Author: sanitelevision

ପୁଣି ଥରେ ଆରମ୍ଭ ହେବ ହୀରାକୁଦ ଡ୍ୟାମର ବାମ ଡାଇକରେ ନିର୍ମାଣାଧୀନ ଅତିରିକ୍ତ ସ୍କିଲ୍ ୱେ କାମ । ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୯ଜଣିଆ ଟିମ୍ ହୀରାକୁଦ ଗସ୍ତ କରି ହୀରାକୁଦ ଅତିରିକ୍ତ ସ୍ପିଲ ଓ୍ବେ ଅଂଚଳ, ବିସ୍ଥାପିତ ହେବାକୁ ଥିବା ଅଂଚଳ, ସାଇଫନ ଅଂଚଳ ବୁଲିଦେଖିଛନ୍ତି । ଏଥିପାଇଁ ୮୪୪ କୋଟି ଟଙ୍କା ଖର୍ଚ୍ଚ ହେବ |ହୀରାକୁଦ ବାମ ପଟରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ହେବ । ତେବେ ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ସର୍ଭେ କରି ଫାଟ ଓ ଅନ୍ୟ ସଙ୍କଟଜନକ ପରିସ୍ଥିତି ପାଇଁ ଚିହ୍ନଟ ତଥା ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ କରାଯିବ ।…

Read More

ଓଡ଼ିଆ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହ ପାଳିତ । ଭୁବନେଶ୍ବରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହା ପରେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସନ୍ଧ୍ୟାରେ ନବୀନ ଆସି ଉତ୍ତମଙ୍କ ବାସଭବନରେ ପହଁଞ୍ଚିଥିଲେ। ସେଠାରେ ବାବୁଶାନ ତାଙ୍କୁ ପାଛୋଟି ନେଇଥିଲେ। ଏହାପରେ ନବୀନ ସିଧାସଳଖ ଯାଇ ଉତ୍ତମଙ୍କ ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଏକ ସୋଫାରେ ବସି ନବୀନ ବହୁଶାନଙ୍କ ସହିତ କିଛି କଥା ହୋଇଥିଲେ। ବାବୁଶାନ ଏଠାରେ ନବୀନଙ୍କୁ ଉତ୍ତମଙ୍କ ସ୍ମୃତିରେ ପ୍ରସ୍ତୁତ କରାଯାଇଥିବା ‘ଉତ୍ତମ ସର୍ବୋତ୍ତମ’ ପୁସ୍ତକ ଉପହାର ଦେଇଥିଲେ।

Read More

ଦକ୍ଷିଣ ଇଣ୍ଡଷ୍ଟ୍ରିର ଦକ୍ଷିଣରେ ସୁଟିଂ ଆରମ୍ଭ । ଗତକାଲି ସାଉଥ ସୁପରଷ୍ଟାର ମହେଶ ବାବୁ କୋରାପୁଟ ଆସିବା ପରେ ସୁଟିଂ ସେଟରେ ନଜର ଆସିଛନ୍ତି । ସୁପରଡୁପର ଡାଇରେକ୍ଟର ରାଜା ମଉଲିଙ୍କ 1000 କୋଟି ଵୟରେ ନିର୍ମିତ ଫିଲ୍ମ SSMB29ରେ ହିରୋ ମହେଶ ବାବୁଙ୍କ ସୁଟିଂ ଆରମ୍ଭ ହୋଇଛି |ହେଲେ ସୁରକ୍ଷା କଡ଼ାକଡ଼ି ଥିବାରୁ ମହେଶ ବାବୁଙ୍କୁ ଦେଖିନପାରି ଲୋକ ନିରାଶ ହୋଇ ଫେରିଯାଉଛନ୍ତି । ଜିଲ୍ଲାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀରେ ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ଏସ୍‌ଏସ୍‌ଏମ୍‌ବି-୨୯ର ଶୁଟିଂ ଆରମ୍ଭ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଲ୍ମ ସୁଟିଂ ପାଇଁ ସମସ୍ତ ପ୍ରକାର ସହାୟତା କରାଯାଉଛି ।

Read More

ଆହୁରି ବଢ଼ିବ ତାତି । ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଟପିବ ପାରଦ । ଆଗାମୀ ୪ରୁ ୫ ଦିନ ଭିତରେ ତାପମାତ୍ରା ବୃଦ୍ଧି ପାଇବ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ସେଲସିୟସ କିମ୍ବା ତାଠୁ ଅଧିକ ରେକର୍ଡ ହୋଇଛି ।ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ୍‌ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ନାଗରିକ, ଶିଶୁ ଓ ଅସୁସ୍ଥ ବ୍ୟକ୍ତି ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Read More

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର କୋଟି କୋଟି କର୍ମଚାରୀ ଖୁବ୍ ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା, କିନ୍ତୁ ନୂତନ ପରିବର୍ତ୍ତନ ପରେ, କିଛି ମିନିଟ୍ ମଧ୍ୟରେ ପିଏଫ୍ ଟଙ୍କା ଆପଣଙ୍କ ହାତରେ ଆସିଯିବ । ସରକାର ଖୁବ୍ ଶୀଘ୍ର ପିଏଫ୍ ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡ ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି । ଏହା ବ୍ୟତୀତ, ଟଙ୍କା ସ୍ଥାନାନ୍ତର ପାଇଁ UPI ମଧ୍ୟ ବ୍ୟବହାର କରାଯାଇପାରିବ, ଯାହା ପାଇଁ EPFO ​​NPCI ସହ କଥା ହେଉଛି । ଅନ୍ୟପକ୍ଷେ EPFOର ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ନିଯୁକ୍ତିଦାତାଙ୍କ ମାଧ୍ୟମରେ EPFO ଦ୍ୱାରା ପ୍ରାପ୍ତ ମୋଟ ୮ ଲକ୍ଷ ସଂଶୋଧନ ଅନୁରୋଧ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତକୁ ଏବେ ସଦସ୍ୟମାନେ ନିଜେ ଅନୁମୋଦନ କରିପାରିବେ, ସେ ବି ନିଯୁକ୍ତିଦାତା…

Read More

ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ମେ’ ପହିଲାରୁ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚଳିତ ମାସରୁ ଚାଷୀମାନଙ୍କର ପଞ୍ଜିକରଣ ଆରମ୍ଭ କରାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ । ସେହିପରି, କ୍ରୟ ହୋଇଥିବା ଧାନରୁ ଉତ୍ପାଦିତ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମକୁ ଯୋଗାଇବ |ତେବେ ରାଜ୍ୟରେ ଜାରି ଖରିଫ ଧାନକିଣା ଋତୁରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷ ୬୫ ହଜାର ଚାଷୀଙ୍କ ଠାରୁ ୭୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପାଖାପାଖି ୧୫ ହଜାର ୬୧୩ କୋଟି ଟଙ୍କା ଓ ଇନପୁଟ ସହାୟତା ଭାବେ ୫୪୩୦ କୋଟି ଟଙ୍କା ଚାଷୀ ମାନଙ୍କ…

Read More

ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଆଦଭିକ୍ ପାଢ଼ୀ । ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୁଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀ ଙ୍କ ସୁପୁତ୍ର ଆଦଭିକ୍ ପାଢ଼ୀ । ସେ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ନର୍ସରୀ ଶ୍ରେଣୀରେ ପାଠ ପଢୁଛନ୍ତି । ଆଦଭିକ୍ ୧ ମିନିଟ୍ ୪୩ ସେକେଣ୍ଡରେ ଫଟାଫଟ୍ ୧୦୦ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ କରିଛନ୍ତି । ପୁର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ନିଜକୁ ସ୍ଥାନିତ କରିଥିଲେ । ବିସ୍ମୟ କୁନି ବାଳକ ଆଦଭିକକୂ ସବୁଆଡୁ ପ୍ରଶଂସାର ସୂଅ ଛୁଟୁଛି । ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଆଦିଭିକ୍ ଏବଂ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି…

Read More

ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୯୫୦ ଟଙ୍କା ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୭୦୦ ଟଙ୍କା ଛୁଇଁଛି ।ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଏବଂ ଅନ୍ୟାନ୍ୟ ଦେୟ ମିଶି ନାହିଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ । ୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ ସୁନା ବିକ୍ରି କରନ୍ତି । ସୁନା ଦର ପ୍ରତ୍ୟେକ ଦିନ ଉପରତଳ…

Read More

୪ ବର୍ଷର ଶିଶୁ ପୁତ୍ର ମୁଣ୍ଡରେ ଷ୍ଟିଲ ଗରା। ଖେଳୁ ଖେଳୁ ଅଚାନକ ମୁଣ୍ଡରେ ଗରା ଡପୁରାଇ ଦେଇଥିଲା ପିଲାଟି। ହେଲେ ତା ପରେ ଆଉ ଗରା ଭିତରୁ ମୁଣ୍ଡକୁ ବାହାର କରିପାରିନଥିଲା। କି ଭଳ ଭାବରେ ନିଶ୍ୱାସ ମଧ୍ୟ ନେଇପାରୁନଥିଲା।ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ ଘରେ ଷ୍ଟିଲ ଗରାକୁ ଧରି ଖେଳୁଥିଲା ବେଳେ ମୁଣ୍ଡରେ ପଶି ଯାଇଥିଲା । ଫଳରେ ମାଆ ଓ ତାଙ୍କର ପରିବାର ବର୍ଗ ମୁଣ୍ଡରୁ ବାହାର କରିବା ପାଇଁ ବହୁ ଚେଷ୍ଟା କଲେ ସୁଦ୍ଧା ଷ୍ଟିଲ ଗରାଟି ଆଉ ନ ବାହାରିବାରୁ ସେମାନେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଷ୍ଟିଲ ଗରାଟି ମୁଣ୍ଡରୁ ବାହାରି କରିବା ପାଇଁ ବହୁ ଚେଷ୍ଟା କରିବା ପରେ ବିଫଳ ହୋଇ ଶେଷରେ ରାଉରକେଲା ନେବା ପାଇଁ ବାହାରୁଥିବା ବେଳେ ଦାୟିତ୍ବରେ ଥିବା ଡାକ୍ତର…

Read More

ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଶନିବାର ଦଶାହ। ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଛନ୍ତି ।ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପଞ୍ଚଭୂତରେ ଲୀନ ହୋଇଥିଲେ ତାଙ୍କ ପାର୍ଥିବ ଶରୀର। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ ।ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ…

Read More