Author: sanitelevision

ସ୍ୱାମୀର ମଦ ପିଇବା ସହିନପାରି ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ସୋର ଉତ୍ତରେଶ୍ବର ଅଞ୍ଚଳରେ । ମୃତକ ହେଉଛନ୍ତି ସଂଜୁଲତା ନାୟକ । ସଞ୍ଜୁଲତାଙ୍କ ସ୍ବାମୀ ଅନେକ ସମୟରେ ମଦ୍ୟପାନ କରି ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ । ଏପରିକି ତାଙ୍କ ସ୍ବାମୀ ମଦ ପିଇ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିଲେ । ଯାହାକୁ ନେଇ ସଂଜୁଲତା ମଦ ପିଇଲେ ଆତ୍ମହତ୍ୟା କରିଦେବା ନେଇ ଚେତାବନୀ ଦେଇଥିଲେ । ହେଲେ ତାଙ୍କ କଥାକୁ ଖାତିର ନକରି ସ୍ବାମୀ ଅନାଦି ପୁଣି ମଦ୍ୟପାନ କରିବାରୁ ସଂଜୁଲତା ପ୍ରଥମେ ବିଷ ପିଇ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସଂଜୁଲତା ଏକ ଚିଠି ଛାଡି ଯାଇଥିଲେ । ଯେଉଁଥିରେ ସେ ଅନାଦି ମଦ ପିଇବା ନଛାଡିବାରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ପୋଲିସ ମୃତଦେହ…

Read More

ବୁଧବାର ରାଜ୍ୟ ସରକାରଙ୍କ ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଫେବୃଆରୀ ୧ରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା ।୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍‌ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ୍‌ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ୍‌ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଛନ୍ତି ଏବଂ ଆସନ୍ତା ବୁଧବାର ସୁଦ୍ଧା ଜବାବ ରଖିବା ଲାଗି ନଗର ଉନ୍ନୟନ ବିଭାଗକୁ…

Read More

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ବୃଦ୍ଧି ପାଇପାରେ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

Read More

ବେଙ୍ଗାଲୁରୁରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁ ।ସ୍ତ୍ରୀଙ୍କ ଠାରୁ ନିର୍ୟାତନା ପାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତାଙ୍କ ମୃତ୍ୟୁ ପରେ ବାଙ୍ଗାଲୋରର ଏକ ସ୍ଥାନୀୟ ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି । ମାନସୀକ ଚାପରେ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ଘର କଟକର କାଳିଗଳି ନିକଟରେ । ତେବେ ସେ ବାଙ୍ଗାଲୋରରେ ରହୁଥିବା ବେଳେ ସେଠାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନବ । ବିବାହର ଅଳ୍ପଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା ।ଅଭିନବ ଓଡ଼ିଶାରେ ବେଶ୍ ଜଣାଶୁଣା ତାଙ୍କ ରାପ୍ ପାଇଁ । ତାଙ୍କ ବିୟୋଗରେ ଅଭିନବଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି ।। ତେବେ ସେ କେଉଁ ପରି ସ୍ଥିତିରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ବର୍ତ୍ତମାନ…

Read More

ବିଧାନସଭାରେ ଏଣିକି ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ। ପେପର ଧରି ନୁହେଁ ଏଥର ଟ୍ୟାବ୍‌ରେ ପଢ଼ିବେ ବିଧାୟକ୧୪୭ ବିଧାୟକଙ୍କ ଟେବଲ୍‌ରେ ଏହି ଟ୍ୟାବ୍‌ ଲାଗିଛି। ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ।ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଛି। ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଅଛନ୍ତି।ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର ଦୁଇଟି ପର୍ୟ୍ୟାୟରେ ବଜେଟ ଅଧିବେଶନ ହେବ।ଶାସକ ଦଳ ମୁଖ୍ୟ ସଚେତକ ଏବଂ ବିରୋଧୀଦଳର ମୁଖ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ସାମିଲ ଅଛନ୍ତି |ଅନ୍ୟପଟେ ବିଜେଡି ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଆଜି ଅପରାହ୍ଣ ୪ଟାରେ ବସିବ । ଗୃହରେ କେଉଁ ପ୍ରସଙ୍ଗ ଉଠାଯିବ ସେ…

Read More

ଓଡ଼ିଶାର ଯାନବାହନ ମାଲିକମାନେ ଖୁବ୍ ଶୀଘ୍ର ୧୫ ବର୍ଷରୁ ଅଧିକ ପୁରୁଣା ଗାଡିଗୁଡିକ ପାଇଁ ପଞ୍ଜିକରଣ ପ୍ରମାଣପତ୍ର (RC) ନବୀକରଣ ପାଇଁ ଫିସ୍ ରେ ଏକ ବଡ଼ ବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି।ସଡ଼କ ପରିବହନ ମନ୍ତ୍ରଣାଳୟର ଯୋଜନା ଅନୁଯାୟୀ, ଯଦି ଆପଣଙ୍କର ୨୦ ବର୍ଷରୁ ଅଧିକ ପୁରୁଣା ଦୁଇଚକିଆ ଗାଡ଼ି ଅଛି, ତେବେ ଆପଣଙ୍କୁ ଏହାର ନୂଆ ପଞ୍ଜିକରଣ ପାଇଁ ୨୦୦୦ ଟଙ୍କା ଏବଂ ୨୦ ବର୍ଷରୁ ପୁରୁଣା କାର ପାଇଁ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସେହି ସମୟରେ ତିନି ଚକିଆ ଯାନ ପାଇଁ ୫୦୦୦ ଟଙ୍କା ଦେୟ ଦେବାକୁ ପଡିବ। ମଧ୍ୟମ ଯାତ୍ରୀବାହୀ ବସ୍ ଏବଂ ମାଲବାହୀ ଯାନ ପାଇଁ ନବୀକରଣ ଫି ୨୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି, ଯେତେବେଳେ ଭାରୀ ଯାନ ପାଇଁ ଫି ୩୬,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ଡ୍ରାଫ୍ଟ ଅନୁଯାୟୀ, ୧୫ ବର୍ଷରୁ ପୁରୁଣା ମଧ୍ୟମ ଏବଂ ଭାରୀ ବାଣିଜ୍ୟିକ ଯାନବାହନ ସଂଖ୍ୟା…

Read More

ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର। କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନ ହବକୁ ପ୍ରଶ୍ନପତ୍ର ଯାଇଛି। ତେବେ ଚଳିତ ଥର ୨୦୫ଟି ପରୀକ୍ଷା ହବ କରାଯାଇଛି। ଆସନ୍ତା ୧୮ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୦ଟି ରୁଟ ଦେଇ ଗଲା ପରୀକ୍ଷା ପ୍ରଶ୍ନପତ୍ର। କଡାକଡି ସୁରକ୍ଷା ବ୍ୟବସ୍ତା ଭିତରେ ପରୀକ୍ଷା ହବକୁ ଗଳା ପ୍ରଶ୍ନ ପତ୍ର। ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ପରୀକ୍ଷା ଦିନ ହବ୍‌ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ । ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । କପି ରୋକିବା ନେଇ ଗଠନ ହୋଇଛି…

Read More

ପଦ୍ମଶ୍ରୀ ପୁରସ୍କାର ବିବାଦ ଭିତରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଉଭୟ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ଲିଖିତ ବହି ସହିତ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ମାମଲାକୁ ଗୁରୁତ୍ବର ସହ ନେଇ କେନ୍ଦ୍ର ସରକାର ଓ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ ।ଏଥି ସହିତ ଫେବ୍ରୁଆରି ୨୪ ତାରିଖ ଦିନ ୨ଟାରେ ଆବେଦନକାରୀ ଅନ୍ତର୍ୟ୍ୟାମୀ ମିଶ୍ର ଓ ପ୍ରତିପକ୍ଷ ନମ୍ବର-୨ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଦ୍ମଶ୍ରୀ ପୁରସ୍କାର ଦାବି ନେଇ ପ୍ରମାଣ କରିବା ପାଇଁ ଉଭୟ ଆବେଦନକାରୀ ଓ ପ୍ରତିପକ୍ଷ ନମ୍ବର-୨ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ପ୍ରକାଶିତ ପ୍ରାସଙ୍ଗିକ ବହୁ ଓ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥାପନ କରିବେ।ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଜଣେ ପଶୁ ଚିକିତ୍ସକ ଓ ଲେଖକ। ‌ ସେ…

Read More

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମସ୍ତିଷ୍କ ରକ୍ତସ୍ରାବ ପରେ, ସେ ଲକ୍ଷ୍ନୌର ପିଜିଆଇରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ଉତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି। ୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ସତ୍ୟେନ୍ଦ୍ର ଦାସଙ୍କ ଜନ୍ମ |ବାପା ଅଭିରାମଦାସଙ୍କୁଠୁ ପ୍ରଭାବିତ ହୋଇ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ ସତ୍ୟେନ୍ଦ୍ର ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଆଶ୍ରମରେ ସନ୍ନ୍ୟାସ ଜୀବନ ଗ୍ରହଣ କରିଥିଲେ |୧୯୯୨ ମସିହାରରେ ରାମମନ୍ଦିର ପୂଜକ ଭାବେ ଦାୟିତ୍ବ ନେଲେ | ୩ଦଶନ୍ଧି ଧରି ରାମମନ୍ଦିର ପୂଜକ ଥିଲେ |ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ପ୍ରମୂଖ ଭୂମିକା ତୁଳାଇଥିଲେ | ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ନିଧନରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ସୋସିଆଲ ମିଡିଆ ସାଇଟ ଏକ୍ସରେ ଲେଖିଛନ୍ତି- ଭଗବାନ ରାମଙ୍କ ପରମ ଭକ୍ତ ଏବଂ ଶ୍ରୀ…

Read More

ଭୁବନେଶ୍ବର-ସୋନପୁର ଇଣ୍ଟରସିଟିର ଏସି ବଗିରେ ଧୂଆଁ ଦେଖିବାକୁ ମିଳିଛି। ଏସି ବଗି ଚକାରେ ବ୍ରେକ ବାଇଣ୍ଡିଂ ଯୋଗୁ ଧୂଆଁ ବାହାରିଥିବା ସୂଚନା ମିଳିଛି। ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ଏହି ଆଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ୬ଟା ୪୫ରେ ଧୂଆଁ ବାହାରୁଥିବା ଦେଖି ଅଟକାଇଥିଲେ। ପ୍ରାୟ ୩୦ ମିନିଟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି।

Read More