ଯାଇ ବସିଲା । ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । ବର ବି ସେମାନଙ୍କ ସହ ଘରକୁ ଫେରିଗଲା । ବାହାଘର ବନ୍ଦ ହୋଇଗଲା । କନ୍ୟା ପକ୍ଷର କିଛି ଲୋକ ବି କାନ୍ଦିବା ଆରମ୍ଭ କରିଦେଲେ । କେବଳ ଖାଇବା ସରିଗଲା ବୋଲି ଭାଙ୍ଗିଗଲା ବାହାଘର । ବାଷ୍ପରୁଦ୍ଧ କଣ୍ଠରେ କନ୍ୟାର ଏଇ କଥାରେ ପ୍ରଭାବିତ ହୋଇଥିଲା ପୋଲିସ୍ । ବର ଘରେ ଯାଇ ପହଞ୍ଚିବା ପରେ ବରଘରେ ପହଞ୍ଚିଗଲା ପୋଲିସ୍ ।…
ବିବାଦରେ ଓଡିଆ ଫିଲ୍ମ ସନାତନୀ – କର୍ମ ହିଁ ଧର୍ମ । ଓଡ଼ିଆ ଫିଲ୍ମ, ରିଲିଜ ହେବ ଓଡ଼ିଶାରେ। କିନ୍ତୁ ଫିଲ୍ମ ରିଲିଜ ପାଇଁ ସିନେ ସଂସ୍ଥା ଓଡ଼ିଶାରୁ ନୁହେଁ ମୁମ୍ୱାଇ ସେନସର ବୋର୍ଡଠୁ ଆଣିଛି ୟୁଏ ସାର୍ଟିଫିକେଟ। ଫିଲ୍ମରେ ଅଛି ଧର୍ମାନ୍ତରୀକରଣ ଓ ଧର୍ମାନ୍ତରିତଙ୍କ କାହାଣୀ। କନ୍ଧମାଳର ଖ୍ରୀଷ୍ଟିଆନ ସଂପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏମିତି ଫିଲ୍ମ କରି ପ୍ରଯୋଜକ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ରାଜଧାନୀରେ ପ୍ରେସମିଟ କରି ସ୍ପଷ୍ଟୀକରଣ ରଖିଛି ସିନେ ସଂସ୍ଥା । ଫିଲ୍ମରେ ସନାତନ ଧର୍ମର କିଭଳି ରକ୍ଷା ହୋଇପାରିବ ତାହା ପ୍ରଦର୍ଶିତ ହୋଇଛି। ଗୁଇନ୍ଦା ସତର୍କତାକୁ ଖାତିର ନକରି ୭ ତାରିଖରେ ଫିଲ୍ମ ରିଲିଜ କରିବାକୁ ସିନେ ସଂସ୍ଥା ଅଡି ବସିଛି ।









