ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ । ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓଏସଇପିଏ ।ପୂର୍ବ ସରକାରରେ ସରକାରୀ ବିଲ୍ଡିଂଠାରୁ ଆରମ୍ଭ କରି ସ୍କୁଲର ରଙ୍ଗ ବଦଳିଥିଲା, ଯାହାକୁ ନେଇ ସରକାରଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା । ସେପରି ବର୍ତ୍ତମାନର ସରକାର ସ୍କୁଲ ରଙ୍ଗ ବଦଳାଇବାର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
Author: sanitelevision
ସୁଭଦ୍ରା ଯୋଜନାକୁ ନେଇ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ଯେପରି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଦ୍ୱାର ଠାରୁ ଦ୍ୱାର ହିତାଧିକାରୀଙ୍କୁ ଖୋଜା ଯିବ । ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଏବେ ସୁଦ୍ଧା ସୁଭଦ୍ରାରେ କୋଟିଏ ୮ ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ ଟି ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ଆସନ୍ତାକାଲି କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀ ।ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏହାସହ ୫ ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ।
ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି Sarathi। କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି।ଏହି ସର୍ତ୍ତ କୋହଳ କରିବାକୁ କୋର୍ଟ ସିଧାସଳଖ ମନା କରି ଦେଇଛନ୍ତି । କିନ୍ତୁ ଯିବା ଆଗରୁ ପୋଲିସ ଏବଂ ୭ ଦିନ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ଏକ ବଡ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହେଲା । ଚାବି ହଜିବା କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ସରକାର ବାଧ୍ୟ ନୁହଁନ୍ତି ।ଚାବି ହଜିବା ଘଟଣାର ତଦନ୍ତ କରୁଥିଲେ ଜଷ୍ଟିସ ରଘୁବିର ଦାସ କମିଶନ । ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି କମିଶନ । ଚାବି କାହିଁକି ହଜିଲା ଓ କେମିତି ହଜିଥିଲା ଏନେଇ ରାଜ୍ୟବାସୀ ଜାଣିବା ଦରକାର ବୋଲି ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରାଯିବ ।
ହାତୀ ଘଉଡାଇବାକୁ ବନ ବିଭାଗ ନୟାନ୍ତ। ମଙ୍ଗଳବାର ଦିନ ଭଦ୍ରକ ଅଞ୍ଚଳରେ ବୁଲୁଥିବା ହାତୀ ଏବେ ଯାଜପୁରରେ ଡେରା ପକାଇଛି। ସୋମବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁରରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଛି। ଲୋକଙ୍କ ଭିଡ଼ ଦେଖି ହାତୀଟି କୁମାରୀ ପାଟ ଦେଇ ଜାରକା ବଜାର ଭିତରକୁ ପଶି ଆସିଥିଲା । ଫଳରେ ଜନ ଗହଳି ପୂର୍ଣ୍ଣ ବଜାରରେ ହାତୀଟି ପଶି ଯିବାରୁ ଲୋକେ କିଏ କୁଆଡେ ଦୌଡ଼ିବାକୁ ଲାଗିଥିଲେ । ଲୋକଙ୍କ ଭିଡ଼ ସହ ହାତୀକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଓ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଫଳରେ ବାଧ୍ୟ ହୋଇ ମାଇକ ପ୍ରଚାର କରି ଲୋକଙ୍କୁ ସତର୍କ କରାଇଥିଲା । ଏଥିସହ ହାତୀଟିକୁ ବଜାରରୁ ବାହାର କରିବା ପାଇଁ ବାଣ ଫୁଟାଇଥିଲା। ଏହି…
ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ପିନାକ ମିଶ୍ରଙ୍କଠାରୁ ଦାୟିତ୍ବ ନେଲେ ମୀନା ।ତେବେ ଦାୟିତ୍ୱ ନେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗମୋହନ ମୀନା କହିଛନ୍ତି ଯେ, ଅପରାଧ ତଦନ୍ତ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଚାରିଆଡେ ସିସିଟିଭି ସର୍ଭେଲାନ୍ସ ବଢାଯିବ । ଆଗକୁ ସାଇବର ଥାନାକୁ ମଧ୍ୟ ସୁଦୃଢ କରାଯିବ । ନବନିଯୁକ୍ତ କନେଷ୍ଟବଳକୁ କିପରି ବ୍ୟବହାର କରାଯିବ । ସେନେଇ ତୁରନ୍ତ ପଦକ୍ଷେପ ନିଆଯିବ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୯ ତମ ଜୟନ୍ତୀ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ତେବେ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସ ରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।ଏହି ଅବସରରେ ସାରା ରାଜ୍ୟରେ ପାଳନ ହେଉଛି ବିଜୁ ଜୟନ୍ତୀ । ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ…
ବ୍ରହ୍ମପୁରରେ ଆଜି ଆରମ୍ଭ ହୋଇଛି ସୁଭଦ୍ରା ରାଲି। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହୋଇଛନ୍ତି। ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।ସୂଚନା ଅନୁସାରେ, ରାଜ୍ୟରେ ମୋଟ 6 ହଜାର 494ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ ହେବାକୁ ଯାଉଛି । ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ 1.7 ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଥମ କିସ୍ତିର 5ମ ପର୍ଯ୍ୟାୟ ଟଙ୍କା ଦିଆଯିବ । ସେହିପରି ମାର୍ଚ୍ଚ 8 ତାରିଖରେ ଏକ କୋଟି ମହିଳାଙ୍କ ଖାତାକୁ ଯିବ 5 ହଜାର ଟଙ୍କା । ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କାଯିବ । ତେବେ…
ସୁନା ଦର ଲଗାତାର ବୃଦ୍ଧି ହେବା ଏବେ ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି। ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତେ ବାଧ୍ୟ। ହେଲେ ଏବେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ହେଉଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦, ୧୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୧୦୦ ଟଙ୍କା ଓ ୮୭,୩୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୨୫୦ ଟଙ୍କା ଓ ୮୭, ୫୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୧୦୦…
ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ମାର୍ଚ୍ଚ ୫ ତଥା ବୁଧବାର ଆଜି ମଧ୍ୟ ତାତି ଲାଗିରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ । ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ମାର୍ଚ୍ଚ ୬ ଓ…









