Author: sanitelevision

ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ୧ଲକ୍ଷ ଟଙ୍କା ଟପିବ ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୧୬୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯, ୯୦୦ ଟଙ୍କା ଛୁଇଁଛି ।ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୭୯ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୧୬୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୯୦୦ ଟଙ୍କା ଓ ୮୭,୧୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୦୫୦ ଟଙ୍କା ଓ ୮୭, ୩୧୦ ଟଙ୍କା ରହିଛି ।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୯୦୦ ଓ ୮୭,୧୬୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ…

Read More

ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରିନସିପାଲଙ୍କୁ ହ୍ବାଟସ ଆପ ମାଧ୍ୟମରେ ଛୁଟି ଦରଖାସ୍ତ ଦେଇଥିଲେ । କିନ୍ତୁ ଛୁଟି ନ ମିଳିବାରୁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଥିଲେ । ଏନେଇ ସମ୍ପୃକ୍ତ ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାମୁତାବକ ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ । ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କଲେ ଅନ୍ୟ ସହଯୋଗୀ ଶିକ୍ଷକ । ଗତକାଲି ଶିକ୍ଷକଙ୍କ ଅଜାଙ୍କ ମୃତ୍ୟୁ ହେବା ପରେ ଶିକ୍ଷକ ଛୁଟି ମାଗିଥିଲେ ।ପ୍ରଧାନ ଶିକ୍ଷକ ଛୁଟି ବଦଳରେ ୪୦ କି.ମି ଡିଇଓ ଅଫିସ ପଠାଇଥିଲେ । ଡିଇଓ ଅଫିସ ଯାଇ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ…

Read More

ଓଡ଼ିଶା ବିଧାନସଭାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଗୁରୁବାର ଗୃହରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ପ୍ରଶ୍ନ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୨୦୨୪ ଜୁଲାଇରୁ ST ହଷ୍ଟେଲରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।ବିଭିନ୍ନ ଜିଲ୍ଲାରେ ୨୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି, ସେଥିରୁ ୬ ଆତ୍ମହତ୍ୟା କରିଛନ୍ତି ।୨୦ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।ହଟ୍ଟଗୋଳ ଆଲୋଚନାକୁ ଆଗକୁ ବଢ଼ାଇବା ଅସମ୍ଭବ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମୁଲତବୀ ପରେ, ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲେ, ଯେତେବେଳେ କଂଗ୍ରେସ ବିଧାୟକମାନେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପ୍ରଦର୍ଶନ କରିଥିଲେ।

Read More

ବନ୍ଦ ରହିବ ରତ୍ନଭଣ୍ଡାର କାମ । ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରଖାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହି ଦିନ ସୁନାବେଶରେ ଦର୍ଶନ ଦେବେ ମହାବାହୁ ।ଆସନ୍ତା ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ।

Read More

ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ବର୍ତ୍ତମାନ ସମସ୍ୟା ଘେରରେ । ସେହ୍ବାଗଙ୍କ ସାନ ଭାଇ ବିନୋଦ ସେହ୍ବାଗଙ୍କୁ ଚଣ୍ଡିଗଡ଼ର ମନୀମାଜରା ଥାନା ପୋଲିସ ଗିରଫ କରିଛି । ବିନୋଦ ସେହୱାଗଙ୍କ ଚେକ୍ ବାଉନ୍ସ ମାମଲାରେ କୋର୍ଟରେ ହାଜର ନ ହେବା କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି।ବିରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସର ମାମଲା କୋର୍ଟରେ ଚାଲୁଥିଲା। ତାଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବାକୁ ଥିଲା।କିନ୍ତୁ ସେ କୋର୍ଟରେ ହଜାର ହୋଇନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛି।କୋର୍ଟରେ ହାଜର ପରେ ବିନୋଦ ସେହ୍ବାଗଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଛି । ବିନୋଦ ସେହ୍ବାଗଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଛନ୍ତି, ଏହା ପରେ ଖୁବଶୀଘ୍ର ଶୁଣାଣି ହେବ । ବିରେନ୍ଦ୍ର ସେହ୍ବାଗ ଟିମ ଇଣ୍ଡିଆର…

Read More

ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି । ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ । ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବେ । ତାରିଖ ଏବଂ ଉଦ୍ଦେଶ୍ୟ ସହିତ ଆବେଦନଗୁଡ଼ିକର ବିବରଣୀ ଆପ୍ ମାଧ୍ୟମରେ ରେକର୍ଡ କରାଯିବ। ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯିବ। “ସମ୍ପର୍କିତ ତହସିଲଦାରମାନେ ଆପ୍ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଅପଲୋଡ୍ କରିବେ। ଏଥିରୁ ରାଜ୍ୟ ସରକାର ଆବେଦନକାରୀଙ୍କୁ ସେବା ପ୍ରଦାନ କରିବାରେ ବିଳମ୍ବ ସମ୍ପର୍କରେ ସୂଚନା ପାଇପାରିବେ,” ପୂଜାରୀ କହିଛନ୍ତି।ମୋବାଇଲେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ଏହାର ବିବରଣୀ ଆପ୍‌ ମାଧ୍ୟମରେ…

Read More

ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ । ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବନ୍ଦ ରଖିଛି OPRB । ଓଡ଼ିଶା ପୋଲିସର ଗ୍ରୁପ-‘ବି’ ଏକ୍ସଜାମକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି । ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ରିଲିଜ୍ କରି ସୂଚନା ଦିଆଯାଇଛି । ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି ।

Read More

ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି । ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି ।ଏଣିକି ପ୍ରତ୍ୟେକ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ । ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ସୁରକ୍ଷିତ ଘର ବାହୁଡ଼ା ଉପରେ ଗୁରୁତ୍ବ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା ।୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହୋଇଛି। ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ବ, ନିୟମ ଭଙ୍ଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିୟମିତ ଚେକିଂ ସହ ଜୋରିମାନା ଆଦାୟ, ଏବଂ ରବିବାର ଓ ବୁଧବାର ଶୂନ୍ୟ ସହନଶୀଳତା ଦିବସ ନେଇ…

Read More

ସୁରୁଖୁରୁରେ ହେବ ଶ୍ରୀଜିଉଙ୍କ ଦୋଳପୂର୍ଣ୍ଣିମା ନୀତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ବୈଠକରେ ଆସନ୍ତା ୧୩ ଓ ୧୪ ତାରିଖରେ ହେବାକୁ ଥିବା ମେଣ୍ଢା ପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିଛି। ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି।ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୧୦ ଟି ୱାଟର ଡିସ୍ପେନସର ମାଧ୍ୟମରେ ଭକ୍ତଙ୍କୁ ପାଣି ଯୋଗାଇ ଦେବାକୁ ନିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫ଟି ମୋବାଇଲ୍ ଡିସ୍ପେନସର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।ସେପଟେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଓମଫେଡ ଘିଅ ଟିଣରେ ଥିବା ମହାପ୍ରଭୁଙ୍କ ଫଟୋକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ। ତେଣୁ ତୁରନ୍ତ ସେଥିରୁ ମହାପ୍ରଭୁଙ୍କ ଫଟୋ ହଟାଇବା…

Read More

ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ସେହିପରି ମାର୍ଚ୍ଚ ୨୯ ତାରିଖରେ ବିଧାନସଭାରେ ସରକାର ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନା କରିବେ । ଆରମ୍ଭରୁ ଗୃହ ବେଶ ସରଗରମ ହେବ ବୋଲି ଆଶା କରାଯାଉଛି । ବିଜୁବାବୁଙ୍କ ପ୍ରତି ଅସମ୍ମାନ ବ୍ୟତୀତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳାଙ୍କ ଉପରେ ଅତ୍ୟାଚାର, ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରସଙ୍ଗ ଉଠାଇବାକୁ ବିଜେଡି ନିଷ୍ପତି ନେଇଛି । ସେପଟେ କଂଗ୍ରେସ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ସରକାରୀ ଚାକିରୀରେ ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ପ୍ରସଙ୍ଗ ସମେତ ଏ ପ୍ରସଙ୍ଗକୁ ବିଧାନସଭାରେ ଅତି ଶାଣିତ ଢଙ୍ଗରେ ଉଠାଇବାକୁ ଯୋଜନା…

Read More